Prince Harry Controversy: ପ୍ରଥମ ଥର ଶାରିରୀକ ସମ୍ପର୍କକୁ ନେଇ ଲେଖିଲେ ବହି, ଏବେ ବିବାଦରେ ପ୍ରିନ୍ସ
Advertisement

Prince Harry Controversy: ପ୍ରଥମ ଥର ଶାରିରୀକ ସମ୍ପର୍କକୁ ନେଇ ଲେଖିଲେ ବହି, ଏବେ ବିବାଦରେ ପ୍ରିନ୍ସ

Prince Harry Controversy News: ବହି ଲେଖି ବିବାଦରେ ବ୍ରିଟେନ ରାଜପରିବାରର ରାଜକୁମାର ପ୍ରିନ୍ସ ହ୍ୟାରି। ଅନ୍ୟ ଜଣେ ମହିଳା କହିଛନ୍ତି ଯେ ପ୍ରିନ୍ସ ହ୍ୟାରି ପ୍ରଥମେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ମହିଳା ଜଣକ କହିଛନ୍ତି ଯେ ପ୍ରିନ୍ସ ହ୍ୟାରି ଏହି କାହାଣୀକୁ ସାର୍ବଜନୀନ କରି ତାଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛନ୍ତି । 

Prince Harry Controversy: ପ୍ରଥମ ଥର ଶାରିରୀକ ସମ୍ପର୍କକୁ ନେଇ ଲେଖିଲେ ବହି, ଏବେ ବିବାଦରେ ପ୍ରିନ୍ସ

Prince Harry Controversy: ବ୍ରିଟେନ ରାଜପରିବାରର ରାଜକୁମାର ପ୍ରିନ୍ସ ହ୍ୟାରି ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି । ଏହି ଚର୍ଚ୍ଚାର ସବୁଠାରୁ ବଡ଼ କାରଣ ହେଲା ତାଙ୍କ ବହି । ସେ ଏକ ବହିରେ ତାଙ୍କ ଜୀବନ ସହିତ ଜଡିତ ଅନେକ ଦିଗ ବିଷୟରେ ଲେଖିଥିଲେ । ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ 'ସ୍ପେୟର'ରେ (Prince Harry Book Spare) ଏପରି ଅନେକ ଖୁଲାସା ହୋଇଛି ଯାହା ବର୍ତ୍ତମାନ ବିବାଦର କାରଣ ପାଲଟିଛି। ଏହିପରି ଏକ ନିଜ ଜୀବନର ଭିତିରି କଥା ପ୍ରକାଶ କରି ପ୍ରିନ୍ସ ହ୍ୟାରି ଲେଖିଛନ୍ତି ଯେ ସେ ୧୭ ବର୍ଷ ବୟସରେ ପ୍ରଥମେ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲେ। ବର୍ତ୍ତମାନ ଏହିପରି ଅନେକ ମହିଳା ଆଗକୁ ଆସୁଛନ୍ତି ଯେଉଁମାନେ କୁହନ୍ତି ଯେ ପ୍ରିନ୍ସ ହ୍ୟାରି ପ୍ରଥମେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ବର୍ତ୍ତମାନ ୪୦ ବର୍ଷୀୟ ବୟସ୍କା ଶାଶା ୱାଲପୋଲ ଆଗକୁ ଆସିଛନ୍ତି। ଶାଶା ଦାବି କରିଛନ୍ତି ଯେ ପ୍ରିନ୍ସ ହ୍ୟାରି ଶାଶାଙ୍କ ସହିତ ପ୍ରଥମେ ଶାରୀରିକ ସମ୍ପର୍କ ବା ସେକ୍ସ କରିଥିଲେ । ସେହିପରି ଅନ୍ୟ ଜଣେ ମହିଳା କହିଛନ୍ତି ଯେ ପ୍ରିନ୍ସ ହ୍ୟାରି ପ୍ରଥମେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ମହିଳା ଜଣକ କହିଛନ୍ତି ଯେ ପ୍ରିନ୍ସ ହ୍ୟାରି ଏହି କାହାଣୀକୁ ସାର୍ବଜନୀନ କରି ତାଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛନ୍ତି । ଯାହାଫଳରେ ସେମାନେ ସମାଜରେ ମୁଣ୍ଡଟେକି ବାଟ ଚାଲିପାରୁନାହାଁନ୍ତି।

ସେହିପରି ପ୍ରିନ୍ସ ହ୍ୟାରି ତାଙ୍କର ପ୍ରଥମ ଯୌନ ସମ୍ପର୍କ (Sexual Relation) ବିଷୟରେ ଲେଖିଛନ୍ତି ଯାହା ଅତ୍ୟନ୍ତ ଲଜ୍ଜାଜନକ ଏବଂ କିଛି ମୁହୂର୍ତ୍ତରେ ଏହାର ଅନ୍ତିମ ହୋଇଯାଉଛି ବୋଲି ସେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଜଣେ ବୃଦ୍ଧ ମହିଳା ଏକ ପବ୍ ପଛରେ ଥିବା ଏକ ଘାସ ଗାଲିଚା ଉପରେ ହିଁ ପ୍ରିନ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରିନ୍ସ ହ୍ୟାରି ତାଙ୍କର ପ୍ରଥମ ଯୌନ ସମ୍ପର୍କକୁ ଏକ 'ଘୃଣ୍ୟ ଏପିସୋଡ୍' ବୋଲି କହିଛନ୍ତି। 

ଏହି କାହାଣୀ କେବଳ ଏଠାରେ ସୀମିତ ନୁହେଁ, ୨୦୧୮ ମସିହାରେ ଡେଲି ମେଲର ଏକ ରିପୋର୍ଟ ବାହାରିଥିଲା। ଏହି ରିପୋର୍ଟ ଅନୁଯାୟୀ, ଜଣେ ବୃଦ୍ଧ ମହିଳାଙ୍କୁ ପ୍ରିନ୍ସ ହ୍ୟାରିଙ୍କୁ ଯୌନ ସମ୍ପର୍କ (Prince Harry Sexual Life) ବିଷୟରେ ସୂଚନା ଦେବାକୁ କୁହାଯାଇଥିଲା। ଏହି ରିପୋର୍ଟ ପରେ ୮୭ ବର୍ଷିୟ ଅମୋଣ୍ଡା ବୈରୀ ଦାବି କରିଥିଲେ ଯେ ତାଙ୍କୁ ଏହି କାମ ପାଇଁ ଚୟନ କରାଯାଇଛି। 

ଗତକିଛିଦିନ ତଳେ ମଧ୍ୟ ଏକ ଚର୍ଚ୍ଚିତ ଖବରକୁ ନେଇ ପ୍ରିନ୍ସ ହ୍ୟାରି (Prince Harry)  ଖବରର ଶିରୋନାମାରେ ରହିଥିଲେ। କୁହାଯାଉଥିଲା ଯେ, ପ୍ରିନ୍ସ ହ୍ୟାରିଙ୍କୁ ସମ୍ମୁଖ ଯୁଦ୍ଧର ଅଭିଜ୍ଞତା ଅର୍ଜନ ପାଇଁ ୨୦୦୭-୦୮ ଓ ୨୦୧୨ରେ ଦୁଇଥର ଆଫଗାନିସ୍ତାନ ଯାଇଥିଲେ ।  ସେଠାରେ ସେ ତାଲିବାନମାନଙ୍କ ସହ ଯୁଦ୍ଧ ବି କରିଥିଲେ। ୨୦୧୨ରେ ସୀମିତ ଅବଧି ଭିତରେ ହ୍ୟାରି ୨୫ ଜଣ ତାଲିବାନ ଯୋଦ୍ଧାଙ୍କୁ ନିପାତ କରିଥିବା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି। ଏତିକି ସୈନ୍ୟଙ୍କୁ ମାରି ସେ ସନ୍ତୁଷ୍ଟ ନୁହନ୍ତି କି ନିରାଶ ମଧ୍ୟ ନୁହନ୍ତି ବୋଲି ବୟାନ ଦେବାପରେ ଏହାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଚାଲିଥିଲା। 

Also Read: ବିବାହ ପୂର୍ବରୁ ବାପା ହୋଇଛନ୍ତି ଏସବୁ ଷ୍ଟାର କ୍ରିକେଟର, ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଭାରତୀୟ, ଦେଖନ୍ତୁ ଫଟୋ

Also Read: Governors Appointment: ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ, ଜାଣନ୍ତୁ କେଉଁ ରାଜ୍ୟର ଦାୟିତ୍ବ କାହାକୁ ମିଳିଲା?