Weather Update: ଜାନୁଆରୀ ୧୩ ପର୍ଯ୍ୟନ୍ତ ଦିଲ୍ଲୀରେ ଘନ କୁହୁଡ଼ି ଥିଲା, ହେଲେ ଜାନୁଆରୀ ୧୪ ରୁ ୧୫ ଅର୍ଥାତ୍ କାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ଏବଂ ଏହା ପରେ ମଧ୍ୟମ କୁହୁଡି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ଛଡ଼ା ଯଦି ଆମେ ଲକ୍ଷ୍ନୌ, କାନପୁର ସମେତ ୟୁପିର ଅନେକ ସହରରେ କୋଲ୍ଡ ୱେଭ୍ ଏବଂ କୁହୁଡି ଜାରି ରହିଛି।
Trending Photos
Weather Update: ପ୍ରବଳ ଥଣ୍ଡା ଓ କୁହୁଡି କାରଣରୁ କଲବଲ ହେଉଛି ପୂରା ଉତ୍ତର ଭାରତ । ଯାହାଫଳରେ ଉତ୍ତର ଭାରତ ରାଜ୍ୟରେ ଲୋକଙ୍କ ସମସ୍ୟା ବଢିଯାଇଛି। ୧୨ ଜାନୁଆରୀରେ ନୂଆଦିଲ୍ଲୀରେ ସବୁଠାରୁ ଅଧିକ ଶୀତ ଲହରୀ ଅନୁଭୂତ ହୋଇଥିଲା। ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଭାରତର ରାଜ୍ୟଗୁଡିକ ଆସନ୍ତା ଦୁଇ ଦିନ ଧରି କୋଲ୍ଡ ୱେଭରୁ ଆରାମ ପାଇବେ ନାହିଁ। କାଲୁଆ ପବନକୁ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ। ଏଥି ସହିତ ଆସନ୍ତା ତିନି ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତ ରାଜ୍ୟରେ ପ୍ରବଳ ଥଣ୍ଡା ଏବଂ ଶୀତଲହରୀର ସଙ୍ଗୀନ ଅବସ୍ଥା ଦେଖିବାକୁ ମିଳିବ। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଉତ୍ତର ଭାରତ ରାଜ୍ୟରେ ଘନ କୁହୁଡ଼ି ର ବହଳ ଆସ୍ତରଣ ବି ଦେଖାଯିବ।
ପାଣିପାଗ ବିଭାଗ ଅନୁଯାୟୀ, ଗତକାଲି ଅର୍ଥାତ୍ ଜାନୁଆରୀ ୧୩ ରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏବଂ ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏଥିସହ ଆଜି ସକାଳୁ ନୂଆଦିଲ୍ଲୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କିଛି ଦିନ ଧରି ଘନ କୁହୁଡ଼ିରୁ କୌଣସି ନିସ୍ତାର ମିଳିବ ନାହିଁ। ଏଥି ସହିତ, ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ଜାନୁଆରୀ ୧୩ ପର୍ଯ୍ୟନ୍ତ ଦିଲ୍ଲୀରେ ଘନ କୁହୁଡ଼ି ଥିଲା, ହେଲେ ଜାନୁଆରୀ ୧୪ ରୁ ୧୫ ଅର୍ଥାତ୍ କାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ଏବଂ ଏହା ପରେ ମଧ୍ୟମ କୁହୁଡି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ଛଡ଼ା ଯଦି ଆମେ ଲକ୍ଷ୍ନୌ, କାନପୁର ସମେତ ୟୁପିର ଅନେକ ସହରରେ କୋଲ୍ଡ ୱେଭ୍ ଏବଂ କୁହୁଡି ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଉତ୍ତର-ପଶ୍ଚିମ ଭାରତରେ ସକାଳେ ଘନ କୁହୁଡ଼ି ଦେଖାଯିବ। ଏଥି ସହିତ, ୧୩ ରୁ ୧୫ ଜାନୁଆରୀ ମଧ୍ୟରେ ପଞ୍ଜାବରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା(Heavy To Heavy Cold Wave In Punjab) ହେବାର ଆଶଙ୍କା ରହିଛି।
Fog conditions observed (at 0530 hours IST of today): Very dense fog in isolated pockets of Punjab, Haryana, Delhi, Bihar, East U.P; Dense fog in isolated pockets of Jammu, Chandigarh, W.P, Assam and South Interior Karnataka; Moderate fog in Tripura, Andhra Pradesh and Tamil Nadu pic.twitter.com/1qbGIJUZNW
— India Meteorological Department (Indiametdept) January 14, 2024
ଉତ୍ତରପ୍ରଦେଶର ପାଣିପାଗ ବିଭାଗ ଅନୁଯାୟୀ,(Indian Metrological Department) ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ଏବଂ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ସର୍ବାଧିକ ତାପମାତ୍ରା ୧୭ଡିଗ୍ରୀ ରେକର୍ଡ କରାଯାଇଛି। ଏଥି ସହିତ ଆଜି ଲକ୍ଷ୍ନୌରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ଗାଜିଆବାଦ ବିଷୟରେ କହିବାକୁ ଗଲେ ଆଜି ଏଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି ସେହିପରି ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହିତ ଆଜି ଗାଜିଆବାଦରେ ମଧ୍ୟମ କୁହୁଡି ଦେଖାଦେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଦିଲ୍ଲୀ-NCR ରେ ବାୟୁ ପ୍ରଦୂଷଣ ସ୍ଥିତି-:
ଅନ୍ୟ ରାଜ୍ୟଗୁଡିକର ଅବସ୍ଥା ପାଣିପାଗ ପୂର୍ବାନୁମାନ (Weather Department) ଏଜେନ୍ସି ସ୍କାଏମେଟ୍ ଅନୁଯାୟୀ ଜାନୁୟାରୀ ୧୩ ରୁ ୧୬ ମଧ୍ୟରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର କେତେକ ଅଞ୍ଚଳରେ ସକାଳେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥି ସହିତ, ଜାନୁଆରୀ ୧୩ ରୁ ୧୬ ମଧ୍ୟରେ ପଶ୍ଚିମବଙ୍ଗ, ଓଡିଶା, ଜାମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଉତ୍ତର ମଧ୍ୟପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ଦିଲ୍ଲୀ ଓ ନୋଏଡା ରେ ଘନ କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣ ବି ସଙ୍ଗୀନ ସ୍ଥିତିରେ ରହିଛି।
Also Read: