Durga Puja Clash: କୀର୍ତ୍ତନ ସମୟରେ ହଙ୍ଗାମା, ଛୁରୀ ବୁଲାଇବା ସହ ମାଡ଼ ମାରିଲେ ଉପଦ୍ରବୀ
Advertisement

Durga Puja Clash: କୀର୍ତ୍ତନ ସମୟରେ ହଙ୍ଗାମା, ଛୁରୀ ବୁଲାଇବା ସହ ମାଡ଼ ମାରିଲେ ଉପଦ୍ରବୀ

Clash duruing Durga Puja: ଘଟଣାସ୍ଥଳରେ ଏକାଠି ହୋଇଥିବା ଲୋକଙ୍କ ଦ୍ୱାରା ଏହି ଘଟଣା ବାବଦରେ ଅଭିଯୋଗ ମଧ୍ୟ କରାଯାଇଛି। ଏନେଇ କୁହାଯାଇଛି ଯେ ଅନ୍ୟ ସମ୍ପ୍ରଦାୟର ଲୋକେ ଏଠାକୁ ଆସି ଦେବୀ ମାତାଙ୍କ ମୂର୍ତ୍ତି ଭାଙ୍ଗି ଦେବାକୁ ଚେଷ୍ଟା କରିଛନ୍ତି।

Durga Puja Clash: କୀର୍ତ୍ତନ ସମୟରେ ହଙ୍ଗାମା, ଛୁରୀ ବୁଲାଇବା ସହ ମାଡ଼ ମାରିଲେ ଉପଦ୍ରବୀ

Ghaziabad Clash: ନବରାତ୍ରୀ ଅବସରରେ କୀର୍ତ୍ତନ କରିବା ବେଳେ ସୃଷ୍ଟି ହୋଇଛି ହଙ୍ଗାମା। ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗତକାଲି ରାତିରେ ଜିଲ୍ଲାର ଟିଲା ମୋଡ଼ ଥାନା ଅଞ୍ଚଳର ପସୋଣ୍ଡା ଅଞ୍ଚଳରେ ଦୁର୍ଗାପୂଜା ଅବସରରେ ଦେବୀ ଆରାଧନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ହଙ୍ଗମା କରା ଯାଇଥିବାର ମାମଲା ସାମ୍ନାକୁ ଆସିଛି। ଏନେଇ ମିଳିଥିବା ଖବର ଅନୁସାରେ ପସୋଣ୍ଡା ଠାରେ ରହୁଥିବା ବିନୟ ଶାକ୍ୟଙ୍କ ଘରେ ନବରାତ୍ରୀ ଅବସରରେ ମାଆଙ୍କ କୀର୍ତ୍ତନ ଚାଲିଥିଲା ​​ଏବଂ ମହିଳା ଭକ୍ତ ତାଙ୍କ ଘରେ ପୂଜାର୍ଚ୍ଚନା କରୁଥିଲେ। 

ହେଲେ ପଡ଼ୋଶୀ ନିଜାମ ଅନସାରୀ ଏବଂ ତାଙ୍କ ପରିବାର ଲୋକ ପୂଜାର୍ଚ୍ଚନକୁ ବିରୋଧ କରିଥିଲେ। ବିବାଦ ବଢିବାରୁ ସେମାନେ ଛୁରୀ ଆଣି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।

Also Read: Hyderabad: ଦଶହରା ବେଳେ ଅଘଟଣ, ଦେବୀ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ ବୁର୍ଖା ପିନ୍ଧା ମହିଳା

ଏନେଇ କୁହାଯାଉଛି ଯେ ନିଜାମ ଅନସାରୀ ତାଙ୍କ ଘରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଉପସ୍ଥିତି ରହିଥିବା ଦର୍ଶାଇ କୀର୍ତ୍ତନ ବନ୍ଦ କରିବାକୁ କହିଥିଲେ। ହେଲେ ଯେତେବେଳେ ବିନୟ ଶାକ୍ୟ ତାଙ୍କ ମାଆଙ୍କ ଆରାଧନା ଏବଂ କୀର୍ତ୍ତନ ବନ୍ଦ କରିନଥିଲେ, ସେତେବେଳେ ଅନ୍ୟ ପକ୍ଷର ତାଙ୍କ ସହଯୋଗୀ  ପୂଜାର୍ଚ୍ଚନ କରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହି ଘଟଣାର ଭିଡ଼ିଓ ରେକର୍ଡିଂ କରିଥିଲେ।  ଯାହା ସୋସିଆଲ ମିଡିଆ ଜରିଆରେ ଖୁବ ଭାଇରାଲ ହୋଇଛି। 

