Odisha News Live Updates: କାଳବୈଶାଖୀ ହେତୁ ରାଜ୍ୟରେ ବର୍ଷା ସମ୍ଭାବନା, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2170282

Odisha News Live Updates: କାଳବୈଶାଖୀ ହେତୁ ରାଜ୍ୟରେ ବର୍ଷା ସମ୍ଭାବନା, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 Odisha News Live Updates: କାଳବୈଶାଖୀ ହେତୁ ରାଜ୍ୟରେ ବର୍ଷା ସମ୍ଭାବନା, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

23 March 2024
22:45 PM

ଭିଜିଲାନ୍ସ ହାତରେ ଧରାପଡିଲେ ସହିଦ ନଗର SI

Crime News: ଭୁବନେଶ୍ୱରର ସହିଦ ନଗର ଥାନା ସବ୍‌-ଇନ୍ସପେକଟର ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ଅଧିକ ପଢ଼ନ୍ତୁ...

21:45 PM

ପୋଲିସ ଉପରକୁ ଗୁଳି ଚଳାଇଲେ ଡକାୟତ

କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗାଁ ନିକଟରେ ଥିବା ସୁଧାକର ତଇଲା ଜଙ୍ଗଲରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ଲୁଟ୍‌ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ । ସେହି ସମୟରେ କୌଣସି ସୁତ୍ରରୁ ଖବର ପାଇ ପୋଲିସ୍ ଚଢଉ ଆରମ୍ଭ କରିଥିଲା । କିନ୍ତୁ ପୋଲିସକୁ ଦେଖି ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ ଡକାୟତ । ୫ ଡକାୟତ ଖସିଯିବାରେ ସକ୍ଷମ ହୋଇଥିବା ସମୟରେ ୩ ଜଣଙ୍କୁ ପୋଲିସ୍ କାବୁ କରିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ ହୋଇଛି ।

21:15 PM

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିତ୍ତ କନକ୍ଲେଭ୍ ‘ଫିନୋମେନା-୨୦୨୪’

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପାଠ୍ୟକ୍ରମ ବିଭାଗ ଅନ୍ତର୍ଗତ ‘ସପ୍ତମ ବିତ୍ତ କନକ୍ଲେଭ୍’ ଶୁକ୍ରବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ‘ଫିନୋମେନା-2024’ ଶୀର୍ଷକ ଏହି କନକ୍ଲେଭରେ ନୂଆ ମନ୍ତ୍ର, ‘ସଷ୍ଟେନେବଲ୍ ଫିନାନ୍ସ’ ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ବକ୍ତାମାନେ ଏଥିରେ ଯୋଗଦେଇ ନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ । ଅଧିକ ପଢ଼ନ୍ତୁ...

20:58 PM

ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର

Ollywood News: ଉତ୍କଟ ଦାରିଦ୍ରତାର ଶେଷ ସୀମାରେ ଥିଲେ ଶେଷ । ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ । ଅନେକ ଅଭାବ ଅନାଟନ ଦେଇ ବାପା ମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ବୁଲ ଭାତ ଖାଇ, ପର ଘରେ ମଜୁରୀ ଲାଗି, ଗାଈ, ଛେଳି ଚରାଇ ପିଲାଦିନ କାଟିଥିଲେ । ଶେଷଙ୍କର ସେଦିନ ଶେଷ ହୋଇସାରିଛି । ଆଜି ସେ ଦୁନିଆର ସବୁଠୁ ଶୀର୍ଷରେ । ଅଧିକ ପଢ଼ନ୍ତୁ...

19:50 PM

Lava O2: ଚାଇନା ଫୋନକୁ ଟକ୍କର ଦେବ ଏହି ଫୋନ୍, ଜାଣନ୍ତୁ କଣ ରହିଛି ଖାସ୍

Lava O2 Price in India: ବହୁ ଲୋକପ୍ରିୟ କମ୍ପାନୀ ଲାଭା ଭାରତୀୟ ବଜାରରେ ଏକ ନୂଆ ହ୍ୟାଣ୍ଡସେଟ୍ ଲଞ୍ଚ କରିଛି । ଯାହାର ଫିଚର ଅତ୍ୟନ୍ତ ଦମଦାର ରହିଛି । ଏଥିରେ ଆପଣଙ୍କୁ 50MPର ପ୍ରାଇମେରୀ କ୍ୟାମେରା ମିଳିବ । ଏଥିସହ 5000mAhର ଶକ୍ତିଶାଳୀ ବ୍ୟାଟେରୀ ଉପଲବ୍ଧ । ଆସନ୍ତୁ ଜାଣିବା ଏହି ହ୍ୟାଣ୍ଡସେଟର ମୂଲ୍ୟ ଏବଂ ସମସ୍ତ ବିବରଣୀ । ଅଧିକ ପଢ଼ନ୍ତୁ...

19:20 PM

ଯାତ୍ରା ପେଣ୍ଡାଲରେ ଚେୟାର ମାଡ

ବଡମ୍ୱା ବ୍ଲକ ଅନ୍ତର୍ଗତ ଯୋଡ଼ମୁ ଗାଁରେ ‘ଓଡ଼ିଶା ଅପେରା’ ନାମକ ଏକ ଯାତ୍ରା ପାର୍ଟି ମେଲୋଡି ପରିବେଷଣ କରିବା ସମୟରେ ଦର୍ଶକ ଚେୟାର ମାଡ କରିଥିବା ଅଭିଯୋଗ ହୋଇଛି । ବିଳମ୍ୱିତ ସମୟ ଧରି ନାଟକ ପରିବେଷଣ ନହେବାରୁ ଏପରି ହୋଇଥିବା କୁହାଯାଉଛି ।

18:15 PM

ଅବକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଚଢଉ, ଖାଇଲେ ନିସ୍ତୁକ ମାଡ

କଟକ: ଚୋରା ଦେଶୀ ମଦ କାରବାର ସମ୍ପର୍କରେ ଖବର ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଚଢାଉ କରାଯାଇଥିଲା । କିନ୍ତୁ ଚଢାଉ ସମୟରେ ନିଶା ମାଫିଆମାନେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏପରିକି ନିସ୍ତୁକ ମାଡ ମଧ୍ୟ ଖାଇଥିଲେ ଅବକାରୀ କର୍ମଚାରୀମାନେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ...

17:00 PM

Crime News: ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

Crime News: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ୨ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୨୬୫ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ ଜବତ କରାଯାଇଛି । ଯାହାର ଦାମ ପାଖାପାଖି ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏଥିସହ ୩ଟି ମୋବାଇଲ୍ ଏବଂ ଗୋଟିଏ ଲାପଟପ ମଧ୍ୟ ଜବତ ହୋଇଛି । ଅଧିକ ପଢ଼ନ୍ତୁ...

16:25 PM

ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ

Ollywood News: ଆଓ ନେକ୍ସ୍ଟ  ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରିମିଅର ଶୋ' ଅନୁଷ୍ଠିତ ହୋଇଥିଲା । ଏହି ଶୋ' କୁ ବିଭିନ୍ନ ବର୍ଗର ଦର୍ଶକମାନେ ଦେଖିବାକୁ ଆସିଥିଲେ । ବିଶେଷ କରି ଅଧିକ ସଂଖ୍ୟାରେ ଅନେକ ଗୁଡିଏ ଥିଏଟର ଗ୍ରୁପର କଳାକାର, ଲେଖକ ଓ ନିର୍ଦ୍ଦେଶକ ଆସିଥିଲେ । ଅଳ୍ପ ବୟସ୍କ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କ ପରିକଳ୍ପନାକୁ ସମସ୍ତେ ବାଃ ବାଃ ସବାସୀ ଦେଇଥିଲେ ଦର୍ଶକ। ଅଧିକ ପଢ଼ନ୍ତୁ...

16:05 PM

Top 10 News Today:

ଅପରାହ୍ନର ୧୦ଟି ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:50 PM

ଶୁକ୍ରବାର ବିଳମ୍ବିତ ରାତିରେ ଋଷିଆ ରାଜଧାନୀ ମସ୍କୋ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୯୩ ପହଞ୍ଚିଥିବା ସୂଚନା ମିଳିଛି । ଅନେକ ଲୋକେ ଗୁରୁତର ହୋଇଛନ୍ତି। ଆତତାୟୀଙ୍କ ଗୁଳି ବର୍ଷାରେ କିଛି ସମୟ ମଧ୍ୟରେ ମସ୍କୋ ସହରରେ ଆତଙ୍କ ଖେଳି ଯାଇଥିଲା।  ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରେ ଏକ ସମାରୋହ ସ୍ଥଳରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ଘଟଣାରେ ପୁଲିସ ଆଜି ୪ ଜଣ ବନ୍ଧୁକଧାରୀଙ୍କ ସହ ୧୧ ଜଣଙ୍କୁ ଗିରଫ କରିଛି।

15:35 PM

ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି । ଏଥିସହିତ ବିଜେପି ଓଡ଼ିଶା ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ବୈଠକରେ ସାମିଲ୍ ହେବେ । ଆଜିର ବୈଠକରେ ଓଡ଼ିଶାର ପ୍ରାର୍ଥୀ ତାଲିକା ଚୁଡାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି ।

15:15 PM

Jajpur News: ଟ୍ରକ୍-ବାଇକ୍ ଧକ୍କା, ୩ଜଣଙ୍କ ମୃତ୍ୟୁ

Jajpur Road Accident: ଆଜି ମଧ୍ୟାହ୍ନ ସମୟରେ ଚଳନ୍ତା ଟ୍ରକ୍ ଏବଂ ବାଇକ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । କଳିଙ୍ଗନଗର ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

14:40 PM

ବିଷାକ୍ତ ମଦ ନେଲା ୨୧ ଜୀବନ, ଅନେକ ଗୁରୁତର

Sangrur hooch tragedy: ପଞ୍ଜାବ ବଢିଚାଲିଛି ମଦ ମୃତ୍ୟୁ ସଂଖ୍ୟା । ସାଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ,  ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା  କାରଣରୁ ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢ଼ନ୍ତୁ...

14:04 PM

India To Bhutan Train Service: ଭାରତ ଏବଂ ଭୁଟାନ ମଧ୍ୟରେ ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନିମନ୍ତେ ଏମ୍‌ଓୟୁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବାବେଳେ ଥିମ୍ଫୁରେ ଭୁଟାନ ପ୍ରତିପକ୍ଷ ଶେରିଙ୍ଗ୍‌ ଟୋବ୍‌ଗେଙ୍କ ଉପସ୍ଥିତିରେ ଏମ୍‌ଓୟୁ ବିନିମୟ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।

13:52 PM

Jairam Pangi: କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ । କୋରାପୁଟ ଏସପି ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ଜୟରାମ ପାଙ୍ଗୀଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ହୋଇଛି ।

13:37 PM

Srimandira News: ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ସିହଂଦ୍ୱାର ଥାନାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ବାଇଶି ପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କରିଛନ୍ତି ସେବାୟତ । ସେପଟେ ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । 

13:27 PM

Elvish Yadav: ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ଏବେ ତାଙ୍କୁ ନେଇ ଏକ ବଡ଼ ତଥ୍ୟ ହସ୍ତଗତ ହୋଇଛି। ଶୁଣିବାକୁ ମିଳୁଛି ଯେ ୫ ଦିନ ହେବ ଜେଲ୍‌ରେ ଥିଲ୍‌ ଏଳଭିଶଙ୍କୁ ଜାମିନ୍‌ ମିଳିଯାଇଛି। ହେଲେ ସେ ଆଜି ବାହାରକୁ ଆସିପାରିବେନି।

