Train Horns: ଟ୍ରେନ ଚାଲୁଥିବା ବେଳେ ବାଜିଥାଏ ୧୧ ପ୍ରକାରର ହର୍ଣ୍ଣ, ପ୍ରତିଟି ସାଉଣ୍ଡର ରହିଛି ଏହି ସବୁ କାରଣ
Advertisement

Train Horns: ଟ୍ରେନ ଚାଲୁଥିବା ବେଳେ ବାଜିଥାଏ ୧୧ ପ୍ରକାରର ହର୍ଣ୍ଣ, ପ୍ରତିଟି ସାଉଣ୍ଡର ରହିଛି ଏହି ସବୁ କାରଣ

Train Horns: ଆପଣ ଜାଣନ୍ତି କି, ଟ୍ରେନରେ ବାଜିଥାଏ ୧୧ ପ୍ରକାରର ହର୍ଣ୍ଣ । ଆଉ ସବୁ ହର୍ଣ୍ଣର କିଛି ନା କିଛି ମାନେ ରହିଥାଏ। ଆଉ ସେହି ୧୧ ପ୍ରକାରର ହର୍ଣ୍ଣ ଅଲଗା ଅଲଗା ମେସେଜ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଟ୍ରେନ ଯାତ୍ରାବେଳେ ହେଉ ବା ଷ୍ଟେସନରେ ଥିବା ସମୟରେ ପ୍ରାୟ ୧୧ ପ୍ରକାରର ହର୍ଣ୍ଣ ବଜାଇଥାଏ। 

Train Horns: ଟ୍ରେନ ଚାଲୁଥିବା ବେଳେ ବାଜିଥାଏ ୧୧ ପ୍ରକାରର ହର୍ଣ୍ଣ, ପ୍ରତିଟି ସାଉଣ୍ଡର ରହିଛି ଏହି ସବୁ କାରଣ

Train Horns: ଏମିତି ଘଟଣା ପ୍ରାୟତଃ ଗାଁ ମାନଙ୍କରେ ଦେଖାଯାଇଥାଏ । ଟ୍ରେନର ସାଉଣ୍ଡ ଶୁଣି କିଏ କହିଥାନ୍ତି ପାସେଞ୍ଜର ଟ୍ରେନ ଯାଉଛି ତ କି ଏ କହିଥାନ୍ତି ମାଲବାହୀ ଟ୍ରେନ ଯାଉଛି। ବିଶେଷକରି, ଗ୍ରୀଷ୍ମ ସନ୍ଧ୍ୟାରେ ଯେତେବେଳେ ସମସ୍ତେ ଛାତ ଉପରେ ବସିଥାନ୍ତି ଏବଂ କିଛି ଦୂରରୁ ଯାଉଥିବା ଟ୍ରେନ୍ କୁ ଦେଖି ଅନେକ କଳ୍ପନା ଜଳ୍ପନା ଲାଗିରୁହେ । ସେମିତି ଦେଖିବାକୁ ଗଲେ ରେଳ କ୍ରସିଂରେ ଟ୍ରେନର ହର୍ଣ୍ଣ ଶୁଣିବା ପରେ ଧାଡିରେ ଠିଆ ହୋଇଥିବା ଗାଡିଗୁଡିକର ଇଞ୍ଜିନଗୁଡ଼ିକ ମଧ୍ୟ ଷ୍ଟାର୍ଟ ହୋଇଥାଏ ସେହିପରି କାହାକୁ ଯଦି କେବେ ଆମେ ଷ୍ଟେସନକୁ ଛାଡ଼ିବାକୁ ଯାଆନ୍ତି ହର୍ଣ୍ଣ ଶୁଣିଥାଉ ଓ ଅନୁମାନ କରିଥାଉ କି ଟ୍ରେନ ଛାଡ଼ିବାକୁ ଯାଉଛି। ଟ୍ରେନର ଡବା ଗଣିବା ସହ ଟ୍ରେନର ନାମକୁ ନେି କମ୍ପିଟିସନ ମଧ୍ୟ ଚାଲେ। ହେଲେ ଆଜି ଆମେ ଆପଣଙ୍କୁ ଟ୍ରେନରେ ବାଜୁଥିବା ହର୍ଣ୍ଣକୁ ନେଇ ଅନେକ କିଛି ରୋଚକ କଥା ଜଣାଇବୁ । 

ଆପଣ ଜାଣନ୍ତି କି, ଟ୍ରେନରେ ବାଜିଥାଏ ୧୧ ପ୍ରକାରର ହର୍ଣ୍ଣ । ଆଉ ସବୁ ହର୍ଣ୍ଣର କିଛି ନା କିଛି ମାନେ ରହିଥାଏ। ଆଉ ସେହି ୧୧ ପ୍ରକାରର ହର୍ଣ୍ଣ ଅଲଗା ଅଲଗା ମେସେଜ ଦେଇଥାଏ। 

ଏକ ଛୋଟ ହର୍ଣ୍ଣ- ଏକ ଛୋଟ ହର୍ଣ୍ଣର ମାନେ ଟ୍ରେନ୍ କୁ ଧୋଇବା ଓ ସଫା କରାଯିବା ନେଇ ପରାମର୍ଶ ଦିଆଯାଇଛି । ଯାହା ପରେ ଏଠାରୁ ଟ୍ରେନ୍ ଏହାର ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥାଏ। 

ଦୁଇଟି ଛୋଟ ହର୍ଣ୍ଣ-ବାସ୍ତବରେ ଯେତେବେଳେ ଟ୍ରେନ୍ ଯାତ୍ରା କରିବାକୁ ପ୍ରସ୍ତୁତ ହୁଏ ସେତେବେଳେ ଦୁଇଟି ଛୋଟ ହର୍ଣ୍ଣ ବଜାଯାଏ। ଏହା ସହିତ ମୋଟରମ୍ୟାନ୍ (ଡ୍ରାଇଭର) ଗାର୍ଡଙ୍କୁ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ପାଇଁ ଅନ୍ତିମ ସଙ୍କେତ ଦେବା ପାଇଁ ଏକ ବାର୍ତ୍ତା ଦେଇଥାଏ । ଯାହା ଫଳରେ ପ୍ଲାଟଫର୍ମରେ ବୁଲୁଥିବା ଯାତ୍ରୀମାନେ ଟ୍ରେନକୁ ଆସି ନିଜର ଆସନ ଗ୍ରହଣ କରନ୍ତି।

ତିନୋଟି ଛୋଟ ହର୍ଣ୍ଣ- ତିନୋଟି ଛୋଟ ହର୍ଣ୍ଣ ବାଜିବା ଦ୍ୱାରା ଜଣାଯାଏ ଯେ, ଏହା ଜରୁରୀକାଳିନ ପରିସ୍ଥିତିକୁ ବୁଝାଏ । ଏହାର ଅର୍ଥ ଟ୍ରେନ୍ ଡ୍ରାଇଭର ଇଞ୍ଜିନ ଉପରେ ନିଜର ନିୟନ୍ତ୍ରଣକୁ ହରାଇଛି। ଏପରି ପରିସ୍ଥିତିରେ ତୁରନ୍ତ ଭ୍ୟାକ୍ୟୁମ୍ ବ୍ରେକ୍ ଟାଣିବାକୁ ବାର୍ତ୍ତା ତିନୋଟି ଛୋଟ ହର୍ଣ୍ଣ ମାଧ୍ୟମରେ ଗାର୍ଡକୁ ଦିଆଯାଏ । ଏହା ବହୁତ କମ୍ ବ୍ୟବହୃତ ହୁଏ । 

ଚାରୋଟି ଛୋଟ ହର୍ଣ୍ଣ-ଯେତେବେଳେ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ଥାଏ ଏବଂ ଟ୍ରେନ୍ ଆଗକୁ ଯାଇପାରେ ନାହିଁ, ସେହି କ୍ଷେତ୍ରରେ ଚାରୋଟି ଛୋଟ ହର୍ଣ୍ଣ ବଜାଯାଏ। 

