ଡୋରେମନ୍-ନୋବିତା କାର୍ଟୁନ୍ରୁ ଟିପ୍ ନେଇକରି ନିଜର ଜୀବନ୍ ବଞ୍ଚାଲେ ୬ ବରସ୍ର ବାଲକ୍
Advertisement
Article Detail0/zeeodisha/odisha1546996

ଡୋରେମନ୍-ନୋବିତା କାର୍ଟୁନ୍ରୁ ଟିପ୍ ନେଇକରି ନିଜର ଜୀବନ୍ ବଞ୍ଚାଲେ ୬ ବରସ୍ର ବାଲକ୍

Lucknow building collapse: ପିଲା କହେଲା ଯେ ଯେତେବେଲେ ସେ ଜାନଲା ଯେ ବିଲ୍ଡିଙ୍ଗଟା ଥରୁଛେ, ସେତେବେଲେ ସେ ଭୂମିକମ୍ପ୍ ହେଇଥିବାର୍ ଭାବି ଖଟ୍ ତଲେ ଆଶ୍ରୟ ନେଇଥିଲା। ଘଟଣାସ୍ଥଲ୍ରେ ପୁଲିସ୍ ପହଞ୍ଚି ଉଦ୍ଧାର୍ କାର୍ୟ୍ୟ ଜାରି ରଖିଛେ। ଈ ଘଟଣାରେ ଉତ୍ତର୍ ପ୍ରଦେଶ୍ ପୁଲିସ ତିନ୍ ଜଣକର୍ ବିରୋଧ୍ରେ ମାମଲା ଦର୍ଜ୍ କରିଛେ। ସେମାନେ ହେଲେ ନବାଜିଶ୍ ସାହିଦ୍, ମହମ୍ମଦ୍ ତାରିକ୍ ଆଉ ଫହାଦ୍ ୟାଜଦାନୀ ବୋଲି ପୁଲିସ କହିଛେ। 

ଡୋରେମନ୍-ନୋବିତା କାର୍ଟୁନ୍ରୁ ଟିପ୍ ନେଇକରି ନିଜର ଜୀବନ୍ ବଞ୍ଚାଲେ ୬ ବରସ୍ର ବାଲକ୍

Lucknow Building Collapse: ଲଷ୍ନୌ ଅଟ୍ଟାଲିକା ଭୁଶଡ଼ିବାର୍ ମିତାର୍ ଦୁଃଖଦ୍ ଘଟଣା ଅଟ୍ଟାଲିକାର ଗୁଣବତ୍ତାକେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛେ ଆଉ ଇତିମଧ୍ୟରେ ଏଫ୍ଆଇଆର୍ (FIR) ରୁଜୁ ହେଇଛେ। ଲକ୍ଷ୍ନୌର ହଜରତଗଞ୍ଜରେ ଅଲୟା ଆପାର୍ଟମେଣ୍ଟ କୋଠା ଭୁଶଡ଼ିବାର୍ରୁ 48 ଘଣ୍ଟା ପରେ ଗଲାକାଏଲ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ୍ ବାହିନୀ (State Disaster Response Force SDRF) ଗୁଟେ ମହିଲାଙ୍କର୍ ମୃତଦେହେ ଉଦ୍ଧାର୍ କରିଛେ। 

ଏସ୍ଡିଆରଏଫ୍ SDRF କହିଛେ ଯେ ଆଲାୟାଙ୍କର୍ ଆପାର୍ଟମେଣ୍ଟରୁ ଧ୍ୱଂସର ଅବଶେଷ୍ ହଟାବାର୍ ବେଲେ ମହିଲାଙ୍କର୍ ମୃତଦେହେ ମିଳିଥିଲା। ସେ ହେଉଛନ୍ 42 ବରସୀୟା ଶବାନା ଖାତୁନ୍ (Shabana Khatoon)। ସେ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର 201ରେ ରହୁଥିଲେ। ଇତାକେ ମିସାଲେ ଈ ଘଟଣାରେ ମୃତକଙ୍କର୍ ସଙ୍ଖ୍ୟା ଚାରକେ ବୃଦ୍ଧି ପାଇଛେ।

କିନ୍ତୁ ଈ ସବୁ ଭିତ୍ରେ, ଗୁତେ ଆଶ୍ଚର୍ୟ୍ୟଜନକ ଭଲ୍ ଖବର୍ ଆଏ ଯେ SDRF ଗୁଟେ 6 ବରସ୍ର ବାଲକ୍କେ ମାଟି ତଲ୍ରୁ ଉଦ୍ଧାର୍ କର୍ବାର୍ରେ ସକ୍ଷମ୍ ହେଇଛନ୍। ପିଲାକେ ଚିକିତ୍ସା ଲାଗି ସ୍ଥାନାନ୍ତର୍ କରାଯାଇଥିବାର୍ ବେଲେ ସେ ସୁସ୍ଥ ଥିବାର୍ ଜନାପଡ଼ିଛେ। ପିଲା ସୂଚନା ଦେଇଛେ ଯେ ସେ ବେଡ୍ ତଲେ ଲୁକି ରହିକରି ନିଜର୍ ଜୀବନ୍ ବଞ୍ଚେଇଥିଲା। ଡୋରେମନ-ନୋବିଟା (Doraemon cartoon) କାର୍ଟୁନ୍ ସିରିଜ୍ରୁ ସେ ଈ ଆଇଡିଆ ଶିଖିଥିଲା। ସେ କହିଛେ ଯେ, ଗୁଟେ ଏପିସୋଡ୍ରେ ଡୋରେମନ ନୋବିତାକେ ଭୂକମ୍ପ ଆସ୍ଲେ ବେଡ୍ କିମ୍ବା ଟେବଲ୍ ତଲେ ଆଶ୍ରୟ ନେବାର୍କେ କହିଥିଲା। ପିଲାଟା କହେଲା ଯେ ଯେତେବେଲେ ସେ ଜାନଲା ଯେ ବିଲ୍ଡିଣ୍ଟା ଥରୁଛେ, ସେତେବେଲେ ସେ ଭୂମିକମ୍ପ୍ ହେଇଥିବାର୍ ଭାବି ବେଡ୍ ତଲେ ଆଶ୍ରୟ ନେଇଗଲା।

ଦୁସ୍ରା ଆଡେ SDRF ଟିମ୍ ଆହୁରି ସୂଚନା ଦେଇଛେ ଯେ, ମଙ୍ଗଲବାର ଉଦ୍ଧାର୍ କାର୍ୟ୍ୟ ସମୟରେ 3 ଜଣ୍ ମହିଲାଙ୍କର୍ ମୃତଦେହେ ମିଳିଥିଲା। ଉତ୍ତର୍ ପ୍ରଦେଶ୍ର ଲକ୍ଷ୍ନୌସ୍ଥିତ୍ ହଜରତଗଞ୍ଜ୍ (Hazratganj) ଅଞ୍ଚଲ୍ରେ ଅଲୟା ଆପାର୍ଟମେଣ୍ଟ୍ ବିଲ୍ଡିଂ (Alaya apartment building) ଭୁଶଡ଼ିବାର୍ ପରେ ସୃଷ୍ଟି ହେଇଥିବାର୍ ଭଗ୍ନାବଶେଷରୁ ଏବେ ତକ୍ 16 ଜଣ୍କେ ଉଦ୍ଧାର୍ କରାୟାଇଛେ। ଗୁଟେ ସରକାରୀ ବୟାନ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ୍ (Chief Minister Yogi Adityanath)  ଈ ଦୁର୍ଘଟଣାର ଖବର୍ ପାଇ ଘଟଣାସ୍ଥଲ୍କେ ଏସ୍ଡିଆରଏଫ୍ ଆଉ ଏନ୍ଡିଆର୍ଏଫ୍ ଟିମ୍ (SDRF NDRF teams) ପଠାବାର୍କେ ନିର୍ଦ୍ଦେଶ୍ ଦେଇଛନ୍। ଈତାର୍ ସାଙ୍ଗେ ଆହତଙ୍କେ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲ ନେବାର୍ ଲାଗି ଜିଲ୍ଲା ପ୍ରଶାସନ୍କେ ନିର୍ଦ୍ଦେଶ୍ ଦେଇଛନ୍ ମୁଖ୍ୟମନ୍ତ୍ରୀ।

ଘଟଣାସ୍ଥଲ୍ରେ ପୁଲିସ୍ ପହଞ୍ଚି ଉଦ୍ଧାର୍ କାର୍ୟ୍ୟ ଜାରି ରଖିଛେ। ଈ ଘଟଣାରେ ଉତ୍ତର୍ ପ୍ରଦେଶ୍ ପୁଲିସ ତିନ୍ ଜଣକର୍ ବିରୋଧ୍ରେ ମାମଲା ଦର୍ଜ୍ କରିଛେ। ସେମାନେ ହେଲେ ନବାଜିଶ୍ ସାହିଦ୍, ମହମ୍ମଦ୍ ତାରିକ୍ ଆଉ ଫହାଦ୍ ୟାଜଦାନୀ ବୋଲି ପୁଲିସ କହିଛେ। ଅନ୍ୟ ଦୁଇ ଅଭିୟୁକ୍ତଙ୍କେ ଧର୍ବାର୍ ଲାଗି ପୁଲିସ ଜାଞ୍ଚ ଜାରି ରଖିଛେ। ବରିଷ୍ଠ ସବ୍-ଇନ୍ସପେକ୍ଟର ଦୟା ଶଙ୍କର୍ ଦ୍ୱିବେଦୀ ଈ ଏଫଆଇଆର୍ କରିଛନ୍। ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା 308, 323, 420, 120Bରେ (Sections under Indian Penal Code IPC) ମାମଲା ଦର୍ଜ ହେଇଛି। ଅଭିୟୋଗ୍ ଅନୁଯାୟୀ, ନକ୍ସା ପାସ୍ ନକରି ନିର୍ମାଣ କାର୍ୟ୍ୟ କରାୟାଇଥିବାର୍ ବେଲେ ନିର୍ମାଣ୍ରେ ନିମ୍ନମାନ୍ର ସାମଗ୍ରୀ ବ୍ୟବହାର କରାୟାଇଛେ। ଟଙ୍କା ରୋଜଗାର ଲୋଭ୍ରେ ଲୋକମାନ୍କେ ଠକୁଥିବାର୍ ଭି ଅଭିଯୋଗ୍ ହେଇଛେ ଈ ତିନ୍ ଜଣଙ୍କର୍ ନାଁରେ। ଡ୍ରିଲିଂ ମେସିନ୍ ଲଗେଇ ନିର୍ମାଣ୍ କାର୍ୟ୍ୟ ଚାଲିଥିବାର୍ରୁ କୋଠା ଭୁଶଡ଼ି ପଡ଼ିଥିବାର୍ ଲୋକମାନେ ଅଭିୟୋଗ୍ କରିଛନ୍ ବୋଲି ପୁଲିସ କହିଛ।