Cyclone Mandous: ଭୀଷଣ ବାତ୍ୟାର ରୂପ ନେଲା 'ମାଣ୍ଡୋସ' ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ
Advertisement

Cyclone Mandous: ଭୀଷଣ ବାତ୍ୟାର ରୂପ ନେଲା 'ମାଣ୍ଡୋସ' ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ

Cyclone Mandous Update: ଧିରେ ଧିରେ ବଳ ଗୋଟାଇ ସ୍ଥଳ ଭାଗକୁ ମାଡି ଆସୁଛି ବାତ୍ୟା ମାଣ୍ଡୋସ । ବାତ୍ୟାର ସ୍ଥିତିକୁ ସାମ୍ନା କରିବାକୁ ଏନଡିଆରଏଫ ଟିମ  ମଧ୍ୟ ପୁରା ସଜାଗ ରହିଛି। ସରକାର ରାଜ୍ୟରେ ବାତ୍ୟା ସ୍ଥିତିକୁ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଜିଲ୍ଲାରେ ୫୦୦୦ ରୁ ଅଧିକ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ନଜରରେ ରଖି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 

Cyclone Mandous: ଭୀଷଣ ବାତ୍ୟାର ରୂପ ନେଲା 'ମାଣ୍ଡୋସ' ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ

Cyclone Mandous: ଧିରେ ଧିରେ ଉପକୂଳ ମୁହାଁ ହେଉଛି ସାମୁଦ୍ରିକ ଝଡ଼ 'ମାଣ୍ଡୋସ' । ସମୁଦ୍ରଗର୍ଭରେ ରହି ବାତ୍ୟାର ରୂପ ନେଇସାରିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ସାମୁଦ୍ରିକ ଝଡ଼ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ବେଗରେ ଗତି କରିବା ସହ କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ତେବେ ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଉତ୍ତର ତାମିଲନାଡୁ, ପୁଦୁଚେରୀ ଓ ତତ୍ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାକୁ ଯାଉଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। 

ସେପଟେ ବାତ୍ୟାର ମାଣ୍ଡୋସର (Cyclone Mandous) ଗତିବିଧିକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ବାତ୍ୟାର ଗତିବିଧିକୁ ନଜରରେ ରଖି ଲୋକ ମାନଙ୍କୁ ସଚେତନ ହେବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳକୁ ଆଲର୍ଟ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ବାତ୍ୟା ସ୍ଥିତିକୁ ସାମ୍ନା କରିବାକୁ ଏନଡିଆରଏଫ ଟିମ (NDRF Team) ମଧ୍ୟ ପୁରା ସଜାଗ ରହିଛି। ସରକାର ରାଜ୍ୟରେ ବାତ୍ୟା ସ୍ଥିତିକୁ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଜିଲ୍ଲାରେ ୫୦୦୦ ରୁ ଅଧିକ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ନଜରରେ ରଖି ୫ ହଜାରରୁ ଅଧିକ ଆଶ୍ରୟ ସ୍ଥଳୀ ଖୋଲିଛନ୍ତି।

Also Read: Rahul Gandhi Fitness Tips: ଏଥିପାଇଁ ବେଶ୍ ଫିଟ୍ ରାହୁଲ ଗାନ୍ଧୀ, ସକାଳୁ ଉଠିବା ମାତ୍ରେ କରନ୍ତି ଏହି କାମ

ତାମିଲନାଡୁ ତଟୀୟ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବା ବେଳେ ପ୍ରବଳ ବେଗରେ ପବନ ବହିବା ଆଶଙ୍କା ମଧ୍ୟ କରାଯାଇଛି। ପାଣିପାଗ ବିଭାଗ ତାମିଲନାଡୁରେ (Tamilnadu) ୮ ଡିସେମ୍ବର ଅର୍ଥାତ୍ ଗତକାଲି ୧୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ୯ ଡିସେମ୍ବର ଅର୍ଥାତ୍ ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେପଟେ ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Also Read: Petrol-Diesel Price: ଅଶୋଧିତ ତୈଳ ଦରରେ ରେକର୍ଡ ହ୍ରାସ, ଜାଣନ୍ତୁ ଆଜି କେତେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ?

ଓଡ଼ିଶାର ୮ ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ। କେବଳ ବର୍ଷା ତାହା ନୁହେଁ ଏହି ଅଞ୍ଚଳ ମାନଙ୍କରେ କୋହଲା ପାଗ ମଧ୍ୟ ଜାରି ରହିବ । ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ କମିବା ସହିତ ରାତିର ତାପମାତ୍ରା ବଢିବ । ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Metrological Department) ।