Tunnel Rescue: ଡିପ୍ରେସନରୁ ବର୍ତ୍ତିବା ପାଇଁ ଟନେଲ ଭିତରେ କ'ଣ କରୁଥିଲେ ଶ୍ରମିକ, ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଖୋଲିଲେ ମୁହଁ
Advertisement
Article Detail0/zeeodisha/odisha1983760

Tunnel Rescue: ଡିପ୍ରେସନରୁ ବର୍ତ୍ତିବା ପାଇଁ ଟନେଲ ଭିତରେ କ'ଣ କରୁଥିଲେ ଶ୍ରମିକ, ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଖୋଲିଲେ ମୁହଁ

Tunnel Rescue: ସୂର୍ଯ୍ୟାଲୋକ ପାଇନଥିବାରୁ ମନରେ ଅନେକ ଖରାପ ଚିନ୍ତାଧାରା ଆସୁଥିଲା । ହେଲେ ଅବସାଦ ଓ ନକରାତ୍ମକ ଭାବନାରୁ ଦୂରେଇବାକୁ ଆମେ ସମସ୍ତେ ଯୋଗ କରିବା ସହ ସୁଡଙ୍ଗ ଭିତରେ ଯେତିକି ସ୍ଥାନ ଥିଲା ଆମେ ଏକ୍ସରସାଇଜ କରୁଥିଲୁ।

 

Tunnel Rescue: ଡିପ୍ରେସନରୁ ବର୍ତ୍ତିବା ପାଇଁ ଟନେଲ ଭିତରେ କ'ଣ କରୁଥିଲେ ଶ୍ରମିକ, ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଖୋଲିଲେ ମୁହଁ

Tunnel Rescue: ୧୭ଦିନର ଅପେକ୍ଷା ଶେଷରେ ଶେଷ ହୋଇଛି । ମଙ୍ଗଳବାର ସାରା ଦେଶ ଦେଖୁଥିଲା ଉତ୍ତରକାଶୀର ଟନେଲ ରେସ୍କ୍ୟୁ ଅପରେସନ। ଦୀର୍ଘ ୪୦୦ ଘଣ୍ଟାର ଅବିଶ୍ରାନ୍ତ ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ୪୧ ଶ୍ରମିକ । ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା। ୮ଟି ରାଜ୍ୟରୁ ଆସି କାମ କରିଥିବା ଶ୍ରମିକ ମାନେ ଦୀପାବଳି ଦିନ ସକାଳେ ରାତି ଡ୍ୟୁଟି ସାରିବା ପରେ ସୁଡଙ୍ଗ ଭିତରେ ଫଶିଯାଇଥିଲେ। ଆଉ ଏହା ପରେ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ଆରମ୍ଭ କରିଥିଲେ 'ଅପରେସନ ଜିନ୍ଦେଗୀ' । ଗତକାଲି ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲେ  ବି ଦିଲ୍ଲୀ ଏମସରେ ସେମାନଙ୍କ ଚିକିତ୍ସା କରାଯିବା ନେଇ ସୂଚନା ରହିଛି। 

ସେପଟେ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ଶ୍ରମିକଙ୍କ ସହ କଥା ହୋଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ସମୟରେ ଜଣେ ଶ୍ରମିକ ମୋଦିଙ୍କୁ ଯାହା କହିଥିଲେ ତାହା ସାରା ଦେଶକୁ ପ୍ରେରଣା ଦେବ ନିଶ୍ଚିତ । ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଦୁଇ ଜଣ ପୂରା ଶ୍ରମିକଙ୍କୁ ସାହାସ ଯୋଗାଉଥିଲେ । ସେ କହିଥିଲେ ଯେ, 'ଆମ ପାଖେ କିଛି କାମ ନଥିଲା, ସମୟ ସମୟରେ ଖାଦ୍ୟ, ପାନୀୟ ସହ ମେଡିସିନ୍ ମିଳୁଥିଲା । ହେଲେ ସେ କାମ ସରିବା ପରେ ଆମେ କଣ କରିବୁ ଭାବୁଥିଲୁ । ସୂର୍ଯ୍ୟାଲୋକ ପାଇନଥିବାରୁ ମନରେ ଅନେକ ଖରାପ ଚିନ୍ତାଧାରା ଆସୁଥିଲା । ହେଲେ ଅବସାଦ ଓ ନକରାତ୍ମକ ଭାବନାରୁ ଦୂରେଇବାକୁ ଆମେ ସମସ୍ତେ ଯୋଗ କରିବା ସହ ସୁଡଙ୍ଗ (Uttarkashi Tunnel) ଭିତରେ ଯେତିକି ସ୍ଥାନ ଥିଲା ଆମେ ଏକ୍ସରସାଇଜ କରୁଥିଲୁ। ସକାଳୁ ଉଠି ସୁଡଙ୍ଗ ଭିତରେ ଚାଲିବା ସହ ସନ୍ଧ୍ୟା ସମୟରେ ବି ଇଭନିଙ୍ଗ ୱାକ୍ କରୁଥିଲୁ'। ଯାହା ଶୁଣି ଖୁବ୍ ଖୁସି ହେବା ସହ ସାବାସୀ ଦେଇଥିଲେ ପ୍ରଧାନମନ୍ତ୍ରୀ। 

ଦୀର୍ଘ ୪୦୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରଥମେ ବାହାରିଥିବା ଶ୍ରମିକଙ୍କୁ ଆଲିଙ୍ଗନ ସହ ସାବାସୀ ଦେଇ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ(Pushkar Singh Dhami)। ମଙ୍ଗଳବାର ରାତି ସାଢେ ୮ଟା ସୁଦ୍ଧା ସମସ୍ତ ୪୧ ଶ୍ରମିକଙ୍କୁ ସୁଡଙ୍ଗ ଭିତରକୁ ବାହାରକୁ ଆଣାଯାଇ ସରିଥିଲା। ସେପଟେ ଉଦ୍ଧାର ହୋଇଥିବା ୪୧ ଶ୍ରମିକଙ୍କ ମଧ୍ୟରେ ରହିଥିଲେ ଓଡ଼ିଶାର ୫ ଜଣ ଶ୍ରମିକ। ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଥିଲେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ଗତ ୫ ଦିନ ହେଲା ମନ୍ତ୍ରୀ ସାରଦା ନାୟକ ଉତ୍ତରକାଶୀରେ ରହି ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ସେପଟେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ୫ ଶ୍ରମିକ ଘରେ ବା ଓଡ଼ିଶାରେ ପହଞ୍ଚିବେ ବୋଲି ସୂଚନା ରହିଛି। 

ଉତ୍ତରକାଶୀରେ ଓଡ଼ିଶାର ୫ ଶ୍ରମିକ(Odisha Labour) ହେଲେ ବାରିପଦାର ବିଶେଶ୍ୱର ନାୟକ, ବେଢାକୁଦର ଧିରେନ ନାୟକ, ଝରିଗାଁର ଭଗବାନ ଭତ୍ରା, କଲଡିହାର ରାଜୁ ନାୟକ, ଚାଳିଶଚେନ୍ ଗାଁର ତପନ ମଣ୍ଡଳ । ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର ହୋଇଥିବା ୫ ଶ୍ରମିକଙ୍କ ମଧ୍ୟରେ ଥିଲେ ୨ ଓଡ଼ିଆ । ଆଉ ଏହି ଖବର ମିଳିବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଥିଲା। ଦୀପାବଳି ସକାଳେ ସୁଡଙ୍ଗ ଭିତରେ ଫଶିଥିବା ଏହି ୫ ଓଡ଼ିଆ ଶ୍ରମିକଙ୍କ ଘରେ ସେଦିନ ଦୀପ ବାଣ ଜଳିନଥିଲା ସତ ହେଲେ ପୁଅ ସୁଡଙ୍ଗରୁ ଉଦ୍ଧାର ହେବା ପରେ ଗାଁରେ ବାଣ ଫୁଟାଇ ଉତ୍ସବ ପାଳନ କରାଯାଇଥିଲା।

Also Read: Indian To Space: ୪୦ ବର୍ଷ ପରେ ମହାକାଶ ଯିବେ ଭାରତୀୟ , ଇସ୍ରୋକୁ ଦାୟିତ୍ୱ ଦେଲା NASA

Also Read: Cyclone Update: ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !