ଭାରତରେ ଚୀନୀ କମ୍ପାନୀ ଚଲାଇଥିଲା ଏପରି ଖେଳ, ୧୦ ଜଣଙ୍କୁ ମାଡ଼ି ବସିଲା ପୋଲିସ
Advertisement
Article Detail0/zeeodisha/odisha1391816

ଭାରତରେ ଚୀନୀ କମ୍ପାନୀ ଚଲାଇଥିଲା ଏପରି ଖେଳ, ୧୦ ଜଣଙ୍କୁ ମାଡ଼ି ବସିଲା ପୋଲିସ

ଦେଶରେ କଲସେଣ୍ଟର ସାହାଯ୍ୟରେ ଚୀନୀ କମ୍ପାନୀ ଚଳାଇଥିଲା ଏକ ବଡ଼ ଧରଣର ଠକେଇ। ଯାହା ସମ୍ପର୍କରେ ସୂଚନା ପାଇବା ପରେ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ହାଇଦ୍ରାବାଦ ସାଇବର କ୍ରାଇମ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। 

ଭାରତରେ ଚୀନୀ କମ୍ପାନୀ ଚଲାଇଥିଲା ଏପରି ଖେଳ, ୧୦ ଜଣଙ୍କୁ ମାଡ଼ି ବସିଲା ପୋଲିସ

ହାଇଦ୍ରାବାଦ: ତେଲଙ୍ଗାନାର ହାଇଦ୍ରାବାଦ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଏକ ଚୀନୀ କମ୍ପାନୀ ତରଫରୁ ଦେଶରେ ଆର୍ଥିକ ଠକେଇ ମାମଲାରେ ସମ୍ପୃକ୍ତି ରହିଥିଲା।  ଦେଶର ବିଭିନ୍ନ ସ୍ଥାନରେ ଏମାନେ ପ୍ରାୟ ୯୦୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ପୋଲିସ ଏମାନଙ୍କୁ ଗିରଫ କରିଛି। କୁହାଯାଉଛି କି ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଚୀନୀ ନାଗରିକ ରହିଛନ୍ତି। 

ସାଇବର କ୍ରାଇମ ଅଧିକାରୀଙ୍କ କହିବା ମୁତାବକ ସାଇବର କ୍ରାଇମ ପୋଲିସ ଦିଲ୍ଲୀ ଓ ଅନ୍ୟ ରାଜ୍ୟର ପରିଚାଳିତ କିଛି କଲ ସେଣ୍ଟର ଉପରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ନକଲି ଉପାୟରେ ବିଭିନ୍ନ କମ୍ପାନୀ ଗୁଡ଼ିକରେ ନିବେଶ କରୁଥିବା କମ୍ପାନୀ ଗୁଡ଼ିକ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି କମ୍ପାନୀ ଗୁଡିକ ମୋବାଇଲ ଆପ୍ଲିକେସନ ଦ୍ୱାରା ନିବେଶକଙ୍କୁ ଠକିବା କାମ କରିଆସୁଥିଲେ। 

ଅଭିଯୁକ୍ତମାନେ ନିବେଶକଙ୍କୁ ଏହି କଲସେଣ୍ଟର ମାଧ୍ୟମରେ ଠକି ଆସୁଥିଲେ। ଏଥିପାଇଁ ଶତାଧିକ ସଂଖ୍ୟାରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବ୍ୟବହାର କରାଯାଉଥିଲା। କିଛି ଲୋକଙ୍କୁ ଏହି ଅଭିଯୁକ୍ତମାନେ କମିଶନ ଦେଉଥିଲେ। ପୋଲିସ କହିବା ମୁତାବକ ବର୍ତ୍ତମାନ ଏମାନଙ୍କୁ ଜେରା ଜାରି ରହିଛି। ଜେରା ସରିବା ପରେ ଏହି ରାକେଟ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ଏପିରିକି ଏହି ରାକେଟର ସମ୍ପୃକ୍ତ ଥିବା ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳି ପାରିବ ବୋଲି ହାଇଦ୍ରାବାଦର ସାଇବର କ୍ରାଇମ ଅଧିକାରୀ ସୂଚନା ଦେଇଛନ୍ତି।  

ଅଧିକ ପଢନ୍ତୁ: କପସିରଫ ପିଇ ୬୬ ଶିଶୁଙ୍କ ମୃତ୍ୟୁ, କମ୍ପାନୀକୁ ଶକ୍ତ ଚଟକଣା

ଅଧିକ ପଢନ୍ତୁ: Sourav Ganguly: 'ସୌରଭ ଗାଙ୍ଗୁଲି ବିଜେପିରେ ଯୋଗ ଦେଇନାହାଁନ୍ତି, ତେଣୁ ପୁନର୍ବାର କରାଗଲା ନାହିଁ BCCI ଅଧ୍ୟକ୍ଷ'