Job Layoffs: ୨୦୦୮ ରୁ ବି ଆହୁରି ଭୟଙ୍କର ହେବ ୨୦୨୩ରେ ଛଟେଇ, ଜାଣନ୍ତୁ କେଉଁ ସେକ୍ଟର ହେବ ଅଧିକ ପ୍ରଭାବିତ
Advertisement

Job Layoffs: ୨୦୦୮ ରୁ ବି ଆହୁରି ଭୟଙ୍କର ହେବ ୨୦୨୩ରେ ଛଟେଇ, ଜାଣନ୍ତୁ କେଉଁ ସେକ୍ଟର ହେବ ଅଧିକ ପ୍ରଭାବିତ

Job Layoffs 2023: ୨୦୦୮ ପରି ୨୦୨୨ କୁ ଲୋକମାନେ କେବେ ଭୁଲିବେ ନାହିଁ । କାରଣ ୨୦୨୨ ନଭେମ୍ବର ଓ ଡିସେମ୍ବର ମାସରେ ଲୋକଙ୍କୁ ଆଖିବୁଜା ଛଟେଇ କରାଯାଇଛି । ଟେକ୍ କମ୍ପାନୀ , ଖାଦ୍ୟ ବିତରଣ ସ ହ ମିଡିଆ ସେକ୍ଟରରୁ ବି ଛଟେଇ କରାଯାଇଛି । ଯାହା ଫଳରେ ଦେଶରେ ବେରୋଜଗାରୀ ସଂଖ୍ୟା ମଧ୍ୟ ବଢିଛି । ଆଉ ଏକ୍ସପର୍ଟଙ୍କ ଆଶଙ୍କା ଏହି ସଂଖ୍ୟା ୨୦୨୩ ରେ ଦ୍ୱି-ଗୁଣିତ ହୋଇଯାଇପାରେ । 

Job Layoffs: ୨୦୦୮ ରୁ ବି ଆହୁରି ଭୟଙ୍କର ହେବ ୨୦୨୩ରେ ଛଟେଇ, ଜାଣନ୍ତୁ କେଉଁ ସେକ୍ଟର ହେବ ଅଧିକ ପ୍ରଭାବିତ

Job Layoffs: ବର୍ଷ ୨୦୨୨ରେ ଚାକିରିଆଙ୍କ ପାଇଁ ଖରାପ ସମୟ ଥିଲା । କାରଣ ବଡ଼ ବଡ଼ କମ୍ପାନୀ ଗୁଡ଼ିକରୁ ବହୁ ସଂଖ୍ୟକ କର୍ମଚାରୀଙ୍କୁ ରାତିଅଧିଆ ବିନା ନୋଟିସରେ ବାହାର କରାଯାଇଥିଲା । ଯାହାକୁ ନେଇ ସାରା ଦେଶରେ ହଲଚଲ ଜାରି ରହିଥିଲା । ଯେମିତିକି ଆମାଜନ, ଗୁଗଲ, ଟ୍ୱିଟର ଓ ଆପଲ୍ ପରି କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ ଦ୍ୱାର ଦେଖାଇଥିଲେ । ଯାହାଫଳରେ ହଜାର ହଜାର କର୍ମଚାରୀ ନିଜ ଚାକିରି ହରାଇଥିଲେ। ହେଲେ ସବୁଠାରୁ ବଡ଼ କଥା ହେଲା ଏକ୍ସପର୍ଟସ ମାନେ କହିଛନ୍ତି ଯେ,ଏହା ମାତ୍ର ଆରମ୍ଭ । ୨୦୨୩ ବେଳକୁ ଏହି ଛଟେଇ କାର୍ଯ୍ୟ ଆହୁରି ଅଧିକ ହୋଇପାରେ ବୋଲି ଏକ୍ସପର୍ଟ କହିଛନ୍ତି। 

ଏକ୍ସପର୍ଟ ମାନେ ଆଶଙ୍କା କରୁଛନ୍ତି ଯେ, ବର୍ଷ ୨୦୦୮ ରେ ଆର୍ଥିକ ମାନ୍ଦାବସ୍ଥା ଯେମିତି ଥିଲା ତାହା ୨୦୨୩ ରେ ଆହୁରି ଖରାପ ଅବସ୍ଥାକୁ ଆସିଯାଇପାରେ  । ଯାହା ଫଳରେ ୨୦୦୮ ପରେ ୨୦୨୩ରେ ଏହି ଅବସ୍ଥା ଆହୁରି ଖରାପ ହେବ ବୋଲି ଆକଳନ କରାଯାଉଛି। ସୂଚନାନୁସାରେ, ୨୦୨୨ରେ କେବଳ ଆଇଟି କମ୍ପାନୀରୁ ଦେଢଲକ୍ଷରୁ ଅଧିକ ଲୋକଙ୍କୁ ଚାକିରିରୁ ବିଦା କରାଯାଇଛି। କେବଳ ଏତିକି ନୁହେଁ ଆହୁରି ଛଟେଇ ହେବ ବୋଲି ମଧ୍ୟ କମ୍ପାନୀ କହିସାରିଛି। ଆକଳନ କରାଯାଉଛି ଯେ, ୨୦୦୮ ମସିହାରେ ଯେତିକି ଲୋକଙ୍କ ଚାକିରି ଯାଇଥିଲା ଏଥର ଏହି ସଂଖ୍ୟା ବଢିପାରେ । ତାଜା ସଂଖ୍ୟା ମୁତାବିକ ବର୍ଷ ୨୦୨୨ରେ ୯୮୬ ଟି ଟେକ୍ କମ୍ପାନୀ ମଧ୍ୟରୁ ପାଖାପାଖି ଏକଲକ୍ଷ ୫୧ ହଜାର ୪୬୮ ଲୋକଙ୍କ ଚାକିରି ହରେଇବାକୁ ପଡ଼ିଥିଲା । ଏହି ସଂଖ୍ୟା ଆସନ୍ତା ଦିନମାନଙ୍କରେ ମଧ୍ୟ ବୃଦ୍ଧି ପାଇପାରେ । କାରଣ Googleର ପ୍ୟାରେଣ୍ଟ କମ୍ପାନୀ Alphabet Inc. ଖୁବଶୀଘ୍ର ଛଟେଇ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ସେହିପରି ଅନ୍ୟ କମ୍ପାନୀ  ମାନେ ମଧ୍ୟ ଏହି କ୍ରମରେ ନିଜର କାମ ଆରମ୍ଭ କରିଛନ୍ତି।

Also Read: Gold-Silver Price Today: ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଦି ଗ୍ରେଟ ରିସେସନ ନାମରେ ଜଣାଶୁଣା ଥିବା ବର୍ଷ ୨୦୦୮ ଯେଉଁ ମହଙ୍ଗା ବର୍ଷ ଥିଲା ଏବଂ ଏହାର ଆରମ୍ଭ ୨୦୦୭ ରୁ ହିଁ ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ବହୁ ଚର୍ଚ୍ଚିତ Lehman Brothers ମଧ୍ୟ ନିଜକୁ ଦେବାଳିଆ ଘୋଷଣା କରିଥିଲେ । ଏହାବାଦ୍ ବର୍ଷ ୨୦୦୮ ରେ ୬୫ ହଜାର ଲୋକଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ବର୍ଷ ୨୦୦୯ରେ ପାଖାପାଖି ଏତିକି ଲୋକ ନିଜ ଚାକିରିରୁ ହାତ ଧୋଇଥିଲେ । ସେହିପରି ୨୦୨୨ ବର୍ଷ ବିଷୟରେ ଯଦି କହିବା ନଭେମ୍ବର ରୁ ଡିସେମ୍ବର ମାସ ମଧ୍ୟରେ ପ୍ରାୟ ଦେଢଲକ୍ଷରୁ ଅଧିକ ଲୋକଙ୍କୁ ଚାକିରିରୁ ହଟାଯାଇଥିଲା । ଆଉ ଏହି ସଂଖ୍ୟା ଲଗାତାର ବଢିବାରେ ଲାଗିଛି । 

Also Read: OPSC recruitment 2022: ଗ୍ରୁପ 'ଏ' ପୋଷ୍ଟରେ ମିଳିବ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆପ୍ଲାଏ

ତେବେ ଏତେ ସଂଖ୍ୟକ ଲୋକ ଚାକିରି ହରେଇବାର ମୁଖ୍ୟ କାରଣ ହେଉଛି କୋରୋନା ମହାମାରୀ ସମୟରେ କମ୍ପାନୀଗୁଡିକ ଲିମିଟ ବାହାରେ ବହୁ ନିଯୁକ୍ତି ଦେଇଥିଲେ। ଏହା ବ୍ୟତୀତ ପାଶ୍ଚାତ୍ୟ ଦେଶର ଆର୍ଥିକ ସ୍ଥିତି ଏବଂ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ନିଆଁକୁ ଇନ୍ଧନ ଯୋଗାଇ ଦେଇଛି। ଏହି କାରଣରୁ କେବଳ ଆଇଟି କମ୍ପାନୀରେ ନୁହେଁ ମିଡିଆ, ଏଡେଟେକ୍, ଖାଦ୍ୟ ସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ସମୟରେ ଛଟେଇ (Job Layoffs) ହେଉଛି। ଆଉ ଏହି ଛଟେଇ ପର୍ବ ଆଗକୁ ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି।