ଆପଣ ସେନାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କି: ସରକାର ନେଲେ ଏଭଳି ପଦକ୍ଷେପ, ବାଟବଣା ହେବନି ଆପଣ ସହାୟତା
Advertisement
Article Detail0/zeeodisha/odisha1395277

ଆପଣ ସେନାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କି: ସରକାର ନେଲେ ଏଭଳି ପଦକ୍ଷେପ, ବାଟବଣା ହେବନି ଆପଣ ସହାୟତା

ଶୁକ୍ରବାର ମନ୍ତ୍ରୀ ରାଜନାଥ ସିହଂ ଦିଲ୍ଲୀ ସ୍ଥିତ ଜାତୀୟ ସ୍ମାରକୀ ମେମୋରିଆଲ କମ୍ପ୍ଲେକ୍ସରେ ମା ଭାରତୀର ସପୁତ ଓ୍ୱେବସାଇଟର ଉଦଘାଟନ କରିଥିଲେ। 

ଆପଣ ସେନାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କି: ସରକାର ନେଲେ ଏଭଳି ପଦକ୍ଷେପ, ବାଟବଣା ହେବନି ଆପଣ ସହାୟତା

ନୂଆଦିଲ୍ଲୀ: ଦେଶର ସୁରକ୍ଷା କ୍ଷେତ୍ରରେ ଯବାନଙ୍କ ବଳିଦାନ ଅତୁଳନୀୟ। ପ୍ରତିଟି ସଂଘର୍ଷ କାହାଣୀ ପ୍ରତିଟି ଭାରତୀୟଙ୍କ ଆଖିରେ ଲୁହ ଆଣିଦେଇଥାଏ। ତେବେ ଆମର ଏହି ସାହସୀ ଯବାନଙ୍କ ପରିବାର ଅଧିକାଂଶ ସମୟରେ ଅନେକ ସଂଘର୍ଷ ଦେଇ ଗତି କରିଥାନ୍ତି। ତାଙ୍କ ସହାୟତା ଯୋଗାଇ ଦେବା ପାଇଁ ପୁରା ଦେଶ ଆଗଭର ହୋଇଥାଏ। ମାତ୍ର ସେଭଳି କୌଣସି ସରଳ ବ୍ୟବସ୍ଥା ନଥିବାରୁ ଅଧିକାଂଶ ଭାରତୀୟ ସହୟତାର ହାତ ବଢାଇବାରୁ ପଛଘୁଞ୍ଚା ଦେଇଥାନ୍ତି ତ ପୁଣି କେତେବେଳେ ସହାୟତା ବାଟବଣା ହୋଇଥାଏ। ଏଭଳି ସମସ୍ୟାର ସମାଧାନ ପାଇଁ ଭାରତ ସରକାର (Indian Government) ଆଜି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଦିଲ୍ଲୀରେ (New Delhi) ପ୍ରତିରକ୍ଷା ମନ୍ତ୍ରୀ (Defence Minister) ରାଜନାଥ ସିଂହ (Rajnath Singh) 'ମା ଭାରତୀଙ୍କ ସପୁତ' (Maa Bharti ke Sapoot) ନାମରେ ଏକ ଓ୍ୱେବସାଇଟ (Website) ଲଞ୍ଚ କରିଛନ୍ତି। ଏହି ଓ୍ୱାବସାଇଟ ଜରିଆରେ ସାଧାରଣ ଲୋକଟିଏ ମଧ୍ୟ ଶହୀଦଙ୍କୁ ସହାୟତା ବଢାଇପାରିବ। 

ଏଠାରେ କହି ରଖୁ କି ଶୁକ୍ରବାର ମନ୍ତ୍ରୀ ରାଜନାଥ ସିହଂ ଦିଲ୍ଲୀ ସ୍ଥିତ ଜାତୀୟ ସ୍ମାରକୀ ମେମୋରିଆଲ କମ୍ପ୍ଲେକ୍ସରେ ମା ଭାରତୀର ସପୁତ ଓ୍ୱେବସାଇଟର ଉଦଘାଟନ କରିଥିଲେ। ଏହି ସମୟରେ ରାଜନାଥ ସିଂହ କହିଥିଲେ କି ୧୯୬୨ ମସିହାରେ ହୋଇଥିବା ଯୁଦ୍ଧରେ ଦେଶର ଆହ୍ୱାନ ଫଳରେ ଭାରତବାସୀ ହାତଖୋଲା କରି ସହାୟତା କରିଥିଲେ। ଆମର ସେନାଙ୍କୁ ଅସ୍ତ୍ରଶସ୍ତ୍ର ସହିତ ପୋଷାକ ସବୁକିଛି ପର୍ଯ୍ୟାପ୍ତ ପରିମାଣ ଯୋଗାଇ ଦିଆଯିବ। ସେହି ସମୟରେ ଦେଶର ମା ଭଉଣୀମାନେ ସେମାନଙ୍କ ଅଳଙ୍କାର ଦେଇ ଦେଇଥିଲେ। ଦେଶବାସୀ ଜୀବନସାରା ପୁଞ୍ଜିକୁ ମଧ୍ୟ ଦେବାକୁ ପଛଘୁଞ୍ଚା ଦେଇନଥିଲେ। ତେବେ ସେହି ସମୟରେ ଲୋକମାନେ ଏହି ସହାୟତା ଦେବାକୁ ସମସ୍ୟା ଭୋଗିଥିଲେ। କିନ୍ତୁ ଆଜି ତାହାର ସମାଧାନ ହୋଇଛି। ଏହି ଓ୍ୱେବସାଇଟକୁ ପ୍ରସ୍ତୁତ କରାଯାଇଛି। ଏହି ଓ୍ୱେବସାଇଟ ଜରିଆରେ ସିଧାସଳଖ ଭାବେ ନିଜର ପୁଞ୍ଜି ଦେଇପାରିବେ। 

ଆଜି ସହିଦ ସ୍ମାରକୀ କମ୍ପ୍ଲେକ୍ସରେ ଆୟୋଜିତ ଏକ ଉତ୍ସବରେ ଏହି ଓ୍ୱେବସାଇଟର ଲଞ୍ଚ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ତେବେ ଏହି ଓ୍ୱେବସାଇଟ ଅନୁଯାୟୀ ଏକ ହଜାରରୁ ଊର୍ଦ୍ଧ୍ୱ ଆହତ ଯବାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ତେବେ ଆପଣଙ୍କୁ ଏଠାରେ କହି ରଖୁ କି ଏହି ଓ୍ୱେବସାଇଟର ଗୁଡଓ୍ୱିଲ ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି ବଲିଉଡ଼ର କିମ୍ବଦନ୍ତି ଅଭିନେତା ଅମିତାଭ ବଚ୍ଚନ। ଏହି ଓ୍ୱେବସାଇଟ ଜରିଆରେ ସାଧାରଣ ନାଗରିକ ସଶସ୍ତ୍ର ବଳ ଯୁଦ୍ଧ ସହାୟତା କଲ୍ୟାଣ କୋଷକୁ ସାହାଯ୍ୟ ଯୋଗାଇ ଦେବେ। 

ଅଧିକ ପଢନ୍ତୁ: Sourav Ganguly Virat Kohli: 'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ

ଅଧିକ ପଢନ୍ତୁ: T20 World Cup 2022: ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ

ଅଧିକ ପଢନ୍ତୁ; Gyanvapi Mosque Case: ବାରଣାସୀ କୋର୍ଟଙ୍କ ବଡ଼ ଫଇସଲା, ହିନ୍ଦୁ ପକ୍ଷରୁ ଲାଗିଲା ଶକ୍ତ ଝଟକା