Odisha News Live Updates: ଶ୍ରୀମନ୍ଦିର ଆଗରେ ଲେଖାଶ୍ରୀଙ୍କ ଦଣ୍ଡବତ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2201797

Odisha News Live Updates: ଶ୍ରୀମନ୍ଦିର ଆଗରେ ଲେଖାଶ୍ରୀଙ୍କ ଦଣ୍ଡବତ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 Odisha News Live Updates: ଶ୍ରୀମନ୍ଦିର ଆଗରେ ଲେଖାଶ୍ରୀଙ୍କ ଦଣ୍ଡବତ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

13 April 2024
22:30 PM

Weather News: ରାଜଧାନୀ ଦିଲ୍ଲୀରେ ଘଡଘଡି ସହ ବର୍ଷା, ବିମାନ ଚଳାଚଳ ପ୍ରଭାବିତ

Delhi Weather: ଶନିବାର ଅପରାହ୍ମ ସମୟରେ ରାଜଧାନୀ ଦିଲ୍ଲୀ ଆକାଶରେ ଘୋଟି ଆସିଥିଲା କଳା ବାଦଲ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଘଡଘଡି ସହ ବର୍ଷା । ଫଳରେ ଗରମରୁ ଆଶ୍ୱସ୍ତି ପାଇଛନ୍ତି ରାଜଧାନୀବାସୀ । ଦିଲ୍ଲୀ ସମେତ ନୋଏଡା ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

21:35 PM

Lok Sabha Candidate List: କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ଘୋଷଣା

ଆଜି କଂଗ୍ରେସ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ୍, ଢେଙ୍କାନାଳରୁ ସସ୍ମିତା ବେହେରା, ପୁରୀରୁ ସୁଚରିତା ମହାନ୍ତି, ଯାଜପୁରରୁ ଅଞ୍ଚଳ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଭୁବନେଶ୍ବରରୁ ୟାସିର ନୱାଜ ଲଢିବେ ବୋଲି ତାଲିକାରେ ଉଲ୍ଲେଖ ରହିଛି ।

20:35 PM

ଜଳୁଛି ଚିଲିକା ନଳବଣ, କିଏ ଲଗାଇଲା ନିଆଁ ?

Fire case: ନିଆଁରେ ଜଳୁଛି ଚିଲିକାର ଏକର ଏକର ନଳବଣ । ପବନର ବେଗ ଆହୁରି ନିଆଁକୁ ଭୟାନକ କରିବାରେ ଲାଗିଛି । କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ସମୟରେ ଅନେକ ଚିଲିକାରେ ରହୁଥିବା ଜଳଚର ଏବଂ ପକ୍ଷୀଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ରହିଛି । ଏଥିସହ ନଳବଣ କୂଳରେ ଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ସମେତ ମାଛ ଧରିବା ଉପକରଣ ଗୁଡିକ ନିଆଁରେ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

20:05 PM

Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ

Venus Transit in Aries 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧନ, ଗୌରବ ଏବଂ ସୌଭାଗ୍ୟ ପ୍ରଦାନକାରୀ ଗ୍ରହ ଶୁକ୍ର ଏପ୍ରିଲ୍ ୨୪ ରାତି ୧୧ଟା୪୪ରେ ମେଷ ରାଶିରେ ପ୍ରବେଶ କରିବେ। ମେଷ ରାଶିରେ ଶୁକ୍ରଙ୍କ ଚଳନ ପ୍ରଭାବରୁ ୪ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି ।  ଅର୍ଥ ଲାଭ ସହିତ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିବେ ସେହି ରାଶିର ବ୍ୟକ୍ତିମାନେ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ । ଅଧିକ ପଢ଼ନ୍ତୁ...

