Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2114687

Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ

Road Accident: ମୃତ ଶିଶୁଟି ହେଉଛି ପୂଜା ଓ କରଣଙ୍କ ଝିଅ। ସୂଚନାନୁଯାୟୀ, ଏହି ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ରାଜପଥରେ ଭୀଷଣ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା।

 

Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ

Bikaner Road Accident: ରାଜସ୍ଥାନ ବିକାନେର ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ନୋଖା ପୋଲିସ ଷ୍ଟେସନ ଅଞ୍ଚଳରେ ଭାରତମାଳା ଏକ୍ସପ୍ରେସୱେରେ ଥିବା ନୌରଙ୍ଗସେଦର-ରସିସର ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସକାଳେ ରସିସର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ସମସ୍ତ ମୃତ ବ୍ୟକ୍ତି ଗୁଜୁରାଟର ବାସିନ୍ଦା ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଅଧୀକ୍ଷକ ତେଜସ୍ୱିନୀ ଗୌତମ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଟ୍ରକ ଏବଂ ସ୍କର୍ପିଓ (Road Accident) ମଧ୍ୟରେ ଧକ୍କାରେ ସେଥିରେ ଥିବା ୫ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ମୃତକଙ୍କ ମୃତଦେହକୁ ନୋହା ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କଳା ରଙ୍ଗର ସ୍କର୍ପିଓ ଗାଡ଼ିଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଶ୍ରୀଗଙ୍ଗାନଗରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଉକ୍ତ କଳାରଙ୍ଗର ସ୍କର୍ପିଓ କାର୍‌ରେ ଗୁଜରାଟର କଚ୍ଚ୍ (Gujurat) ଅଞ୍ଚଳର ଉକ୍ତ ଲୋକମାନେ ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରାଜପଥରେ ଏହି କାର୍ ଟି ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲା। 

ଦେଖନ୍ତୁ Video

 

ସବୁଠାରୁ ଦୁଃଖଦ କଥା ହେଲା, ମୃତ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ହେଉଛନ୍ତି ଗୋଟିଏ ପରିବାରର ଏବଂ ସମସ୍ତେ ପେଶାରେ ଡାକ୍ତର (Doctor Job)। ‌ସେମାନେ ହେଲେ ଡାକ୍ତର ପ୍ରତୀକ, ତାଙ୍କ ସ୍ତ୍ରୀ ଡାକ୍ତର ହେତଲ୍‌, ଡାକ୍ତର ପୂଜା ଓ ତାଙ୍କ ସ୍ବାମୀ ଡାକ୍ତର କରଣ । ମୃତକଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ କନ୍ୟାଟି ରହିଛି। ମୃତ ଶିଶୁଟି ହେଉଛି ପୂଜା ଓ କରଣଙ୍କ ଝିଅ। ସୂଚନାନୁଯାୟୀ, ଏହି ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ରାଜପଥରେ ଭୀଷଣ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା।

ଦୁର୍ଘଟଣା ବାବଦରେ ଖବର ପାଇ ପୋଲିସ ସୁପରିଟେଣ୍ଡେଣ୍ଟ ତେଜସ୍ବୀନି ଗୌତମ ଓ ଅତିରିକ୍ତ ପୋଲିସ ସୁପରିଟେଣ୍ଡେଣ୍ଟ ଡକ୍ଟର୍‌ ପ୍ୟାରେଲାଲ୍‌ ଶିବରନ ଘଟଣାସ୍ଥଳକୁ ଯାଇ ଉଦ୍ଧାର ଅଭିଯାନ ତଦାରଖ କରିଥିଲେ। ମୃତ ବ୍ୟକ୍ତିମାନଙ୍କର ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ କରାଇବା ଲାଗି ନୋଖା ସିଭିଲ୍‌ ହସ୍ପିଟାଲ୍‌କୁ ପଠାଯିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିବା କହିଛନ୍ତି ପୋଲିସ ସୁପରିଟେଣ୍ଡେଣ୍ଟ। ପୋଲିସର  କହିବାକଥା,ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ସମବେଦନା। ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ତା’ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: Bus Accident: ପାଣିକୋଇଲିରେ କ୍ଷୀରଚୋରା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ, ୨୫ ରୁ ଅଧିକ ଆହତ

Also Read: Shocking News: ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବା ଘଟଣା, ମା'ର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