ସଙ୍କଟରେ ଟିମ୍‌ ଇଣ୍ଡିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଦିନେ ଏକାକି ଜିତାଉଥିଲେ ମ୍ୟାଚ୍‌
Advertisement
Article Detail0/zeeodisha/odisha1125677

ସଙ୍କଟରେ ଟିମ୍‌ ଇଣ୍ଡିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଦିନେ ଏକାକି ଜିତାଉଥିଲେ ମ୍ୟାଚ୍‌

ଟିମ୍‌ ଇଣ୍ଡିଆରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ମାତ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଯାହାଫଳରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଉନାହାନ୍ତି ମନୀଷ ପାଣ୍ଡେ। ଭାରତ ପାଇଁ ୩୯ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳିସାରିଥିବା ମନୀଷ ୧୨୬.୧୫ ଷ୍ଟ୍ରାଇକ୍‌ ରେଟରେ ୭୦୯ ରନ୍‌ କରିଛନ୍ତି। 

ସଙ୍କଟରେ ଟିମ୍‌ ଇଣ୍ଡିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଦିନେ ଏକାକି ଜିତାଉଥିଲେ ମ୍ୟାଚ୍‌

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟ କ୍ରିକେଟରଙ୍କ ଇଚ୍ଛାଥାଏ ଟିମ୍‌ ଇଣ୍ଡିଆ ପାଇଁ ଖେଳିବା। କିନ୍ତୁ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବାକୁ ହେଲେ ଯେତିକି କଷ୍ଟ କରିବାକୁ ପଡ଼େ ତାଠୁ ଅଧିକ କଷ୍ଟ ଟିମରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଖେଳାଳିଙ୍କୁ କରିବାକୁ ପଡ଼ିଥାଏ। କାରଣ ଟିମ୍‌ ଇଣ୍ଡିଆରେ ଖେଳାଳିଙ୍କ ମଧ୍ୟରେ ଲାଗି ରହିଥାଏ କମ୍ପିଟିସନ୍‌। କିଏ କମ୍ପିଟିସନ୍‌ରେ ରହିଥାଏ ତ, କିଏ ବାଦ୍‌ ପଡ଼ିଥାଏ। ସେହିପରି ଟିମ୍‌ ଇଣ୍ଡିଆର ଜଣେ ବିସ୍ଫୋରକ ବ୍ୟାଟ୍ସ ମ୍ୟାନ୍‌ଙ୍କ କ୍ୟାରିୟର ସଙ୍କଟରେ। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ମନୀଷ ପାଣ୍ଡେ ନିକଟରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି।ଯାହାଫଳରେ ସେ ଟିମରୁ ବାଦ୍ ପଡ଼ିଛନ୍ତି।

ଶେଷ ହୋଇଯିବ କି କ୍ୟାରିୟର ?
ଟିମ୍‌ ଇଣ୍ଡିଆରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ମାତ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଯାହାଫଳରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଉନାହାନ୍ତି ମନୀଷ ପାଣ୍ଡେ। ଭାରତ ପାଇଁ ୩୯ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳିସାରିଥିବା ମନୀଷ ୧୨୬.୧୫ ଷ୍ଟ୍ରାଇକ୍‌ ରେଟରେ ୭୦୯ ରନ୍‌ କରିଛନ୍ତି। ଅନ୍ୟପଟେ ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଛନ୍ତି ଏହି ଷ୍ଟାଇଲିସ୍‌ ବ୍ୟାଟ୍ସମ୍ୟାନ୍। ୨୦୨୧ ଆଇପିଏଲ (Ipl 2021) ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ମନୀଷ ପାଣ୍ଡେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।

ଦିନେ ମନୀଷଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ଗଣାଯାଉଥିଲା। ହେଲେ ତାଙ୍କର ଖରାପ ଫର୍ମ ଯୋଗୁଁ ଦଳକୁ ବହୁ କ୍ଷତି ସହିବାକୁ ପଡ଼ିଛି। କାରଣ ମନୀଷ ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥାନ୍ତି। ହେଲେ ତାଙ୍କ ଖରାପ ଫର୍ମ ଯୋଗୁଁ ଦଳ ବହୁବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଯାହାଫଳରେ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ବିଫଳ ହୋଇଥିଲେ। ମନୀଷ ପାଣ୍ଡେ ୨୦୧୫ ମସିହାରେ ଜିମ୍ବାଓ୍ବେ ବିପକ୍ଷରେ ଦମଦାର ଡେବ୍ୟୁ କରିଥିଲେ। ଜିମ୍ବାଓ୍ବେ ବିପକ୍ଷରେ ଶାନଦାର ୭୧ ରନର ଇନିଂସ୍‌ ଖେଳିଥିଲେ। ପରେ ୨୦୧୬ରେ ସିଡନୀରେ ଦମଦାର ଶତକୀୟ ଇନିଂସ୍‌ ଖେଳିଥିଲେ ମନୀଷ (Manish Pandey)। ହେଲେ ତାପରଠୁ ଅନେକଥର ଦଳରୁ ଡ୍ରପ୍‌ ହୋଇଛନ୍ତି।

ବଡ଼ ରିକ୍ସ ନେଇଛି ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ :

ମନୀଷ ପାଣ୍ଡେ ଚଳିତ ଥର ଆଇପିଏଲର ନୂଆଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ ତରଫରୁ ପଡ଼ିଆକୁ ଓହ୍ଲାଇବେ। ଦଳ ତାଙ୍କୁ ୪.୬ କୋଟି ଟଙ୍କାରେ କିଣିଛି। ଫର୍ମରେ ନଥିବା ମନୀଷଙ୍କୁ ଦଳରେ ନେଇ ବଡ଼ ରିସ୍କ ନେଇଛି ଲକ୍ଷ୍ନୌ। ଖରାପ ଫର୍ମ ପାଇଁ ତାଙ୍କୁ ହାଇଦ୍ରାବାଦ ଟିମ୍‌ ଦଳରୁ ବାଦ୍ ରଖିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ (IPL) କ୍ୟାରିୟର ଆରମ୍ଭ କରିଥିବା ମନୀଷ ପାଣ୍ଡେ ପ୍ରଥମ ଭାରତୀୟ ଖେଳାଳି ଭାବେ ଆଇପିଏଲରେ ଦମଦାର ଶତକୀୟ ଇନିଂସ୍‌ ଖେଳିଥିଲେ। ସେ ୭୩ଟି ବଲ୍ରୁ ୧୧୪ ରନର ଶାନଦାର ଇନିଂସ୍‌ ଖେଳିଥିଲେ। ସେ ଡେକାନ୍‌ ଚାର୍ଜସ ବିପକ୍ଷରେ ଏହି ଇନିଂସ୍‌ ଖେଳିଥିଲେ।

Also Read: 'ଖେଳର ମୋଡ଼ ବଦଳାଇବାରେ ମାହିର ଋଷଭ୍ ପନ୍ତ'

Also Read: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