Women Army Officers: ଶତ୍ରୁମାନଙ୍କୁ ସାବାଡ଼ କରିବାକୁ ପୂରା ପ୍ରସ୍ତୁତ ଆମଦେଶର ଏହି ୫ ମହିଳା ସେନାଧିକାରୀ
Advertisement

Women Army Officers: ଶତ୍ରୁମାନଙ୍କୁ ସାବାଡ଼ କରିବାକୁ ପୂରା ପ୍ରସ୍ତୁତ ଆମଦେଶର ଏହି ୫ ମହିଳା ସେନାଧିକାରୀ

Women Army Officers News In Odia: ଆଜି ଆମ ଦେଶ ଗର୍ବିତ ।  କାରଣ ପ୍ରତିଟି କ୍ଷେତ୍ରରେ ଏବେ ମହିଳା ମାନେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି । ଆଜି ଏମିତି ଏକ କଥାକୁ ନେଇ ସାରା ଦେଶ ଆଜି ଗର୍ବିତ । ଏଣିକି ଶତ୍ରୁଦେଶ ଆମ ଦେଶର ଝିଅ ମାନଙ୍କୁ ଦେଖିଲେ ଡ଼ରିବେ ବାଟକାଟି ରାସ୍ତା ବାହାର କରିବେ। କାରଣ ଆଜିଠାରୁ  ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ ହୋଇଛନ୍ତି ୫ ମହିଳା।

 

Women Army Officers: ଶତ୍ରୁମାନଙ୍କୁ ସାବାଡ଼ କରିବାକୁ ପୂରା ପ୍ରସ୍ତୁତ ଆମଦେଶର ଏହି ୫ ମହିଳା ସେନାଧିକାରୀ

Women Army Officers News In Odia: ଏଣିକି ଭାରତର ଝିଅ ଦେଖାଇବେ ବିରତ୍ୱର ପରାକାଷ୍ଠା । ଆମ ଦେଶର ଝିଅ ମାନେ ଏବେ ଶତ୍ରୁ ସେନା ଉପରେ ତୋପ ଓ ଗୁଳି ବର୍ଷା କରିବାକୁ ପୂରାପୂରି ପ୍ରସ୍ତୁତ । କାରଣ ଭାରତୀୟ ସେନା ମହିଳା ସେନାଧିକାରୀଙ୍କୁ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରିଛି। ଯାହା ଏକ ପ୍ରମୁଖ ମୁକାବିଲା ଶାଖା ଅଟେ। ୨୯ ଏପ୍ରିଲ ୨୦୨୩ ରେ ଅଫିସର୍ସ ଟ୍ରେନିଂ ଅକାଦେମୀରେ ଚେନ୍ନାଇରେ ଟ୍ରେନିଂ ପୂରା କରିବା ପରେ ପାଞ୍ଚ ମହିଳା ଅଧିକାରୀକୁ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଛି। ତିନି ମହିଳାଧିକାରୀଙ୍କୁ ସବୁଠାରୁ ସେନସିଟିଭ ଇଲାକା ଅର୍ଥାତ୍ ଉତ୍ତର ସୀମାରେ ନିୟୋଜିତ କରାଯାଇଛି । ସେହିପରି ଅନ୍ୟ ୨ ମହିଳା ଅଧିକାରୀ ପଶ୍ଚିମ ଦିଗର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସମ୍ଭାଳିବେ। 

ଭାରତୀୟ ସେନାର ଏହି ପରିବର୍ତ୍ତନ ଆର୍ଟିଲାରୀ ରେଜିମେଣ୍ଟରେ ମହିଳା ଅଧିକାରୀଙ୍କ ନିଯୁକ୍ତି ପ୍ରମାଣିତ କରିଛି ଯେ, ଭାରତୀୟ ସେନାରେ ମହିଳାଙ୍କ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଯେବେ ଚଳିତ ବର୍ଷ ଜାନୁଆରୀରେ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ  (Army Cheif General Manoj Pande) ମହିଳା ଅଧିକାରୀଙ୍କୁ ଆର୍ଟିଲାରୀ ରେଜିମେଣ୍ଟରେ କମିଶନ ଦେବା କଥା ଘୋଷଣା କରିଥିଲେ। ଯାହା ପରେ କେନ୍ଦ୍ର ସରକାର ଏହା ଉପରେ ମୋହର ମାରିଥିଲେ । ଏହି ମହତ୍ତପୂର୍ଣ୍ଣ ଘଟଣା ଦେଶର ଭାରତୀୟ ସେନା ମହିଳା ଅଧିକାରୀଙ୍କ ଯାତ୍ରା ଉପରେ ଏକ ପ୍ରମୁଖ ପ୍ରମାଣ ହୋଇ ରହିଲା। ତେବେ ଏହି କଥାରୁ ପ୍ରମାଣିତ ଯେ, ଆମେ ଦେଶର ଝିଅ ମାନେ ପୁଅ ମାନଙ୍କ ଠାରୁ କମ୍ ନୁହଁନ୍ତି। ଆମେ ଦେଶର ନାରୀ ସବୁ କିଛି କରିପାରିବେ।

ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ମହିଳା ସେନାଧିକାରୀଙ୍କୁ (Women Army Officers)  ସେତିକି ସମ୍ମାନ ମିଳିବ ନା ନାହିଁ ।ତେବେ କହିରଖୁଛୁ, ସେନାରେ ପୁରୁଷ ଙ୍କ ପରି ମହିଳାଙ୍କୁ ମଧ୍ୟ ସେତିକି ସମ୍ମାନ ମିଳିବ । ରେଜିମେଣ୍ଟ ଅଫ୍ ଆର୍ଟିଲାରୀରେ କମିଶନ ହୋଇଥିବା ପାଞ୍ଚ ଜଣ ମହିଳା ଅଧିକାରୀଙ୍କୁ ସେମାନଙ୍କ ପୁରୁଷଙ୍କ ସହ ସମାନ ସୁଯୋଗ ଏବଂ ଆହ୍ୱାନ ଦିଆଯାଇଛି। ଆର୍ଟିଲାରୀ ରେ ୧୯ ଜଣ ପୁରୁଷ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହି ମହିଳା ଅଧିକାରୀମାନଙ୍କୁ ସମସ୍ତ ପ୍ରକାରର ଆର୍ଟିଲାରୀ ୟୁନିଟ୍ ଗୁଡିକରେ ପୋଷ୍ଟ କରାଯାଇଛି, ଯେଉଁଠାରେ ସେମାନେ ରକେଟ୍, ମଧ୍ୟମ, କ୍ଷେତ୍ର ଏବଂ ସର୍ଭିଲାନ୍ସ ଏବଂ ଟାର୍ଗେଟ୍ ଅଧିଗ୍ରହଣ (SATA) ଏବଂ ଯନ୍ତ୍ରପାତି ପରିଚାଳନା ପାଇଁ ତାଲିମ ଏବଂ ଏକ୍ସପୋଜର୍ ପାଇବେ। 

ଲେଫ୍ଟନାଣ୍ଟ ମେହେକ୍ ସାଇନିଙ୍କୁ ଏକ SATA ଅର୍ଥାତ୍ ସର୍ଭିଲାନ୍ସ ଏବଂ ଟାର୍ଗେଟ୍ ଅଧିଗ୍ରହଣ ରେଜିମେଣ୍ଟରେ, ଲେଫ୍ଟନାଣ୍ଟ ସାକ୍ସି ଦୁବେ ଏବଂ ଫିଲ୍ଡ ରେଜିମେଣ୍ଟରେ ଲେଫ୍ଟନାଣ୍ଟ ଆଦିତି ଯାଦବ, ମିଡିୟମ ରେଜିମେଣ୍ଟରେ ଲେଫ୍ଟନାଣ୍ଟ ପବିତ୍ରା ମୁଦାଗିଲ୍ ଏବଂ ରକେଟ୍ ରେଜିମେଣ୍ଟରେ ଲେଫ୍ଟନାଣ୍ଟ ଆକାଂକ୍ଷାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଠାରେ କହିରଖୁଛୁ ଯେ, ପାସ୍ ଆଉଟ୍ ପରେଡ୍ ସମାପ୍ତ ହେବା ପରେ ମହିଳା କ୍ୟାଣ୍ଡିଡେଟ ସମ୍ବିଧାନକୁ ସାକ୍ଷୀ ରଖି ଶପଥ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ପଦବୀ ଗ୍ରହଣ କରିଥିଲେ। 

Also Read: Naxal Attack: ବୁକୁଫଟା ଦୃଶ୍ୟ, ସହିଦ ସ୍ୱାମୀର ଚିତା ଉପରେ ଶୋଇଗଲେ ପତ୍ନୀ