Modi Visit Russia: ଦୁଇ ଦିନିଆ ଋଷ ଗସ୍ତରେ ମୋଦୀ, ଆସିପାରେ ବଡ଼ ନିବେଶ
Advertisement
Article Detail0/zeeodisha/odisha2326941

Modi Visit Russia: ଦୁଇ ଦିନିଆ ଋଷ ଗସ୍ତରେ ମୋଦୀ, ଆସିପାରେ ବଡ଼ ନିବେଶ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଭାରତୀୟ ପରମ୍ପରାକୁ ଭାଙ୍ଗିଛନ୍ତି। ପଡୋଶୀ ଦେଶ ପରିଦର୍ଶନ କରିବା ପରିବର୍ତ୍ତେ ସେ ଭାରତର ୭୦ ବର୍ଷୀୟ ବନ୍ଧୁଙ୍କୁ ଭେଟିବା ପାଇଁ ଋଷ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରଣନୈତିକ ଦୃଷ୍ଟିକୋଣରୁ ଋଷ ସର୍ବଦା ଭାରତର ନିକଟତର

Modi Visit Russia: ଦୁଇ ଦିନିଆ ଋଷ ଗସ୍ତରେ ମୋଦୀ, ଆସିପାରେ ବଡ଼ ନିବେଶ

Modi Visit Russia: ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଭାରତୀୟ ପରମ୍ପରାକୁ ଭାଙ୍ଗିଛନ୍ତି। ପଡୋଶୀ ଦେଶ ପରିଦର୍ଶନ କରିବା ପରିବର୍ତ୍ତେ ସେ ଭାରତର ୭୦ ବର୍ଷୀୟ ବନ୍ଧୁଙ୍କୁ ଭେଟିବା ପାଇଁ ଋଷ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରଣନୈତିକ ଦୃଷ୍ଟିକୋଣରୁ ଋଷ ସର୍ବଦା ଭାରତର ନିକଟତର ହୋଇଛି। ୟୁକ୍ରେନ ସହିତ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରୁଛନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ରଣନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପରିଦର୍ଶନ ତୈଳ ଏବଂ ସାମୁଦ୍ରିକ ପଥ ପାଇଁ ନୂତନ ରାସ୍ତା ଖୋଲିପାରେ।

ଯଦିଓ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ଭ୍ଲାଦିମିର ପୁଟିନଙ୍କ ସହ ୧୬ଥର ସାକ୍ଷାତ କରିଛନ୍ତି। ୨୦୨୧ ପରେ ଦୁଇ ନେତା କୌଣସି ପରିସ୍ଥିତିରେ ମୁହାଁମୁହିଁ ହୋଇନାହାଁନ୍ତି। ଗତ ୩ ବର୍ଷ ମଧ୍ୟରେ ବୈଶ୍ୱିକ ରାଜନୀତିରେ ଅନେକ ପରିବର୍ତ୍ତନ ଆସିଛି। ୟୁକ୍ରେନ ଏବଂ ଆମେରିକାର ପ୍ରତିବନ୍ଧକ ସହିତ ଦୀର୍ଘ ଦିନର ଯୁଦ୍ଧର ସମ୍ମୁଖୀନ ହୋଇ ଋଷ ପୁରୁଣା ବନ୍ଧୁମାନଙ୍କ ସହିତ ନୂତନ ବନ୍ଧୁମାନଙ୍କର ଆବଶ୍ୟକ କରେ। ଏହିକାରଣରୁ ପ୍ରାୟ ୪ ଦଶନ୍ଧି ପରେ ଜଣେ ଋଷିୟ ନେତା ଉତ୍ତର କୋରିଆ ଗସ୍ତ କରିଥିଲେ। ବର୍ତ୍ତମାନ ଉଭୟ ଦେଶ ପାଇଁ ପୁଟିନଙ୍କ ଦ୍ୱିପାକ୍ଷିକ ଆଲୋଚନା ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏଠାରେ କହି ରଖୁ ଯେ ଭାରତୀୟ ରାଜନୀତିରେ ଏହା ଏକ ପରମ୍ପରା ଯେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ପଡୋଶୀ ଦେଶକୁ ପ୍ରଥମ ବିଦେଶ ଗସ୍ତ। ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ୨୦୧୪ ରେ ଭୁଟାନ ଏବଂ ୨୦୧୯ରେ ମାଲଦ୍ୱୀପ-ଶ୍ରୀଲଙ୍କା ଗସ୍ତ କରିଥିଲେ। ଏଥର କିନ୍ତୁ ଏହି ପରମ୍ପରାକୁ ଭାଙ୍ଗି ଋଷ ଗସ୍ତରେ ଯାଇଛନ୍ତି ମୋଦୀ। 

