Raksha bandhan Gift: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାର ଦେଲେ ବଡ଼ ଉପହାର, ମହିଳାଙ୍କ ପାଇଁ ବସ୍ ଭଡ଼ା ଫ୍ରୀ
Advertisement
Article Detail0/zeeodisha/odisha1837593

Raksha bandhan Gift: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାର ଦେଲେ ବଡ଼ ଉପହାର, ମହିଳାଙ୍କ ପାଇଁ ବସ୍ ଭଡ଼ା ଫ୍ରୀ

Raksha bandhan Gift: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାର ଦେଲେ ବଡ଼ ଉପହାର। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ(Raksha bandhan) ମହିଳାମାନଙ୍କ ପାଇଁ ବସ୍ ଭଡ଼ା ଫ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। 

Raksha bandhan Gift: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାର ଦେଲେ ବଡ଼ ଉପହାର, ମହିଳାଙ୍କ ପାଇଁ ବସ୍ ଭଡ଼ା ଫ୍ରୀ

Raksha bandhan Gift: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାର ଦେଲେ ବଡ଼ ଉପହାର। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ(Raksha bandhan) ମହିଳାମାନଙ୍କ ପାଇଁ ବସ୍ ଭଡ଼ା ଫ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାର ମହିଳାମାନଙ୍କ ପାଇଁ ଯାତାୟତର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।ଚଳିତ ବର୍ଷ ଗାଜିଆବାଦରୁ ୨୦୦ ବସ୍ ଚଳାଚଳ କରିବ। ଏହି ବସ୍ ସେବା ୬ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ଚଳାଚଳ କରିବ ଓ ମହିଳା ଯାତ୍ରୀ ମାଗଣାରେ ଏହି ବସ୍ ସେବାର ଲାଭ ଉଠାଇ ପାରିବେ । ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ପୁରା ଦେଶରେ ଧୁମଧାମରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହେବାକୁ ଯାଉଛି।

ଉତ୍ତରପ୍ରଦେଶ ସଡ଼କ ବିଭାଗ ପ୍ରବନ୍ଧ ନିର୍ଦ୍ଦେଶକ ଏନ୍. କେ. ବର୍ମା କହିଛନ୍ତି ପୂର୍ବରୁ ଚାଲୁଥିବା ଅନେକ ବସ୍ ର ଯାନ୍ତ୍ରିକ ତୃଟିକୁ ବ୍ୟବସ୍ଥିତ କରାଯାଉଛି। ଶ୍ରୀଯୁକ୍ତ ବର୍ମା କହିଛନ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ମହିଳାମାନେ ଯେପରି ବସ୍ ରେ ଛିଡା ହୋଇ କିମ୍ବା ଓହଳି ଯାତ୍ରା ନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ରାଜ୍ୟର କୌଶାମ୍ବୀ ବସ୍ ଡିପୋରୁ ୧୬୨ ବସ୍, ଗାଜିଆବାଦରୁ ୫୮, ସାହିବାବାଦରୁ ୧୮୦ ଅତିରିକ୍ତ ବସ୍ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯାଉଛି। ଏହା ବ୍ୟତିତ ବ୍ୟାକ ଅପରେ କିଛି ବସ୍ ମଧ୍ୟ ପ୍ରସ୍ତୁତ୍ କରି ରଖାଯାଉଛି ।

Also Read: Chandrayaan-3 Moon Landing LIVE Updates: ଇତିହାସ ଲେଖିବ ଚନ୍ଦ୍ରଯାନ-୩, ଦେଖନ୍ତୁ ଟିକିନିଖ ଖବର