Diwali: କ'ଣ ଏହି ସବୁଜ ବାଣ? ଯାହା ଦ୍ୱାରା ହୋଇଥାଏ କମ ପ୍ରଦୂଷଣ
Advertisement
Article Detail0/zeeodisha/odisha1393916

Diwali: କ'ଣ ଏହି ସବୁଜ ବାଣ? ଯାହା ଦ୍ୱାରା ହୋଇଥାଏ କମ ପ୍ରଦୂଷଣ

Fire Cracker on Diwali: ବାଣ ଦ୍ୱାରା ମୁଖ୍ୟତଃ ଉଭୟ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ହୋଇଥାଏ। ଅନେକ ରୋଗୀଙ୍କ ପାଇଁ ବାଣ ଅଧିକ ବିପଦ ସୃଷ୍ଟି କରିଥାଏ।

Diwali: କ'ଣ ଏହି ସବୁଜ ବାଣ? ଯାହା ଦ୍ୱାରା ହୋଇଥାଏ କମ ପ୍ରଦୂଷଣ

Green Fire Cracker: ଅକ୍ଟୋବର ୨୪ ତାରିଖରେ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ଦିପାବଳୀ। ବଢୁଥିବା ପ୍ରଦୂଷଣକୁ ନଜରରେ ରଖି କେତେକ ସ୍ଥାନରେ ବାଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ହେଲେ ଅନ୍ୟ କେତେକ ସ୍ଥାନରେ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି। ନିଶ୍ଚିତ ଭାବେ ଆପଣ ସବୁଜ ବାଣ ନାମ ବହୁତ ଥର ଶୁଣିଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି କି ସବୁଜ ବାଣ କ’ଣ? ଯଦି ଆପଣ ଜାଣି ନାହାଁନ୍ତି ତାହେଲେ ଏହି ଖବର ପଢନ୍ତୁ ଆପଣ। 

କ'ଣ ଏହି ସବୁଜ ବାଣ?
ଆଲୋକର ପର୍ବ ହେଉଛି ଦିପାବଳୀ (Diwali)। ଏହି ଦିନ ଲୋକେ ଦୀପଦାନ କରିବା ସହ ବାଣ ଫୁଟାଇଥାନ୍ତି। ହେଲେ ବଜାରରେ ମିଳୁଥିବା ବାଣ ଅନେକ ରାସାୟନିକ ପଦାର୍ଥ ଦ୍ୱାରା ନିର୍ମିତ ହୋଇଥାଏ। ହେଲେ ସବୁଜ ବାଣ ତିଆରି କରିବା ବେଳେ କିଛି ଜନିଷ ଉପରେ ଧ୍ୟାନ ଦିଆ ଯାଇଥାଏ। ଏହାକୁ ତିଆରି କରିବା ପାଇଁ କମ କଞ୍ଚାମାଲ ବ୍ୟବହୃତ ହୁଏ। ଏହି ବାଣ ତିଆରି କରିବା ବେଳେ ସେମାନଙ୍କର କଣିକା ପଦାର୍ଥ ଉପରେ ବିଶେଷ ଯତ୍ନ ନିଆଯାଏ। ସାଧାରଣ ବାଣ ଅପେକ୍ଷା ସେମାନଙ୍କ ଆକାର ହେଉଛି ବହୁତ ଛୋଟ। ସବୁଜ ବାଣ ପ୍ରାୟ ୨୦ ପ୍ରତିଶତ କଣିକା ପଦାର୍ଥ ନିର୍ଗତ କରନ୍ତି। ଏହାକୁ ଚିହ୍ନିବା ବହୁତ ସହଜ। ଏନଇଇଆରଆଇ ଆପ୍ (NEERI App) ସହିତ ଏହା ଉପରେ ରହିଥିବା QR କୋଡ୍ ସ୍କାନ୍ (Green Fire Cracker QR Code Scan) କରି ସବୁଜ ବାଣକୁ ଚିହ୍ନଟ କରାଯାଇ ପାରିବ।

ପୁରୁଣା କିମ୍ବା ସାଧାରଣ ବାଣ ତୁଳନାରେ ସବୁଜ ବାଣ ଦ୍ୱାରା କମ୍ ପ୍ରଦୂଷଣ ହୋଇଥାଏ। ସେଥିରେ ବ୍ୟବହୃତ ରାସାୟନିକ ପଦାର୍ଥ କମ୍ ବିପଜ୍ଜନକ। ବାରିୟମ୍ ଲୁଣ କିମ୍ବା ଆଣ୍ଟିମନି ଲିଥିୟମ୍, ଆର୍ସେନିକ୍ ସୀସା ପରି ରାସାୟନିକ ପଦାର୍ଥ ବ୍ୟବହାର ଏହି ବାଣ ତିଆରି କରା ଯାଇଥାଏ। ଏହି ବାଣରୁ ବିପଜ୍ଜନକ କଣିକା ଅଳ୍ପ ପରିମାଣରେ ବାହାରିଥାଏ। ସବୁଜ ବାଣରୁ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ ୧୧୦-୧୨୫ ମଧ୍ୟରେ ରହିଥାଏ। ହେଲେ ଅନ୍ୟ ବାଣ ଦ୍ୱାରା ଶବ୍ଦ ପ୍ରଦୂଷଣ ୧୬୦ ଡେସିବଲ୍ ପର୍ଯ୍ୟନ୍ତ ରହିଥାଏ। ସାଧାରଣ ବାଣ ଅପେକ୍ଷା ସବୁଜ ବାଣ ମହଙ୍ଗା ହୋଇଥାଏ। 

ବାଣ ଦ୍ୱାରା ମୁଖ୍ୟତଃ ଉଭୟ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ହୋଇଥାଏ। ଏପରିକି ହୃଦଘାତ ଏବଂ ଆସ୍ଥମା ଭଳି ରୋଗରେ ପୀଡିତ ଲୋକଙ୍କ ପାଇଁ ବାଣ ଅଧିକ ବିପଦ ସୃଷ୍ଟି କରିଥାଏ। ହୃଦରୋଗୀ ଏବଂ ଆସ୍ଥାମା ରୋଗୀଙ୍କ ପାଇଁ ସାଂଘାତିକ ହୋଇଥାଏ ବାଣ। କାରଣ ଏଥିରୁ ନିର୍ଗତ କଣିକା ପଦାର୍ଥ ନିଶ୍ୱାସ ପ୍ରଶ୍ୱାସରେ ଫୁସଫୁସକୁ ଯାଇଥାଏ। ଯାହା ଦ୍ୱାରା ଶରୀରରେ ବିଭିନ୍ନ ରୋଗର କାରଣ ପାଲଟିଥାଏ। 

Also Read: ନିଆଁ ନୁହେଁ Whatsapp Message ଜରିଆରେ ଫୁଟିବ Ecofriendly Rocket

ରାସାୟନିକ ପଦାର୍ଥ ବ୍ୟବହାର କରି ଯେଉଁ ବାଣ ତିଆରି କରାଯାଏ ସେଥିରୁ ସେଥିରୁ ରଙ୍ଗ ବେରଙ୍ଗର ଆଲୋକ ନିର୍ଗତ ହୋଇଥାଏ। ଏହାକୁ ଜଳାଇବା ଦ୍ୱାରା  ଅନେକ ପ୍ରକାର ରସାୟନ ବାୟୁ ମଣ୍ଡଳରେ ମିଶି ଯାଇଥାଏ। ଯାହା ବାୟୁର ଗୁଣବତ୍ତାକୁ ହ୍ରାସ କରି ଦେଇଥାଏ।  ଏହାର ମୁକାବିଲା କରିବାକୁ ଯାଇ କେନ୍ଦ୍ର ସରକାରଙ୍କ ଏନଇଇଆରଆଇ (NEERI) ସବୁଜ ବାଣ ବିକଶିତ କରିଛି।  ଏହା ସାଧାରଣ ବାଣ  ତୁଳନାରେ ୪୦-୫୦ ପ୍ରତିଶତ କମ କ୍ଷତିକାରକ ଗ୍ୟାସ ନିର୍ଗତ କରିଥାଏ। ସାମାନ୍ୟ ବାଣ ତୁଳନାରେ ସବୁଜ ବାଣ କମ କ୍ଷତିକାରକ। ସବୁଜ ବାଣ ଦ୍ୱାରା ଯେ ପରିବେଶ କିମ୍ବା ପ୍ରଦୂଷଣ ହୁଏ ନାହିଁ ତାହା ନୁହେଁ। ବରଂ ଏହା ଦ୍ୱାରା ପ୍ରଦୂଷଣ ଜନିତ ମାତ୍ର କମ ହୋଇଥାଏ।