PM Modi Gujarat Visit: ରାସ୍ତାରେ ପୁଣି ଥରେ ଅଟକି ଗଲା ପ୍ରଧାନମନ୍ତ୍ରୀଙ୍କ କାରକେଡ଼, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1374445

PM Modi Gujarat Visit: ରାସ୍ତାରେ ପୁଣି ଥରେ ଅଟକି ଗଲା ପ୍ରଧାନମନ୍ତ୍ରୀଙ୍କ କାରକେଡ଼, ଜାଣନ୍ତୁ କାହିଁକି

  ଅହମଦାବାଦ: ଦୁଇ ଦିନିଆ ଗୁଜୁରାଟ (Gujurat) ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi)। ଏହି ସମୟରେ ସେ ଏକାଧିକ ପ୍ରୋଜେକ୍ଟର (Project) ଉଦଘାଟନ କରିଛନ୍ତି। ସେ ଗୁଜୁରାଟର (Gujurat) ଗସ୍ତର ଦ୍ୱିତୀୟ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସର (Vande Bharat Express) ଉଦଘାଟନ କରି

 PM Modi Gujarat Visit: ରାସ୍ତାରେ ପୁଣି ଥରେ ଅଟକି ଗଲା ପ୍ରଧାନମନ୍ତ୍ରୀଙ୍କ କାରକେଡ଼, ଜାଣନ୍ତୁ କାହିଁକି

PM Modi Gujarat Visit:  ଅହମଦାବାଦ: ଦୁଇ ଦିନିଆ ଗୁଜୁରାଟ (Gujurat) ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi)। ଏହି ସମୟରେ ସେ ଏକାଧିକ ପ୍ରୋଜେକ୍ଟର (Project) ଉଦଘାଟନ କରିଛନ୍ତି। ସେ ଗୁଜୁରାଟର (Gujurat) ଗସ୍ତର ଦ୍ୱିତୀୟ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସର (Vande Bharat Express) ଉଦଘାଟନ କରିଥିବା ବେଳେ ପ୍ରଥମ ମେଟ୍ରୋକୁ (Metro) ମଧ୍ୟ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପରେ ସେ ଗାନ୍ଧୀନଗର  (Gandhi Nagar) ଅଭିମୁଖେ ସଡ଼କ ପଥ ଦେଇ  ଯାତ୍ରା କରିଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) କାରକେଡ଼ ରାସ୍ତା ଉପରେ ହଟାତ ଅଟକି ଯାଇଥିଲା। ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘଟଣା କଣ ବୋଲି ସମସ୍ତେ ଜାଣିବାକୁ ଚାହିଁଥିଲେ। ସେପଟେ ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ପ୍ରଧାନମନ୍ତ୍ରୀଙ୍କ କାରକେଡ଼ରେ ସାମିଲ ଥିବା ପାଇଲଟ ଗାଡ଼ି ଆରମ୍ଭରୁ ହଟାତ ଅଟକି ଯିବା ପରେ ପଛରେ ଥିବା ଅନ୍ୟ ଗାଡ଼ି ଗୁଡ଼ିକ ଅଟକି ଯାଇଥିଲେ। ଆଗରେ ପାଇଲଟିଂ ଗାଡ଼ି ଅଟକିବା ପରେ ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ ରହିଯାଇଥିଲା। 

 

ତେବେ ଗାଡ଼ି ଗୁଡ଼ିକ କାହିଁକି ଅଟକିଲା ସେ ନେଇ ଜାଣିବାକୁ ଲୋକମାନଙ୍କର ଉତ୍କଣ୍ଠା ବଢିଯାଇଥିଲା। ତେବେ କିଛି ସମୟ ପରେ ଘଟଣା ସମ୍ପର୍କରେ ସତ ସାମ୍ନାକୁ ଆସିଥିଲା। ଉକ୍ତ ଭାଇରାଲ ଭିଡ଼ିଓରେ ପଛରେ ଆସୁଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ରାସ୍ତା ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ଼ ରାସ୍ତା ଉପରେ ହଟାତ ଅଟକି ଯାଇଥିଲା। ଆମ୍ବୁଲାନ୍ସଟି ରାସ୍ତା ଦେବା ପାଇଁ ପ୍ରଥମେ ପାଇଲଟିଂ ଗାଡ଼ିଟି ଅଟକିବା ପରେ କାରକେଡ଼ରେ ସାମିଲ ଥିବା ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ ଅଟକି ରହିଥିଲା। 

ଆମ୍ବୁଲାନ୍ସଟି ଯିବା ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ଼ ଆଗକୁ ଯାଇଥିଲା। ତେବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସେପଟେ ବିଶିଷ୍ଟ ବ୍ୟକ୍ତି, ଭିଆଇପି ତଥା ଅତି ବିଶିଷ୍ଟ ଲୋକମାନଙ୍କ ଗସ୍ତ ସମୟରେ ଆମ୍ବୁଲାନ୍ସ ଆସିଥିବାର ଅନେକ ଉଦାହରଣ ରହିଛି। କିନ୍ତୁ ଆମ୍ବୁଲାନ୍ସକୁ ଅଟକାଇ ଦିଆଯାଉଥିବାର ନଜିର ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାରକେଡ଼ ସେହି ସମୟରେ ଅଟକିଥିଲା ଯେତେବେଳେ ଏହି ଆମ୍ବୁଲାନ୍ସ ତାଙ୍କ ପଛରେ ଆସିଥିଲା। ଆମ୍ବୁଲାନସ୍ ଆସୁଥିବାର ସାଇରନ ଶୁଣିବା ପରେ ପ୍ରଧାନମନ୍ତ୍ରୀ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲେ। 

ଅଧିକ ପଢନ୍ତୁ: Supreme Court: ସଂସଦ ଗୃହର ଥିବା ସିଂହ 'ହିଂସ୍ର' ଦେଖାଯିବା ଆବେଦନରେ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ରାୟ 

ଅଧିକ ପଢନ୍ତୁ: Geo Politics: ବିଶ୍ୱ କରୁଛି ମୋଦିଙ୍କ ଜୟ ଜୟକାର, ଇଟାଲୀ କରୁଛି ମୋଦି-ଯୋଗୀ ନୀତିର ଅନୁସରଣ