Israel Hamas Conflict: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ, ଭାରତୀୟଙ୍କ ପାଇଁ ବଢିଲା ଟେନସନ
Advertisement
Article Detail0/zeeodisha/odisha1905229

Israel Hamas Conflict: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ, ଭାରତୀୟଙ୍କ ପାଇଁ ବଢିଲା ଟେନସନ

Israel Hamas Conflict: ହମାସ ଆତଙ୍କୀଙ୍କ ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟରରେ  ଭିଡିଓ ଜାରି କରି ଯୁଦ୍ଧ ଘୋଷଣା କରିଥିଲେ। ଇସ୍ରାଏଲର ରକ୍ଷାମନ୍ତ୍ରୀ କହିଛନ୍ତି ଯେ, ହମାସ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉସାକାଇଛି। ସେପଟେ ନିଜକୁ ଭାରତୀୟ ମାନେ କିପରି ଏହି ସଙ୍କଟରୁ ନିଜକୁ ବଞ୍ଚାଇବେ ସେନେଇ ଆଜଭାଇଜରି ଜାରି କରାଯାଇଛି।

 

Israel Hamas Conflict: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ, ଭାରତୀୟଙ୍କ ପାଇଁ ବଢିଲା ଟେନସନ

Israel Hamas Conflict: ପୁଣି ଏକ ଯୁଦ୍ଧକୁ ସାମ୍ନା କରିବାକୁ ଯାଉଛି ବିଶ୍ୱ । ପାଲେଷ୍ଟାଇନରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଇସ୍ରାଏଲ ଏହି ଗୋଷ୍ଠୀ ଉପରେ ପାଲଟା ଜବାବ ଦେବାକୁ ଯାଇ ଯୁଦ୍ଧ ଘୋଷଣା କରିଛି। ଇସ୍ରାଏଲର ଏଭଳି ଯୁଦ୍ଧ ଘୋଷଣା ଦର୍ଶାଇଛି ଯେ, ଇସ୍ରାଏଲର ପ୍ରତିଶୋଧ ପରାୟଣ ଚେହେରା ହମାସ କେବେ ଦେଖିନଥିବ। ଗତ କିଛିଦିନ ଧରି ଗାଜା ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ହମାସ ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଦେଇଥିଲା। ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ଆତଙ୍କବାଦୀ ମାନେ ୫ ହଜାରରୁ ଅଧିକ ରକେଟ ମାଡ଼ କରିଛନ୍ତି। ତେବେ ଉଭୟ ପକ୍ଷରେ ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଏବେ ସୁଦ୍ଧା ୨୦୦ ପାର୍ ମୃତ୍ୟୁ ସଂଖ୍ୟା ହୋଇଛି ବୋଲି ସୂଚନା ରହିଛି। 

ସେପଟେ ଇସ୍ରାଏଲର ସ୍ଥିତିକୁ ଭାରତ ସରକାର ନଜର ରଖିଛନ୍ତି। ହମାସ ଆତଙ୍କୀଙ୍କ ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟରରେ  ଭିଡିଓ ଜାରି କରି ଯୁଦ୍ଧ ଘୋଷଣା କରିଥିଲେ। ଇସ୍ରାଏଲର ରକ୍ଷାମନ୍ତ୍ରୀ କହିଛନ୍ତି ଯେ, ହମାସ ଇସ୍ରାଏଲ (Israel Hamas Conflict)  ବିରୁଦ୍ଧରେ ଯୁଦ୍ଧ କରିବାକୁ ଉସାକାଇଛି। ହେଲେ ଏଥିରେ ଇସ୍ରାଏଲ ହିଁ ଜିତିବ। ତେବେ ଭାରତ ସରକାର ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି । ଭାରତୀୟ ନାଗରିକଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। 

ଲୋକାଲ ଅଥୋରିଟିଙ୍କ କମାଣ୍ଡ ମାନିବା ସହ ବିନା କାରଣରେ ବାହାରକୁ ଯିବାକୁ ମନା କରିଛନ୍ତି ଭାରତ ସରକାର। ଯଥାସମ୍ଭବ ନିଜକୁ ଏସବୁରୁ ଦୂରେଇ ରହିବା ସହ ଆପାତ୍ତକାଳିନ ପରିସ୍ଥିତିରେ ତେଲ୍ ଅବିବ ସ୍ଥିତ ଭାରତୀୟ ଦୂତାବାସ (Indian Embassy) ସହ ସମ୍ପର୍କ କରିବାକୁ ଆଡଭାଇଜରିରେ କୁହାଯାଇଛି। ଦୂତାବାସର ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ଭାରତ ସରକାର। ହେଲ୍ପଲାଇନ ନମ୍ବର ହେଉଛି ପ୍ଲସ 97235226748 । ଏବଂ ଇମେଲ୍ ଆଇଡି ହେଉଛି  consl.telaviv@mea.gov.in । 

ଇସ୍ରାଏଲ୍ ସେନା କହିଛି ଯେ ହମାସ ଗାଜା ଅଞ୍ଚଳର କିଛି ସ୍ଥାନକୁ ଟାର୍ଗେଟ କରୁଛି। ଆତଙ୍କବାଦୀ ଗୋଷ୍ଠୀ ହମାସ ଇସ୍ରାଏଲ ବିରୋଧରେ ଏକ ନୂତନ ସାମରିକ ଅଭିଯାନ ଘୋଷଣା କରିଛି। ୟରୁଶଲମରେ ଏୟାର ଷ୍ଟ୍ରାଇକ୍ (Air Strike) ବିଷୟରେ ଚେତାବନୀ ଦେବା ପାଇଁ ସାଇରନ୍ ଶବ୍ଦ ଘନ ଘନ ବଜାଯାଉଛି। ଏହାପୂର୍ବରୁ ହମାସର ସାମରିକ ୱିଙ୍ଗର ଜଣେ ନେତା ଏକ ନୂତନ ସାମରିକ ଅଭିଯାନର ଏକ ଅଂଶ ଭାବରେ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିବା ଦାବି କରିଛନ୍ତି।

ହାମାସ ନେତା ମହମ୍ମଦ ଅଲ-ଦୀଫ ଇସ୍ରାଏଲ ବିରୋଧରେ 'ଅଲ-ଆକସା ଫଲଡ୍' ବିରୋଧରେ ଏକ ନୂତନ ସାମରିକ କାର୍ଯ୍ୟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ ହମାସ ରକେଟ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗେଲାଣ୍ଟ ଆଇଡିଏଫ୍ ଆବଶ୍ୟକତା ଅନୁଯାୟୀ ରିଜର୍ଭ ସୈନିକଙ୍କ ଡ୍ରାଫ୍ଟକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Benjamin Netanyahu) ସୁରକ୍ଷା ପ୍ରତିଷ୍ଠାନର ସମସ୍ତ ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟକୁ ବର୍ତ୍ତମାନର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

Also Read: IND vs AUS: ଆଜି ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ, ବ୍ୟାଟ୍ ବଲ୍ ଲଢେଇରେ କମ୍ପିବ ଚେନ୍ନାଇ ଷ୍ଟାଡିୟମ

Also Read: Israel Hamas War: ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଆରମ୍ଭ ହେଲା ଭୟଙ୍କର 'ଯୁଦ୍ଧ', ଦେଖନ୍ତୁ କିଛି ଭୟାନକ ଭିଡିଓ