Maternal Mortality Rate: ଜାଣନ୍ତୁ କେମିତି କମିଲା ଦେଶରେ ମାତୃ ମୃତ୍ୟୁ ହାର, ମୋଦି କହିଲେ ଷ୍ଟ୍ରାଟେଜି !
Advertisement
Article Detail0/zeeodisha/odisha1467619

Maternal Mortality Rate: ଜାଣନ୍ତୁ କେମିତି କମିଲା ଦେଶରେ ମାତୃ ମୃତ୍ୟୁ ହାର, ମୋଦି କହିଲେ ଷ୍ଟ୍ରାଟେଜି !

Maternal Mortality Rate News: ଆମଦେଶରେ ଏବେ ଆମ ମା' ମାନେ ସୁରକ୍ଷିତ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ମଧ୍ୟରେ ୨୦୩୦ ପର୍ଯ୍ୟନ୍ତ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷେରେ ୭୦ କୁ ହ୍ରାସ ପାଇବା ନେଇ ଆଶା କରାଯାଉଛି। ଆଉ ଏହାକୁ ହାସଲ କରିବାକୁ ଏବେ ଠାରୁ ଲକ୍ଷ୍ୟ ରଖାଯାଇଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Maternal Mortality Rate: ଜାଣନ୍ତୁ କେମିତି କମିଲା ଦେଶରେ ମାତୃ ମୃତ୍ୟୁ ହାର, ମୋଦି କହିଲେ ଷ୍ଟ୍ରାଟେଜି !

Maternal Mortality Rate: ଭାରତରେ ବଢୁଥିବା ମାତୃ ମୃତ୍ୟୁ ହାର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ପୂର୍ବାପେକ୍ଷା ଦେଶରେ ମାତୃ ମୃତ୍ୟୁହାର କମିବାରେ ଲାଗିଛି । ଯଦି ପୂର୍ବ ଅନୁପାତକୁ ତୂଳନା କରାଯାଏ ବର୍ଷ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ପ୍ରସବ ସମୟରେ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷେ ପିଛା ୧୩୦ ଥିଲା ଯ ତେବେ ତାହା ବର୍ତ୍ତମାନ ହ୍ରାସ ପାଇ ବର୍ଷ ୨୦୧୮-୨୦ ମସିହାରେ ୯୭ ଟି ମାମଲା ରହିଛି। ଏହାସହ ଦେଶରେ ଯେଉଁଠାରେ ମାତୃ ମୃତ୍ୟୁହାର ୨୬ ପ୍ରତିଶତ ହ୍ରାସ ନେଇ ରେକର୍ଡ ରଖାଯାଇଛି । ସେହିପରି ୮ଟି ରାଜ୍ୟରେ ମାତୃ ମୃତ୍ୟୁହାର ପ୍ରତି ଲକ୍ଷରେ ୭୦ ରୁ ବି କମ କେସ ରୁଜୁ କରାଯାଇଛି। 

ଆପଣ ଜାଣନ୍ତି କି କ'ଣ ଏହି ମାତୃ ମୃତ୍ୟୁହାର
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ମାତୃ ମୃତ୍ୟୁହାର ମହିଳାଙ୍କ ଗର୍ଭାବସ୍ଥା (Pregnancy) ସମୟରେ ନଚେତ ପ୍ରସବର ସମାପ୍ତି ପରେ ୪୨ ଦିନ ଭିତରେ ହୋଇଥିବା ମୃତ୍ୟୁର ରେଟ୍ କୁ ବୁଝାଇଥାଏ । ଭାରତର ରେଜିଷ୍ଟାର ଜେନେରାଲ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଶେଷ ବୁଲେଟିନ ଜରିଆରେ ମାତୃ ମୃତ୍ୟୁହାର ବା (MMR) ୨୦୧୪ ରୁ ୨୦୧୬ ମଧ୍ୟରେ ପ୍ରତି ଲକ୍ଷେରେ ୧୩୦ ରୁ ହ୍ରାସ ପାଇ ୨୦୧୮-୨୦ ମଧ୍ୟରେ ପ୍ରତି ଲକ୍ଷେରେ ୯୭ ମାମଲା ରେକର୍ଡ ହୋଇଛି। ଆଉ ଏହି ବିଜ୍ଞପ୍ତି ବର୍ଷ ୨୦୧୮ ରୁ ୨୦୨୦ ଅବଧି ମଧ୍ୟରେ ହୋଇଥିବା ମାତୃ ମୃତ୍ୟୁହାରର ହ୍ରାସକୁ ବୁଝାଉଛି । 

Also Read:NASA: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ବାଜିଲା ସତର୍କ ଘଣ୍ଟି, ୨୦୫୦ ପର୍ଯ୍ୟନ୍ତ ବୁଡ଼ିଯିବ ଦେଶର ଏହି ସହର!

ସେହିପରି ଦେଶରେ ସ୍ୱାସ୍ଥ୍ୟ ସେବାକୁ ନେଇ ବଦଳୁଥିବା ପରିସ୍ଥିତିକୁ ନେଇ ଅନୁମାନ ଲଗାଯାଇପାରିବ କି ଏହି ପ୍ରତିଶତ ଆଗକୁ ଆହୁରି କମିବାକୁ ଯାଉଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି (National Health Policy) ମଧ୍ୟରେ ୨୦୩୦ ପର୍ଯ୍ୟନ୍ତ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷେରେ ୭୦ କୁ ହ୍ରାସ ପାଇବା ନେଇ ଆଶା କରାଯାଉଛି। ଆଉ ଏହାକୁ ହାସଲ କରିବାକୁ ଏବେ ଠାରୁ ଲକ୍ଷ୍ୟ ରଖାଯାଇଛି। ହେଲେ ଯେଉଁ ୮ଟି ରାଜ୍ୟରେ ମାତୃ ମୃତ୍ୟୁହାର ପ୍ରତି ଲକ୍ଷେରେ ୭୦ ରୁ ବି କମ୍ ମାମଲା କରାଯାଇଛି ଏହି ରାଜ୍ୟକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏଥିରେ କେରଳ (୧୯), ମହାରାଷ୍ଟ୍ର (୩୩), ତେଲେଙ୍ଗାନା (୪୩), ଆନ୍ଧ୍ରପ୍ରଦେଶ (୪୫), ତାମିଲନାଡୁ(୫୪), ଝାଡଖଣ୍ଡ (୫୬), ଗୁଜରାଟ (୫୭) ଓ କର୍ଣ୍ଣାଟକରେ (୬୯)ଟି ମାମଲା ସାମିଲ ଅଛି। ପୂର୍ବରୁ ଏହି ତାଲିକାରେ ୬ଟି ରାଜ୍ୟ ଥିଲା ସ୍ଥିତିରେ ସୁଧାର ଆସି ଏବେ ତାହା ୮ ନମ୍ବରରେ ପହଞ୍ଚିଛି। 

Also Read: Osama Bin Laden: 'ମୋତେ ଆତଙ୍କବାଦୀ କରିବାକୁ ଚାହୁଁଥିଲେ ମୋର ପିତା, କୁକୁର ଉପରେ କରୁଥିଲେ ରାସାୟନିକ ପରୀକ୍ଷଣ'

ସେହିପରି ରାଜ୍ୟ ଆସାମରେ ମାତୃମୃତ୍ୟୁ ହାର ( Maternal Mortality Rate) ଅଧିକ ରହିଛି । ଏଠାରେ ପ୍ରତି ଲକ୍ଷେ ରେ ୧୯୫ କେସ୍ ରହିଛି । ଏହା ବାଦ୍ ରହିଛି ମଧ୍ୟ ପ୍ରଦେଶ , କେସ ରହିଛି ୧୭୩ । ସେହିପରି ଉତ୍ତର ପ୍ରଦେଶ ରାଜ୍ୟର ସଂଖ୍ୟା ରହିଛି ୧୬୭ । ପରିସଂଖ୍ୟାନରୁ ଜଣାପଡିଛି ଯେ, ସବୁଠାରୁ କେରଳ ରାଜ୍ୟରେ ଏମଏମଆର ବା ମାତୃ ମୃତ୍ୟୁହାର ସବୁଠାରୁ କମ ଅର୍ଥାତ ମାତ୍ର ୧୯ ରହିଛି। ଏହାବାଦ୍ ମହାରାଷ୍ଟ୍ରରେ ୩୩ ଓ ତେଲେଙ୍ଗାନାରେ ହାର ୪୩ ରହିଛି। 

Also Read: JNU campus: ପୁଣି ଦେଶର ଗର୍ବ ଓ ଗୌରବର ପ୍ରତୀକରେ ଲାଗିଲା କଳଙ୍କ, ଏଥର ଟାର୍ଗେଟରେ ବ୍ରାହ୍ମଣ

PM ମୋଦି ଟ୍ୱିଟ କରି କଲେ ଖୁସିବ୍ୟକ୍ତ 
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟାଙ୍କ ଟ୍ୱିଟରେ ପ୍ରତିକ୍ରିୟା ରଖିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଟ୍ୱିଟ କରି କହିଛନ୍ତି ଯେ, ଏହା ବହୁତ ଏକ ଉତ୍ସାହଜନକ ଖବର ଓ ପ୍ରବୃତ୍ତି। ଏପରି ପରିବର୍ତ୍ତନ କୁ ଦେଖି ଆଜି ସବୁ ମା ଙ୍କ ସହ ପୁରା ଦେଶ ଖୁସି ବ୍ୟକ୍ତ କରୁଛି। ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ କରିବାକୁ ଆମର ସଂକଳ୍ପ ଏହାଦ୍ୱାରା ଆହୁରି ମଜଭୁତ ହେବାକୁ ଯାଉଛି।