Arijit singh: ମମତା ବାନାର୍ଜୀଙ୍କୁ ପସନ୍ଦ ଆସିଲାନି 'ରଙ୍ଗ ଦେ ତୁ ମୋହେ ଗେରୁଆ'ଗୀତ, ପ୍ରୋଗ୍ରାମ କରିଦେଲେ ରଦ୍ଦ
Advertisement

Arijit singh: ମମତା ବାନାର୍ଜୀଙ୍କୁ ପସନ୍ଦ ଆସିଲାନି 'ରଙ୍ଗ ଦେ ତୁ ମୋହେ ଗେରୁଆ'ଗୀତ, ପ୍ରୋଗ୍ରାମ କରିଦେଲେ ରଦ୍ଦ

Arijit singh Live Concert: ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାମ୍ନାରେ ନିଜର ସବୁଠୁ ପପୁଲାର ଗୀତ ରଙ୍ଗ ଦେ ତୁ ମୋହେ ଗେରୁଆ ଗୀତ ଗାଇଥିଲେ । ଏହି ଗୀତରେ ଶାହାରୁଖ ଖାନ ଓ କାଜୋଲ ଅଭିନୟ କରିଥିଲେ । ଶାହାରୁଖ ଖାନ ଷ୍ଟାରର ଦିଲୱାଲେ ଫିଲ୍ମରେ ଏହି ଗୀତକୁ ସ୍ଥାନ ଦିଆଯାଇଥିଲା । ଯାହାକୁ ନେଇ ଏବେ ପଶ୍ଚିମବଙ୍ଗରେ ମମତା ସରକାର ଓ ବିଜେପି ମଧ୍ୟରେ ଟଣାଓଟରା ପରିସ୍ଥିତି। 

Arijit singh: ମମତା ବାନାର୍ଜୀଙ୍କୁ ପସନ୍ଦ ଆସିଲାନି 'ରଙ୍ଗ ଦେ ତୁ ମୋହେ ଗେରୁଆ'ଗୀତ, ପ୍ରୋଗ୍ରାମ କରିଦେଲେ ରଦ୍ଦ

Singer Arijit singh: ପପୁଲାର ସିଙ୍ଗର ଅରିଜିତ୍ ସିଂଙ୍କ ଏକ ଗୀତ କାର୍ଯ୍ୟକ୍ରମକୁ ନେଇ ଏବେ ପଶ୍ଚିମବଙ୍ଗରେ ମୁହାଁମୁହିଁ ଅବସ୍ଥାରେ ବିଜେପି ଓ ଟିଏମସି। ଭାରତୀୟ ଜନତା ପାର୍ଟି ତାଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରିବା ନେଇ ମମତା ବାନାର୍ଜୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ବିଜେପିର ଆରୋପ ଯେ, ସରକାର ଏଥିରେ ରାଜନୈତିକ ରଙ୍ଗ ଦେଇ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି। ସେପଟେ ପଶ୍ଚିମବଙ୍ଗ ସରକାରଙ୍କ କହିବା କଥା, ଜି-20 କାର୍ଯ୍ୟକ୍ରମର ତାରିଖ ସମାନ ଦିନରେ ଥିବାରୁ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।

ବିଜେପି ନେତା(BJP Leader) ଅମିତ ମାଲବୀୟ କାର୍ଯ୍ୟକ୍ରମ କ୍ୟାନସଲ ହେବାକୁ ନେଇ ତୃଣମୂଳ ସରକାର ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ଏହା ଏଥିପାଇଁ ହୋଇଛି କାରଣ ସିଙ୍ଗର ଅରିଜିତ୍ ସିଂ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାମ୍ନାରେ ନିଜର ସବୁଠୁ ପପୁଲାର ଗୀତ ରଙ୍ଗ ଦେ ତୁ ମୋହେ ଗେରୁଆ ଗୀତ ଗାଇଥିଲେ । ଏହି ଗୀତରେ ଶାହାରୁଖ ଖାନ ଓ କାଜୋଲ ଅଭିନୟ କରିଥିଲେ । ଶାହାରୁଖ ଖାନ ଷ୍ଟାରର ଦିଲୱାଲେ ଫିଲ୍ମ(Dilwale Film)ରେ ଏହି ଗୀତକୁ ସ୍ଥାନ ଦିଆଯାଇଥିଲା । ଗୀତିକାର ଅରିଜିତ୍ ସିଂଙ୍କ ସବୁ ଲୋକପ୍ରିୟ ଗୀତ ମଧ୍ୟରୁ ଏହି ଗୀତଟି ଅନ୍ୟତମ । କେବଳ ଏତିକି ନୁହେଁ ଫିଲ୍ମ ଫେଷ୍ଟିଭାଲରେ ଅରିଜିତ୍ ଅନେକ ବଙ୍ଗାଳି ଗୀତ ମଧ୍ୟ ଗାଇଥିଲେ । ମାତ୍ର ରଙ୍ଗ ଦେ ତୁ ମୋହେ ଗେରୁଆ ଗୀତକୁ ଅଧିକ ପ୍ରଶଂସା ମିଳିଥିଲା । 

କଣ କହିଲେ ପଶ୍ଚିମବଙ୍ଗ ସରକାର...
ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହକିମ କହିଛନ୍ତି ଯେ, ଅରିଜିତ୍ ସିଂ ଙ୍କ କାର୍ଯ୍ୟକ୍ରମକୁ (Arijit Singh Live Concert)  ଅନୁମତି ଦିଆଯାଇନାହିଁ କାରଣ ଜି-20 କାର୍ଯ୍ୟକ୍ରମ ମଧ୍ୟ ସମାନ ତାରିଖ ଓ ସମାନ ସ୍ଥାନ ଇକୋ ପାର୍କରେ ହେବାକୁ ଯାଉଛି । ମନ୍ତ୍ରୀ କହିଛନ୍ତି ଯେ, ଭାରତର ଜି-20ର ଅଧ୍ୟକ୍ଷତା ସହ ଜଡ଼ିତ ପ୍ରୋଗ୍ରାମ ଇକୋ ପାର୍କର ଠିକ୍ ସାମ୍ନାରେ କନଭେସନ ହଲ୍ ରେ ହେବାକୁ ଯାଉଛି। ସେହିଠାରେ ଅରିଜିତ୍ ସିଂଙ୍କ (Arijit Singh) ମ୍ୟୁଜିକାଲ କାର୍ଯ୍ୟକ୍ରମ ହେବାକୁ ଯାଉଛି। କିଛି ବିଦେଶୀ ଅତିଥି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଯାହା ଫଳରେ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅରିଜିତ୍ ସିଂଙ୍କ ଫ୍ୟାନ୍ସ ଫଲୋଅର୍ସ ବହୁତ । ତାଙ୍କ ପ୍ରୋଗ୍ରାମରେ ହଜାର ହଜାର ଲୋକ ଭିଡ଼ ଜମାଇବେ । ତେବେ ଦୁଇଟି କାର୍ଯ୍ୟକ୍ରମକୁ ନେଇ ଆଇନ ବ୍ୟବସ୍ଥା ସଠିକ ରଖିହେବନି। ଯାହା ଫଳରେ ଆଇନ ବ୍ୟବସ୍ଥା ବିଗିଡ଼ିଯାଇପାରେ। 

ଅରିଜିତ୍ ସିଂଙ୍କ କନସର୍ଟ ୧୮ ଫେବୃଆରୀକୁ ହେବାର ଥିଲା । ମାତ୍ର ସରକାର କହିଛନ୍ତି ଯେ ଶୋକୁ ଅନ୍ୟ କେଉଁଠିକୁ ସ୍ଥାନାନ୍ତର କରିବା ଜରୁରୀ। ସେହିପରି ରିପୋର୍ଟରେ କୁହାଯାଇଛି ଯେ ସଲମାନ ଖାନଙ୍କ(Salman Khan) ଏକ ପ୍ରୋଗ୍ରାମ ଜାନୁଆରୀ ୨୦ ତାରିଖରେ ସେହି ସ୍ଥାନରେ ହେବାକୁ ଯାଉଛି। 

Also Read: Sushant Singh Rajput: ସୁଶାନ୍ତ ସିଂ ମୃତ୍ୟୁ ମାମଲା , ବିବେକ ଅଗ୍ନିହୋତ୍ରୀ ଦେଲେ ବଡ ବୟାନ୍

Also Read: HBD Rajesh khanna And Twinkle Khanna: 'ଅକ୍ଷୟ କୁମାରଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଥିଲେ ରାଜେସ ଖାନ୍ନା'