19:15 PM

Odisha Politics: ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ଲେଖାଶ୍ରୀ

Odisha Politics: ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆଜି ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ବିଜେଡିର ବାଲେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଏଥିସହ ଅରୁଣ ସ୍ତମ୍ଭ ସ୍ପର୍ଶ କରି ପ୍ରଣାମ କରିଥିଲେ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଶୁଭ ମନାସି ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ଲେଖାଶ୍ରୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଚଳିତ ଥର ମଧ୍ୟ ବିଜୁ ଜନତା ଦଳ ସରକାର ଗଠନ କରିବ । ଅଧିକ ପଢ଼ନ୍ତୁ...

18:45 PM

Crime News: କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଧରାପଡିଲେ ୧୧ ଲୁଟେରା

Crime News: କେନ୍ଦୁଝର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୧୧ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଲୁଟେରାଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି । ସମସ୍ତଙ୍କୁ କାବୁ କରିବା ପରେ ସେମାନଙ୍କ ନିକଟରୁ ୨୫ ଶହ ଟଙ୍କା, ଲୁହା ରଡ୍, ତଲୱାର ସହ ଅନେକ ପ୍ରକାରର ମାରଣାସ୍ତ୍ର ଜବତ ହୋଇଛି । ଅଧିକ ପଢ଼ନ୍ତୁ...

18:10 PM

Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି

Surya Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଆଜି ଅର୍ଥାତ୍ ଏପ୍ରିଲ୍ ୧୩, ୨୦୨୪ରେ, ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଚଳନ କରୁଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡୁଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ...

16:55 PM

Puri News: ଶ୍ରୀମନ୍ଦିରରେ ଜଗିବେ ପ୍ରତିହାରୀ ସେବାୟତ ! 

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ପ୍ରଶାସନ ଆରମ୍ଭ କରିଛି ପ୍ରୟାସ। ପଣା ସଂକ୍ରାନ୍ତିଠାରୁ ସକାଳେ ଓ ସଂଧ୍ୟାବେଳେ ଦୁଇଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ମୁତୟନ ରହିବେ। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଚାରି ଦୁଆରେ ପ୍ରତିହାରୀ ସେବାୟତ ମୁତୟନ ରହି ଅଣହିନ୍ଦୁ ମାନଙ୍କ ପ୍ରବେଶକୁ ରୋକିବାରେ ସହାୟକ ହେବ କହିଛନ୍ତି ବରିଷ୍ଠ ସେବାୟତ। ତେବେ ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦୁଆର ମୁତୟନ ରହୁଥିବା ବେଳେ ପୋଲିସ ଆଉ ଜେଟିପି ମାନେ ଜଗୁଆଳି ଭାବେ ଡ୍ଯୁଟି କରୁଥିବା ହେତୁ କିଛିଦିନ ହେବ ସେ ବ୍ୟବସ୍ଥା ବନ୍ଦ ରହିଥିଲା। ତେବେ ପୁର୍ନବାର ପ୍ରତିହାରୀ ସେବାୟତମାନେ ସିଂହଦ୍ଵାର ଫିଟିବା ସମୟରେ ଓ ସଂଧ୍ୟାଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଅଧିକ ପଢ଼ନ୍ତୁ...

16:25 PM

ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ନେଇ ବିଜ୍ଞାପନ ସୁଟ୍ କଲେ ଦୟାନିଧି ଡାହିମା 

ଭୁବନେଶ୍ୱର: ଓଡ଼ିଶାର ମନୋରଞ୍ଜନ ଶିଳ୍ପ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ଓଡ଼ିଆ ପୁଅ ଦୟାନିଧି ଡାହିମା । ଦୟା ଏଣ୍ଟରଟେନମେଣ୍ଟ୍ର ପ୍ରତିଷ୍ଠାତା ଦୟାନିଧି ଦାହିମା ପୁଣି ଥରେ ଓଲିଉଡରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି । ନିକଟରେ ସେ, ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କ ସହିତ ଏକ ଗ୍ରାଉଣ୍ଡବ୍ରେକିଂ ସୁଟ୍ କରିଥିଲେ । ଯିଏ ୫୦ ବର୍ଷରୁ ଅଧିକ ସମୟ ବିଭିନ୍ନ ବିଜ୍ଞାପନ ସମେତ ୩୦୦ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଦୟାଙ୍କ ଏପରି କାମ ପୁଣିଥରେ ଓଡ଼ିଶା ସିନେ ଜଗତ ସହିତ ବଲିଉଡର ଥିବା ବ୍ୟବଧାନକୁ ନିକଟତର କରିବାରେ ସକ୍ଷମ ହୋଇଛି । ଅଧିକ ପଢ଼ନ୍ତୁ...

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ସଂକ୍ଷେପରେ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

15:10 PM

Odisha News Live Updates: ବିଜେପିରେ ସାମିଲ ହେଲେ ଅଜୟ ନାୟକ । ସେ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପାଇଁ ଅନେକ କାର୍ଯ୍ୟ କରିଥିଲେ । ଏଥିସହ ବିଜେଡ଼ିର ରାଜ୍ୟ ସମ୍ପାଦକ ମଧ୍ୟ ଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଭାବେ ମଧ୍ୟ ଲୋକମାନେ ଅଜୟଙ୍କୁ ଜାଣନ୍ତି । ନିକଟରେ ଅଜୟ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଆଜି ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହୋଇଛନ୍ତି ।

15:00 PM

Odisha News: ଜିଲ୍ଲାପାଳଙ୍କୁ ଫେରାଦ ଦେଲେ କଣ୍ଡରାପଶି ଗ୍ରାମବାସୀ

Odisha News: ବଢ଼ି ଚାଲିଛି ଖରା ତାତି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହନ୍ତସନ୍ତ ରାଜ୍ୟବାସୀ । କିନ୍ତୁ ଏହି ଖରା ତାତିଠୁ ଆଗାମୀ ସାଧାରଣ ନିର୍ବାଚନ ନେଇ ରାଜନୀତି ତାତି ଆହୁରି ତୀବ୍ର ହେବାରେ ଲାଗିଛି। ଟିକେଟ ନପାଇ ନେତା ଦଳ ବଦଳାଉ ଥିବା ଦେଖିବାକୁ ମିଳୁଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ନିଜ ଆସନ ବଞ୍ଚେଇବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବାକୁ ଭୁଲି ଯାଇଛନ୍ତି । ଅଧିକ ପଢ଼ନ୍ତୁ...

14:45 PM

Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ 

Ollywood News: ଫିଲ୍ମର ନାଁରୁ ଜଣାପଡୁଛି ନିଶ୍ଚୟ ଭାବରେ କେହି ଜଣେ ତା'ର ପ୍ରେମକୁ ଜଣାଇବା ପାଇଁ ଉଦ୍ବେଗ, ହେଲେ କହି ପାରିଛି ନା ନାହିଁ ? କିଏ ସେ ? ନାୟକ ନାୟିକାକୁ ନା ନାୟିକା ନାୟକକୁ ? କାହାଣୀ ପଛର କାରଣ ଅବା କ'ଣ ହୋଇପାରେ । ଏମିତି କିଛି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ କେବଳ ଜୀ ସାର୍ଥକରେ ଖୁବ ଶୀଘ୍ର ଓଡିଆ ଫିଲ୍ମ 'କେମିତି କହିବି ମୁଁ' ମାଧ୍ୟମରେ । ପାରମ୍ପରିକ କାହାଣୀରୁ ଭିନ୍ନ, ନାୟକ ନାୟିକା ଦୁଇଜଣ ଦୁଇଜଣଙ୍କୁ ପାଇଛନ୍ତି କିନ୍ତୁ ପାଇବାର ରାସ୍ତା ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ । ଅଧିକ ପଢ଼ନ୍ତୁ...

14:30 PM

CM Arvind Kejriwal: କେଜ୍ରିୱାଲଙ୍କ ଆବେଦନ ଉପରେ ଏପ୍ରିଲ ୧୫ରେ ହେବ ଶୁଣାଣି

ଏପ୍ରିଲ୍  ୧୫ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବ ବୋଲି ANI ରିପୋର୍ଟରେ ଉଲ୍ଲେଖ ରହିଛି । ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ଯାଞ୍ଚ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ ପକ୍ଷରୁ ଗିରଫ କରାଯାଇଥିଲା । ଗତ ସପ୍ତାହରେ କୋର୍ଟଙ୍କ ପରାମର୍ଶ କ୍ରମେ ଏପ୍ରିଲ ୧୫ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଅଧିକ ପଢ଼ନ୍ତୁ...

14:11 PM

Odisha News: ଆସନ୍ତାକାଲିଠାରୁ ସମଲେଇ ମନ୍ଦିରରେ ପାନ ଗୁଟଖା ତଥା ମାଦବ ଦ୍ରବ୍ଯ ବ୍ଯାନ୍॥ ଏନେଇ  ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି॥ ଭକ୍ତଙ୍କୁ ପାନ ଗୁଟଖା ଖାଇ କିମ୍ବା ପାନ ଗୁଟଖା ସାଙ୍ଗରେ ଆଣିବା ତଥା ମାଦବ ଦ୍ରବ୍ଯ ସେବନ କରି ଆସିବା ଉପରେ ବାରଣ କରାଯାଇଛି॥ ଏହା ସହ  ସିକ୍ଯୁରିଟି ସଂସ୍ଥାର ସୁରକ୍ଷା କର୍ମୀ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ॥ଏହା ସହ ମାଦକ ଦ୍ରବ୍ଯ ସେବନ କରି ମନ୍ଦିର ପରିସରରେ ଧରାପଡିଲେ ୫୦୦ ଟଂକା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି॥ ମନ୍ଦିରରେ ପବିତ୍ରତା ବଜାୟ ରଖିବା ପାଇଁ ଛେପ ପକାଇବା ଉପରେ ମଧ୍ଯ ବାରଣ କରାଯାଇଛି॥ 

14:05 PM

Odisha News: ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତଙ୍କୁ ଆକ୍ରମଣ । ସୂଚନା ଅନୁଯାୟୀ, ଆଖଣ୍ଡଳମଣିଙ୍କ ମନ୍ଦିରର ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ମନ୍ଦିରରେ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ସଂଘବଦ୍ଧ ଭାବେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ଦଳକୁ ସର୍ମଥନ ନ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେବାୟତ ଜୀବନ ବଞ୍ଚାଇ ଦୌଡି଼ ପଳାଇଥିଲେ ।

13:52 PM

Bhubaneswar: ଚନ୍ଦ୍ରଶେଖରପୁର ପୋଲିସ ହାତରେ ଧରାପଡିଲେ ୪ ଜଣିଆ ସିନ୍ଧି ଚୋରି ଗ୍ୟାଙ୍ଗ, ୧କେଜି ସୁନା ଅଳଙ୍କାର ୧୩ଗ୍ରାମର ରୂପା ଅଳଂକାର, ୩ଲକ୍ଷ ୨୫ ଟଙ୍କା, ମୋଟର ସାଇକେଲ ଓ ମୋବାଇଲ ଜବତ।

12:28 PM

Odisha Election 2024: ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରଣଜୀ ଟ୍ରଫିର ଅଧିନାୟକ ସୁଭ୍ରାଂଶୁ ସେନାପତିଙ୍କୁ ବ୍ରାଣ୍ଡ ଆମ୍ବସେଡ଼ର ଭାବରେ ନିଆଯାଇଛି।  

11:59 AM

Odisha News: କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ । ଦରମା ନମିଳିବାରୁ ଧାରଣାରେ ବସିଛନ୍ତି ହାଉସକିପିଂ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ । ଗତକାଲି ଠାରୁ ମେଡ଼ିକାଲ ସଫେଇ କାମ ବନ୍ଦ ରଖିଛନ୍ତି ସଫେଇ କର୍ମଚାରୀ । ଏହା ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ ବାହାରେ ଜଣେ ରୋଗୀଙ୍କ ସମ୍ପର୍କୀୟ ସିକ୍ୟୁରିଟି ଗାର୍ଡ଼ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

11:44 AM

Chadaka Mela: ପୂର୍ବଭାରତର ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ସମ୍ବତ୍ସରିକ ଉତ୍ସବ ଚଡ଼କ ପର୍ବ ୧୩ ଦିନପରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଚୈତ୍ର ମାସ ୧୭ଦିନ ବା ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଚିତ୍ରମୟ ଉତ୍ସବରେ ତିନି ମୁଖ୍ୟ ପର୍ବ ଶିବ କାମିନା ବିବାହ, ମହା ନୀଳ ଓ ପାଟ ପର୍ବରେ ଦେଶ ଓ ଦେଶ ବାହାରୁ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବୁଧବାର ତୃତୀୟ ଅର୍ଘ୍ୟରେ ପୀଠରେ ଶିବ କାମିନା ବିବାହ,ଗୁରୁବାର ଦ୍ବିତୀୟ ଅର୍ଘ୍ୟରେ ନୀଳପର୍ବ ଏବଂ ଶୁକ୍ରବାର ଉଦଯାପନି ବା ପାଟ ପର୍ବ ମହା ଆଡମ୍ବରରେ ସମାପନ ହୋଇଯାଇଛି।ଏହି ତିନି ଦିନ ଶୈବପୀଠ ଜନ ସମୁଦ୍ର ପାଲଟିଯାଏ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଏକ ଲକ୍ଷରୁ ଅଧିକ ଭକ୍ତ ଉପବିତ ଧାରଣ କରିଥିଲେ। ଦିନ ତମାମ ନିର୍ଜଳା ଉପବାସ ରହି ମଧ୍ୟରାତ୍ରିରେ ଅର୍ଘ୍ୟ ଦେଇସାରିବା ପରେ ହବିଷ୍ୟ କରନ୍ତି। 

11:06 AM

Madhya Pradesh news: ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ଖେଳୁ ଖେଳୁ ଏକ ଶିଶୁ ୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଖସିପଡିଛି। ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ବୋରଓ୍ବେଲରୁ ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୂତାବକ ଶୁକ୍ରବାର ଗହମ ଅମଳ ପରେ ଏକ ଶିଶୁ ସାଙ୍ଗ ମାନଙ୍କ ସହ ବିଲରେ ଖେଳୁଥିଲା। କିନ୍ତୁ ଅସାବଧାନତା କାରଣରୁ ଶିଶୁଟି ବୋରଓ୍ବେଲ ମଧ୍ୟକୁ ଖସିପଡିଥିଲା। ଏହାଦେଖି ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବାକୁ ବହୁ ଚେଷ୍ଠା କରିଥିଲେ। ହେଲେ ବିଫଳ ହେବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ। ପରେ ୨ଟି ଜେସିବି,  ଏସଡିଆରଏଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

11:06 AM

Madhya Pradesh news: ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ଖେଳୁ ଖେଳୁ ଏକ ଶିଶୁ ୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଖସିପଡିଛି। ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ବୋରଓ୍ବେଲରୁ ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୂତାବକ ଶୁକ୍ରବାର ଗହମ ଅମଳ ପରେ ଏକ ଶିଶୁ ସାଙ୍ଗ ମାନଙ୍କ ସହ ବିଲରେ ଖେଳୁଥିଲା। କିନ୍ତୁ ଅସାବଧାନତା କାରଣରୁ ଶିଶୁଟି ବୋରଓ୍ବେଲ ମଧ୍ୟକୁ ଖସିପଡିଥିଲା। ଏହାଦେଖି ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବାକୁ ବହୁ ଚେଷ୍ଠା କରିଥିଲେ। ହେଲେ ବିଫଳ ହେବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ। ପରେ ୨ଟି ଜେସିବି,  ଏସଡିଆରଏଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

11:03 AM

Odisha Election 2024: ବଢ଼ି ଚାଲିଛି ଖରା ତାତି। ଲୋକେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହଇରାଣ ହେଉଛନ୍ତି। କିନ୍ତୁ ଏହି ଖରା ତାତିଠୁ ରାଜନୀତି ରାତି ଆହୁରି ତୀବ୍ରତର ହୋଇଛି। ଟିକେଟ ନପାଇ ନେତା ଡିଆଁଡେଇଁ ଚଳାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ନିଜ ଆସନ ବଞ୍ଚେଇବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବାକୁ ଅସମର୍ଥ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ। 

10:41 AM

Election 2024: କଂଗ୍ରେସରେ ସାମିଲ ହୋଇ ମଧ୍ୟ ସ୍ୱାଧୀନ ଭାବେ ନିର୍ବାନଚ ଲଢ଼ୁଥିବା ପପୁ ଯାଦବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପପୁ ଯାଦବ ଚଳିତ ନିର୍ବାଚନରେ ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବେଳେ ତାଙ୍କ ସମସ୍ୟା ଥମିବା ନାଁ ଧରୁନି

10:27 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୬ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୨ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍ ଲିଟର ପିଛା ୧୫ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୧୫ ପଇସା ବୃଦ୍ଧି ପାଇଛି।  ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ .୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

09:50 AM

Odisha News: ସଦର ଥାନା ଅର୍ନ୍ତଗତ ବରପଦା ଜଙ୍ଗଲରେ ବିପୁଳ ପରିମାଣର ପୋଚୋ ଓ ଦେଶୀ ମଦକୁ ନଷ୍ଟ କଲା ଅବକାରୀ ବିଭାଗ।

09:37 AM

Odisha Election 0224: ରାସେଶ୍ୱରୀଙ୍କୁ ସମ୍ବଲପୁର ବିଧାୟକା ଟିକେଟ ଦେବା ପାଇଁ ଦାବୀ ଜୋର ଧରିଛି।ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଧାନସଭା ସିଟ ପାଇଁ ପୁନଃ ବିଚାର କରନ୍ତୁ ବୋଲି ଦାବୀ ଜଣାଇଛନ୍ତି ରାସେଶ୍ୱରୀଙ୍କ ସମର୍ଥକ। ଗୁରୁବାର ସମ୍ବଲପୁର ବିଧାନସଭା ଟିକେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳି ସାରିଥିବା ବେଳେ ପୂର୍ବତନ ବିଧାୟିକା ରାସେଶ୍ୱରୀଙ୍କ ସମର୍ଥକମାନେ ଏଥିରେ ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ମ୍ୟାଡମଙ୍କୁ ଟିକେଟ ଦିଅନ୍ତୁ ବୋଲି ଦାବୀ କରି ହୋହାଲ୍ଲା କରିଥିବା ଦେଖିବା ମିଳିଛି। ସେଥିପାଇଁ ବାରମ୍ବାର ରାସେଶ୍ୱରୀଙ୍କ ଘର ପାଖ ତାଙ୍କ କାର୍ଯ୍ୟାଳୟରେ ସବୁ ଦିନ ସନ୍ଧ୍ୟାରେ ସମର୍ଥକଙ୍କ ଭିଡ଼ ଲାଗି ରହିବା ସହ ରାସେଶ୍ୱରୀଙ୍କୁ ଟିକେଟ ଦେବା ପାଇଁ ଦାବୀ ହେଉଛି।

09:19 AM

Weather Report of India: ଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ବିଦର୍ଭା ଏବଂ ବିଚ୍ଛିନ୍ନ ସ୍ଥାନରେ କୁଆପଥର ମାଡ ସହିତ ୩୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ହାଲୁକା ଏବଂ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହୋଇଛି। ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ଦକ୍ଷିଣ ତାମିଲନାଡୁ, ଉତ୍ତର ପୂର୍ବ ବିହାର, ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ହାଲୁକା ରୁ ମଧ୍ୟମ ବର୍ଷା ହୋଇଛି। ଜାମ୍ମୁ କାଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶରେ ହାଲୁକା ବର୍ଷା ଓ ତୁଷାରପାତ ଘଟିଛି।ସେହିପରି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ହାଲୁକା ବର୍ଷା ହୋଇଛି। ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ ଏବଂ ଓଡିଶାର କିଛି ଦିନ ଦିନର ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି।

08:57 AM

Kings vs Royals: ଚଳିତ ଆଇପିଏଲର ୨୭ତମ ମ୍ୟାଚ୍ ରେ ଶନିବାର ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍ ରେ ପରାଜିତ ହୋଇଥିବା ବେଳେ ଏହି ମ୍ୟାଚ୍ ରେ ବିଜୟୀ ନେଇ ଦୁଇ ଦଳ ପ୍ରାୟସ କରିବେ ।

08:40 AM

Gold Rate Today: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭,୨୧୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୩,୩୨୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୭,୨୧୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୩,୩୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୪,୯୯୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୭,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୭୩,୩୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୪,୯୯୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

08:22 AM

Odisha Election 2024: ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ବାକି ଥିବା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି।

08:13 AM

ବିରୁପା ନଦୀରେ ଗାଧୋଇବା ବେଳେ ବଡ଼ ଅଘଟଣ।ଅସାବଧାନତା କାରଣରୁ ଅକାଳରେ ଚାଲିଗଲା ୨ ଜଣଙ୍କ ଜୀବନ। ବିରୁପା ନଦୀରେ ଗାଧୋଇଲା ବେଳେ ୨ ଯୁବକ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସେଠାରେ ଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

07:59 AM

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଦିନ ପାଖେଇ ଆସୁଛି। ନିର୍ବାଚନ କମିଶନଙ୍କ ପୂର୍ବ ଘୋଷଣା ଅନୁସାରେ ୧୮ରୁ ଆରମ୍ଭ ହେବ ନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନ। କିନ୍ତୁ ଏଯାଏ ତିନି ଦଳ ସେମାନଙ୍କ ପ୍ରାର୍ଥୀ ସ୍ପଷ୍ଟ କରି ନାହାନ୍ତି। ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବାକୁ ଥିବା ବେଳେ ବିଜେପି ୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ସେହିପରି କଂଗ୍ରେସ ୫ ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ। ବିଜେଡିର ମଧ୍ୟ ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି। ପଣା ସଂକ୍ରାନ୍ତି ପରେ ଏହା ଘୋଷଣା କରାଯିବାର ସମ୍ଭାବନା ରହିଛି। 

07:42 AM

ଇସ୍ରାଏଲରେ ଆଉ ଏକ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ଇରାନ ଆକ୍ରମଣ ଆଶଙ୍କାକୁ ଦେଇ ଇସ୍ରାଏଲ୍‍କୁ ସୈନ୍ୟବଳ ପଠାଇଛି ଆମେରିକା। ବେୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲ୍ ଏବଂ ଇରାନ ଥିବା ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛନ୍ତି। ଏହି ଦୁଇ ରାଷ୍ଟ୍ରକୁ ଯିବାକୁ ଥିବା ଭାରତୀୟଙ୍କ ଗସ୍ତ ଉପରେ କଟକଣା ଲଗେଯାଇଛି। ଖାଲି ସେତିକି ନୁହେଁ, ଆବେରିକା ଓ ଫ୍ରାନ୍ସ ମଧ୍ୟ ସେମାନଙ୍କ ନାଗରିକଙ୍କୁ ସତର୍କତା ପଳନ ପାଇଁ କହିଛନ୍ତି।

07:22 AM

Weather Update: ଶନିବାରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢିବ । ପରବର୍ତ୍ତୀ ୫ ଦିନରେ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଉପାନ୍ତଠାରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବା ସହ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।ବର୍ଷା ଓ ବାୟୁ ଚଳାଚଳ ଫଳରେ ରାଜ୍ୟରେ କ୍ରମଶଃ ପାରଦ ତଳମୁହାଁ ହୋଇଛି । ଉପକୂଳ ଓ ଆଭ୍ୟନ୍ତରଣୀରେ ପାରଦ ସ୍ବାଭାବିକଠାରୁ ୧୦ରୁ ୧୩ ଡିଗ୍ରୀ ଯାଏଁ କମିଛି । ଏବେ ଓଡ଼ିଶା ବାୟୁ ମଣ୍ତଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୧.୫ କି.ମି ଉପର ଯାଏଁ ପରିବ୍ୟାପ୍ତି ରହିଛି । ଯାହାଫଳକେ ଶୁକ୍ରବାର ମଧ୍ଯ ରାଜ୍ୟରେ ପାଗ ମେଘୁଆ ରହିଥିଲା । ସେହିପରି ଶନିବାର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଏହାକୁ ବାଦ ଦେଲେ ବାକି ଅନ୍ୟ ସ୍ଥାନ ଗୁଡ଼ିକରେ ପାଗ ଶୁଖିଲା ରହିବ। ଅଧିକ ୁପଢ଼ନ୍ତୁ...

07:10 AM

Srimandir: ଅଣହିନ୍ଦୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଏହି ପ୍ରସଙ୍ଗକୁ ନେଇ ଅନେକ ଥର ବିବାଦ ହୋଇଥିବା ବେଳେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ୧୪ ତାରିଖଠାରୁ ସିଂହଦ୍ବାରରେ ପ୍ରହରା ଦେବେ ଜେଟିପିଙ୍କ ସହ ପ୍ରତିହାରୀ ସେବକ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର। ତେବେ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଶ୍ରୀମନ୍ଦିର ସ୍ବତ୍ବଲିପିର ପାରା-୧୯ରେ ସମ୍ପୂର୍ଣ୍ଣ ଉଲ୍ଲେଖ କରାଯାଇଛି। ଅଧିକ ପଢ଼ନ୍ତୁ...

06:56 AM

ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ (Bhubaneswar Birthday) ବା ପ୍ରତିଷ୍ଠା ଦିବସ । ଆଜି ଏକାମ୍ର କ୍ଷେତ୍ରକୁ ପୂରିଛି ୭୬ ବର୍ଷ । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ରାଜଧାନୀ ପାଳନ କମିଟି ପକ୍ଷରୁ ଶନିବାର ଏହି ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ନୂଆ ପରିଚୟ ପାଇଥିଲା ଭୁବନେଶ୍ବର (Bhubaneswar) । ସେତେବେଳେ ୩ଟି ରାଜସ୍ବ ଗାଁ ଓ ୧୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳକୁ ମିଳିଥିଲା ରାଜ୍ୟର ରାଜଧାନୀ (capital of odisha) ମାନ୍ୟତା । ତେବେ ପ୍ରାୟ ୭୬ ବର୍ଷ ପରେ ଏକ ବିଶାଳ ସହରରେ ପରିଣତ ହୋଇଛି ଭୁବନେଶ୍ବର । ଏହି ସମୟରେ ମଧ୍ଯରେ ବଦଳିଛି ଏକାମ୍ର କ୍ଷେତ୍ରର ରୂପ ରେଖ । ସ୍ମାର୍ଟ ସିଟି (Smart City) ସହ ପୂର୍ବ ଭାରତର ଶିକ୍ଷା ବ୍ୟବସ୍ଥାର ଏକ ଉତ୍ତମ କେନ୍ଦ୍ର ପାଲଟିଛି ରାଜଧାନୀ ଭୁବନେଶ୍ବର।