KYC-Enabled Caller ID: ଆସୁଛି Truecaller ଭଳି ନୂଆ ସରକାରୀ ଆପ୍‌, TRAI ଆଣୁଛି ନୂଆ ସିଷ୍ଟମ
Advertisement
Article Detail0/zeeodisha/odisha1449764

KYC-Enabled Caller ID: ଆସୁଛି Truecaller ଭଳି ନୂଆ ସରକାରୀ ଆପ୍‌, TRAI ଆଣୁଛି ନୂଆ ସିଷ୍ଟମ

ଏବେ ଆଉ Truecaller ଦରକାର ନାହିଁ, ସରକାର ଆଣୁଛନ୍ତି ନୂଆ ସିଷ୍ଟମ, ଅଜଣା ନମ୍ବରରୁ କଲ ଆସିଲେ ତୁରନ୍ତ ଜାଣି ପାରିବେ। 

KYC-Enabled Caller ID: ଆସୁଛି Truecaller ଭଳି ନୂଆ ସରକାରୀ ଆପ୍‌, TRAI ଆଣୁଛି ନୂଆ ସିଷ୍ଟମ

KYC-Enabled Caller ID: ଆଉ ଦରକାର ନାହିଁ Truecaller। ଏଣିକି ଅଜଣା ନମ୍ବରରୁ କଲ ଆସିଲେ ଜଣାପଡ଼ିଯିବ ନାଁ। ଏଥିପାଇଁ ସରକାର ଆଣୁଛନ୍ତି ନୂଆ ନିୟମ। ଟେଲିକମ ପ୍ରାଧିକରଣ TRAI ପକ୍ଷରୁ ଏକ ନୂଆ ସିଷ୍ଟମ ଖୁବଶୀଘ୍ର ଲଞ୍ଚ୍‌ କରାଯାଉଛି, ଯାହା ଟ୍ରୁକଲର ଭଳି ଏକ Caller Identity System ଭଳି କାମ କରିବ। KYC ଭେରିଫିକେସନ ସହଯୋଗରେ ଏହି ସିଷ୍ଟମ କଲ୍‌ କରୁଥିବା ବ୍ୟକ୍ତିଙ୍କ ସଠିକ ପରିଚୟ ପ୍ରଦାନ କରିବ। ବଜାରକୁ ଏହି ସିଷ୍ଟମ ଆସିବା ପରେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବ Truecaller App। ୨୨୦ ମିଲିୟନରୁ ଅଧିକ ୟୁଜର ଥିବା ଭାରତରେ ଟ୍ରୁକଲରର ଏକ ପ୍ରକାରର ବେପାର ମାନ୍ଦା ହେବାନେଇ ଚର୍ଚ୍ଚା ହେଉଛି।

ଏହି ମିଡିଆ ସାକ୍ଷାତକାରରେ Telecom Regulatory Authority of India ର ଅଧ୍ୟକ୍ଷ PD Vaghela କହିଛନ୍ତି, "କଲର୍ ଆଡିଏଣ୍ଟିଟି ସିଷ୍ଟମ ନୂଆ ନିୟମ ବିଷୟରେ ସୂଚନା ଦେବ। ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ନିୟମ କାନୁନ ଢାଞ୍ଚାରେ ଏହାକୁ ବିକଶିତ କରାଯାଇଛି। ଏହାକୁ ୟୁଜର୍ସ ଅତି ସହଜରେ ବ୍ୟବହାର କରିପାରିବେ।" ତେବେ ଆଗାମୀ ତିନି ସପ୍ତାହ ମଧ୍ୟରେ ଏହି ସିଷ୍ଟମକୁ ଲଞ୍ଚ କରାଯିବା ନେଇ ବିଭିନ୍ନ ମିଡିଆରେ ପ୍ରକାଶ ପାଉଛି।

Also Read: 108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା

ଗତ ମଇ ମାସରେ ବାଘେଲ ଏହାକୁ ନେଇ ସୂଚନା ଦେଇଥିଲେ , “ବର୍ତ୍ତମାନ ଆମେ କେବଳ ରେଫରେନ୍ସ ପାଇଛୁ ଏବଂ ଆମେ ଖୁବଶୀଘ୍ର ଏହା ଉପରେ କାମ କରିବା ଆରମ୍ଭ କରିବୁ। ଯେତେବେଳେ କେହି କଲ୍ କରିବେ, ତାଙ୍କ ସିମ୍‌ କିଣିବା ବେଳେ KYC ଆଧାରିତ ନାମ ମୋବାଇଲ୍ ସ୍କ୍ରିନରେ ଦେଖାଯିବ। ଏବେ ଟେଲିକମ ବିଭାଗର ଗ୍ରୀନ ସିଗନାଲ ପରେ TRAI ଏହି ସିଷ୍ଟମ ଉପରେ କାମ କରିବା ଆରମ୍ଭ କରିଦେଇଛି।"

Also Read: Inflation 2022: ଜାଣନ୍ତୁ ମୁଦ୍ରାସ୍ଫିତି ଅନୁସାରେ କେଉଁ ରାଜ୍ୟ ଲାଭରେ, କିଏ ସହୁଛି କ୍ଷତି

TRAI ଏହି ସିଷ୍ଟମ ଲଞ୍ଚ ହେବା ପରେ ଭାରତରେ ଟ୍ରୁକଲରକୁ ଏକ ଶକ୍ତ ଝଟକା ଲାଗିବ। ୨୨୦ ମିଲିୟନରୁ ଅଧିକ ୟୁଜର୍ସ ସହିତ ଟ୍ରୁକଲର ପାଇଁ ଭାରତ ହେଉଛି ଏକ ବଡ଼ ମାର୍କେଟ। ସରକାରଙ୍କ ଯଦି ଏହି କଲର୍ ଆଡିଏଣ୍ଟିଟି ସିଷ୍ଟମ ଲଞ୍ଚ୍‌ କରନ୍ତି ତେବେ ଟ୍ରୁକଲର ଏକ ପ୍ରକାର ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ହେଉଛି।