Odisha News Live Updates: ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ପଢ଼ି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2175597

Odisha News Live Updates: ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ପଢ଼ି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Odisha News Live Updates: ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ପଢ଼ି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ  ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି  ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୭୨ଟି ବିଧାନସଭା ଆସନ ଏବଂ ୯ ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।

28 March 2024
00:10 AM

ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ବୁଧବାର (୨୭ ମାର୍ଚ୍ଚ) ସନ୍ଧ୍ୟାରେ ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଅଣାଯାଇଥିଲା। ଏନେଇ ପ୍ରଦେଶ ଯୁବ କଂଗ୍ରେସ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟଟି ଛକ ଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତା କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ପଢନ୍ତୁ ପୁରା ଖବର

 

22:29 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

ପଢନ୍ତୁ ପୁରା ଖବର

 

21:55 PM

ଏମଭିଏ ମେଣ୍ଟକୁ ଲାଗିଲା ଜବରଦସ୍ତ ଝଟକା; ଭିବିଏ ନେଲା ବଡ଼ ନିଷ୍ପତ୍ତି
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟରୁ (ଏମଭିଏ) ବାହାରି ଯାଇଛି ବଞ୍ଚିତ ବହୁଜନ ଅଘାଡି (ଭିବିଏ)। ଏମଭିଏ ମେଣ୍ଟରୁ ବାହାରି ଯିବା ସମ୍ପର୍କରେ ନିଜେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଜଣାଇଛନ୍ତି। ମହା ବିକାଶ ଅଘାଡ଼ି ମେଣ୍ଟରେ ଭିବିଏ ସମେତ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ଏନସିପି (ଶରଦ ଚନ୍ଦ୍ର ପାୱାର ଗୋଷ୍ଠୀ), କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସାମିଲ ଅଛନ୍ତି।

ପଢନ୍ତୁ ପୁରା ଖବର

 

20:19 PM

କାହାର ଟିକେଟ କଟିଲା ବିଜେଡ଼ି? କାହାକୁ ଦେଲା ସୁଯୋଗ? ଜାଣନ୍ତୁ
ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବୁଧବାର ଜାରି ହୋଇଥିବା ପ୍ରଥମ ତାଲିକାରେ ରାଜ୍ୟର ୭୨ ବିଧାନସଭା ଆସନ ଏବଂ ୧୫ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡ଼ି। ଏକ ଭିଡିଓ ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।

ପଢନ୍ତୁ ପୁରା ଖବର

 

18:55 PM

ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର (ମାର୍ଚ୍ଚ ୨୭) ସନ୍ଧ୍ୟାରେ  ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କରାଯାଇଛି। ଏକ ଭିଡିଓ ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡ଼ି। ଆଉ ଏବେ ଆହୁରି ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। 

ପଢନ୍ତୁ ପୁରା ଖବର

 

17:55 PM

ମାସେ ପରେ ୨୯୮ କିମି ଲମ୍ବା ସଡ଼କ ଖୋଲିଦେଲା ବିଆରଓ
ମାର୍ଚ୍ଚ ୨୫ ତାରିଖ ସୋମବାର ଲଦାଖ ଠାରେ ନିମ୍ମୁ-ପଦମ-ଦାରଚା ସଡ଼କକୁ ଯୋଡ଼ି ଦେଇଛି ସୀମା ସଡ଼କ ସଙ୍ଗଠନ (ବିଆରଓ)। ଏହି ରାସ୍ତା ମନାଲିକୁ କାର୍ଗିଲ-ଲେହ ରାଜପଥରେ ଦରଚା ଏବଂ ନିମୁ ଦେଇ ସଂଯୋଗ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ରାସ୍ତା ବର୍ତ୍ତମାନ ମନାଲି-ଲେହ ଏବଂ ଶ୍ରୀନଗର-ଲେହ ବ୍ୟତୀତ ତୃତୀୟ ସଂଯୋଗ। ଯାହା ଲଦାଖକୁ ଆଭ୍ୟନ୍ତରୀଣ ଅଞ୍ଚଳ ସହ ସହିତ ସଂଯୋଗ କରିବ।

ପଢନ୍ତୁ ପୁରା ଖବର

 

17:45 PM

ରାମମନ୍ଦିର ପରିସରରେ ଡିୟୁଟିରେ ଥିବା କମାଣ୍ଡୋଙ୍କ ଛାତିରେ ଫୁଟିଲା ଗୁଳି

Odisha News Live Updates: ରଙ୍ଗର ପର୍ବ ହୋଲି ଶେଷ ହୋଇଯାଇଛି। ଏହାପରେ ବି ସାରାଅଯୋଧ୍ୟା ଉତ୍ସବମୁଖର ରହିଛି। ଏହି ଅବସରରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବି ଖୁବ ଜମୁଛି। ଏଭଳି ସମୟରେ ରାମମନ୍ଦିର ପରିସରରେ ଗୁଳି ଫୁଟିବା ହେତୁ ଭକ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ଗୁଳିରେ ଡିୟୁଟିରେ ଥିବା ଜଣେ ପିଏସସି କମାଣ୍ଡୋ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

