Rahul Gandhi: ମାମୁଁଙ୍କ ହାତଧରି ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ Miraya Vadra
Advertisement
Article Detail0/zeeodisha/odisha1482759

Rahul Gandhi: ମାମୁଁଙ୍କ ହାତଧରି ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ Miraya Vadra

Bharat Jodo Yatra: ଇନ୍ଦରଗଡର ବୁନ୍ଦି ବ୍ଲକରେ କଂଗ୍ରେସ ଅଧ୍ୟକ୍ଷ ଅଜୟ ଶର୍ମା କହିଛନ୍ତି ଯେ, ଆଜି ସକାଳେ ଯେବେ ଏହି ଯାତ୍ରାର ଆରମ୍ଭ ହୋଇଥିଲା ସେତେବେଳେ ପାଞ୍ଚ ହଜାରରୁ ଅଧିକ ମହିଳା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏହି ପଦଯାତ୍ରାର ଆରମ୍ଭ କରିଥିଲେ। ତେବେ ଧିରେ ଧିରେ ଏହି ସଂଖ୍ୟା ବଢିଚାଲିଥିଲା।

Rahul Gandhi: ମାମୁଁଙ୍କ ହାତଧରି ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ Miraya Vadra

Rahul Gandhi: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜି ରାଜସ୍ଥାନ ବୁନ୍ଦି ଜିଲ୍ଲାରୁ ପୁଣିଥରେ ଆରମ୍ଭ ହୋଇଛି। ଆଜି କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ କେବଳ ମହିଳା ମାନେ ହିଁ ଚାଲୁଥିଲେ । ଏହାକୁ ନାରୀ ଶକ୍ତି ପଦଯାତ୍ରା ର ନାମ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ଝିଅ ହେଉଛନ୍ତି ମିରାୟା ଭଦ୍ରା । ମିରାୟା ଭଦ୍ରା ଆଜି ନିଜ ମାମୁଁ ରାହୁଲଙ୍କ ହାତ ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ। ଏଠାରେ କହିରଖୁଛୁ ଯେ, ରବର୍ଟ ଓ ପ୍ରିୟଙ୍କାଙ୍କ ଦୁଇଟି ସନ୍ତାନ ଅଛନ୍ତି। ମିରାୟାଙ୍କ ଠାରୁ ରୈହାନ ବଡ। ଦୁଇ ଜଣଙ୍କ ଭିତରେ କେବଳ ବର୍ଷେ ମାତ୍ର ଅନ୍ତର । ଏହି ଦୁଇ ଜଣ ମିଡିଆ ଠାରୁ ସର୍ବଦା ଦୂରେଇ ରହିଥାନ୍ତି।

କଂଗ୍ରେସର (Congress) କାର୍ଯ୍ୟକର୍ତ୍ତା ଓ ଆଖପାଖ କ୍ଷେତ୍ରର ମହିଳା ମାନେ ଏହି ପଦଯାତ୍ରାରେ ସାମିଲ ହୋଇ କୋଟା-ଲାଲସୋଟ ଦେଇ ରାଜମାର୍ଗରେ ପହଞ୍ଚିଥିଲେ। କଂଗ୍ରେସର ଭାରତ ଯୋଡୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ଏହି ସମୟରେ ଲୋକଙ୍କ ସହ ମିଶି ତାଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସର ଯୁବନେତା ରାହୁଲ ଗାନ୍ଧୀ। କେବଳ ଏତିକି ନୁହେଁ ତାଙ୍କ ସମର୍ଥନରେ କଂଗ୍ରେସ ସମର୍ଥକ ମାନେ ରାହୁଲ ଗାନ୍ଧୀଙ୍କ ସହ ଏହି ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ରାଜସ୍ଥାନରେ ଆଜି ଏହି ଭାରତ ଯୋଡୋ ଯାତ୍ରା ସାତ ଦିନରେ ପହଞ୍ଚିଛି। ଆଉ ବୁନ୍ଦି ଜିଲ୍ଲାରେ ଆଜି ଏହି ଯାତ୍ରାର ଶେଷ ଦିନ। 

Also Read: Congress Leaders Statement: ମୋଦିଙ୍କୁ ହତ୍ୟା କରିବ କଂଗ୍ରେସ ! ଜାଣନ୍ତୁ କଣ ରହିଛି କଂଗ୍ରେସର ଷଡ଼ଯନ୍ତ୍ର...