13:01 PM

AAP Pressmeet: ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ଆପ୍ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଦ ବ୍ୟବସାୟୀମାନେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପିକୁ ଟଙ୍କା ଦେଇଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ । ଏବଂ ଏହି ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗିରଫ କରିବାକୁ ଦାବି କରିଛି ଆପ୍ । ସେପଟେ ଏହାର ଜବାବ ରଖିଛି ଭାରତୀୟ ଜନତା ପାର୍ଟି । ଜଣେ ରାଜନେତା ହୋଇଥିବାରୁ ଓ ଆଗକୁ ନିର୍ବାଚନ ଥିବାରୁ ଆପଣ ଦୁର୍ନୀତି କଲେ ବି ତଦନ୍ତକାରୀ ସଂସ୍ଥା ଏହାର ଯାଂଚ ନକରୁ ବୋଲି ଆପଣ ଚାହୁଁଛନ୍ତି, ଏହା କଣ ଗଣତନ୍ତ୍ର କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

12:32 PM

Sambalpur News: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି। ଝାଡାବାନ୍ତିରେ  ୪୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। । ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ୪୦ ଜଣଙ୍କୁ ହୀରାକୁଦ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିବାବେଳେ ୫ ଜଣଙ୍କୁ ବୁର୍ଲା ଭୀମସାରରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି l 

12:23 PM

MP Bhartruhari Mahtab: ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି । ଭର୍ତ୍ତୃହରି ମହତାବ ବିଜେପିକୁ ଆସିଲେ ତାଙ୍କୁ ସ୍ୱାଗତ କରାଯିବ ବୋଲି ଗତକାଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବି କହିଥିଲେ । ତେଣୁ ତାଙ୍କର ବିଜେପିରେ ସାମିଲ ହେବା ନେଇ କଳ୍ପନା ଜଳ୍ପନା ଲାଗିରହିଛି । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଓ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଭର୍ତ୍ତୃହରି । 

12:05 PM

Delhi CM Arvind: ଦିଲ୍ଲୀ ମଦ ନୀତି ମାମଲାରେ ଗୁରୁବାର ଇଡି ଦ୍ବାରା ଗିରଫ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନା‌ମରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଦିଲ୍ଳୀ ହାଇକୋର୍ଟରେ ମାମଲା ରୁଜୁ ହୋଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାରୁ ଆବେଦନ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କହି ଦେଇଛନ୍ତି କେଜ୍ରିୱାଲ୍‌। ଆବଶ୍ୟକ ପଡ଼ିଲେ ଜେଲ୍‌ରେ ରହି ସରକାର ଚଳାଇବେ ବୋଲି ସେ ମତ ପ୍ରକାଶ କରିଛନ୍ତି।

11:43 AM

୨୮ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌‌)ଙ୍କ ବଦଳି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୧୨ଜଣ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ରେଙ୍ଗାଲି ରାଇଟ୍‌‌ କେନାଲ ସିଷ୍ଟମ୍‌‌, ଜିଲ୍ଲାସ୍ତରୀୟ କ୍ରୀଡ଼ା ବିଭାଗ ଓଏସ୍‌‌ଡି, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ପୁରୀ ଶ୍ରୀମନ୍ଦିର ସହକାରୀm ପ୍ରଶାସକ, ଡିଏସ୍‌‌ଆର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବଦଳି କରାଯାଇଛି।