ଭାଇରାଲ ଭିଡିଓ ରେ ଏହା ସ୍ପଷ୍ଟ ଭାବରେ ଦେଖା ଯାଇପାରେ ଯେ କିଛି ଯୁବକ ଛୁରୀ ବୁଲାଇବା ସହ ଲଢେଇ କରିବାକୁ ମାଡି଼ ଆସୁଛନ୍ତି। ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦେବୀ ଆରାଧନା ଚାଲିବା ବେଳେ  କିଛି ମହିଳା ଭକ୍ତି ଭାବରେ ଲୀନ ହୋଇ  ଭଜନ କୀର୍ତ୍ତନ କରିବା ସହ ନାଚୁଥିଲେ। ଏହା ପରେ ପଡିଶାରେ ରହୁଥିବା ଅନ୍ୟ ସମ୍ପ୍ରଦାୟର ଲୋକେ ଏଠାକୁ ଆସି ପ୍ରଥମେ ଏକ ପଙ୍ଖାକୁ ତଳେ ପକାଇ ଦେଇଥିଲେ। ଏହା ପରେ ସଙ୍ଗୀତ ପାଇଁ ଲଗା ଯାଇଥିବା ଡାକବାଜି ଯନ୍ତ୍ରକୁ ମଧ୍ୟ ତଳେ ପକାଇ ଦେଇଥିଲେ। ଏହା ପରେ ସେମାନେ  ଦେବୀଙ୍କ ମୂର୍ତ୍ତିକୁ ଗୋଇଠା  ମାରି ଏହାକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଥିଲେ। ହେଲେ ସେଠାରେ ଉପସ୍ଥିତ କିଛି ଲୋକେ ହଙ୍ଗାମା କରୁଥିବା ଉପଦ୍ରବୀଙ୍କୁ ଅଟକାଇ ଥିଲେ। ଏହା ପରେ ଅନ୍ୟ ଜଣେ ଯୁବକ ଦୁଇଟି ଛୁରୀ ଧରି ବାହାରକୁ ଆସିଲେ। ଯେତେବେଳେ ଛୋଟେଲାଲ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବଳେ ଅନ୍ୟ ଜଣେ ଉପଦ୍ରବୀ ତାଙ୍କୁ ଠେଲା ପେଲା କରିଥିଲେ।

Also Read: Vadodara: ଗଣେଶ ପୂଜା ବେଳେ ସାମ୍ପ୍ରଦାୟିକ ସଂଘର୍ଷ, ୧୩ ଅଟକ

ଘଟଣାସ୍ଥଳରେ ଏକାଠି ହୋଇଥିବା ଲୋକଙ୍କ ଦ୍ୱାରା ଏହି ଘଟଣା ବାବଦରେ ଅଭିଯୋଗ ମଧ୍ୟ କରାଯାଇଛି। ଏନେଇ କୁହାଯାଇଛି ଯେ ଅନ୍ୟ ସମ୍ପ୍ରଦାୟର ଲୋକେ ଏଠାକୁ ଆସି ଦେବୀ ମାତାଙ୍କ ମୂର୍ତ୍ତି ଭାଙ୍ଗି ଦେବାକୁ ଚେଷ୍ଟା କରିଛନ୍ତି। ଛୋଟ ଯାଦବ ଏବଂ ଅନ୍ୟମାନେ ଏହି ଘଟଣାରେ ଜଡ଼ିତ ଦ୍ୱିତୀୟ ଅଭିଯୁକ୍ତକୁ ଘଟଣାସ୍ଥଳରେ ଧରିନେଇ ପୋଲିସ ପ୍ରଶାସନକୁ ଘଟଣା ବାବଦରେ ଜଣାଇ ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ୭ ଅଭିଯୁକ୍ତଙ୍କୁ ଧରି ଥାନାରେ ପହଞ୍ଚି ଥିଲା। ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣ ଲୋକଙ୍କୁ ଗିରଫ କରିଛି।