Happy Birthday PM: ନିଜ ଜନ୍ମଦିନରେ କ’ଣ କରିବେ ପ୍ରଧାନମନ୍ତ୍ରୀ, ପଢ଼ନ୍ତୁ ପୁରା ଷ୍ଟୋରୀ..
Advertisement

Happy Birthday PM: ନିଜ ଜନ୍ମଦିନରେ କ’ଣ କରିବେ ପ୍ରଧାନମନ୍ତ୍ରୀ, ପଢ଼ନ୍ତୁ ପୁରା ଷ୍ଟୋରୀ..

Birthday of PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ। ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ(PM Narendra Modi) ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଲୋକେ । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର(Gujurat) ୱଡନଗରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

Happy Birthday PM: ନିଜ ଜନ୍ମଦିନରେ କ’ଣ କରିବେ ପ୍ରଧାନମନ୍ତ୍ରୀ, ପଢ଼ନ୍ତୁ ପୁରା ଷ୍ଟୋରୀ..

Birthday of PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ। ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ(PM Narendra Modi) ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଲୋକେ । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର(Gujurat) ୱଡନଗରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଜେପି ।

ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛାର(Birthday wish) ସୁଅ । ଅନେକ ବିଦେଶୀ ନେତା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା(BJP Leader) ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ଶାସିତ ଅଂଚଳରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ(President Draupadi Murmu) ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି ଯେ, ‘ଆପଣ ନିଜର ଦୃଢ଼ ନେତୃତ୍ୱ ଓ ଦୂର ଦୃଷ୍ଟି ବଳରେ ଏହି ଅମୃତ କାଳରେ ଭାରତର ବିକାଶଧାରାକୁ ଆହୁରି ପ୍ରଶସ୍ତ କରନ୍ତୁ। ମୋର ପ୍ରାର୍ଥନା ଯେ, ଆପଣ ସବୁବେଳେ ସୁସ୍ଥ ଏବଂ ଖୁସିରେ ରହି ଦେଶବାସୀଙ୍କୁ ଆପଣଙ୍କ ନେତୃତ୍ୱର ଲାଭ ଉଠାଇବାକୁ ଦିଅନ୍ତୁ।

ତେବେ ଆଜି ନିଜ ଜନ୍ମଦିନରେ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀର ଦ୍ୱାରକାଠାରେ 'ଯଶୋଭୂମି' ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଆଇଆଇସିସି) ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଦ୍ୱାରକା ସେକ୍ଟର -୨୧ କୁ ନୂତନ ଭାବେ ନିର୍ମିତ ମେଟ୍ରୋ ଷ୍ଟେସନ ସହିତ ସଂଯୋଗ କରୁଥିବା ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନର ଉଦଘାଟନ କରିବା ନେଇ ମଧ୍ୟ ଯୋଜନା ରହିଛି। ନିଜ ଜନ୍ମ ଦିନରେ ଏହିପରି ଅନେକ ଜନ ମଙ୍ଗଳ କାର୍ଯ୍ୟ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Also Read: ଏକା କରି ଚାଲିଗଲେ ଭଉଣୀ, ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