Gautam Adani: କଂଗ୍ରେସ ନା ବିଜେପି, କାହା ଶାସନ ସମୟରେ ବଢିଲା ଅଦାନୀଙ୍କ ସାମ୍ରାଜ୍ୟ
Advertisement

Gautam Adani: କଂଗ୍ରେସ ନା ବିଜେପି, କାହା ଶାସନ ସମୟରେ ବଢିଲା ଅଦାନୀଙ୍କ ସାମ୍ରାଜ୍ୟ

Adani Group Business: ଯେତେବେଳେ ଉପା ସରକାର କେନ୍ଦ୍ରରେ ଥିଲେ, ସେତେବେଳେ ଅଦାନୀ କିପରି ଅଗ୍ରଗତି କରୁଥିଲେ ଏବଂ ଏନଡିଏ ସରକାର ଗଠନ ପରେ କେତେ ପରିବର୍ତ୍ତନ ହୋଇଛି। ତେବେ ଚାଲନ୍ତୁ ପ୍ରଥମେ ଜାଣିବା ତାଙ୍କ ବିଜିନେସ ବିଷୟରେ କିଛି। ଅଦାନୀଙ୍କ କାରବାର ପ୍ରଥମେ ୧୯୮୮ ମସିହାରେ କମୋଡିଟି ଟ୍ରେଡିଂ ବିଜିନେସରୁ ଆରମ୍ଭ ହୋ଼ଇଥିଲା। 

Gautam Adani: କଂଗ୍ରେସ ନା ବିଜେପି, କାହା ଶାସନ ସମୟରେ ବଢିଲା ଅଦାନୀଙ୍କ ସାମ୍ରାଜ୍ୟ

Gautam Adani: ୨୪ ଜାନୁଆରୀ ଫାଇନାନ୍ସିଆଲ ରିସର୍ଚ୍ଚ ଫର୍ମ ହିଣ୍ଡେନବର୍ଗର ରିପୋର୍ଟ ପରେ ଚାରିଆଡେ କେବଳ ଅଦାନୀ ଅଦାନୀ ଚର୍ଚ୍ଚା ଲାଗିରହିଛି। ସେୟାର ମାର୍କେଟରୁ ନେଇ ସଂସଦ ପର୍ଯ୍ୟନ୍ତ କେବଳ ଅଦାନୀ ଗ୍ରୁପ ର ନାଁ ଗୁଞ୍ଜରଣ ହେଉଛି। ୭ ଫେବୃଆରୀ ରେ ସଂସଦରେ ରାହୁଲ ଗାନ୍ଧୀ ଲଗାତାର ୫୩ ମିନିଟ କେବଳ ଏହି ମୁଦ୍ଦାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାହୁଲ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଭାଜପା ଓ ଅଦାନୀ ମଧ୍ୟରେ ସମ୍ପର୍କ କଣ ରହିଛି। ସେହିପରି ପିଏମଙ୍କ ବିଦେଶ ଗସ୍ତ ସମୟରେ ଅଦାନୀ ତାଙ୍କ ସହ କେତେଥର ଯାଇଛନ୍ତି ସେ ନେଇ ବି ଉତ୍ତର ମାଗିଥିଲେ ରାହୁଲ ।

ରାହୁଲ ଗାନ୍ଧୀଙ୍କ ଅନୁଯାୟୀ, ଏନଡିଏ କାର୍ଯ୍ୟକାଳ ମଧ୍ୟରେ ଅଦାନୀଙ୍କ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ, ଏହା ଜାଣିବା ଆବଶ୍ୟକ ଯେ ଯେତେବେଳେ ଉପା ସରକାର କେନ୍ଦ୍ରରେ ଥିଲେ, ସେତେବେଳେ ଅଦାନୀ କିପରି ଅଗ୍ରଗତି କରୁଥିଲେ ଏବଂ ଏନଡିଏ ସରକାର ଗଠନ ପରେ କେତେ ପରିବର୍ତ୍ତନ ହୋଇଛି। ତେବେ ଚାଲନ୍ତୁ ପ୍ରଥମେ ଜାଣିବା ତାଙ୍କ ବିଜିନେସ ବିଷୟରେ କିଛି। ଅଦାନୀଙ୍କ କାରବାର ପ୍ରଥମେ ୧୯୮୮ ମସିହାରେ କମୋଡିଟି ଟ୍ରେଡିଂ ବିଜିନେସରୁ ଆରମ୍ଭ ହୋ଼ଇଥିଲା। ଏହା ପୂର୍ବରୁ ସେ ହୀରାର କାରବାର ମଧ୍ୟ କରୁଥିଲେ।

