କ'ଣ ଏହି FTA; ଯାହାକୁ ନେଇ ଋଷି ସୁନକଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Advertisement

କ'ଣ ଏହି FTA; ଯାହାକୁ ନେଇ ଋଷି ସୁନକଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

India-Britain FTA: ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ପ୍ରଧାନମନ୍ତ୍ରୀ ସୁନକ ବ୍ୟାପାର, ରକ୍ଷା ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ପୂରାପୂରି ସହମତ ଜ୍ଞାପନ କରିବ । ବିଶେଷ କରି ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ବୁଝାଣାକୁ ଏକ ସିଦ୍ଧାନ୍ତରେ ନିଆଯାଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

 

କ'ଣ ଏହି FTA; ଯାହାକୁ ନେଇ ଋଷି ସୁନକଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

India-Britain FTA: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ବୁଧବାର ଅର୍ଥାତ୍ ଗତକାଲି ଲଣ୍ଡନର ଟେନ୍ ଡାଉନିଂ ଷ୍ଟ୍ରିଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ (Rishi Sunak) ସହ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଋଷି ସୁନକ ଆଶା ପ୍ରକଟ କରିଛନ୍ତି ଯେ, ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଖୁବ ଶୀଘ୍ର ସଫଳ ସିଦ୍ଧାନ୍ତରେ ଅଣାଯାଇପାରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରାଜନାଥ ସିଂ ଏବଂ ଋଷି ସୁନକ ଉଭୟଙ୍କ ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଉଭୟ ଦେଶ ଆବଶ୍ୟକତା ଉପରେ ସହମତ ମଧ୍ୟ । ଦ୍ୱିପାକ୍ଷିକ ସହଭାଗିତାର ପ୍ରତିରକ୍ଷା ଏବଂ ସୁରକ୍ଷା ସ୍ତମ୍ଭକୁ ମଜବୁତ କରିବାକୁ ବ୍ରିଟେନ ସରକାରଙ୍କ ଆଗ୍ରହ ପ୍ରକାଶ କରିଛନ୍ତି।

FTA କୁ ନେଇ ଲଗାତାର କଥାବାର୍ତ୍ତା ଜାରି
ପ୍ରକୃତରେ ଭାରତ ଓ ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (India Britain FTA Relation) ବିଷୟରେ କଥାବାର୍ତ୍ତା ଜାରି ରହିଛି। ଭାରତ ଓ ୟୁକେ ମଧ୍ୟରେ ଏଫଟିଏ ପାଇଁ ବାର୍ତ୍ତା ୨୦୨୨ ରୁ ଆରମ୍ଭ ହୋଇଥିଲା। ୟୁକେ - ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ କଥାବାର୍ତ୍ତା ସହ ଦେଖା ସାକ୍ଷାତ ଡିସେମ୍ବରରେ ସମାପ୍ତ ହୋଇଥିଲା। ଯେଉଁଥିରେ ଦୁଇ ପକ୍ଷ ସଂକଳ୍ପ ନେଇଥିଲେ ଯେ, ଏକ ବ୍ୟାପକ ଓ ମହତ୍ୱାକାଂକ୍ଷୀ ବ୍ୟାପାର କଥାବାର୍ତ୍ତା ଦିଗରେ କଥାବାର୍ତ୍ତା ଜାରି ରଖିବେ। ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ପ୍ରଧାନମନ୍ତ୍ରୀ ସୁନକ ବ୍ୟାପାର, ରକ୍ଷା ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ପୂରାପୂରି ସହମତ ଜ୍ଞାପନ କରିବ । ବିଶେଷ କରି ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ବୁଝାଣାକୁ ଏକ ସିଦ୍ଧାନ୍ତରେ ନିଆଯାଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Also Read: Bhubaneswar ରେ ଘନ କୁହୁଡ଼ି: ଦୁଇ ବିମାନ କରିପାରିଲେନି ଅବତରଣ

ସୁରକ୍ଷା ମଜଭୁତ କରିବାକୁ ବି ନିଷ୍ପତ୍ତି
ଏଥିରେ କୁହାଯାଇଛି ଯେ, ସୁନକ ଦ୍ୱିପାକ୍ଷିକ ସମ୍ବନ୍ଧ ରକ୍ଷା ଓ ସୁରକ୍ଷା ସ୍ତମ୍ଭକୁ ମଜଭୁତ କରିବାକୁ ନିଜ ଓ ନିଜର ସରକାରର ଉତ୍ସୁକତା କୁ ବାଖ୍ୟା କରିଛନ୍ତି। ଯେଉଁଥିରେ ଭାରତୀୟ ପ୍ରତିପକ୍ଷ ଅନୁଷ୍ଠାନ ସହିତ ଦୃଢ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ପାଇଁ ସରକାରୀ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ରହିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଅତ୍ୟନ୍ତ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା। ଏହି ବୈଠକରେ ରାଜନାଥ ସିଂ (Defence Miister Rajnath Singh)  ଦର୍ଶାଇଛନ୍ତି ଯେ ଉଭୟ ଦେଶର ନେତାଙ୍କ ମାର୍ଗଦର୍ଶନରେ ଦୁଇ ଦେଶ ଆଧୁନିକ, ବହୁମୁଖୀ ଏବଂ ପାରସ୍ପରିକ ଲାଭଦାୟକ ସହଭାଗୀତାରେ ଐତିହାସିକ ସମ୍ପର୍କକୁ ଗଢିବା ଏବଂ ପୁନଃ ନିର୍ମାଣ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି।

Also Read: Ayodhya Hotels Room Rent: ଆକାଶଛୁଆଁ ହୋଟେଲ ରୁମ୍ ଭଡ଼ା, ଗୋଟେ ଦିନ ପାଇଁ ଦେବାକୁ ପଡି଼ବ ଲକ୍ଷେ

Also Read: Train Delay: ଘନକୁହୁଡି ପାଇଁ ବିଳମ୍ବରେ ଚାଲୁଛି ୨୪ ଟି ଟ୍ରେନ, ଦେଖନ୍ତୁ ପୂରା ତାଲିକା