Happy New Year 2023: ଆରମ୍ଭ ହେଲା ଇଂରାଜୀ ନବବର୍ଷ, ଜାଣନ୍ତୁ ପ୍ରଥମେ କେଉଁ ଦେଶରେ ହେଲା ପାଳନ
Advertisement

Happy New Year 2023: ଆରମ୍ଭ ହେଲା ଇଂରାଜୀ ନବବର୍ଷ, ଜାଣନ୍ତୁ ପ୍ରଥମେ କେଉଁ ଦେଶରେ ହେଲା ପାଳନ

Happy New Year 2023 In India: କ୍ରିସମାସ ଆଇଲ୍ୟାଣ୍ଡ କିରିବାଟିରେ ନୂଆବର୍ଷ ଆରମ୍ଭ ହୋଇ ସାରିଛି । ସେହିପରି ଏସିଆ ମହାଦେଶରେ ଜାପାନ, ଦକ୍ଷିଣ କୋରିଆରେ ସର୍ବପ୍ରଥମେ ନୂଆବର୍ଷ ପାଳନ କରାଯାଏ । ଏହି ଦୁଇ ଦେଶରେ ଭାରତୀୟ ସମୟ ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୮ଟା ୩୦ ସମୟରେ ପାଳନ କରାଯାଇଥାଏ । 

Happy New Year 2023: ଆରମ୍ଭ ହେଲା ଇଂରାଜୀ ନବବର୍ଷ, ଜାଣନ୍ତୁ ପ୍ରଥମେ କେଉଁ ଦେଶରେ ହେଲା ପାଳନ

Happy New Year 2023: ପ୍ରତୀକ୍ଷାର ଅନ୍ତ । ପୁରୁଣା ବର୍ଷକୁ ବିଦାୟ ଦେଇ ନାଚଗୀତରେ ମସଗୁଲ ହୋଇ ସ୍ୱାଗତ କଲେ ନବବର୍ଷକୁ। ଜିରୋ ନାଇଟ ସେଲିବ୍ରେସନରେ କମ୍ପିଲା ପୁରପଲ୍ଲୀରୁ ସହର । ପୁରା ବିଶ୍ୱ ପାଳନ କଲା ଇଂରାଜୀ ନବବର୍ଷ ୨୦୨୩ । ରାତି ୧୨ଟା ପରେ ବଦଳିଯାଇଛି କ୍ୟାଲେଣ୍ଡର । ଏବେ ଅଫିସ ରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ, ସରକାରୀ ଖାତା ଖତିଆନରୁ ବେସରକାରୀ ବିଲ୍ ସବୁଠି ଲେଖାଯିବ ନୂଆବର୍ଷର ନୂଆ ମାସ ନୂଆ ତାରିଖ। ନୂଆବର୍ଷ ଉତ୍ସବ ପାଳନ କରିବା ପାଇଁ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଥିଲେ । ହେଲେ ଆପଣ ଜାଣନ୍ତି କି ଭାରତରେ ଇଂରାଜୀ ନବବର୍ଷକୁ ସ୍ୱାଗତ କରିବା ପୂର୍ବରୁ କେଉଁ କେଉଁ ଦେଶରେ ଆଗୁଆ ନବବର୍ଷକୁ ସ୍ୱାଗତ କରାଯାଏ। 

ସୂଚନାନୁସାରେ ଟୋଙ୍ଗା, ସମୋଆ ଓ କିରିବାଟି ପରି କିଛି ଦେଶରେ ସର୍ବପ୍ରଥମେ ନୂଆ ବର୍ଷ ପାଳନ କରାଯାଇଥାଏ । ଟୋଙ୍ଗାରେ ସବୁଠାରୁ ପ୍ରଥମେ ଏହା ଶୁଭାରମ୍ଭ କରାଯାଇଥିଲା । ଭାରତୀୟ ସମୟ ଅନୁସାରେ ଆଜି ଦିନ ୩ଟା ୩୦ ମିନିଟ ସମୟରେ ସମୋଆ ଓ କ୍ରିସମାସ ଆଇଲ୍ୟାଣ୍ଡ କିରିବାଟିରେ ନୂଆବର୍ଷ ଆରମ୍ଭ ହୋଇ ସାରିଛି । ସେହିପରି ଏସିଆ ମହାଦେଶରେ ଜାପାନ, ଦକ୍ଷିଣ କୋରିଆରେ ସର୍ବପ୍ରଥମେ ନୂଆବର୍ଷ ପାଳନ କରାଯାଏ । ଏହି ଦୁଇ ଦେଶରେ ଭାରତୀୟ ସମୟ ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୮ଟା ୩୦ ସମୟରେ ପାଳନ କରାଯାଇଥାଏ । 

ଅନ୍ୟପଟେ ନ୍ୟୁଜିଲାଣ୍ଡର ଲୋକମାନେ ନୂଆବର୍ଷକୁ ବହୁତ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରାଯାଇଥିବାବେଳେ ନ୍ୟୁଜିଲାଣ୍ଡରେ ଭାରତୀୟ ସମୟ ୩ଟା୪୫ ମିନିଟରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଏହା ପରେ, ସନ୍ଧ୍ୟା ୫ଟା୩୦ରେ, ଋଷର ଏକ ଛୋଟ ଅଞ୍ଚଳ ବ୍ୟତୀତ, ଅନ୍ୟ ୭ଟି ସ୍ଥାନରେ ନୂତନ ବର୍ଷକୁ ସ୍ୱାଗତ କରାଯାଇଛି। ସେହିପରି ମିଆଁମାରରେ ରାତି ୧୧ଟା, ବାଂଲାଦେଶରେ ରାତି ୧୧ଟା ୩୦ରେ, ନେପାଳରେ ୧୧ଟା୪୫ ଏବଂ ଭାରତ ଓ ଶ୍ରୀଲଙ୍କାରେ ରାତି ୧୨ଟାରେ ନୂଆବର୍ଷ ପାଳନ କରାଯାଇଛି। ପାକିସ୍ତାନରେ ନୂଆବର୍ଷକୁ ରାତି ଗୋଟାଏରେ ସ୍ୱାଗତ କରାଯାଏ।