ଇନ୍ଦରଗଡର ବୁନ୍ଦି ବ୍ଲକରେ କଂଗ୍ରେସ ଅଧ୍ୟକ୍ଷ ଅଜୟ ଶର୍ମା କହିଛନ୍ତି ଯେ, ଆଜି ସକାଳେ ଯେବେ ଏହି ଯାତ୍ରାର ଆରମ୍ଭ ହୋଇଥିଲା ସେତେବେଳେ ପାଞ୍ଚ ହଜାରରୁ ଅଧିକ ମହିଳା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏହି ପଦଯାତ୍ରାର ଆରମ୍ଭ କରିଥିଲେ। ତେବେ ଧିରେ ଧିରେ ଏହି ସଂଖ୍ୟା ବଢିଚାଲିଥିଲା। ଏହି ଯାତ୍ରାରେ ସାମିଲ ଥିବା ମହିଳାଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ରାହୁଲ। 

Also Read: Deepak Subhash Jadhav: କିଏ ଏହି ଭାରତୀୟ ଯିଏ Kim Jong Un ଙ୍କ ପାଇଁ ଚର୍ଚ୍ଚାରେ...

ରାଜ୍ୟରେ ଭାରତ ଯୋଡୋ ଯାତ୍ରାକୁ (Bharat Jodo Yatra) ନେଇ କଂଗ୍ରେସ ସମର୍ଥକ ମାନେ ଅନେକ ଉତ୍ସାହିତ ଅଛନ୍ତି। ଭାରତ ଯୋଡୋର ୯୬ ଦିନ ଯାତ୍ରାର ମହିଳା ସଶକ୍ତିକରଣକୁ ସମର୍ପିତ କରାଯାଇଛି। ସେଥିପାଇଁ ଆଜିର ଏହି ଯାତ୍ରାକୁ ନାରୀ ଶକ୍ତି ପଦ ଯାତ୍ରା ନାମରେ ନାମିତ କରାଯାଇଛି। ରାଜସ୍ଥାନ ଏକମାତ୍ର କଂଗ୍ରେସ ଶାସିତ ଯେଉଁଠାରେ ଏହି ଯାତ୍ରା ଅନୁଷ୍ଠିତ କରାଯାଇଛି।  ଯାତ୍ରା ୨୧ ଡିସେମ୍ବରକୁ ହରିୟାଣାରେ ପ୍ରବେଶ କରିବା ପୂର୍ବରୁ ଏଠାରେ ୧୭ ଦିନରେ ପ୍ରାୟ ୫୦୦ କିଲୋମିଟରର ଯାତ୍ରା କରାଯିବା ନେଇ ସୂଚନା ରହିଛି। 

Also Read: Gujarat Politics: ଗୁଜୁରାଟରେ ସପ୍ତମ ଥର ଲାଗି ସରକାର ଗଠନ କଲା ବିଜେପି, ଶପଥ ନେଲା ନୂଆ କ୍ୟାବିନେଟ

କଂଗ୍ରେସର ଭାରତ ଯୋଡୋ ଯାତ୍ରା ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ (Tamilnadu Kanya Kumari) ଆରମ୍ଭ ହୋଇଥିଲା । ଆଉ ଏବେ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ସହିତ ୫ଟି ଦକ୍ଷିଣୀ ରାଜ୍ୟରେ ଏହି ଯାତ୍ରା ସମାପ୍ତ ହୋଇସାରିଥିବା ବେଶେ ମହାରାଷ୍ଟ୍ର, ଦେଇ ମଧ୍ୟପ୍ରଦେଶ ହୋଇ ଯାତ୍ରା ସରିଛି। ଫେବୃଆରୀ ଆରମ୍ଭରୁ ହିଁ ଜାମ୍ମୁ କାଶ୍ମୀରରେ ଏହି ଯାତ୍ରା ସମ୍ପନ୍ନ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଯାତ୍ରା ସମୟରେ ୧୫୦ ଦିନରେ ୩, ୫୭୦ କିଲୋମିଟର ଯାତ୍ରା ହେବ ବୋଲି ଧାର୍ଯ୍ୟ କରାଯାଇଛି।