Hospital Fire: ହସ୍ପିଟାଲରେ ଲାଗିଗଲା ଭୟଙ୍କର ନିଆଁ, ଜଳିଗଲେ ଡାକ୍ତର ଦମ୍ପତ୍ତି ସହ ୬ ଜଣ
Advertisement

Hospital Fire: ହସ୍ପିଟାଲରେ ଲାଗିଗଲା ଭୟଙ୍କର ନିଆଁ, ଜଳିଗଲେ ଡାକ୍ତର ଦମ୍ପତ୍ତି ସହ ୬ ଜଣ

Hazra Hospital Fire: ଝାଡଖଣ୍ଡ ଧାନବାଦରେ ବଡ଼ଧରଣର ଅଗ୍ନିକାଣ୍ଡ । ଏଠାରେ ଥିବା ହାଜରା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ଡାକ୍ତର ଦମ୍ପତ୍ତିଙ୍କ ସହ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଫସିରହିଥିବା ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

Hospital Fire: ହସ୍ପିଟାଲରେ ଲାଗିଗଲା ଭୟଙ୍କର ନିଆଁ, ଜଳିଗଲେ ଡାକ୍ତର ଦମ୍ପତ୍ତି ସହ ୬ ଜଣ

Hospital Fire: ଝାଡଖଣ୍ଡ ଧାନବାଦରେ ଭୟଙ୍କର ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଝାଡଖଣ୍ଡର ଧାନବାଦ୍ ଜିଲ୍ଲାର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ଧାନବାଦର ପ୍ରସିଦ୍ଧ ହାଜରା ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସମେତ ମୋଟ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଅଗ୍ନିକାଣ୍ଡ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡାକ୍ତରଖାନାରୁ ମୋଟ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି। ତେବେ ଘଟଣାର ତଦନ୍ତ ଜାରି ରହିଛି।

ରିପୋର୍ଟ ମୁତାବିକ, ଧାନବାଦର ହାଜରା ହସ୍ପିଟାଲରେ(Hazra Hospital Fire) ଏହି ଅଗ୍ନିକାଣ୍ଡରେ ଡକ୍ଟର ବିକାଶ ହାଜ୍ରା, ତାଙ୍କ ପତ୍ନୀ ପ୍ରେମା ହାଜ୍ରାଙ୍କ ସମେତ ଘରେ କାମକରୁଥିବା ଜଣେ ସହାୟିକାକୁ ମିଶାଇ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଧାନବାଦର ଏସଏସପି ସଞ୍ଜୀବ କୁମାର କହିଛନ୍ତି ଯେ ଏହି ଡାକ୍ତରଖାନା ଆବାସିକ କମ୍ପ୍ଲେକ୍ସରେ ଚାଲୁଥିଲା ଏବଂ ଡକ୍ଟର ବିକାଶ ହାଜ୍ରା ତାଙ୍କ ପରିବାର ସହିତ ଏଠାରେ ରହୁଥିଲେ।

ଗଭୀର ନିଦରେ ଥିଲେ ଘର ଲୋକ
ରିପୋର୍ଟ ଅନୁଯାୟୀ, କୋଠାର ଦ୍ୱିତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଖୁବ୍ ଶୀଘ୍ର ନିଆଁ ପ୍ରଥମ ମହଲାରେ ବ୍ୟାପିଗଲା ଏବଂ ଡକ୍ଟର ବିକାଶ ହାଜ୍ରା ମଧ୍ୟ ଏହି ନିଆଁର ଶିକାର ହୋଇଥିଲେ। ରାତିରେ ଅଗ୍ନିକାଣ୍ଡ ହେତୁ କେହି ଜାଣିପାରିନଥିଲେ ଏବଂ ଜଣାପଡି଼ବା ବେଳକୁ ନିଆଁ ବଢିଯାଇଥିଲା। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର(Fire Department) ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ହେଲେ ସେତେବେଳେକୁ ଏହି ଭୟଙ୍କର ନିଆଁରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । 

ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି ଯେ ବିଲ୍ଡିଂରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିଲା। ଆଣ୍ଟି ଫାୟାର ମେସିନ୍(Anti Fire Machine) ତ୍ରୁଟିପୂର୍ଣ୍ଣ ରହିଥିଲା । ଅନେକ ଗ୍ୟାସ ସିଲିଣ୍ଡର ମଧ୍ୟ ଡାକ୍ତରଖାନାରେ ରଖାଯାଇଥିଲା। ଅଗ୍ନିଶମ ବାହିନୀ ଦଳ ସେମାନଙ୍କୁ ଠିକ୍ ସମୟରେ ବାହାରକୁ ନେଇ ଯାଇଥିଲେ, ନଚେତ୍ ଦୁର୍ଘଟଣା ଆହୁରି ଅଧିକ ବଢିଯାଇଥାନ୍ତି । ଡକ୍ଟର ବିକାଶ ହାଜ୍ରା ଏବଂ ତାଙ୍କ ପତ୍ନୀ ପ୍ରେମା ହାଜ୍ରା ସେମାନଙ୍କ କାର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ ଥିଲେ। ଘଟଣା ପରେ ତାଙ୍କ ପରିବାର ସଦସ୍ୟ ଏବଂ ରୋଗୀ, ସମ୍ପର୍କୀୟ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

Also Read: Keonjhar Road Accident: ଅଟୋ ଓ ବୋଲେରୋ ଧକ୍କା, ୪ ମୃତ ୫ ଗୁରୁତର

Also Read: Most Dirty Trains in India: ଦେଶର ସବୁଠାରୁ ଅପରିଷ୍କାର ଟ୍ରେନ, ଭୁଲରେ ବି କରନ୍ତୁନି ଏଥିରେ ଯାତ୍ରା!

Also Read: IMD Weather: ପୁଣି ଥରିବ ପୁରା ଭାରତ ! ଖସୁଛି ପାରଦ