11:26 AM

Earth Hour 2024: ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର। ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଏହି ଦିବସଟି ପ୍ରତ୍ୟକ ବର୍ଷ ମାର୍ଚ୍ଚ ମାସରେ ପାଳନ କରାଯାଏ।  ଆଜି ରାତି  ୮ଟା ୩୦ ରୁ ୯ଟା ୩୦ ଯାଏଁ  ଆର୍ଥ ଆୱାର ପାଳନ କରାଯିବ। ଅର୍ଥାତ୍ ପୂରା ୧ ଘଣ୍ଟା ବିଶ୍ବବାସୀ ବିନା ବିଦ୍ୟୁତ୍ ରେ କଟାଇବା। ଆଉ ଅନ୍ଧାରରେ ରହିବ।  ସୂଚନା ଯୋଗ୍ୟ,  ପ୍ରଥମେ ୨୦୦୭ ମସିହାରେ ପ୍ରଥମେ  ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହାକୁ ୨୦୦୮ ମସିହାରେ ପାଳନ ହେବା ଆରମ୍ଭ ହୋଇଥିଲା । ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ୟାସ ହ୍ରାସ ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ବନ୍ଦ ହୋଇଥାଏ । ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ ।

11:16 AM

କେନ୍ଦୁଝରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାଁ ଅଜୟ ଦାସ ଓ ତାଙ୍କ ଘର ସଦର ଥାନା ବୋଧବାହାଳି ଗାଁରେ ।ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ମାସ ହେଲା କେନ୍ଦୁଝର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ଗତକାଲି ଅପରାହ୍ନରେ ଜେଲ ପରିସରରେ ଥିବା ପାଇଖାନା ଟାଙ୍କିରେ ସଂଯୋଗ ଥିବା ଏକ ପାଇପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

10:03 AM

IPL 2024: ଆଜି ଆଇପିଏଲ୍ ୨୦୨୪ର ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ। ଏହି ମ୍ୟାଚ୍ ମୁଲ୍ଲାପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗ୍ରାଉଣ୍ଡରେ ହେବାକୁ ଥିବା ଏହା ପ୍ରଥମ ମ୍ୟାଚ୍ ହେବ। ଉଭୟ ଦଳ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଦୀର୍ଘ ଦିନର ବିରତି ପରେ ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ଋଷଭ ପନ୍ଥ କ୍ରିକେଟ୍ ପିଚ୍କୁ ଫେରୁଛନ୍ତି। ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ତାଙ୍କ ପ୍ରଶଂସକମାନେ। ସେପଟେ ପଞ୍ଜାବ କିଙ୍ଗସକୁ ଅଧିନାୟକତ୍ୱ କରିବେ ସିଖର ଧାୱନ।

08:34 AM

ଢୋଲକିଆଲଙ୍କୁ କିଛି ଦଳୀୟ ନେତା ବିରୋଧ କରିଆସୁଛନ୍ତି। ଏହାକୁ ନେଇ ଶୁକ୍ରବାର ବିଧାୟକଙ୍କ ସମର୍ଥନରେ ବହୁସଂଖ୍ୟାରେ ସମର୍ଥକ ଏକଜୁଟ ହୋଇଥିବା ଦେଖିବାକୁ ମିଳିଛି। ଆଜି ବିଧାୟକଙ୍କ ସମର୍ଥକମାନେ ଖରିଆର ରୋଡ଼ ଶଙ୍କର ମନ୍ଦିରଠାରେ ଏକତ୍ର ହୋଇ ବାଇକ୍‌ ରାଲିରେ ନୂଆପଡ଼ା ତେଲିପଡ଼ା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରୁ କର୍ମୀମାନେ ନୂଆପଡ଼ା ସହର ପରିକ୍ରମା ପରେ ପୁଲିସ ପଡ଼ିଆଠାରେ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ। 

08:07 AM

Petrol Diesel Price:  ମାର୍ଚ୍ଚ ୨୩ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ସ୍ଥିର ରହିଥିହା ଦେଖିବାକୁ ମିଳିଛି। ଶନିବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଡିଜେଲ୍ ଓ ପେଟ୍ରୋଲର ଦର।...ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର)  ୧୦୧.୦୬ ରହିଛି। ସେହିପରି ଡିଜେଲ (୧ ଲିଟର) ୯୨.୬୪ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦.୮୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୪୩ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