୧୯୯୧ ରେ ଆର୍ଥିକ ସଂସ୍କାରର ଲାଭ ପାଇଥିଲା ଅଦାନୀ ଗ୍ରୁପ ଏବଂ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ଏହାର ଶାଖା ବିସ୍ତାର କରିବାରେ ଲାଗିଲା । ୧୯୯୩ ରେ, ଗୁଜୁରାଟ ସରକାର ମୁନ୍ଦ୍ରା ବନ୍ଦରର କାର୍ଯ୍ୟ ବେସରକାରୀ କମ୍ପାନୀମାନଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ। ୧୯୯୫ ରେ, ଅଦାନୀ ଗ୍ରୁପ୍ ବନ୍ଦରର ଟେଣ୍ଡର ଜିତିଥିଲା ​​। ଆଗାମୀ ବର୍ଷରେ ଅଦାନୀ ପାୱାର ଲିମିଟେଡ୍ ପ୍ରତିଷ୍ଠା କରାଯାଇଥିଲା । ଏହି ସମୟ ମଧ୍ୟରେ କମ୍ପାନୀ ଭିତ୍ତିଭୂମି, ବନ୍ଦର, ଶକ୍ତି ସହିତ ଅନେକ କ୍ଷେତ୍ରରେ ବିନିଯୋଗ କରିଥିଲା ।

UPA ସରକାର ସମୟରେ ଅଦାନୀଙ୍କ ସଫର
୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ UPA ଶାସନର ଦଶ ବର୍ଷ ମଧ୍ୟରେ, ଅଦାନୀ ଗ୍ରୁପ୍ ବହୁତ ଅଗ୍ରଗତି କଲା ।ଏସ୍ ଇକ୍ୱିଟିର ତଥ୍ୟ ଅନୁଯାୟୀ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଅଦାନୀ ଏଣ୍ଟରପ୍ରାଇଜେସ୍ ସେୟାର ୨,୧୮୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୪ ପର୍ଯ୍ୟନ୍ତ, କେବଳ ଅଦାନୀ ଏଣ୍ଟରପ୍ରାଇଜେସ୍ ଷ୍ଟକ୍ ମାର୍କେଟରେ ଏକ ତାଲିକାଭୁକ୍ତ କମ୍ପାନୀ ଥିଲା । ୨୦୦୭ ରେ ଆଦାନୀ ବନ୍ଦର ଏବଂ ୨୦୦୯ ରେ ଅଦାନୀ ପାୱାର ମଧ୍ୟ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇଥିଲା । 

ବର୍ଷ ୨୦୧୧ ରେ, ଏହି ଗ୍ରୁପ କୁଇନ୍ସଲ୍ୟାଣ୍ଡ ଅଷ୍ଟ୍ରେଲିଆର ଆବୋଟ୍ ପଏଣ୍ଟ ବନ୍ଦରକୁ ୯୯ ବର୍ଷ ପାଇଁ ଲିଜରେ ନେଇଥିଲା। କମ୍ପାନୀ ପାଇଁ ଏହା ଭାରତ ବାହାରେ ବ୍ୟବସାୟର ଆରମ୍ଭ ଥିଲା। ନଭେମ୍ବର ୨୦୦୭ ରୁ ମେ ୨୦୧୪ ପର୍ଯ୍ୟନ୍ତ, ଅଦାନୀ ବନ୍ଦରର ଷ୍ଟକ୍ ୧୮ ପ୍ରତିଶତ ବୃଦ୍ଧି ପାଇଛି । ତେବେ, ୨୦୦୯ରୁ ୨୦୧୪ ମଧ୍ୟରେ ଅଦାନୀ ପାୱାରର ଷ୍ଟକ୍ ହ୍ରାସ ପାଇଛି। ୨୦୧୪ ରେ, ଯେତେବେଳେ ଏନଡିଏ ସରକାର ଗଠନ ହେଲା, ଅଦାନୀ ଗ୍ରୁପର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲଇଜେସନ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ଥିଲା।

୨୦୧୪ ପରେ ଅଦାନୀ ଗ୍ରୁପର ଅବସ୍ଥା କଣ ହେଲା ? 

