ବିବାଦ ପରେ ଇସ୍ତଫା ଦେଲେ ମନ୍ତ୍ରୀ ରାଜେନ୍ଦ୍ର, ଦିଲ୍ଲୀ ରାଜନୀତିରେ ହଇଚଇ
Advertisement
Article Detail0/zeeodisha/odisha1387505

ବିବାଦ ପରେ ଇସ୍ତଫା ଦେଲେ ମନ୍ତ୍ରୀ ରାଜେନ୍ଦ୍ର, ଦିଲ୍ଲୀ ରାଜନୀତିରେ ହଇଚଇ

ରାଜେନ୍ଦ୍ରଙ୍କର ଉକ୍ତ ଭିଡ଼ିଓକୁ ନେଇ କୁହାଯାଉଛି କି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଲୋକ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପୂଜା ଛାଡିବାକୁ ପ୍ରତିଶ୍ରୁତି ଦେଇଥିଲେ। 

ବିବାଦ ପରେ ଇସ୍ତଫା ଦେଲେ ମନ୍ତ୍ରୀ ରାଜେନ୍ଦ୍ର, ଦିଲ୍ଲୀ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ: ଏକ ନାଟକୀୟ ଢଙ୍ଗରେ ଦିଲ୍ଲୀ ସରକାରରେ (Delhi Government) ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମ (Rajendra Pal Goutam) ଆଜି ଇସ୍ତଫା (Resignation) ଦେଇଛନ୍ତି। ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଭଗବାନଙ୍କୁ ନେଇ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ପରବର୍ତ୍ତି ସମୟରେ ବିବାଦ ତେଜିବାରେ ଲାଗିଥିଲା। ତେବେ ତାଙ୍କୁ ବିଜେପି (BJP) ଜୋରଦାର ସମାଲୋଚନା କରିବା ସହିତ କଟାକ୍ଷ କରିଥିଲା। ସେପଟେ ତାଙ୍କୁ ନେଇ ଦିଲ୍ଲୀ ରାଜନୀତିରେ (Delhi Politics) ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ରାଜେନ୍ଦ୍ରଙ୍କ ସହିତ ଅରବିନ୍ଦ କେଜରିଓ୍ୱାଲଙ୍କ (Arvind Kejriwal) ମଧ୍ୟରେ ଭଲ ସମ୍ପର୍କ ରହିନଥିବା ଚର୍ଚ୍ଚା ହେଉଛି। 

ତେବେ ରାଜେନ୍ଦ୍ରଙ୍କର ଉକ୍ତ ଭିଡ଼ିଓକୁ ନେଇ କୁହାଯାଉଛି କି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଲୋକ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପୂଜା ଛାଡିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ଲୋକ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ସ୍ଥିର କରିଥିଲେ। ଏହା ପରେ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ବିଜେପି AAP ବିଧାୟକ ରାଜେନ୍ଦ୍ର ପାଲ ଗୌତମଙ୍କୁ ବରଖାସ୍ତ କରିବାକୁ ଦାବି କରିଛି। ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜେନ୍ଦ୍ର ପାଲଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। 

ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ଦେବା ପରେ କହିଛନ୍ତି କି ଏଭଳି ପ୍ରସଙ୍ଗ ଦେଶର କୋଟି କୋଟି ଲୋକଙ୍କ ଦ୍ୱାରା ପୁନରାବୃତ୍ତି ହେବାରେ ଲାଗିଛି। ବିଜେପି ଏହାକୁ ପ୍ରସଙ୍ଗ କରି ରାଜନୀତି କରୁଛି। ମୁଁ ଏବଂ ମୋର ଦଳର ଅପମାନ କରିବାକୁ ପ୍ରୟାସ କରୁଛି। ଶୁକ୍ରବାର ସନ୍ଧ୍ୟାରେ ଏକ ବୟାନରେ ରାଜେନ୍ଦ୍ର କହିଥିଲେ କି ସେ କୌଣସି ଲୋକଙ୍କ ବିଶ୍ୱାସର ବିରୋଧରେ କହିନାହିଁ। ବିଜେପି ମୋ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରୁଛି। ଗୁଜବ ସୃଷ୍ଟି କରୁଛି। ବୁଧବାର ରାଜେନ୍ଦ୍ର ଝଣ୍ଡେଓ୍ୱାଲାନ ଆମ୍ବେଦକର ଭବନରେ ବିଜୟା ଦଶମୀ ସମାରୋହରେ ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ।