ସାଧାରଣ ଲୋକଙ୍କୁ ଝଟକା! ମହଙ୍ଗା ହେଲା ଅମୁଲ କ୍ଷୀର, ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ଦର
Advertisement

ସାଧାରଣ ଲୋକଙ୍କୁ ଝଟକା! ମହଙ୍ଗା ହେଲା ଅମୁଲ କ୍ଷୀର, ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ଦର

କ୍ଷୀରର ଏହି ନୂତନ ଦର ଆସନ୍ତାକାଲି ଅର୍ଥାତ ୧ ଜୁଲାଇ ୨୦୨୧ ଠାରୁ ଲାଗୁ ହେବ ।

 

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଗୋଟିଏ ପଟେ ପେଟ୍ରୋଲ-ଡିଜେଲ, ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସୁବିଧାରେ ପଡିଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଦୁଗ୍ଧ କମ୍ପାନୀ ତରଫରୁ ଆଉ ଏକ ଝଟକା ମିଳିଛି । ଅମୁଲ କ୍ଷୀର ଦରର ବୃଦ୍ଧି (Milk Price hike) ହୋଇଛି । ଅମୁଲ କ୍ଷୀରର (Amul Milk) ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ କ୍ଷୀର ମୂଲ୍ୟ ଆସନ୍ତାକାଲି ଅର୍ଥାତ ୧ ଜୁଲାଇ ୨୦୨୧ ଠାରୁ ଲାଗୁ ହେବ ।

ଜାଣନ୍ତୁ କ’ଣ ହେବ ମୂଲ୍ୟ?
ପ୍ରାପ୍ତ ସୂଚନା ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀ, ଗୁଜୁରାଟ ଓ ପଞ୍ଜାବ ସମେତ ଅନେକ ରାଜ୍ୟରେ ଅମୁଲ କ୍ଷୀରର ନୂତନ ମୂଲ୍ୟ ପ୍ରଯୁଜ୍ୟ ହେବ । କମ୍ପାନୀ ଏହାର ସମସ୍ତ ବ୍ରାଣ୍ଡକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଏହା ସହିତ ବର୍ତ୍ତମାନ ଅମୁଲ ଗୋଲ୍ଡ କ୍ଷୀର (Amul Gold Milk) ଲିଟର ପିଛା ୫୮ ଟଙ୍କାରେ ଉପଲବ୍ଧ ହେବ । କୋରୋନାର (Coronavirus) କାରଣ ଦର୍ଶାଇ ଅନ୍ୟ କେତେକ ଦୁଗ୍ଧ ବ୍ୟବସାୟୀ (Dairy merchant) ମଧ୍ୟ କ୍ଷୀରର ମୂଲ୍ୟ ବୃଦ୍ଧି (Milk Price hike) କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଦୁଗ୍ଧ ଉତ୍ପାଦନକାରୀ ସଂଘ ଦ୍ୱାରା ଦୁଗ୍ଧ ଅପରେଟରଙ୍କ ଉପରେ ଚାପ ମଧ୍ୟ ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: Cyber Attacks ର ମୁକାବିଲା ପାଇଁ ଭାରତ ଆରମ୍ଭ କଲା ପ୍ରସ୍ତୁତି, ଏହା ହେଉଛି ସ୍ପେଶାଲ ପ୍ଲାନ

ଦୁଗ୍ଧ ଚାଷୀଙ୍କ ପାଇଁ Micro ATM
ସୂଚନାଯୋଗ୍ୟ ଯେ ଗୁଜୁରାଟର ରାଜକୋଟ ଗ୍ରାମରେ ଦୁଗ୍ଧ ଚାଷୀଙ୍କ ପାଇଁ ଅମୁଲ ନିକଟରେ ମାଇକ୍ରୋ ଏଟିଏମ୍ ଆରମ୍ଭ କରିଛନ୍ତି । ଏଠାରେ ପ୍ରାୟ ୪୦୦୦ ଲୋକସଂଖ୍ୟା ବିଶିଷ୍ଟ ଏକ ଛୋଟ ଗାଁ ଆନନ୍ଦପର୍ ପ୍ରତିଦିନ ପ୍ରାୟ ୨୦୦୦ ଲିଟର କ୍ଷୀର କିଣନ୍ତି ।