17:30 PM

ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସର ସୁପ୍ରିୟା ଶ୍ରୀନେତ

Odisha News Live Updates: ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲ୍ଲୀପ ଘୋଷ। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିସନ। ନିକଟରେ ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବାରୁ ନିର୍ବାଚନ କମିଶନ ସୁପ୍ରିୟା ଶ୍ରୀନେତଙ୍କୁ ନୋଟିସ୍ ପଠାଇଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ଉପରେ ଘୋଷ ମନ୍ତବ୍ୟ ଦେଇଥିବାରୁ ବିଜେପି ନେତା ଦିଲ୍ଲୀପ ଘୋଷଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଘୋଷଙ୍କୁ ଏ ନେଇ ଜବାବ ମାଗିଛନ୍ତି।

17:15 PM

ଆଇଆରଡିଏଆଇ ଜାରି କଲା ନୂଆ ଗାଇଡଲାଇନ

Odisha News Live Updates: ବୀମା କ୍ଷେତ୍ରରେ ଏବେ ବିଶେଷ କିଛି ପରିବର୍ତନ କରାଯାଇଛି । ଲୋକଙ୍କ ଆବଶ୍ୟକତା ଓ ବୀମାଭୂକ୍ତ ବ୍ୟକ୍ତି କିଭଳି ଅଧିକ ଲାଭ ପାଇପାରିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ବୀମା ବିକାଶ ପ୍ରାଧୀକରଣ କର୍ତ୍ତୃପକ୍ଷ ବୀମା ଆଇନରେ ପରିବର୍ତ୍ତନ ଆଣିଛନ୍ତି । ବିଶେଷ କରି ବୀମା ପଲିସି ଅବଧୀ ପୂର୍ବରୁ ସରେଣ୍ଡର ବା ସମର୍ପଣ କଲେ ଆଗରୁ ଯେଭଳି ଭାବେ ବୀମାକାରୀ ଯେଭଳି ମୂଳଜମାରୁ ସର୍ବଧିକ କ୍ଷତି ସହିଥାଏ ତାହାକୁ ନଜରରେ ରଖି ଆଇଆରଡିଏଆଇ ବଡ ପରିବର୍ତ୍ତନ କରିଛନ୍ତି। ଆଇଆରଡିଏଆଇର ନୂଆ ବିଜ୍ଞପ୍ତି ମୁତାବକ ଇନସୁରାନ୍ସ ରେଗୁଲାସନ ୨୦୨୪ର ୬ଟି ନିୟମକୁ ଏକ ୟୁନିଫଆଇଡ ଫ୍ରେମୱାର୍କ ସହ ମିଶାଇ ଦିଆ ଯାଇଛି। ଏହା ଦ୍ୱାରା ଦ୍ରୁତ ଗତିରେ ବିସ୍ତାର ଲାଭା କରୁଥିବା ଏହି ବୀମା ବିଭାଗ ସହଜରେ ମାର୍କେଟର ଆବଶ୍ୟକତା ଅନୁସାରେ କାର୍ୟ୍ୟ କରିବାକୁ ସକ୍ଷମ ହେବା ସହ ଲୋକମାନଙ୍କ ପାଖରେ ସହଜରେ ଉପଲବ୍ଧ ହେଇ ପାରିବ।

16:52 PM

 

ବିଜେଡ଼ି ଛାଡି ବିଜେପି ହାତ ଧରିଲେ ପଞ୍ଚାୟତ ସମିତି ସଦସ୍ୟ
ରାଜ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି। ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କରାଯାଇ ନିର୍ଦ୍ଦିଷ୍ଟ କିଛି ଅଧିକାରୀଙ୍କ ହାତକୁ କ୍ଷମତାଶୀଳ କରାଯାଇଛି। ଗ୍ରାମସଭା ଏବଂ ପଲ୍ଲୀସଭା ବନ୍ଦ କରିଦିଆ ଯାଇଥିବା କାରଣରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। ମୋଦି ସରକାର ବିକାଶ ପାଇଁ ପଠାଉଥିବା କୋଟି କୋଟି ଟଙ୍କା ଏବଂ ସହାୟତାକୁ ପଞ୍ଚୟତସ୍ତରରେ ହଡପ୍ କରାଯାଇ ଲୋକଙ୍କ ସ୍ୱାର୍ଥକୁ ବଳି ପକାଉଛି ଶାସକ ବିଜୁ ଜନତା ଦଳ। "ବିଜେଡି ସରକାର, ହଟିବା ଦରକାର" ବୋଲି ବିଜେଡି ପରିତ୍ୟାଗ କରି ବିଜେପି ହାତ ଧରିଥିବା କେନ୍ରପଡ଼ା ଜିଲ୍ଲାଲ ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚଚାୟତର ସମିତି ସଦସ୍ୟ ତଥା ବିଜୁ ଜନତା ଦଳର ସ୍ଥାନୀୟ ଦୃଢ ସଙ୍ଗଠକ ତଥା ଜିଲ୍ଲା ବାର୍ ଆସୋସିଏନସନ୍ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ କହିଛନ୍ତି।

ପଢନ୍ତୁ ପୁରା ଖବର

16:31 PM

ବାଲ୍ଟିମୋର ପୋଲ ଭୁଷୁଡ଼ିବା ଘଟଣା; ୧୦ ବିନ୍ଦୁରେ ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କ'ଣ ହୋଇଛି?
ମାର୍ଚ୍ଚ ୨୬ ତାରିଖ ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା ଏକ ପୋଲ। ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହେବା ପରେ ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳକୁ ପ୍ରାରମ୍ଭିକ ସଫଳତା ମିଳିଛି। ଦୁର୍ଘଟଣା ପରେ ୬ ଜଣ ନିଖୋଜ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ରହିଥିବା ବାକି ଲୋକଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।

ପଢନ୍ତୁ ପୁରା ଖବର

 

16:15 PM

ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

 

16:00 PM

ଆମେରିକାକୁ କଡ଼ା ଜବାବ୍ ଦେଲା ଭାରତ

Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଟିପ୍ଫଣୀ ଦେଇଥିବାରୁ ଆମେରିକାକୁ ଭାରତ କଡ଼ା ଜବାବ ଦେଇଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଭାରତ ରୋକଠୋକ୍ କହିଛି। ଏହା ସହିତ ଆମେରିକା ଦୂତାବାସର କାର୍ଯ୍ୟବାହକ ମିଶନ ଉପ ମୁଖ୍ୟ ଗ୍ଲୋରିୟା ବେର୍ବିନାଙ୍କୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜବାବ୍ ତଲବ୍ କରାଯାଇଛି। ଗ୍ଲୋରିୟାଙ୍କ ସହିତ ବିଦେଶ ମନ୍ତ୍ରଣାଳୟରେ ପ୍ରାୟ ୪୦ ମିନିଟ୍ ଆଲୋଚନା କରାଯାଇଥିବା ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ କୁହାଯାଇଛି।

15:30 PM

ଭାରତୀୟ କ୍ରୁ ମେମ୍ବରଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

Odisha News Live Updates: ଆମେରିକା ବାଲଟିମୋରରେ ଦୁର୍ଘଟଣାଗସ୍ତ କାର୍ଗୋ ଜାହାଜରେ ଥିବା ଭାରତୀୟ କ୍ରୁ‘ଙ୍କ ପାଇଁ ବଡ଼ ବିପଦ ଟଳି ଯାଇଛି। ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଥିସହ ଭାରତୀୟ କ୍ରୁ’ଙ୍କୁ ପ୍ରଶଂସା କରିଛନ୍ତି ଜୋ ବାଇଡେନ। ଭାରତୀୟ କ୍ରୁ’ଙ୍କ ଠାରୁ ଜାହାଜକୁ ନେଇ ମେସେଜ ପାଇବା ପରେ ଆଲର୍ଟ ହୋଇଯାଇଥିଲା ମେରିଲାଣ୍ଡ ପରିବହନ ବିଭାଗ। ସ୍ଥାନୀୟ ପ୍ରଶାସନ ସହ ମିଶି ତୁରନ୍ତ ବ୍ରିଜକୁ ଖାଲି କରାଯିବା ସହ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହାର କିଛି ସେକେଣ୍ଡ ପରେ ବ୍ରିଜ ସହିତ ଜାହାଜର ଧକ୍କା ହୋଇ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା ବ୍ରିଜ।

14:20 PM
ବିଜେଡ଼ି ଆଜି ପ୍ରଥମ ପର୍ଯ୍ୟାୟ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୨ଟି ବିଧାନସଭା ଆସନ ଓ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନଜର ପକାନ୍ତୁ ପୂରା ତାଲିକା ଉପରେ...
 
ବିଧାନସଭା ଆସନ
1. ବିଷମ କଟକ- ଜଗନ୍ନାଥ ସାରକା
2. ଗୁଣୁପୁର-  ରଘୁନାଥ ଗମାଙ୍ଗ
3. ରାୟଗଡ଼ା-ଅନୁସୟା ମାଝି
4. ବରଗଡ଼- ଦେବେଶ ଆଚାର୍ଯ୍ୟ
5. ବିଜେପୁର-ରୀତା ସାହୁ
6. ଅତାବିରା- ସ୍ନେହାଙ୍ଗିନୀ ଛୁରିଆ
7. ଭଟଲୀ- ସୁଶାନ୍ତ ସିଂହ
8. ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର
9. ବସ୍ତା- ସୁବାସିନୀ ଜେନା
10. ଭଣ୍ଡାରିପୋଖରୀ- ସଞ୍ଜୀବ କୁମାର ମଲ୍ଲିକ
11. ଭଦ୍ରକ- ପ୍ରଫୁଲ୍ଲ ସାମଲ
12. ବାସୁଦେବପୁର- ବିଷ୍ଣୁପଦ ରାଉତରାୟ
13. ଦାମ ନଗର- ଡ. ସଞ୍ଜୟ କୁମାର ଦାସ
14. ଚାନ୍ଦବାଲି-ବଞୋମକେଶ ରାୟ। 
15. ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
16. ଧର୍ମଶାଳା- ପ୍ରଣବ କୁମାର ବଳବନ୍ତରାୟ
17. ଯାଜପୁର- ସୁଜାତା ସାହୁ
18. ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ
19. ଢେଙ୍କାନାଳ- ସୁଧୀର କୁମାର ସାମଲ
20. କାମାକ୍ଷା ନଗର- ପ୍ରଫୁଲ୍‍ କୁମାର ମଲ୍ଲିକ
21. ପରଜଙ୍ଗ- ନୃସିଂହ ସାହୁ
22. ପାଳଲହଡ଼ା- ମୁକେଶ କୁମାର ପାଲ
23. ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା
24. ସୋନପୁର- ନିରଞ୍ଜନ ପୁଜାରୀ
25. ଲୁଇସିଂହା- ନିହାର ରଞ୍ଜନ ବେହେରା
26. ପାଟଣାଗଡ଼- ସରୋଜକୁମାର ମେହେର
27. ବଲାଙ୍ଗୀର - କଳିକେଶ ନାରାୟଣ ସିଂହଦେଓ
28. ଟିଟିଲାଗଡ଼- ଟୁକୁନି ସାହୁ
29. ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ
30. ଉମରକୋଟ- ରବିନା ନାୟକ
31. ଝରିଗାଁ- ରମେଶ ଚନ୍ଦ୍ର ମାଝି
32. ନବରଙ୍ଗପୁର- କୌଶଲ୍ୟା 
33. ଡାବୁଗାଁ -ମନୋହର ରନ୍ଧାରୀ
34. ଲୟଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ
35. ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
36. ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂହଦେଓ
37. ଭବାନୀ ପାଟଣା-ଲତିକା ନାୟକ
38. ଜି ଉଦୟଗିରି- ସାଲୁଗା ପ୍ରଧରନ
39. କନ୍ଧମାଳ- ମହୀଧର ରଣା
40. ବୌଦ୍ଧ-ପ୍ରଦୀପ କୁମାର ଅମାତ
41. ବଡ଼ମ୍ବା- ଦେବୀ ପ୍ରସାଦ  ମିଶ୍ର।
42. ବାଙ୍କି- ଦେବୀରଞ୍ଜନ ତ୍ରିପାଠୀ
43. ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
44. ଚୌଦ୍ୱାର-କଟକ- ସୌଭିକ ବିଶ୍ୱାଳ
45. ନିଆଳି- ପ୍ରମୋଦ କୁମାର ମଲ୍ଲିକ
46. କଟକ ସଦର- ଚନ୍ଦ୍ରସାରଥି ବେହେରା
47. ପାଟକୁରା-ଅରବିନ୍ଦ ମହାପାତ୍ର
48. ଆଳି- ପ୍ରତାପ କେଶରୀ ଦେବ
49. ରାଜନଗର-ଧ୍ରୁବଚରଣ ସାହୁ
50. ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ
51. ପୁରୀ- ସୁନୀଲ ମହାନ୍ତି
52. ବ୍ରହ୍ମଗିରି- ଉମାକାନ୍ତ ସାମନ୍ତରାୟ
53. ସତ୍ୟବାଦୀ- ସଞ୍ଜୟ ଦାସବର୍ମା
54. ପିପିଲି- ରୁଦ୍ର ପ୍ରତାପ ମହାରଥୀ
55. ଜଟଣୀ- ବିଭୁତି ବଳବନ୍ତରାୟ
56. ରଣପୁର- ସତ୍ୟ ନାରାୟଣ ପ୍ରଧାନ
57. ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା
58. ନୟାଗଡ଼- ଅରୁଣ କୁମାର ସାହୁ
59. ଭଞ୍ଜ ନଗର-ବିକ୍ରମ କେଶରୀ ଆରୁଖ
60. ପୋଲସରା-ଶ୍ରୀକାନ୍ତ ସାହୁ
61. କବିସୂର୍ଯ୍ୟ ନଗର- ଲତିକା ପ୍ରଧାନ
62. ଛତ୍ରପୁର- ସୁଭାଷ ଚନ୍ଦ୍ର ବେହେରା
63. ସୋରଡ଼ା- ସଙ୍ଘମିତ୍ରା ସ୍ୱାଇଁ
64. ହିଞ୍ଜିଳି- ନବୀନ ପଟ୍ଟନାୟକ
65. ଗୋପାଳପୁର- ବିକ୍ର୍ରମ କୁମାର ପଣ୍ଡା
66. ଦିଗପହଣ୍ଡି- ବିକ୍ରମ ପାତ୍ର
67. ଚିକିଟି- ଚିନ୍ମୟନନ୍ଦ ଶ୍ରୀରୂପଦେବ
68. କୋଟପାଡ଼-ଚନ୍ଦ୍ରଶେଖର ମାଝି
69. କୋରାପୁଟ- ରଘୁରାମ ପଡାଲ
70. ମାଲକାନଗିରି-ମାନସ ମାଡ଼କାମୀ
71. ଘସିପୁରା- ବଦ୍ରି ନାରାୟଣ ପାତ୍ର
72. ପାଟଣା- ଜଗନ୍ନାଥ ନାୟକ
14:18 PM

ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

Odisha news Live Updates: ନଜର ପକାନ୍ତୁ ସଂସଦୀୟ ତାଲିକା ଉପରେ

କଳାହାଣ୍ଡି-ଲମ୍ବୋଦର ନିଆଲ
ସମ୍ବଲପୁର- ବବି ଦାସ
ସୁନ୍ଦରଗଡ଼- ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ-ସୁଦାମ ମରାଣ୍ଡି
କେନ୍ଦ୍ରାପଡା- ଅଂଶୁମାନ ମହାନ୍ତି
ନବରଙ୍ଗପୁର- ପ୍ରଦୀପ କୁମାର ମାଝୀ
ଭୁବନେଶ୍ୱର- ମନ୍ମଥ ରାଉତରାୟ
କୋରାପୁଟ- କୌଶଲ୍ୟ ହିକ୍କକା
ଆସ୍କା- ରଞ୍ଜିତା ସାହୁ

14:10 PM

ଗୁଜରାଟ କ୍ୟାପଟେନ ଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଜରିମାନା

Odisha News Live Updates: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ମ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଗୁଜରାଟ୍‌ ଟାଇଟନ୍ସ ୬୩ ରନ୍‌ରେ ପରାସ୍ତ କରିଛି। ଚେନ୍ନାଇ ସୁପର କିଙ୍ଗ୍‌ସ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ କରିବା ସହ ବୃହତ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇର ଏହା କ୍ରମାଗତ ଦ୍ବିତୀୟ ବିଜୟ । ଦଳ ପ୍ରଥମ ମ୍ୟାଚରେ ଆରସିବିକୁ ହରାଇଥିଲା ।

14:06 PM

ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

Odisha news Live Updates: ନଜର ପକାନ୍ତୁ ତାଲିକା ଉପରେ

ବିଷମ କଟକ- ଜଗନ୍ନାଥ ସାରକା
ଗୁଣୁପୁର-  ରଘୁନାଥ ଗମାଙ୍ଗ
ରାୟଗଡ଼ା-ଅନୁସୟା ମାଝି
ବରଗଡ଼- ଦେବେଶ ଆଚାର୍ଯ୍ୟ
ବିଜେପୁର-ରୀତା ସାହୁ
ଅତାବିରା- ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ- ସୁଶାନ୍ତ ସିଂହ
ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର
ବସ୍ତା- ସୁବାସିନୀ ଜେନା
ଭଣ୍ଡାରିପୋଖରୀ- ସଞ୍ଜୀବ କୁମାର ମଲ୍ଲିକ
ଭଦ୍ରକ- ପ୍ରଫୁଲ୍ଲ ସାମଲ
ବାସୁଦେବପୁର- ବିଷ୍ଣୁପଦ ରାଉତରାୟ
ଧାମନଗର- ଡ. ସଞ୍ଜୟ କୁମାର ଦାସ
ଚାନ୍ଦବାଲି-ବଞୋମକେଶ ରାୟ।

13:50 PM

କେଜରିୱାଲଙ୍କ ଯାଚିକା ଉପରେ ଶୁଣାଣୀ ଶେଷ, ୪ଟାରେ ନିଷ୍ପତ୍ତି ଶୁଣାଇବେ କୋର୍ଟ
Odisha News Live Updates: 
ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ୪ଟା ସମୟରେ ନିର୍ଦ୍ଦେଶ ଜାରି କରିବେ। ୱେବସାଇଟରେ ଅର୍ଡର ଅପଲୋଡ୍ ହେବ। ଏହାପୂର୍ବରୁ ଇଡିଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ କେଜ୍ରିୱାଲଙ୍କ ଆବେଦନକୁ ଜବାବ ଦେବା ପାଇଁ ତାଙ୍କୁ ସମୟ ଦରକାର। ଯଦି ମୋର ଉତ୍ତର ଦାଖଲ କରିବାକୁ କୋର୍ଟ ମୋତେ ସମୟ ଦିଅନ୍ତି ନାହିଁ ତେବେ ମୋର ଯୁକ୍ତି ଶୁଣିବାର କୌଣସି ଆବଶ୍ୟକତା ନାହିଁ। ଏକ ଉତ୍ତର ଦାଖଲ କରିବାର ଅଧିକାର ମୋତେ ମିଳିବା ଉଚିତ୍ ବୋଲି ସେ କହିଥିଲେ। 

13:20 PM

ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ 
Odisha News Live Updates:
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଚି। ଏହି କ୍ରମରେ ଉତ୍ତରାଖଣ୍ଡର ନୈନିତାଲ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜୟ ଭଟ୍ଟ ଆଜି ନାମାଙ୍କର କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ରହିଥିଲେ। 

 

13:08 PM

ସଦାନନ୍ଦ ବସନ୍ତ ହେଲେ ଏନଆଇଏ ଡିଜି

Odisha News Live Updates: ଦେଶର ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ସଦାନନ୍ଦ ବସନ୍ତଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ଆଇପିଏସ୍ ଅଧିକାରୀ ପୀୟୁଷ ଆନନ୍ଦଙ୍କୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ଡିଜି କରାଯାଇଛି। ବୁଧବାର କେନ୍ଦ୍ର ସରକାର ଏହି ନିଯୁକ୍ତି ସହ ଜଡିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଆଇପିଏସ୍ ରାଜୀବ କୁମାର ଶର୍ମାଙ୍କୁ ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ (ବିପିଆରଡି) ରେ ଡିଜି କରାଯାଇଛି। ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ ସଦାନନ୍ଦ ବସନ୍ତ ତାଙ୍କର କଡା ଆଭିମୁଖ୍ୟ ପାଇଁ ଜଣାଶୁଣା।

13:00 PM

ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ
Odisha News Live Updates:
କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସେ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ।

 

12:45 PM

ମାଙ୍କ ଶବକୁ ଟ୍ରଲିରେ ବୋହିଲେ ଯୁବକ

Odisha News Live Updates: ହରିରାଜପୁର ଗାଁରେ ଭରତ ଭୋଇଙ୍କ ମା’ର ଦେହାନ୍ତ ବାଙ୍କୀ ମେଡିକାଲରେ ହୋଇଥିଲା । ମା’ଙ୍କ ମୃତ୍ୟୁ ପରେ ଶବ ନେବାକୁ ତାଙ୍କ ପାଖରେ ଟଙ୍କା ନଥିବାରୁ ମହାପ୍ରୟାଣ ଗାଡିରେ ମୃତଦେହ ନେବାକୁ ମେଡିକାଲ କର୍ତ୍ତୃୃର୍ପକ୍ଷଙ୍କ ନିକଟରେ ନେହୁରା ହୋଇଥିଲେ । ମାତ୍ର ମେଡିକାଲ କର୍ତ୍ତୃୃର୍ପକ୍ଷ ତାଙ୍କ ଗୁହାରି ଶୁଣିନଥିଲେ । ତେଣୁ ସେ ବାଧ୍ୟ ହୋଇ ଟ୍ରଲିରେ ମା’ଙ୍କ ଶବ ବୋହି ନେଇଥିଲେ ।

12:30 PM

ନିର୍ବାଚନ ଲଢିବେନି ବରୁଣ ଗାନ୍ଧୀ

Odisha News Live Updates: ବରୁଣ ଗାନ୍ଧୀଙ୍କୁ ମିଳିଲାନି ବିଜେପି ଟିକେଟ୍। ତେଣୁ ୨୦୨୪ ନିର୍ବାଚନ ଲଢିବେନି ବରୁଣ ବରଂ ସୁଲତାନପୁରରେ ମା’ ମାନେକା ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ବରୁଣଙ୍କୁ ବିଜେପି ପିଲଭିତରୁ ଟିକେଟ ନଦେଇ ଏଥର ତାଙ୍କ ବଦଳରେ ଏହି ଆସନରେ ଜିତିନ ପ୍ରସାଦଙ୍କୁ ଟିକେଟ୍ ଦେଇଛି। ଏନେଇ ଆଜି ବରୁଣ ଗାନ୍ଧୀ ସୂଚନା ଦେଇଛନ୍ତି।

12:15 PM

କର୍ମୀ ଓ ସମର୍ଥକଙ୍କୁ ନେଇ ଅପରାଜିତାଙ୍କ ବିଶାଳ ରାଲି
Odisha News Live Updates:
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ରାଜଧାନୀରେ ବିରାଟ ପଦଯାତ୍ରା କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହସହ ୨୦୨୪ ନିର୍ବାଚନ ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିବେ । ଭୁବନେଶ୍ୱର ଏୟାରପୋର୍ଟରୁ ପଦଯାତ୍ରାରେ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ଯିବେ। ସେଠାରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ନେବେ। ଏହି ପଦଯାତ୍ରାରେ ବହୁ ଦଳୀୟ କର୍ମୀ ସାମିଲ ହୋଇ ଅପରାଜିତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।

12:00 PM

ଶିବସେନା (ୟୁବିଟି) ଘୋଷଣା କଲା ୧୬ ଜଣ ପ୍ରାର୍ଥୀଙ୍କ ନାମ

Odisha News Live Updates: ଶିବସେନା (ୟୁବିଟି) ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି | ମିଳିଥିବା ସୂଚନା ମୁତାବକ କଂଗ୍ରେସ ନେତା ସଞ୍ଜୟ ନିରୁପମ୍ ଯେଉଁ ସ୍ଥାନରୁ ଟିକେଟ୍ ଚାଁହୁଥିଲେ ଶିବସେନା ସେଠାରୁ ଆମୋଲ କୀର୍ତ୍ତିକରଙ୍କୁ ଟିକେଟ୍ ଦେଇଛନ୍ତି। ଶିବସେନା ବୁଲଡାନାରୁ ନରେନ୍ଦ୍ର ଖେଡକର, ମୁମ୍ବାଇ ଦକ୍ଷିଣରୁ ଅରବିନ୍ଦ ସାୱନ୍ତ, ପାର୍ବନୀ ଲୋକସଭା ଆସନରୁ ସଞ୍ଜୟ ଯାଦବ, ୟାଭାତମାଲ ୱାଶିମରୁ ସଞ୍ଜୟ ଦେଶମୁଖ, ସାଙ୍ଗଲିରୁ ଚନ୍ଦ୍ରହାର ପାଟିଲ ଏବଂ ହିଙ୍ଗୋଲି ଆସନରୁ ନାଗେଶ ପାଟିଲକୁ ପ୍ରାର୍ଥୀ କରିଛି | ଏହା ବ୍ୟତୀତ ସଂଭାଜୀନଗରରୁ ଚନ୍ଦ୍ରକାନ୍ତ ଖେରେ, ଧାରାଶିବ ଆସନରୁ ଓମରାଜ ନିମ୍ବଲକର, ସିରିଡ଼ିରୁ ଭାଉସାହେବ ୱାଘଚୋର, ନାଶିକରୁ ରାଜାଭାଉ ବାଜେ, ରାୟଗଡରୁ ଅନନ୍ତ ଗୀତେ, ସିନ୍ଧୁଦୁର୍ଗ ରତ୍ନଗିରିରୁ ବିନାୟକ ରାଓ ଏବଂ ଥାନେରୁ ରାଜନ ବିଚାରେ ଟିକେଟ୍ ପାଇଛନ୍ତି। ସେହିପରି ଉତ୍ତର ପୂର୍ବ ମୁମ୍ବାଇରୁ ସଞ୍ଜୟ ଦିନା ପାଟିଲ ଏବଂ ଉତ୍ତର ପଶ୍ଚିମ ମୁମ୍ବାଇରୁ ଆମୋଲ କାର୍ତ୍ତିକର ଦଳୀୟ ପ୍ରାର୍ଥୀ ହେବେ। ଗୋଟିଏ ପଟେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା ଏହାର ତାଲିକା ପ୍ରକାଶ କରିଛନ୍ତି।

11:45 AM

ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଗୋରୁ

Odisha News Live Updates: ମଙ୍ଗଳବାର ଅପରାହ୍ନ ସମୟରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ନୂଆଗାଁ ଓ ବର୍ତ୍ତନା ପଞ୍ଚାୟତ ଅଧୀନ କୁମାରମୌଦା ଗ୍ରାମ ନିକଟରେ ୧୧କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈ,୩ଟି ଷଣ୍ଢ ଓ ଗୋଟିଏ ବାଛୁରି ଛୁଆ ମୃତ୍ୟୁବରଣ କରିଛନ୍ତି। ଗୋପାଳକ ଅନାଦି ନାୟକ, କାର୍ତ୍ତିକ ରାଉତ, ବାସନ୍ତି ସିଂଙ୍କୁ କ୍ଷତି ପୁରଣ ପ୍ରଦାନ କରିବା ଲାଗି ଗ୍ରାମବାସୀ ତଥା ଭାଜପା ମଣ୍ଡଳ ସଭାପତି ପତିତପାବନ କର ଟାଟା ପାଓ୍ବାର ନିକଟରେ ଦାବୀ କରିଛନ୍ତି।

11:30 AM

ଯବାନଙ୍କ ଗୁଳିରେ ୬ ମାଓବାଦୀ ସଫା

Odisha News Live: ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ ଆଜି ସକାଳେ ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆଉ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ବିଜାପୁର ଜିଲ୍ଲାର ଚିକୁରବତି-ପୁସବାକା ନିକଟ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ବସ୍ତର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲା।

11:15 AM

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ  

Odisha News Live Updates: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ କରିଛି। ଅତିଥି ଟିମ୍‌  ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଛି। ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୩ ରନ୍‌ରେ ଅଟକିଛି।

10:52 AM

Odisha News: ହୋଲିରେ ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ। ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବଡ଼ଦାଣ୍ଡର ଉତ୍ତର ପାର୍ଶ୍ବ ପରିକ୍ରମା ପଥରେ ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀମାନଙ୍କ ଦ୍ବାରା ‘ଜେଡ଼ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ’, ଭୁବନେଶ୍ବର ପ୍ରାୟୋଜିତ ଏବଂ ‘ଉତ୍କୃଷ୍ଠ’, ଶ୍ରୀ ସୁବାଷ ପୂଜାହାରୀଙ୍କ ଦ୍ବାରା ଆୟୋଜିତ ଏକ ଚିତ୍ରଶିଳ୍ପୀ ଶିବିରର ଆଜି ଅନୁଷ୍ଠିତ ହୋଇଯାଇଛି। ସିଂହଦୁଆର ଫିଟା ନୀତି ପରେପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଶିଷ ଲାଭ କରି ଚିତ୍ର ଶିବିରଟି ଆରମ୍ଭ ହୋଇଥିଲା। ଉକ୍ତ ଶିବିରକୁ ଡ଼ଃ ସିଦ୍ଧେଶ୍ବର ମହାପାତ୍ର, ଶ୍ରୀମନ୍ଦିର ପୁରୋହିତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

10:09 AM

Bus Accident: ଅଶୁଭ ବୁଧବାର !  ଦୁର୍ଘଟଣା ଘଟାଇଲା OSRTC ବସ୍।  ବସ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ, ମୃତ୍ୟୁ ବରଣ କରିଥିବା ବାଇକ୍ ଆରୋହୀଙ୍କ ପରିଚୟ ମିଳି ନଥିବା ଜଣାପଡିଛି। ବଲାଙ୍ଗୀରର ଜାତୀୟ ରାଜପଥ ୫୭ ନମ୍ବର ଭଦ୍ରାପାଲି ଛକ ନିକଟରେ ଏହି  ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ବସ୍ ଡ୍ରାଇଭରକୁ ଅଟକ ରଖିଛି । ଏବଂ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି। 

09:19 AM

ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୧,୧୪୦ ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୬,୭୦୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୧,୧୪୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୬,୭୦୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୦,୦୨୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୧,୧୪୦  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୬,୭୦୦  ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୦,୦୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

08:36 AM

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ଆଜି ବିଜେଡିରେ ଯୋଗ ଦେବେ। ଏଥିଲାଗି ମଞ୍ଚ ସ୍ପଷ୍ଟ ହୋଇଛି। ଶଙ୍ଖ ଭବନରେ ତାଙ୍କ ଯୋଗଦାନ ପାଇଁ ଏକ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବାରମ୍ବାର ବାପାଙ୍କ ପ୍ରତ୍ୟାଖ୍ୟାନ ସତ୍ତ୍ୱେ ନିଜର ରାଜନୀତିକ କ୍ୟାରିୟରକୁ ଲମ୍ବା ଇନିଂସ ଦେବାକୁ ଯାଇ ମନ୍ମଥ ରାଉତରାୟ ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି। 

08:15 AM

Odisha Accident: ଓଡ଼ିଶାରେ ଗତ କାଲି ଖୁବ୍ ଧୂମଧାମରେ ପାଳନ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଲୋକମାନେ ନାଚି ଗାଇ ହୋଲି ପର୍ବକୁ ପାଳ କରିଥିବା ବେଳେ କିଛି ସ୍ଥାନରେ ଅଘଟଣ ଘଟି ଲୋକଙ୍କ ଜୀବନ ହାନି ହୋଇଛଇ। କାଳ ହୋଇଇ ହୋଲି ଖେଳ। ପାରାଦୀପ ଅଞ୍ଚଳରୁ ଆସିଛି ଦୁଖଃଦ ଖବର। ହୋଲି ଖେଳି ସାରି ଗାଁ ପୋଖରୀରେ ଗାଧୋଇଲା ବେଳେ ବୁଡି ଯାଇ ପ୍ରାଣ ହରାଇଛି ଏକ ନାବାଳକ।ପାରାଦୀପ ଗଡ ଲକଥାନା ଅଧିନ କତକୁଲା ଗ୍ରାମରେ ଘଟିଛି ଏଭଳି ଘଟଣା। ଏହି ଗ୍ରାମର ଜୟନ୍ତ ସର୍କାରଙ୍କ ବାରବର୍ଷର ପୁଅ ରାଜକିଶୋର ରାଉତ ଆଜି ସାଙ୍ଗ ସାଥିଙ୍କ ସହ ରଙ୍ଗ ଖେଳି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କ ଗୋଡ ଖସିଯିବାରୁ ସେ ପୋଖରୀର ଗଭୀର ପାଣି ଭିତରେ ବୁଡ଼ିଯାଇଥିଲେ। ଅନେକ ଚେଷ୍ଟା ପରେ ମଧ୍ଯ ତାଙ୍କୁ ପାଖରେ ଥିବା ସାଙ୍ଗସାଥି କେହି ଉଦ୍ଧାର କରି ପାରିନଥିଲେ। ହେଲେ ଖବରପାଇ ଗ୍ରାମବାସୀ ମାନେ ପହଞ୍ଚି ତାକୁ ପୋଖରୀ ଭିତରୁ ଉଦ୍ଧାର କରି ପାରାଦୀପ ସ୍ଥିତ ଅଠରବାଙ୍କୀ ମେଡିକାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାର ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି।।

07:52 AM

South Actor: ଜଣେ ପ୍ରସିଦ୍ଧ ସାଉଥ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ଯାହାକି ପୁରା ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ବାତାବରଣ ଖେଳାଇ ଦେଇଛି। ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଲକ୍ଷ୍ମୀ ନାରାୟଣନ ସେସୁ ପ୍ରାଣ ହରାଇଛନ୍ତି। ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ କ୍ଷାତିନାମା ଅଭିନେତା ଭାବରେ ବେଶ୍ ଜଣାଶୁଣା ଲକ୍ଷ୍ମୀ ନାରାୟଣନ ସେସୁ ଆଜି ଆଉ ଆମ ଗହଣରେ ନାହାନ୍ତି।ଏହି ଅଭିନେତା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ମୃତ୍ୟୁ ବରଣ କରିଛନ୍ତି। ଆଜି ଆମେ ଜଣେ କଳାକାରଙ୍କୁ ହରାଇଛୁ ଯାହାଙ୍କ ସ୍ଥାନ ପୂରଣ କରିବା ଖୁବ୍ କଷ୍ଟକର।

07:41 AM

ଆଇପିଏଲ୍ ୨୦୨୪ ରେ ଅଷ୍ଟମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ବିଜୟ ପାଇଁ ଜୋରସୋରରେ ପ୍ରସ୍ତୁତି କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା ସନରାଇଜର୍ସ ପରାସ୍ତ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ପରାସ୍ତ ହୋଇଥିଲା। ବର୍ତ୍ତମାନ ଉଭୟ ଦଳ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛନ୍ତି।

07:31 AM

ଭାରତୀୟ ଜାତୀୟ କଂଗ୍ରେସର ୧୩୫ କୋଟି ଟଙ୍କା ଗାଏବ ହୋଇଛି। ଦଳର ହିସାବ ବିହୀନ ୫୨୩ କୋଟି ୮୭ ଲକ୍ଷ ଟଙ୍କାର ଆୟକର ବାବଦକୁ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳର କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ପରେ ଏହି ହିସାବ ବିହୀନ ଅର୍ଥ ଠାବ କରାଯାଇଥିଲା, ଯାହାର କୌଣସି ଠିକଣା ହିସାବ ଦେବାରେ ଦଳ ବିଫଳ ହୋଇଥିବା ଜଣାପଡ଼ିଛି।  

07:21 AM

Election 2024: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଛତିଶଗଡ ପାଇଁ ୪ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଛତିଶଗଡର ସୁରଗୁଜା (ST)ରୁ ଶଶି ସିଂ, ରାୟଗଡ଼ (ST) ରୁ ଡ. ମେନ୍ ଦେବୀ ସିଂ, ବିଲାସପୁରରୁ ଦେବେନ୍ଦ୍ର ସିଂ ଯାଦବ ଏବଂ କାଙ୍କେର (ST)ରୁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ତାମିଲନାଡୁର ମାୟିଲାଦୁଥୁରାଇ ଆସନରୁ ଆର ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି ।