Telangana: ରାଜଭବନରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ, ଆସିଲେନି ମୁଖ୍ୟମନ୍ତ୍ରୀ କେସିଆର
Advertisement

Telangana: ରାଜଭବନରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ, ଆସିଲେନି ମୁଖ୍ୟମନ୍ତ୍ରୀ କେସିଆର

Republic Day Celebration At Telengna Governor House: କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ହାଇଦ୍ରାବାଦ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜାତୀୟ ଦିବସର ଅଂଶ ଭାବରେ ଏକ ଆନୁଷ୍ଠାନିକ ପ୍ୟାରେଡ ଆୟୋଜିତ କରିବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। 

Telangana: ରାଜଭବନରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ, ଆସିଲେନି ମୁଖ୍ୟମନ୍ତ୍ରୀ କେସିଆର

Republic Day 2023 Celebrations At Telangana Raj Bhavan: ଚଳିତ ବର୍ଷ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ୭୪ତମ ସାଧାରଣତନ୍ତ୍ର ଦିବସ। ହେଲେ ଦିବସ ପାଳନ ତେଲେଙ୍ଗାନାରେ ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ଏବଂ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ବଢୁଥିବା ପାର୍ଥକ୍ୟ ତେଲେଙ୍ଗାନା ରାଜ ଭବନ ଠାରେ ଆୟୋଜିତ ହୋଇଥିବା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଳନ ଉପରେ ପଡ଼ିଛି। ରାଜ ଭବନରେ ଆୟୋଜିତ ହୋଇଥିବା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ କେସିଆର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ତାଙ୍କ ସରକାରୀ ବାସଭବନ ପ୍ରଗତି ଭବନ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ହାଇଦ୍ରାବାଦ ହାଇକୋର୍ଟ (Hyderabad High Court) ନିର୍ଦ୍ଦେଶ ଅନୁଯାୟୀ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ (Telangana Governor Tamilisai Soundararajan) ୭୪ତମ ସାଧାରଣତନ୍ତ୍ର ଦିବସ (Republic Day 2023) ଅବସରରେ ଆନୁଷ୍ଠାନିକ ପରେଡ ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳଙ୍କୁ ତେଲେଙ୍ଗାନା ପୋଲିସ ସ୍ୱତନ୍ତ୍ର ବଳ (Telangana Police Special Force) ଅଭିବାଦନ ଜଣାଇଛି। ରାଜ ଭବନ (Telangana Raj Bhavan) ପରିସରରେ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପ୍ୟାରେଡ କାର୍ଯ୍ୟକ୍ରମରେ ତେଲେଙ୍ଗାନା ପୋଲିସ (Telangana Police) ବାହିନୀର ତିନି ପ୍ଲାଟୁନ୍ ଫୋର୍ସ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କ ବ୍ୟତୀତ ରାଜ୍ୟ ମୁଖ୍ୟ ସଚିବ ଶାନ୍ତି କୁମାରୀ (Telangana Chief Secretary Shanti Kumari), ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର (Telangana Police DG Anjani Kumar) ପ୍ରମୁଖ ଉପସ୍ଥିତ ଥିଲେ। ଲଗାତର ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନା ରାଜଭବନରେ (Telangana Governor House) ପୃଥକ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ହାଇଦ୍ରାବାଦ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜାତୀୟ ଦିବସର ଅଂଶ ଭାବରେ ଏକ ଆନୁଷ୍ଠାନିକ ପ୍ୟାରେଡ ଆୟୋଜିତ କରିବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ୟାରେଡ କେଉଁଠାରେ ଅନୁଷ୍ଠିତ ହେବ ସେହି ସ୍ଥାନ ଚୟନ କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ  ଛାଡି ଦେଇଥିଲେ ହାଇକୋର୍ଟ। ସାଧାରଣତନ୍ତ୍ର ଦିବସ ଅବସରରେ ପ୍ୟାରେଡ ନକରିବାକୁ ତେଲେଙ୍ଗାନା ସରକାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଜଣେ ନାଗରିକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ହାଇଦ୍ରାବାଦ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।