Plane Crashed :ଭୟଙ୍କର ବିମାନ ଦୁର୍ଘଟଣା, ଚାଲିଗଲା ୧୪ ଜୀବନ...
Advertisement

Plane Crashed :ଭୟଙ୍କର ବିମାନ ଦୁର୍ଘଟଣା, ଚାଲିଗଲା ୧୪ ଜୀବନ...

Plane Crash: ଶନିବାର ବ୍ରାଜିଲର(Brazil) ଆମାଜନସ୍ ରାଜ୍ୟରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ(Plane Crashed) ହେବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ(Social Media) ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା। ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର୍‌ ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଥିବା ଜଣାପଡ଼ିଛି।

Plane Crashed :ଭୟଙ୍କର ବିମାନ ଦୁର୍ଘଟଣା, ଚାଲିଗଲା ୧୪ ଜୀବନ...

Plane Crash: ଶନିବାର ବ୍ରାଜିଲର(Brazil) ଆମାଜନସ୍ ରାଜ୍ୟରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ(Plane Crashed) ହେବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ(Social Media) ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା। ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର୍‌ ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁସାରେ, ମୃତକଙ୍କ ମଧ୍ୟରେ ଅନେକ ଆମେରିକୀୟ ନାଗରିକ ମଧ୍ୟ ଅଛନ୍ତି।

ଟୁଇଟରେ ପୋଷ୍ଟ କରି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ଲେଖିଛନ୍ତି ଯେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀ ଥିବା ବେଳେ ଓ ୨ଜଣ ବିମାନ କର୍ମଚାରୀ ଥିବା କହିଛନ୍ତି।ଏହି ଦୁର୍ଘଟଣାରେ ସମଗ୍ର ବ୍ରାଜିଲ ଦୁଃଖ ପ୍ରକାଶ କରିଛି। ରାଜ୍ୟପାଳ ୱିଲସନ ଲିମା କହିଛନ୍ତି, “ବାର୍ସିଲୋସରେ ଶନିବାର ବିମାନ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଏବଂ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁରେ ମୁଁ । ଆମର ଟିମ ଅତ୍ୟାବଶ୍ୟକ ସହାୟତା ଯୋଗାଇବା ପାଇଁ ଯଥା ସମ୍ଭବଃ ଚେଷ୍ଟା ଜାରି ରଖିଛି। ମୋର ସମବେଦନା ଓ ପ୍ରାର୍ଥନା ମୃତକଙ୍କ ପରିବାର ଏବଂ ସମ୍ପର୍କୀୟମାନଙ୍କ ସହିତ ରହିଛି।

ରିପୋର୍ଟ ଅନୁଯାୟୀ, ବିମାନଟି ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ରୁ ୯୦ ମିନିଟ୍‌ ଉଡ଼ାଣ ଦୂରତ୍ବରେ ଅବସ୍ଥିତ ବର୍ସେଲୋସ୍‌ ଅଭିମୁଖେ ଯାଉତିବା ବେଳେ ଅବତରଣ ସମୟରେ ବ୍ରାଜିଲ୍‌ ସମୟ ଅପରାହ୍ଣ ୩ଟା ବେଳେ ଦୁର୍ଘଟଣା ଘଟିଛି। ଘଟିଥିବା ଏହି ଦୁର୍ଘଟଣା ଉପରେ ଏବେ ତଦନ୍ତ ଚାଲିଛି।

Also Read: ପୁଣି ଏକାଠି ହେଲେ ସାରା ଓ ଶୁଭମାନ ଗିଲ୍, ଭାଇରାଲ ହେଉଛି ପୁରୁଣା....