China Omicron: "ମୃତ୍ୟୁର ତାଣ୍ଡବ ଦେଖିବି ପଛେ ନିଜ ଜିଦରୁ ହଟିବି ନାହିଁ''
Advertisement
Article Detail0/zeeodisha/odisha1471766

China Omicron: "ମୃତ୍ୟୁର ତାଣ୍ଡବ ଦେଖିବି ପଛେ ନିଜ ଜିଦରୁ ହଟିବି ନାହିଁ''

China Omicron Vaccine : ଜନସାଧାରଣଙ୍କ ଅଭିଯୋଗ ସେମାନଙ୍କ ଠାରୁ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଉଛି । ଯାହାଫଳରେ ଚୀନ ଦେଶର ଏଭଳି ନୀତିକୁ ବିଭିନ୍ନ ରାଷ୍ଟ୍ର ସମାଲୋଚନା କରିଛନ୍ତି। କାରଣ ଚୀନରେ ପ୍ରଥମ ଥର କୋଭିଡ କଟକଣା ବିରୋଧୀ ଆନ୍ଦୋଳନ ଅତି ହିଂସାତ୍ମକ ରୂପ ନେଇଥିଲା। 

China Omicron: "ମୃତ୍ୟୁର ତାଣ୍ଡବ ଦେଖିବି ପଛେ ନିଜ ଜିଦରୁ ହଟିବି ନାହିଁ''

China Omicron: ଚୀନରେ କୋଭିଡ ସଂକ୍ରମଣ ସ୍ଥିତି ଧିରେ ଧିରେ ପୁଣି ଜଟିଳ ହେବାରେ ଲାଗିଛି। ଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ୨୫ ହଜାର ଓ ବେଳେ ବେଳେ ୩୦ ହଜାର ପାର୍ ରହୁଛି । ସେପଟେ ଖୁସିର କଥା ହେଉଛି କୋରୋନାର ଓମିକ୍ରନ ଭାରିଆଣ୍ଟକୁ ରୋକିବାକୁ ଚୀନ ଟିକା ସଫଳ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି। ସେହିପରି ସଂକ୍ରମଣ କୁ ମାତ୍ ଦେବାକୁ ଚୀନ ସରକାରଙ୍କ ଜିରୋ କୋଭିଡ ନୀତିକୁ ଜନସାଧାରଣ ଖୁବ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ତା ସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିଷ୍ପତ୍ତି ଜନସାଧାରଣଙ୍କ ମୁଣ୍ଡ ବିନ୍ଧାଇ ଦେଇଛି। ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ଯେ, ପଶ୍ଚିମ ଦେଶ ଦ୍ୱାରା ପ୍ରସ୍ତୁତ ଉନ୍ନତ କୋଭିଡ ଟିକା ଦେଶବାସୀ ଗ୍ରହଣ କରିପାରିବେ ନାହିଁ। 

କେବଳ ଚୀନରେ (China) ଯେଉଁ ଟିକା ତିଆରି ହୋଇଛି ଦେଶବାସୀ ସେହି ଟିକା ନେବାକୁ ସରକାର ନିଜ ଜିଦରେ ଅଟଳ ରହିଛନ୍ତି। ତେବେ ଆମେରିକାର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ କହିଛନ୍ତି ଯେ, ଚୀନ ସରକାର ଏହି ନିଷ୍ପତ୍ତିକୁ ବଦଳାଇବା ଦରକାର। ସେହିପରି ସେ କହିଛନ୍ତି ଯେ, ଚୀନ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା ଓମିକ୍ରନ ବିରୋଧରେ ଆଦୌ ପ୍ରଭାବୀ ଥିବା ଜାଣି ମଧ୍ୟ ସରକାର ନିଜର ଟିକାର ମାନକୁ ନେଇ ନିଜ ଜିଦରେ ଅଟଳ ରହିଛନ୍ତି କେବଳ ଏତିକି ନୁହେଁ କୌଣସି ବିଦେଶୀ ଟିକାକୁ ଆପଣେଇବେ ନାହିଁ ବୋଲି ମଧ୍ୟ ରୋକ୍ ଠୋକ୍ ଜଣାଇଦେଇଛନ୍ତି। 

Also Read: Barack Obama: ୪ ବର୍ଷର ଶିଶୁକୁ ସାମ୍ନାରେ ଦେଖି କାହିଁକି ନିଜର ଭାଷଣ ବନ୍ଦ କରିଦେଲେ ଓବାମା

ନିକଟରେ ପୁରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ଚୀନରୁ କୋଭିଡ କଟକଣା (China Corona GuideLine) ଉଠାଇବା ନେଇ ଜାରି ଥିବା ବିଦ୍ରୋହ। ଏହି ସମୟରେ ସରକାରଙ୍କ ଜନବିରୋଧୀ କାମ ଲୋକଙ୍କୁ ଆହୁରି ଅଧିକ ଉତକ୍ଷୀପ୍ତ କରିଥିଲା । ଜନସାଧାରଣଙ୍କ ଅଭିଯୋଗ ସେମାନଙ୍କ ଠାରୁ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଉଛି । ଯାହାଫଳରେ ଚୀନ ଦେଶର ଏଭଳି ନୀତିକୁ ବିଭିନ୍ନ ରାଷ୍ଟ୍ର ସମାଲୋଚନା କରିଛନ୍ତି। କାରଣ ଚୀନରେ ପ୍ରଥମ ଥର କୋଭିଡ କଟକଣା ବିରୋଧୀ ଆନ୍ଦୋଳନ ଅତି ହିଂସାତ୍ମକ ରୂପ ନେଇଥିଲା। 

Also Read: Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର

ସେହିପରି କେତେକ ବିଶେଷଜ୍ଞଙ୍କ କହିବାନୁସାରେ, ଚୀନ ସରକାରଙ୍କ (China Government) ଏପରି ନୀତି କେବଳ ଏକ ବାହାନା। ଚୀନ ସରକାର ଅନେକ ବଡ ପ୍ରସଙ୍ଗରେ ଲୋକଙ୍କ ମୁହଁ ବନ୍ଦ କରିବାକୁ ଏପରି ପଦକ୍ଷେପ ନେଇ ଖସିଯିବାକୁ ସରକାର ଚେଷ୍ଟା କରୁଛନ୍ତି। ହେଲେ ସରକାରଙ୍କ ଏପରି ଉଦ୍ୟମ ଏବେ ଧିରେ ଧିରେ ବିଫଳ ହେବାରେ ଲାଗିଛି ଯାହାଫଳରେ ସରକାରଙ୍କ ପ୍ରତି ବିଦ୍ରୋହର ସ୍ୱର ଧିରେ ଧିରେ ଉତ୍ତେଜନା କୁ ବୃଦ୍ଧି କରାଉଛି।