Malala yousafzai: ମୁସଲମାନଙ୍କୁ ନେଇ ବଡ଼ ସୂଚନା ଦେଲେ ନୋବେଲ ବିଜେତା ମଲାଲା, କଣ କହିଲେ ଜାଣନ୍ତୁ
Advertisement
Article Detail0/zeeodisha/odisha1374506

Malala yousafzai: ମୁସଲମାନଙ୍କୁ ନେଇ ବଡ଼ ସୂଚନା ଦେଲେ ନୋବେଲ ବିଜେତା ମଲାଲା, କଣ କହିଲେ ଜାଣନ୍ତୁ

ସେ ଆହୁରି ମଧ୍ୟ କହିଥିଲେ କି ସମଗ୍ର ବିଶ୍ୱରେ ମୁସଲମାନଙ୍କ ସଂଖ୍ୟ ୨୫ ପ୍ରତିଶତ ରହିଛି। କିନ୍ତୁ ପ୍ରମୁଖ ଗଣମାଧ୍ୟମରେ ହେଉ ଅବା ସିନେମା ଜଗତରେ ମୁସଲମାନଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳେନାହିଁ।

Malala yousafzai: ମୁସଲମାନଙ୍କୁ ନେଇ ବଡ଼ ସୂଚନା ଦେଲେ ନୋବେଲ ବିଜେତା ମଲାଲା, କଣ କହିଲେ ଜାଣନ୍ତୁ

Malala yousafzai: ନୂଆଦିଲ୍ଲୀ: ସାମାଜିକ କର୍ମୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା (Novel Peace Winner) ମଲାଲା ୟୁସୁଫଜାଇ (Malala yousafzai) ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗରେ ବଳିଷ୍ଠ ଉପସ୍ଥାପନା କରି ଚର୍ଚ୍ଚାରେ ରହିଛନ୍ତି। ସେହିପରି ଭେରାଇଟିଜ ଅଫ ଓ୍ୱିମେନ କାର୍ଯ୍ୟକ୍ରମରେ ମୁସଲମାନ (Musalman) ସମ୍ପ୍ରଦାୟଙ୍କ ପାଇଁ ସ୍ୱର ଉଠାଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।  ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମଲାଲା କହିଥିଲେ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମୁସଲମାନଙ୍କୁ ଅବହେଳାର ଶିକାର ହେବାକୁ ପଡ଼ୁଛି। 

ସେ ଆହୁରି ମଧ୍ୟ କହିଥିଲେ କି ସମଗ୍ର ବିଶ୍ୱରେ ମୁସଲମାନଙ୍କ ସଂଖ୍ୟ ୨୫ ପ୍ରତିଶତ ରହିଛି। କିନ୍ତୁ ପ୍ରମୁଖ ଗଣମାଧ୍ୟମରେ ହେଉ ଅବା ସିନେମା ଜଗତରେ ମୁସଲମାନଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳେନାହିଁ। ଏହି ସବୁ କ୍ଷେତ୍ରରେ ମୁସଲମାନଙ୍କ ସଂଖ୍ୟା ମାତ୍ର ଗୋଟିଏ ପ୍ରତିଶତ। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ମଲାଲା ଏହି ମନ୍ତବ୍ୟ ଦେଇଛନ୍ତି। 

ସେ କହିଛନ୍ତି, ମୁଁ ଲକ୍ଷ୍ୟ କରିଛି ଯେ ମୋ ପରି ଏସିଆନମାନେ ହଲିଉଡ ଚଳଚ୍ଚିତ୍ରରେ ୪ ପ୍ରତିଶତରୁ କମ୍ କରନ୍ତି। ମୁସଲମାନମାନେ ଜନସଂଖ୍ୟାର ୨୫ ପ୍ରତିଶତ କରନ୍ତି, କିନ୍ତୁ ଲୋକପ୍ରିୟ ଟିଭି ସୋରେ ସେମାନଙ୍କ ଉପସ୍ଥିତିର ମାତ୍ର ଏକ ପ୍ରତିଶତ।

ମଲାଲା ଜାରି ରଖିଛନ୍ତି, ମୁଁ ଆଶା କରେ ନାହିଁ ଯେ ହଲିଉଡ ଏହାକୁ ବଦଳାଦେଇବ। କାରଣ ଏହା କରିବା ଠିକ୍ ନୁହେଁ। ମୁଁ ଚାହେଁ ତୁମେ ଏହା କର କାରଣ ତୁମେ ଜଣେ କଳାକାର ଏବଂ ତୁମେ ଜାଣ ଯେ କଳାର ମହତ୍ତ୍ୱ କେତେ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତୁମେ ସେହି ପ୍ରକାରର କଳାକାର ଯିଏ ସେମାନଙ୍କ କାହାଣୀ ଶୁଣିଛି କିମ୍ବା କୁହାଯାଇଛି ଯେ ତୁମେ ବହୁତ ଛୋଟ ଅଥବା ତୁମର ସଠିକ୍ ପୃଷ୍ଠଭୂମି ନାହିଁ, ମୋ ଡେସ୍କରେ ବସି ଏକାଠି କାମ କର।

ସେହିପରି ହିଜାବ ମାମଲାକୁ ନେଇ ମଲାଲା ମୁହଁ ଖୋଲି ଚର୍ଚ୍ଚାକୁ ଆସିଥିଲେ। ଦେଶରେ ହେଉଥିବା ହିଜାବ ବିବାଦରେ ମଧ୍ୟ ସେ ମୁଁହ ଖୋଲିଥିଲେ। ଝିଅମାନଙ୍କ ଶିକ୍ଷା ଅଧିକାର ଦିଗରେ ଲଢ଼େଇ କରୁଥିବା ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ ନିଜର ପ୍ରତିକ୍ରିୟା ରଖିଥିଲେ। ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ଯିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଭୟଙ୍କର ଘଟଣା ବୋଲି ସେ ଅଭିହିତ କରିଥିଲେ।

ମଲାଲା ଟ୍ୱିଟ କରି କହିଥିଲେ କି ପାଠପଢ଼ା ଓ ହିଜାବ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ କଲେଜ ବାଧ୍ୟ କରୁଛି। ହିଜାବ ପିନ୍ଧି ଝିଅମାନଙ୍କୁ ସ୍କୁଲ ଯିବାକୁ ବାରଣ କରିବା ଅତ୍ୟନ୍ତ ଭୟଙ୍କର ଘଟଣା। ମହିଳାମାନଙ୍କ କମ ଓ ଅଧିକ ପୋଷାକ ପରିଧାନକୁ ନେଇ ଏବେ ବି ଆପତ୍ତି ଉଠୁଛି। ଭାରତର ନେତାମାନେ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ଏପରି ଉପେକ୍ଷାକୁ ବନ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ।

ଅଧିକ ପଢନ୍ତୁ; Geo Politics: ବିଶ୍ୱ କରୁଛି ମୋଦିଙ୍କ ଜୟ ଜୟକାର, ଇଟାଲୀ କରୁଛି ମୋଦି-ଯୋଗୀ ନୀତିର ଅନୁସରଣ

ଅଧିକ ପଢନ୍ତୁ: PM Modi Gujarat Visit: ରାସ୍ତାରେ ପୁଣି ଥରେ ଅଟକି ଗଲା ପ୍ରଧାନମନ୍ତ୍ରୀଙ୍କ କାରକେଡ଼, ଜାଣନ୍ତୁ କାହିଁକି