ଗୋଟେ ଲମ୍ବା ଏବଂ ଏକ ଛୋଟ ହର୍ଣ୍ଣ- ଯେତେବେଳେ ଏହି ହର୍ଣ୍ଣ ତେବେ ବୁଝିବାକୁ ହେବ ଯେ, ରାଇଭର ଇଞ୍ଜିନ ଆରମ୍ଭ କରିବା ପୂର୍ବରୁ ବ୍ରେକ୍ ପାଇପ୍ ସିଷ୍ଟମ୍ ସେଟ୍ କରିବା ପାଇଁ ଗାର୍ଡଙ୍କୁ ଏକ ସଙ୍କେତ ଦେଉଛନ୍ତି। 

ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ଣ୍ଣ- ଟ୍ରେନ ପାଇଲଟ ଗାର୍ଡକୁ ଇଞ୍ଜିନକୁ ନିଜ ନିୟନ୍ତ୍ରଣ ନେବାକୁ ଏହିପରି ହର୍ଣ୍ଣ ବଜାଇଥାନ୍ତି।

ଦୁଇଥର ରହି ରହି ହର୍ଣ୍ଣ ମାରିବା- ଏହି ହର୍ଣ୍ଣ ରେଲୱେ କ୍ରସିଂ ପାଖରେ ବଜାଯାଇଥାଏ । ଏହି ହର୍ଣ୍ଣ ରେଳ ଲାଇନ ପାଖରେ ଛିଡ଼ା ହୋଇଥିବା ଲୋକଙ୍କୁ ସତର୍କ କରାଇବାକୁ ବଜାଯାଇଥାଏ।

ଦୁଇଟି ଲମ୍ବା ଓ ଗୋଟିଏ ଛୋଟ ହର୍ଣ୍ଣ- ଟ୍ରେନ ଟ୍ରାକ ବଦଳି ସମୟରେ ଏହିପରି ଦୁଇଟି ଲମ୍ବା ଓ ଗୋଟିଏ ଛୋଟ ହର୍ଣ୍ଣ ବଜାଯାଇଥାଏ। 

ଦୁଇଟି ଛୋଟ ଓ ଗୋଟିଏ ଲମ୍ବା ହର୍ଣ୍ଣ-ଯେତେବେଳେ ଜଣେ ଯାତ୍ରୀ ଟ୍ରେନର ଏମରଜେନ୍ସି ଚେନ୍ ଟାଣନ୍ତି କିମ୍ବା ଗାର୍ଡ ଭାକ୍ୟୁମ୍ ବ୍ରେକ୍ ଟାଣନ୍ତି, ସେତେବେଳେ ଏପରି ହର୍ଣ୍ଣ ଶୁଣାଯାଏ ।

ଛଅଥର ଛୋଟ ହର୍ଣ୍ଣ- ଯେତେବେଳେ ଟ୍ରେନ୍ କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ, ସେତେବେଳେ ଡ୍ରାଇଭର ଏପରି ଛଅଥର ଛୋଟ ହର୍ଣ୍ଣ ବଜାଇଥାଆନ୍ତି। 

ଲଗାତାର ବାଜୁଥିବା ହର୍ଣ୍ଣ- ଯେଉଁ ଷ୍ଟେସନରେ ଟ୍ରେନ ଏହିପରି ଲଗାତାର ହର୍ଣ୍ଣ ବଜାଏ ଜାଣିବେ ଯେ, ସେହି ଟ୍ରେନ ଷ୍ଟେସନରେ ରହିବ ନାହିଁ।

Also Read: Eye Drop: ଭାରତରେ ନିର୍ମିତ ଆଇ ଡ୍ରପ୍ ପାଇଁ ଆମେରିକାରେ ମୃତ୍ୟୁ ତାଣ୍ଡବ, ସାବଧାନ ଆପଣ ବ୍ୟବହାର କରୁନାହାଁନ୍ତି ତ !

Also Read:  Shani Asta in Kumbha 2023: କୁମ୍ଭରେ ଶନି ଅସ୍ତ ହେବାରୁ ଏସବୁ ଲୋକଙ୍କ ଜୀବନରେ ମାଡ଼ି ଆସୁଛି ବିପଦ, ଆସନ୍ତା ୩୨ ଦିନ ରହିବ ଭାରୀ