07:48 AM

ଘୋଷଣା ସରିଛି ନିର୍ବାଚନ ତାରିଖ। ରାଜ୍ୟରେ ଏବେ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏହାରି  ମଧ୍ୟରେ ଦୀର୍ଘଦିନ ଧରି ବିଜେଡି-ବିଜେପି ମେଣ୍ଟକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିବା ବେଳେ ଶୁକ୍ରବାର ଦିନ ସମସ୍ତ କଳ୍ପନା ଜଳ୍ପନା ଉପରୁ ପରଦା ଉଠିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଟ୍ୱିଟକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଛେଦ ଟାଣିଛି ମନମୋହନଙ୍କ ଏହି ଟ୍ୱିଟ। ରାଜ୍ୟରେ ବିଜେପି ଏକା ଲଢିବା ନେଇ ମନମୋହନ ସାମଲ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି। ତେବେ ବିଜେଡି ଓ ବିଜେପି ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର। ମେଣ୍ଟ ଆଶଙ୍କା ଭିତରେ ଅନେକ ନେତା ଟିକେଟ ପାଇବା 

07:36 AM

Odisha News: ଚଳିତ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାଙ୍କ ପାଇଁ ଆଇଟିଆଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ସିଟରେ ନାମଲେଖା ଆବେଦନ ହୋଇଥିଲା  । ବେସରକାରୀ ସ୍କୁଲରେ ନାମ ଲେଖିବା ପାଇଁ ଅଭିଭାବକଙ୍କ ମଧ୍ୟରେ ବିଶେଷ ଉତକଣ୍ଠା ଦେଖାଯାଇଥିଲା।  ଓଡିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା ସମସ୍ତେ ବସ୍ତି, ସାହି, ଗଳି ମାନଙ୍କରେ ବ୍ୟାନର ଲଗାଇ ଛୋଟଛୋଟ ସଭାସମିତି ମାଧ୍ୟମରେ ପ୍ରସାର ପ୍ରଚାର ସହ ବ୍ୟାପକ ସଚେତନତା କରିବା ଫଳରେ  ଚଳିତ ବର୍ଷ ରାଜ୍ୟରେ  ୩୦,୩୦୦ ରୁ ଅଧିକ ଦରଖାସ୍ତ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଅଭିଭାବକ ଆବେଦନ କରିଥିଲେ।  

07:27 AM

Weather Report: ରାଜ୍ୟରେ ଏବେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ୨ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଖରା, ଗୁଳୁଗୁଳି ମଧ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ପରେ ଏବେ ବଦଳିଛି ପାଣିପାଗ। ଆଜି ଅର୍ଥାତ ଶନିବାର ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ମାତ୍ର ୨୫ ଓ ୨୬ ରାଜ୍ୟର ଅଳ୍ପ କିଛି ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ହେତୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

07:16 AM

Moscow Terror Attack Update: ଶୁକ୍ରବାର ବିଳମ୍ବିତ ରାତିରେ ଋଷିଆ ରାଜଧାନୀ ମସ୍କୋ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପାଖାପଖି ୬୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି। ଆତତାୟୀଙ୍କ ଗୁଳି ବର୍ଷାରେ କିଛି ସମୟ ମଧ୍ୟରେ ମସ୍କୋ ସହରରେ ଆତଙ୍କ ଖେଳି ଯାଇଥିଲା।  ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରେ ଏକ ସମାରୋହ ସ୍ଥଳରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ତେବେ,ଏହି ଗୁଳି ଚାଳନା ପାଇଁ ଆତଙ୍କୀ ସଂଗଠନ ଆଇଏସଆଇ ନିଜକୁ  ( ISIS takes responsibility) ଦାୟୀ କରିଛି।