ମାଆ ହେଲେ ବୋଲି ଚାକିରୀରୁ ବିଦା ହେଲେ ଶିକ୍ଷୟିତ୍ରୀ, ଜାଣନ୍ତୁ କ’ଣ ରହିଥିଲା କାରଣ?
Advertisement
Article Detail0/zeeodisha/odisha1733379

ମାଆ ହେଲେ ବୋଲି ଚାକିରୀରୁ ବିଦା ହେଲେ ଶିକ୍ଷୟିତ୍ରୀ, ଜାଣନ୍ତୁ କ’ଣ ରହିଥିଲା କାରଣ?

Madhya Pradesh: ଭାରତରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏନେଇ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏଯାତ୍ କୌଣସି ସୁଫଳ ମିଳିପାରି ନାହିଁ। ଇତି ମଧ୍ୟରେ ମଧ୍ୟପ୍ରଦେଶରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ମାଆ ହେଲେ ବୋଲି ଚାକିରୀରୁ ବିଦା ହେଲେ ଶିକ୍ଷୟିତ୍ରୀ, ଜାଣନ୍ତୁ କ’ଣ ରହିଥିଲା କାରଣ?

Madhya Pradesh Teacher suspended: ଭାରତରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ନିକଟରେ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାବେ ପରିଚିତ ଚୀନକୁ ମଧ୍ୟ ଆମ ଦେଶ ଟପି ଯାଇଛି। ତେବେ ଏନେଇ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏଯାତ୍ କୌଣସି ସୁଫଳ ମିଳିପାରି ନାହିଁ। ଇତି ମଧ୍ୟରେ ମଧ୍ୟପ୍ରଦେଶରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ଲାଗୁ ହୋଇଥିବା ୨ଟି ସନ୍ତାନ ପଲିସି (Two child policy) ପାଇଁ ଜଣେ ମହିଳାଙ୍କୁ ନିଜ ଚାକିରୀ ହରାଇବାକୁ ପଡିଛି। ମହିଳାଙ୍କର ତୃତୀୟ ସନ୍ତାନ ଜନ୍ମ ହେବାରୁ ତାଙ୍କୁ ଏହିଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଛି।

ମଧ୍ୟପ୍ରଦେଶ (Madhya Pradesh) ବଡୋ଼ଦର ବାସିନ୍ଦା ଅଟନ୍ତି ରେହମତ ବନୋ । ରେହମତ ଆଗର ମାଲୱା ଜିଲ୍ଲାର ବଜାନଗରୀ ସ୍ଥିତ ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ରସାୟନ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତୃତୀୟ ସନ୍ତାନ ଜନ୍ମ ହେବା ପରେ ତାଙ୍କୁ ଚାକିରୀରୁ ସରକାର ବରଖାସ୍ତ କରିଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଚାକିରୀ ଯିବା ପରେ ଶିକ୍ଷୟିତ୍ରୀ ଜଣଙ୍କ ଏହାକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ରେହମତ ବନୋଙ୍କ କହିବାଅନୁଯାୟୀ, ୨୦୦୦ ମସିହାରେ ତାଙ୍କର ପ୍ରଥମ ସନ୍ତାନ ରହନୁମା ଜନ୍ମ ହୋଇଥିବା ବେଳେ ୨୦୦୬ ମସିହାରେ ପୁଅ ମୁସାହିଦ ଓ ୨୦୦୯ ମସିହାରେ ଆଉ ଏକ ପୁଅ ମୁସ୍‌ରଫ ଜନ୍ମ ହୋଇଥିଲା । ୨୦୦୩ ମସିହାରେ ବର୍ଗ-୨ ଚୁକ୍ତିନାମା ଅନୁସାରେ ସେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଶିକ୍ଷକ ଚାକିରୀ ପାଇଥିଲେ। ଏହି ଆଇନ ବିଷୟରେ ସେ ଜାଣିଥିଲେ ମଧ୍ୟ ଗର୍ଭପାତରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତର ତାଙ୍କୁ ଗର୍ଭପାତ କରିବାକୁ ବାରଣ କରିଥିଲେ । ଫଳରେ ରେହମତ ତୃତୀୟ ସନ୍ତାନ ଜନ୍ମ ଦେଇଥିଲେ। ତେବେ ଶିକ୍ଷୟିତ୍ରୀଙ୍କ ତୃତୀୟ ସନ୍ତାନ ଥିବା ନେଇ ୨୦୨୦ ମସିହାରେ ମଧ୍ୟପ୍ରଦେଶ ଶିକ୍ଷକ କଂଗ୍ରେସ ସଂଘର ସଭାପତି ଶ୍ୟାମ ସିଂହ ପାୱାର ଆଗର ମାଲୱା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଏହାପରେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଚାକିରୀ ହରାଇବାକୁ ପଡିଛି। ଏହା ଏକ ଷଡଯନ୍ତ୍ର ବୋଲି ଦର୍ଶାଇ ସେ କୋର୍ଟର (Madhya Pradesh court) ଦ୍ୱାରସ୍ଥ ହୋଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଯେ, ତାଙ୍କ ପରି ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ବହୁ ସରକାରୀ କର୍ମଚାରୀଙ୍କର ୩ଟି ସନ୍ତାନ ରହିଛି। କିନ୍ତୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ତେବେ ଏହି ଘଟଣାକୁ ନେଇ ଆଇନଜୀବୀ ଅନୀଲ ଗର୍ଗଙ୍କ କହିଛନ୍ତି, କୌଣସି ସରକାରୀ କର୍ମଚାରୀଙ୍କର ୩ଟି ସନ୍ତାନ ଥିଲେ ତାଙ୍କୁ ଚାକିରୀରୁ ବହିଷ୍କାର ନ କରି ତାଙ୍କ ଦରମା ବୃଦ୍ଧି ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶ କୋର୍ଟ (Madhya Pradesh court) ୨୦୧୯ ମସିହାରେ ମତ ଦେଇଥିଲେ। ତେବେ ସରକାରୀ ନିୟମ ଅନୁସାରେ ରେହମତଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଅପରପକ୍ଷରେ ତୃତୀୟ ସନ୍ତାନ ତାଙ୍କ ଗର୍ଭରେ ଥିବା ସମୟରେ ରେହମତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ତାଙ୍କ ପାଖରେ ଥିବା ମେଡିକାଲ ଦସ୍ତାବିଜରୁ ପ୍ରମାଣିତ ହେଉଛି ବୋଲି ସେ ମତ ଦେଇଛନ୍ତି ।

Also Read-ସାବାସ ପୁଅ! ପ୍ରେମିକା ନୁହେଁ ମାଆଙ୍କ ଲାଗି ତାଜମହଲ ତିଆରି କଲେ ଏହି ବ୍ୟକ୍ତି, ଦେଖନ୍ତୁ ଫଟୋ

ମଧ୍ୟପ୍ରଦେଶରେ (Madhya Pradesh) ଏହି ଆଇନ ୨୦୦୦ ମସିହାରୁ ଲାଗୁ ହୋଇଥିଲା। ଏହି ଆଇନକୁ ନେଇ ଏବେ ମଧ୍ୟ ଅନେକ ତର୍କ ବିତର୍କ ଲାଗି ରହିଛି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଶେଷ କରି ଗ୍ରାମାଞ୍ଚଳ ଗୁଡିକରେ ପରିବାର ନିୟୋଜନ ଯୋଜନା ଗୁଡିକୁ ଆନ୍ତରିକତାର ସହିତ ଗ୍ରହଣ କରାଯାଇ ପାରିନାହିଁ। ଏପରି ସମୟରେ ସମସ୍ତ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ଜରୁରୀ ହୋଇପଡିଛି।