ଉଭୟ ରାଷ୍ଟ୍ର ମଧ୍ୟରେ କଣ ରହିଛି ବ୍ୟବସାୟିକ ସ୍ଥିତି
ଋଷ ଓ ଭାରତ ମଧ୍ୟରେ ବର୍ତ୍ତମାନ ସମୟରେ ବ୍ୟବସାୟିକ ସ୍ଥିତି ମଜବୁତ ରହିଛି। ୟୁକ୍ରେନ ସହିତ ଯୁଦ୍ଧ ଲାଗି ରହିଥିଲେ ମଧ୍ୟ ଋଷକୁ ସମର୍ଥନ କରିଆସୁଛି ଭାରତ। ୨୦୨୩-୨୪ରେ ଉଭୟ ଦେଶରେ ବ୍ୟବସାୟ ରେକର୍ଡ ୬୫.୭୦  ଆରବ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ଏହା ଆଗାମୀ ୨୦୨୫ ସୁଦ୍ଧା ୩୦ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଋଷ ଠାରୁ ବହୁ ମାତ୍ରାରେ ତେଲ କିଣିବା କାରଣରୁ ଏହି ରେକର୍ଡ ସୃଷ୍ଟି ହୋଇଛି। ଆମର ତୈଳ ଆମଦାନୀ ଋଷ ସବୁଠାରୁ ବଡ଼ ଉତ୍ସ ହୋଇପାରିଛି। 

ଋଷ ସହିତ ଭାରତ କଣ ଆମଦାନୀ-ରପ୍ତାନୀ କରିଥାଏ
ଉଭୟ ଦେଶର ବ୍ୟବସାୟ ଉପରେ ନଜର ପକାଇଲେ ଋଷକୁ ଭାରତ ଔଷଧ, କାର୍ବନିକ ରସାୟନ, ଇଲେକ୍ଟ୍ରିକ ମେସିନାରୀ, ମେକାନିକାଲ ଆପ୍ଲାଏନ୍ସ, ଆଇରନ ଓ ଷ୍ଟିଲ ପଠାଇଥାଏ। ସେହିପରି ଭାରତ ଆମଦାନୀ ସ୍ୱରୂପ ତେଲ ଓ ପେଟ୍ରୋଲିୟମ ପଦାର୍ଥ, ଫର୍ଟିଲାଇଜର୍ସ, ମିନେରାଲ୍ସ ରିସୋର୍ସ, ମୂଲ୍ୟବାନ ପଥର, ମେଟାଲ, ଖାଦ୍ୟ ତେଲ ଋଷରୁ ଆଣିଥାଏ। ଏହା ବ୍ୟତୀତ ଭାରତ ସବୁଠାରୁ ଅଧିକ ପ୍ରତିରକ୍ଷା ବିଭାଗ ପାଇଁ ଆବଶ୍ୟକ ପଦାର୍ଥ ବା ଯନ୍ତ୍ରାଂଶ ଋଷ ଠାରୁ କିଣିଥାଏ। ଭାରତ ୭୦ ପ୍ରତିଶତ ହତିଆର ଋଷର ସହଯୋଗରେ ପ୍ରସ୍ତୁତ ହୋଇତାଏ।