ରିପୋର୍ଟରେ କୁହାଯାଇଛି ଯେ ଆମାଜନ ଡଟ୍ କମ୍ ଏପରି ଅନେକ ବ୍ୟବସାୟର ସମୀକ୍ଷା କରୁଛି ଯେଉଁଠାରୁ କିଛି ବଡ ରୋଜଗାର ହୋଇପାରୁନାହିଁ। ଏଥିରେ ଡିଭାଇସ୍ ୟୁନିଟ୍ ଏବଂ ଭଏସ୍ ଆସିଷ୍ଟାଣ୍ଟ ଆଲେକ୍ସା ଭଳି ଉତ୍ପାଦ ମଧ୍ୟ ଅନ୍ତର୍ଭୁକ୍ତ ।
Trending Photos
Amazon Layoffs: ଦେଶରେ ଏବେ ଚାକିରୀ ସଙ୍କଟ। ପ୍ରତିଟି କ୍ଷେତ୍ରରେ ଲୋକଙ୍କୁ ଚାକିରୀରୁ ବିଦା କରାଯାଉଛି । ପ୍ରଥମେ ଟ୍ୱିଟର, ତାପରେ ଫେସବୁକ୍ ଏବଂ ଏହା ପରେ ଆମାଜନରୁ ମଧ୍ୟ କର୍ମଚାରୀମାନଙ୍କୁ ବହୁ ପରିମାଣରେ ଛଟେଇ କରାଯାଉଛି । କୁହାଯାଉଛି ଯେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ବିଶ୍ୱରେ ଅର୍ଥନୈତିକ ସଙ୍କଟ ହେତୁ ଆହୁରି ଅନେକ ବଡ ବଡ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଚାକିରୀରୁ ହଟାଇ ପାରିବେ। ଏଭଳି ମାମଲା ସାଧାରଣ ଲୋକଙ୍କୁ ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ନିକଟରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଏବଂ ଆମାଜନ୍ ର ମାଲିକ ଜେଫ୍ ବେଜୋସ୍ ମଧ୍ୟ ଆସୁଥିବା ବିପଦ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଆସୁଥିବା ଖରାପ ସମୟକୁ ଏଡାଇବା ପାଇଁ ସେ କିଛି ପଦକ୍ଷେପ ନେବାକୁ ମଧ୍ୟ ଟିପ୍ସ ଦେଇଛନ୍ତି।
ଆଗାମୀ ଭବିଷ୍ୟତକୁ ନଜରରେ ରଖି ବେଜୋସ୍ (bezos)ଟଙ୍କା ସଞ୍ଚୟ କରିବାକୁ ପରାମର୍ଶ ଦେଇଛନ୍ତି। ନଗଦକୁ ସୁରକ୍ଷିତ ରଖିବା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଛୁଟିଦିନ ହେଉ କିମ୍ବା କୌଣସି ବିଶେଷ ଉତ୍ସବ ହେଉ, ବର୍ତ୍ତମାନ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହିବାକୁ ସେ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ଅର୍ଥନୀତି କ୍ଷେତ୍ରରେ ଖରାପ ପରିସ୍ଥିତିକୁ ନଜରରେ ରଖି ଆମେରିକୀୟ ପରିବାରମାନେ (American Family) ଫ୍ରିଜ୍, ନୂତନ କାର୍ ଏବଂ ଅନ୍ୟାନ୍ୟ ବଡ଼ ଜିନିଷ କିଣିବା ଠାରୁ ଦୂରେଇ ରହିବା ଉଚିତ୍ ବୋଲି ସେ କହିଛନ୍ତି।
Also Read: Zomato Layoff: ଚାକିରୀରୁ ଛଟେଇ କରିବାକୁ ଘୋଷଣା କଲା ଜୋମାଟୋ, ଜାଣନ୍ତୁ କେତେ କର୍ମଚାରୀ 'ବଳି' ପଡିବେ?
ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣ ଏହି ସମୟରେ ଏକ ବଡ ସ୍କ୍ରିନ ଟିଭି କିଣିବାକୁ ଯୋଜନା କରୁଛନ୍ତି, ତେବେ ତାହା ମଧ୍ୟ ବନ୍ଦ କରିଦିଅନ୍ତୁ । ସେ କହିଛନ୍ତି ଯେ ଆପଣଙ୍କ ପାଖରେ ବର୍ତ୍ତମାନ ଟଙ୍କା ଅଛି, ଏହାକୁ ଯତ୍ନର ସହ ରଖନ୍ତୁ। ଆଗାମୀ ସମୟରେ ଏହି ଟଙ୍କା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ସେ ଛୋଟ ବ୍ୟବସାୟୀମାନ (Business Man)ଙ୍କୁ ନୂତନ ଉତ୍ପାଦ କିଣିବା ଏବଂ ଷ୍ଟକ୍ (Stock) ପୂରଣ ନକରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
Also Read: Indian Economy: 'ଭାରତ ୨୦୫୦ ସୁଦ୍ଧା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ'
ଏଠାରେ ଆପଣଙ୍କୁ କହିରଖୁଛୁ ଯେ, କର୍ପୋରେଟ୍ (Corporate) ଏବଂ ଆଇଟି କ୍ଷେତ୍ରରେ (IT)ରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ହଜାର କର୍ମଚାରୀଙ୍କ ନିକଟରେ ଆମାଜନ ଚାକିରୀରୁ ବହିଷ୍କାର କରିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ କମ୍ପାନୀ ଭବିଷ୍ୟତରେ ଆହୁରି ଅନେକ ବଡ ପଦକ୍ଷେପ ନେଇପାରେ। ରିପୋର୍ଟରେ କୁହାଯାଇଛି ଯେ ଆମାଜନ ଡଟ୍ କମ୍ ଏପରି ଅନେକ ବ୍ୟବସାୟର ସମୀକ୍ଷା କରୁଛି ଯେଉଁଠାରୁ କିଛି ବଡ ରୋଜଗାର ହୋଇପାରୁନାହିଁ। ଏଥିରେ ଡିଭାଇସ୍ ୟୁନିଟ୍ ଏବଂ ଭଏସ୍ ଆସିଷ୍ଟାଣ୍ଟ ଆଲେକ୍ସା ଭଳି ଉତ୍ପାଦ ମଧ୍ୟ ଅନ୍ତର୍ଭୁକ୍ତ । ଏହା ବି ହୋଇପାରେ ଯେ, ଭବିଷ୍ୟତରେ କମ୍ପାନୀ ଏପରିକି ସେମାନଙ୍କୁ ମଧ୍ୟ ବନ୍ଦ କରି ଦେଇପାରେ । ବାସ୍ତବରେ, କମ୍ପାନୀ ଏଠାରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କୁ ଅନ୍ୟ ବିକଳ୍ପ ଖୋଜିବା ପାଇଁ ଆଗରୁ ନୋଟିସ ଜାରି କରିସାରିଛି।