Farmers Protest: ରବିବାର ଦିନ ପୋଲିସ ସହ ସଂଘର୍ଷ ପରେ ଚାଷୀମାନେ ସେମାନଙ୍କ ବିରୋଧ ପ୍ରଦର୍ଶନ ସ୍ଥଗିତ ରଖିଛନ୍ତି। ଏପରି ସମୟରେ ହରିୟାଣା ପୁଲିସ ଶମ୍ଭୁ ନିକଟ ପଞ୍ଜାବ-ହରିୟାଣା ସୀମାରେ ଲୁହ ବୁହା ଗ୍ୟାସ ବ୍ୟବହାର କରିବା ସହ କୃଷକଙ୍କ ଏହି ବିରୋଧ ପ୍ରଦର୍ଶନକୁ ରୋକିଥିଲେ। ଏଥିରେ ଅନେକ କୃଷକ ଆହତ ହୋଇଥିବା ଜଣା ପଡ଼ିଛି। ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ଯେତେବେଳେ ପଞ୍ଜାବର ୧୦୧ ଜଣ କୃଷକ NH-44 ରେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏମଏସପି ଏବଂ ଋଣ ଛାଡ଼ ପାଇଁ କୃଷକମାନେ ଆଇନଗତ ଗ୍ୟାରେଣ୍ଟି ଦାବି କରୁଛନ୍ତି।
ପୋଲିସ ଚାଷୀଙ୍କ ଉପରେ ଫୁଲ ବର୍ଷା କରିଥିଲେ:
ତେବେ ଶୁଭେଚ୍ଛା ଜଣାଇବା ଉଦେଶ୍ୟରେ ପୋଲିସ ଫୁଲ ବର୍ଷା କରିବା ସହ ଆମକୁ ଚା' ଏବଂ ବିସ୍କୁଟ ମଧ୍ୟ ଖାଇବାକୁ ଦେଇଥିଲା। ଏହା ପରେ ଗୁରୁବାଣୀ ଭଜନ ବଜାଇଥିଲା ଏବଂ ବ୍ୟାରିକେଡରୁ ଚାଷୀଙ୍କ ଉପରେ ଫୁଲ ବର୍ଷା କରିଥିଲେ।
କିନ୍ତୁ ଏହା ପରେ ମଧ୍ୟ କୃଷକମାନେ ଜିଦ୍ ଧରିଥିଲେ ଏବଂ ଯେତେବେଳେ ସେମାନେ ବ୍ୟାରିକେଡ୍ ଉପରକୁ ଯାଇ ଲୁହା ଗ୍ରିଲ୍ ହଟାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ପୋଲିସ୍ ଫୋର୍ସ ବ୍ୟବହାର କରିଥିଲା ଯେଉଁଥିରେ ଲୁହ-ବୁହା ଗ୍ୟାସ୍, ଗୋଲମରିଚ ସ୍ରେ ଏବଂ ପାଣି ମାରିଥିଲା। ଏଥିରେ ୭ ଜଣ କୃଷକ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହୋଇ PGIG ଚଣ୍ଡିଗଡ଼କୁ ପଠାଯାଇଛି।
ବିକ୍ଷୋଭକାରୀମାନେ ହରିୟାଣା ପୋଲିସକୁ ପ୍ରବଳ ଧୂଆଁ ନିର୍ଗତ କରୁଥିବା 'ଲୁହ-ବୁହା ସେଲ' ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଏବଂ ସେମାନଙ୍କ ଉପରେ କରାଯାଇଥିବା ଫୁଲରେ ରାସାୟନିକ ପଦାର୍ଥ ଲଗାଯାଇଥିବା ଅଭିଯୋଗ କରିଥିଲେ।