୨୬ ମେ ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ଦିନ ଅଦାନୀ ଏଣ୍ଟରପ୍ରାଇଜେସର ସେୟାର ମୂଲ୍ୟ ଥିଲା ୪୮୯ ଟଙ୍କା। ୨୧ ଡିସେମ୍ବର ୨୦୨୨ ରେ, ଏହି ଅଂଶର ମୂଲ୍ୟ ୪ ହଜାର ୧୮୯ ଟଙ୍କା ହୋଇଗଲା। ଏହାର ଅର୍ଥ ହେଉଛି ୭୫୬ ପ୍ରତିଶତ ବୃଦ୍ଧି । ହିଣ୍ଡେନବର୍ଗର ରିପୋର୍ଟ ପରେ ଅଦାନୀ ଏଣ୍ଟରପ୍ରାଇଜେସ୍ ସେୟାର ବହୁ ମାତ୍ରାରେ ହ୍ରାସ ପାଇଛି, ତଥାପି ଏହା ମେ ୨୬, ୨୦୧୪ ତୂଳନାରେ ପ୍ରାୟ ୩୪୦ ପ୍ରତିଶତ ଅଧିକ । 

ଏହି ସମୟରେ ଅଦାନୀ ପାୱାର ଏବଂ ଅଦାନୀ ବନ୍ଦରର ସେୟାର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା  । ୨୬ ମେ ୨୦୧୪ ରୁ ୮ ଫେବୃଆରୀ ୨୦୨୨ ମଧ୍ୟରେ, ଅଦାନୀ ବନ୍ଦରର ସେୟାର ମୂଲ୍ୟ ୧୬୯ ପ୍ରତିଶତ ଏବଂ ଅଦାନୀ ପାୱାରର ମୂଲ୍ୟ ୧୯୯ ପ୍ରତିଶତ ବୃଦ୍ଧି ପାଇଛି। ଆର୍ଥିକବର୍ଷ ୨୦୦୪ ମସିହାରେ ଅଦାନୀ ଏଣ୍ଟରପ୍ରାଇଜେସ୍ ର ରାଜସ୍ୱ ୭ ହଜାର ୦୭୮ କୋଟି ଟଙ୍କା ଥିଲା, ଯାହା ୨୦୧୪ ଆର୍ଥିକ ବର୍ଷରେ ୧୧,୬୯୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୨ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨୬,୮୨୪ କୋଟିରେ ପହଞ୍ଚିଛି।

ସେହିଭଳି ୨୦୧୪ ଆର୍ଥିକ ବର୍ଷରେ ଯେଉଁଠାରେ କମ୍ପାନୀର ୧୭୮ କୋଟି ଟଙ୍କା କ୍ଷତି ହୋଇଥିଲା, ୨୦୨୨ ଆର୍ଥିକ ବର୍ଷରେ ଏହା ୭୨୦ କୋଟି ଲାଭ କରିଛି। ଅବଶ୍ୟ, ଅଦାନୀ ବନ୍ଦର ଏବଂ ଆଦାନୀ ପାୱାର ୨୦୧୪ ରୁ ୨୦୨୨ ଆର୍ଥିକ ବର୍ଷରେ କ୍ଷତି ସହିଛି। ୨୦୧୪ ଆର୍ଥିକ ବର୍ଷରେ, ଅଦାନୀ ପାୱାରର ନିଟ୍ ଲାଭ ୫୯୬ କୋଟି ଥିଲା, କିନ୍ତୁ ୨୦୨୨ ମସିହାରେ କମ୍ପାନୀ ୧୮୨ କୋଟି କ୍ଷତି ସହିଛି।

Also Read: Prince Harry Controversy: ପ୍ରଥମ ଥର ଶାରିରୀକ ସମ୍ପର୍କକୁ ନେଇ ଲେଖିଲେ ବହି, ଏବେ ବିବାଦରେ ପ୍ରିନ୍ସ

Also Read:  ASI Monuments Disappearing in India: ଦେଶରୁ ଗାଏବ ହୋଇଯାଇଛି ୨୪ ଐତିହାସିକ କୋଠା ଏବଂ ଐତିହ୍ୟ! ASI ପାଖରେ ନାହିଁ କୌଣସି ଖବର