Odisha News Live Updates: ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲା BJD, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2189687

Odisha News Live Updates: ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲା BJD, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Trending Photos

ସୌ: ସୋସିଆଲ ମିଡିଆ
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

05 April 2024
23:00 PM

ଟିକେଟ୍-ମାଲ ପରିବହନ ନୁହେଁ ଏବେ ଏଠାରୁ ଟଙ୍କା ରୋଜଗାର କରିବ ରେଳବାଇ; ଜାଣନ୍ତୁ କ'ଣ ରହିଛି ଯୋଜନା?
ଏଣିକି କେବଳ ଟିକେଟ୍ ବିକ୍ରୟ କିମ୍ବା ମାଲ ପରିବହନରୁ ରୋଜଗାର କରିବ ନାହିଁ ରେଳବାଇ। ଅନ୍ୟ ଏକ ଉତ୍ସରୁ ଟଙ୍କା ରୋଜଗାର କରିବ ରେଳବାଇ। ଏନେଇ ଏକ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଆପଣ ଜାଣିଥିବେ ଯେ ଦେଶର ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟରୁ ରେଳବାଇ ପାଖରେ ସର୍ବାଧିକ ଜମି ରହିଛି। ବର୍ତ୍ତମାନ ଏହି ଜମିକୁ ଲିଜ୍ ଦେବା ପାଇଁ ରେଳବାଇ ଦ୍ୱାରା ପ୍ରସ୍ତୁତି ଚାଲିଛି। ଏହା ଦ୍ୱାରା ଉତ୍ପାଦିତ ଆୟ ରେଳବାଇ ଏହାର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରିବ। ଏନେଇ ସମଗ୍ର ଦେଶରେ ରେଳବାଇ ଦ୍ୱାରା ୩୪୧.୯୩ ହେକ୍ଟର ଜମି ଚିହ୍ନଟ କରାଯାଇଛି। ରେଳବାଇ ଘରୋଇ ସଂସ୍ଥା ଏହାର ଜମି ଲିଜ୍ ଆକାରରେ ପ୍ରଦାନ କରିବ। ଯାହା ଦ୍ୱାରା ରେଳବାଇକୁ ୫୦୦୦ କୋଟି ଟଙ୍କା ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି।

ପଢନ୍ତୁ ପୁରା ଖବର

18:21 PM

Odisha Assembly Election Candidates List 2024: ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି। ଏହାକୁ ମିଶାଇ ମୋଟ୍‍ ୧୦୮ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।
-ରେଙ୍ଗାଲି- ସୁଦର୍ଶନ ହରିପାଲ
-ରାଉରକେଲା- ଶାରଦା ନାୟକ 
-ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ,
-କେନ୍ଦୁଝର- ମୀନା ମାଝୀ
-ରାଇରଙ୍ଗପୁର- ରାଇସିଂ ମୁର୍ମୁ
-ବାଲେଶ୍ବର- ସ୍ୱରୂପ ଦାସ
-ବାରବାଟୀ କଟକ- ପ୍ରକାଶ ବେହେରା, 
-ସାଲେପୁର- ପ୍ରଶାନ୍ତ ବେହେରା
-ଜୟଦେବରୁ ପ୍ରାର୍ଥୀ- ନବକିଶୋର ମଲ୍ଲିକ

 

17:36 PM

ବଢିଲା ପିଆଜ-ଟମାଟୋ ମୂଲ୍ୟ; ମହଙ୍ଗା ହୋଇଗଲା ନିରାମିଶ ଥାଳିର ମୂଲ୍ୟ
ପୁଣି ଥରେ ବୃଦ୍ଧି ପାଇଛି ନିରାମିଶ ଥାଳିର ମୂଲ୍ୟ। ଶାକାହାରୀ ଲୋକଙ୍କ ପାଇଁ ନିରାମିଶ ଥାଳି ମହଙ୍ଗା ହୋଇଯାଇଛି। ବଜାରରେ ପିଆଜ ଏବଂ ଟମାଟୋ ସମେତ ଅନେକ ପନିପରିବା ମୂଲ୍ୟ ବୃଦ୍ଧି ପାଇବା କାରଣରୁ ନିରାମିଶ ଥାଳି ମହଙ୍ଗା ହୋଇଯାଛି। ଅନ୍ୟପକ୍ଷରେ ଆମିଶ ଥାଳିର ମୂଲ୍ୟ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ପଢନ୍ତୁ ପୁରା ଖବର

16:45 PM

Odisha Election 2024: 
ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ କୁ ନେଇ ବିଜେପି ଆଜି ନିଜର ବଳକା ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି। ଏହା ସମେତ ସାଲେପୁର ଆସନରୁ ଅନୁଭବ ମହାନ୍ତିକୁ ଟିକେଟ୍ ମିଳିବାର ସମ୍ଭାବନା ରହିଛି। ବିଜେଡ଼ି ମଧ୍ୟ ଏହି ଆସନରେ ପ୍ରକାଶ ବେହେରାଙ୍କୁ ଠିଆ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। କହି ରଖୁଛୁ ଯେ ନିକଟରେ ଅନୁଭବ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହା ସମେତ କଂଗ୍ରେସରୁ ବିଜେପି ଓ ପରେ ବିଜେଡି ଦଳରେ ସାମିଲ ହୋଇଥିବା ପ୍ରକାଶ ବେହେରାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତେବେ ଖୁବ୍ ଶିଘ୍ର ଏହା ଜଣା ପଡିବେ ଯେ ଉଭୟ ଦଳ ଏହି ଆସନରୁ କାହାକୁ ନିଜର ପ୍ରାର୍ଥୀ କରୁଛନ୍ତି।  

15:52 PM

Odisha Weather Update: ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ବଢୁଛି ତାତି: ଆସନ୍ତାକାଲି ଯାଏଁ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ଖୋର୍ଦ୍ଧା , କଟକ , ବୌଦ୍ଧ , ମାଲକାନଗିରି , କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ନୟାଗଡ଼ , ଅନୁଗୁଳ , ବଲାଙ୍ଗିର , କନ୍ଧମାଳ , ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ଭଦ୍ରକ , ଯାଜପୁର , ମୟୂରଭଂଜ , ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ଆସନ୍ତା ୭ ଓ ୮ରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା!

15:49 PM

UPI Cash Deposit: ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଜ କହିଛନ୍ତି ଯେ UPI ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ୟୁପିଆଇ ମାଧ୍ୟମରେ କ୍ୟାସ ଡିପୋଜିଟ ମେସିନ (ସିଡିଏମ) ରେ ଜମା କରିବାକୁ ଅନୁମତି ଦେଉଛି। ପୂର୍ବରୁ ଗ୍ରାହକମାନେ କେବଳ ଡେବିଟ୍ କାର୍ଡ ମାଧ୍ୟମରେ କ୍ୟାସ୍ ଡିପୋଜିଟ୍ ମେସିନରେ ଟଙ୍କା ଜମା କରିପାରୁଥିଲେ। ପଢ଼ନ୍ତୁ ପୂରା ଖବର...

14:52 PM

Congress Manifesto 2024: କଂଗ୍ରେସ ନିଜର ନିର୍ବାଚନୀ ଘୋଷଣାପତ୍ରରେ ଯୁବକ, କୃଷକ, ମହିଳା, ବୃଦ୍ଧ, ବ୍ୟବସାୟୀ ଓ ଅନ୍ୟାନ୍ୟ ବିଭାଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏସବୁ ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କଂଗ୍ରେସ ଘୋଷଣାପତ୍ରର ୧୦ଟି ମୁଖ୍ୟ ବିନ୍ଦୁ। ପଢ଼ନ୍ତୁ ପୂରା ଖବର...

14:15 PM

ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶକ କଲେ ୫ଟି ଅଧ୍ୟକ୍ଷ

ଆଜି ବଡି ଭୋର ସମୟରେ ପୁରୀ ଅଭିମୁଖେ ବାହାରି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଦର୍ଶନ ପରେ ବେଢା ପରିକ୍ରମା କରିବା ସହ ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

14:05 PM

ପିଲାକୁ ଧରି ଖରସ୍ରୋତାକୁ ଡେଇଁଲେ ମହିଳା

କେନ୍ଦ୍ରାପଡା ଆଳି ଥାନା ନିକଟ ଖନ୍ଦୋଳ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ୯ ମାସର ଝିଅକୁ ଧରି ବ୍ରିଜ୍ ଉପରୁ ନଦୀକୁ ଡେଇଛନ୍ତି । ସ୍ଥାନୀୟ ଲୋକେ ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟେ ସୁସ୍ଥ ଥିବା ଜଣା ପଡିଛି । ତେବେ କେଉଁ କାରଣରୁ ମହିଳା ଜଣକ ଏପରି ପଦକ୍ଷପ ନେଲେ ତାହା ସ୍ପଷ୍ଟ ଜଣା ପଡିନଥିବା ସମୟରେ ପାରିବାରିକ କଳହରୁ ଏପରି ହୋଇଥିବା ଶୁଣିବାକୁ ମିଳିଛି ।

13:55 PM

କଂଗ୍ରେସର ନିର୍ବାଟନୀ ଇସ୍ତାହାର, ୫ ନ୍ୟାୟ ୨୫ ଗ୍ୟାରେଣ୍ଟି

୨୦୨୪ ଲୋକସଭା ନିର୍ବାଚନ ନେଇ ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ଇସ୍ତାହାର ଜାରି କରିଛି। ଇସ୍ତାହାରରେ  ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇଛି ଦଳ । କୃଷକ ଏବଂ ଶ୍ରମିକଙ୍କ ସମେତ ମହିଳା, ଯୁବବର୍ଗ ତଥା ବେରୋଜଗାର ଉପରେ ମୁଖ୍ୟ ଫୋକସ ରଖିଛି କଂଗ୍ରେସ । MSPକୁ ଆଇନଗତ ମାନ୍ୟତା ସହ ରଣଛାଡ ଆୟୋଗ ଗଠନ କରିବାକୁ କଂଗ୍ରେସ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଏଥିସହ କୃଷି ଜିଏସଟି ଛାଡ ପାଇଁ ମଧ୍ୟ କୁହାଯାଇଛି ।

13:45 PM

ସାର୍ଟ ଭିତରେ ୨୨ କେଜି ଗଞ୍ଜେଇ ନେଉଥିଲେ ବ୍ୟକ୍ତି, ଧରିଲା ପୋଲିସ

କୋରାପୁଟ ନନ୍ଦପୁର ଅଞ୍ଚଳରୁ ଜଣେ ଗଞ୍ଜେଇ ଚୋରାଚାଲାଣକାରୀକୁ ଧରିଛି ପୋଲିସ । ବ୍ୟକ୍ତିଜଣକ ଛତିଶଗଡର ହୋଇଥିବାବେଳେ ସେ ନିଜ ସାର୍ଟ ତଳେ ଗଞ୍ଜେଇକୁ ଅଭିନବ ଉପାୟରେ ଲୁଚାଇ ଚୋରାଚାଲାଣ କରୁଥିଲା । ବାଞ୍ଚଲାପୁଟ ବସଷ୍ଟାଣ୍ଡରେ ପୋଲିସର ସନ୍ଦେହ ଘେରକୁ ଆସିବା ପରେ ତାକୁ ଯାଞ୍ଚ କରାଯାଇଥିଲା । ସେ ଗଞ୍ଜେଇ ସେ କେଉଁଠୁ ଆଣିଥିଲା ଏବଂ କେଉଠିକି ଚାଲାଣ କରୁଥିଲା ସେନେଇ ତଦନ୍ତ ଚାଲିଛି ।

13:25 PM

ବିଜେଡିରୁ ଇସ୍ତଫା ଦେଇଥିବା ଜଗତସିଂହପୁରର ଅମରେନ୍ଦ୍ର ଦାସ ବିଜେପିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି । ଏଥିପାଇଁ ପ୍ରଦର୍ଶନୀ ପଡିଆରୁ ଏକ ରାଲି ଆରମ୍ଭ କରି ଶଂଖ ଭବନକୁ ଯାଇଥିଲେ । ବିଜେଡି ଜଗତସିଂହପୁର ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି । ହେଲେ ଅମରେନ୍ଦ୍ର ଦାସ ସମାନ ଆସନ ପାଇଁ ଆଶାୟୀ ଥିଲେ । ଟିକେଟ୍ ନମିଳିବା ପରେ ନିରାଶ ହୋଇ ଅମରେନ୍ଦ୍ର ଦାସ ଦଳ ଛାଡିଥିବା କୁହାଯାଉଛି ।

 

13:07 PM

ଜୈସ-ଅଲ-ଅଦଲ ଗୋଷ୍ଠୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ରାତିସାରା ଚାବାହାର ଏବଂ ରୁସ୍କ ସହରରେ ସଂଘର୍ଷ ଘଟିଥିଲା । ଡେପୁଟି ଆଭ୍ୟନ୍ତରୀଣ ମନ୍ତ୍ରୀ ମାଜିଦ୍ ମିରହାମାଡି କହିଛନ୍ତି ଯେ ଆତଙ୍କବାଦୀମାନେ ରାବକରେ ଚାବାହାର ଏବଂ ଗାର୍ଡ ମୁଖ୍ୟାଳୟକୁ କବଜା କରିବା ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ ନାହାଁନ୍ତି ।

13:00 PM

Jewels of Odishaର ନାଗରିକ ଭାବନା ସର୍ବେକ୍ଷଣ

ପ୍ରାୟ ୭୦ % ରୁ ଅଧୂକ ଓଡ଼ିଶାବାସୀ ସରକାରୀ ସେବାରେ ସନ୍ତୁଷ୍ଟ , ୬୬ % ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖ‌ିବାକୁ ଚାହୁଁଛନ୍ତି । ଅଧିକ ପଢ଼ନ୍ତୁ...

12:45 PM

ମହାନଦୀରେ ଅଘଟଣ, ହୁଲି ଡଙ୍ଗାରୁ ଖସି ଯୁବକ ମୃତ

ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ନିକଟରେ ମହାନଦୀକୁ ଗାଧୋଇବାକୁ ଯାଇ ଜଣେ ଯୁବକ ବୁଡିଯାଇଥିଲେ । ସାଙ୍ଗଙ୍କ ସହ ନଦୀ ମଧ୍ୟରେ ହସ ଖୁସି କରୁଥିବା ସମୟରେ ଏହି ଅଘଟଣ ଘଟିଛି । ଏକ ହୁଲି ଡଙ୍ଗାରେ ବସିବାକୁ ଚେଷ୍ଟା କରୁଥିବା ସମୟରେ ଯୁବକ ଖସିପଡି ନଦୀରେ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

12:15 PM

Shani Gochar 2024: ୫ଟି ରାଶି ଉପରେ ଶନିଙ୍କ ମହାଦଶା, ଭୁଲରେ ନିଅନ୍ତୁନି ଏହି ନିଷ୍ପତ୍ତି

Shani Nakshatra Gochar 2024: ଶନି ମୂଳତ୍ରିକୋଣ ତଥା କୁମ୍ଭ ରାଶିରେ ଗମନାଗମନ କରୁଥିବା ସମୟରେ ଆଗକୁ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସୂର୍ଯ୍ୟ ପରାଗ ୨ ଦିନ ପୂର୍ବରୁ ଶନି ପୁରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଅଧିକ ପଢ଼ନ୍ତୁ...

11:40 AM

କଟକ, ଅନୁଗୁଳ ଏବଂ ରାଉରକେଲାରେ ନିଯୁକ୍ତ ହେଲେ ନୂଆ ଏସପି

ଭୁବନେଶ୍ୱର: ଆଜି ରାଜ୍ୟର ୩ ପ୍ରମୁଖ ସ୍ଥାନରେ ନୂଆ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ସେଗୁଡିକ ମଧ୍ୟରେ ରହିଛି କଟକ, ଅନୁଗୁଳ ଏବଂ ରାଉରକେଲା । କଟକ ଡିଏସପି ଭାବେ ପ୍ରକାଶ ଆରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଉରକେଲାର ଏସପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୁଳ ଏସପି ଭାବେ ଉମାଶଙ୍କର ଦାଶଙ୍କୁ ଦାୟିତ୍ୱ ମିଳିଛି ।

11:05 AM

Odisha Politics: କଂଗ୍ରେସ ଛାଡିଲେ ବିଶ୍ୱ ଭୂଷଣ ଦାସ

Odisha Politics: ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଦଳ ଛାଡିଲେ ସେନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅଧିକ ପଢ଼ନ୍ତୁ...

10:35 AM

ଆସୁଛି କୋରନାଠୁ ୧୦୦ଗୁଣା ବିପଜ୍ଜନକ ରୋଗ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

Bird Flu: ପିଟ୍ସବର୍ଗରେ ପକ୍ଷୀ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ଏକ ଚେତାବନୀ ଦେଇ କହିଛନ୍ତି ଯେ, H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ, ଏହି ଭୂତାଣୁ ବଡ଼ ମହାମାରୀ ସୃଷ୍ଟି କରିପାରେ। ଅଧିକ ପଢ଼ନ୍ତୁ...

10:00 AM

Odisha News Live Updates: ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଥିବା ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ୍‍ ପ୍ରୀତମ ସିଂହ ଅରୋରାଙ୍କ ଖଣ୍ଡପୀଠ ଏ ସମ୍ବନ୍ଧରେ ଶୂଣାଣି କରି ଏହାର ସମସ୍ତ ଅଧସ୍ତନ କୋର୍ଟ ଏବଂ ହାଇକୋର୍ଟଙ୍କ ପାଖରେ ପଡ଼ି ରହିଥିବା ମାମଲାର ଶୀଘ୍ର ବିଚାର କରିବାକୁ କୁହାଯାଇଛି। ଏହାଦ୍ୱାରା ଏପରି ରାଜନୀତିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଥିବା ମାମଲାର ଶୀଘ୍ର ଏବଂ ପ୍ରଭାବଶାଳୀ ବିଚାର ହୋଇପାରିବ। 

09:37 AM

Weather Update: ଆଜି ସକାଳ ୮ଟା ୩୦ ସୁଦ୍ଧା କେଉଁଠି କେତେ ଡ଼ିଗ୍ରୀ ତାପମାତ୍ରା

କେନ୍ଦୁଝର :32.6°C, ଚାନ୍ଦବାଲି:31.6°C, ଭୁବନେଶ୍ୱର :31.2°C, ବାଲେଶ୍ୱର:30.8°C, ଝାରସୁଗୁଡା:30.6°C, ସମ୍ବଲପୁର:30.6°C, ପୁରୀ: 30.4°C, ରାଉରକେଲା: 30°C, ପାରାଦୀପ: 30°C, ହୀରାକୁଦ: 29.2°C, ଗୋପାଳପୁର: 29°C

09:35 AM

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୦ ଟଙ୍କା ୯୭ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୫୫ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍  ଓ ଡିଜେଲ୍  ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ।ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ . ୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

09:25 AM

Congress Manifesto: ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କାହା ଉପରେ ରହିବ ଫୋକସ୍...

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଆଜି ସାମ୍ନାକୁ ଆସିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ନିର୍ବାଚନୀ ଇସ୍ତାହାର ଜାରି କରିବେ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀରେ ଥିବା ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ମେନିଫେଷ୍ଟୋ ଜାରି କରିବେ ଖଡଗେ ଏବଂ ରାହୁଲ । ସକାଳ ପ୍ରାୟ ସାଢେ ୧୧ଟା ସମୟରେ ନିର୍ବାଚନୀ ଇସ୍ତାହାର ଜାରି ହୋଇପାରେ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ...

09:07 AM

Odisha News Live Updates: ଢେଙ୍କାନାଳର କାମାକ୍ଷା ନଗର ନିକଟସ୍ଥ ଜିରାଳ ହାଟରେ ବୋମା ମାଡ଼ କରିବା ସହିତ ୧୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୫ ଦୁର୍ବୃତ୍ତ। ବୋମା ସହ ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇ ସମସ୍ତଙ୍କୁ ଭୟଭୀତ କରିଥିଲେ।  ଗୋ-ବ୍ୟବସାୟୀଙ୍କଠାରୁ ଏହି ଅର୍ଥ ଲୁଟ୍‍ ହୋଇଥିବା ଜଣାପଡ଼ିଛି। ଏହା ସହ ଏକ ବୋଲେରୋ ଗାଡ଼ି ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୁତ୍ତ।

09:00 AM

Odisha News Live Updates: ଆଜି ଜାତୀୟ ସମୁଦ୍ରୀ ଦିବସ। ଭାରତର ନିଜସ୍ୱ ଜାହାଜ ଦ୍ୱାରା ପ୍ରଥମ ନୌବାଣିଜ୍ୟ ଯାତ୍ରା ଆରମ୍ଭର ଦିନ। ୧୯୧୯ ମସିହାର ଆଜିର ଦିନରେ ଭାରତର ପ୍ରଥମ ଜାହାଜ ବମ୍ବେଠୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। ସମୁଦ୍ରଗର୍ଭରେ ମାସ ମାସ ଧରି ଯାତ୍ରା କରି ଦେଶର ବାଣିଜ୍ୟ ବିକାଶରେ ସହାୟକ ହେଉଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏହି ଦିନଟି ଉତ୍ସର୍ଗୀକୃତ। ଆଜି ଭଧ୍ୟ ଭାରତ ମର୍ଚ୍ଚାଣ୍ଟ ନାଭିର ଉଦ୍‍ଯାପନୀ ଦିବସ ପାଳନ କରୁଛି। ୧୯୬୪ ମସିହାରେ ପ୍ରଥମ ସମୁଦ୍ରୀ ଦିବସ ପାଳନ କରାଯାଇଥିଲା। 

08:45 AM

Odisha News Live Updates: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଏମ୍‍ପିସି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଋଣସୁଧହାରର ଭିତ୍ତି ତଥା ଆର୍‍ବିଆଇ ଦ୍ୱାରା ନିର୍ଦ୍ଧାରଣ ହେଉଥିବା ରେପୋ ରେଟ୍‍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି ରେପୋ ହାର ଅନୁସାରେ ବ୍ୟାଙ୍କମାନେ ଭିନ୍ନ ଭିନ୍ନ ଋଣରେ ଲଗାଯାଉଥିବା ସୁଧ ହାରରେ ପରିବର୍ତ୍ତନ ଆଣି ଥାଆନ୍ତି। ଦେଶର ଆର୍ଥିକ ସ୍ଥିତି ଭଲ ଥିବା ନେଇ ପ୍ରକାଶ ପାଉଥିବା ରିପୋର୍ଟକୁ ଆଧାର କରି ଆଜି କିଛି ବଡ଼ ଘୋଷଣାକୁ ଅପେକ୍ଷା କରାଯାଇଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ବିଷୟ ଘୋଷଣା କରିବେ। 

08:30 AM

Odisha News Live Updates: ବଲାଙ୍ଗୀରରେ ସକାଳ ୬ଟାରୁ ସ୍କୁଲ୍‍ ଆରମ୍ଭ ହେବ। ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଏହି ନିୟମ ପାଳନ କରିବାକୁ କୁହାଯାଇଛି। ସାରା ରାଜ୍ୟରେ ଏପ୍ରିଲ୍‍ ୨ ତାରିଖରୁ ସକାଳ ସାତଟାରୁ ୧୧ଟା ଯାଏ ସ୍କୁଲ୍‍ ଚାଲୁଛି। 

 

08:15 AM

Odisha News Live Updates: ବାବ୍ରି ମସ୍‍ଜିଦ୍‍, ଗୁଜରାଟ  ଦଙ୍ଗା ଏବଂ ସଂଖ୍ୟା ଲଘୁ ଭଳି ସମ୍ବେଦନଶୀଳ ବିଷୟକୁ ଏନ୍‍ସିଇଆର୍‍ଟି ଏହାର ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ବାଦ ଦେଇଛି। ହିନ୍ଦୁତ୍ୱ ରାଜନୀତିକୁ ନେଇ ଯୋଡ଼ା ବିଷୟକୁ ମଧ୍ୟ ବାଦ ଦିଆଯାଇଛି। ଏନ୍‍ସିଇଆର୍‍ଟି ଓ୍ୱେବସାଇଟରେ ଏ ବିଷୟରେ ସୂଚନା ଦିଆଯାଇଛି। ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ସ୍କୁଲ୍ ଛାତ୍ରଛାତ୍ରୀମାନେ ଏନ୍‍ସିଇଆରଟି ପ୍ରକାଶିତ ପୁସ୍ତକ ପାଠ କରିଥାଆନ୍ତି। ଦେଶରେ ପ୍ରାୟ ୩୦ ହଜାର ସ୍କୁଲ୍‍ ସିବିଏସ୍‍ଇ ଅନୁପନ୍ଧିତ ସ୍କୁଲ୍‍ ଭାବେ ପରିଚିତ। ଅଧିକ ପଢ଼ନ୍ତୁ...

08:07 AM

Rashmika Mandanna Birthday Special: ସାଉଥ ଫିଲ୍ମ ଏବଂ ବଲିଉଡରେ ନିଜର ଜଲୱା ବିସ୍ତାର କରୁଥିବା ରଶ୍ମିକା ମନ୍ଦନା ଆଜି ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି। ରଶ୍ମିକା ମନ୍ଦନା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର କରିଛନ୍ତି, କିନ୍ତୁ କ୍ୟାରିୟର ଆରମ୍ଭରେ ଏହି ଅଭିନେତ୍ରୀ ନିଜର ଚମତ୍କାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି।

08:00 AM

ZEE Odisha News Live Update: ଶିକ୍ଷାଧିକାର ଆଇନ ଅନୁସାରେ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ଅଭିଭାବକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ରାଜଧାନୀର ୨୦ ସ୍କୁଲ୍‍କୁ ନୋଟିସ ଜାରି କରାଯାଇଛି। ଆଇନ ଅନୁସାରେ ସମସ୍ତ ଘରୋଇ ସ୍କୁଲର ୨୫ ପ୍ରତିଶତ ଆସନରେ ମାଗଣା ଶିକ୍ଷାଦାନ ପାଇଁ ବ୍ୟବସ୍ଥା ରହିଛି। ଏହି ଅନୁସାରେ ସରକାରଙ୍କ ପକ୍ଷରୁ ପାରଦର୍ଶୀ ପୋର୍ଟାଲରେ ମଗାଯାଇଥିବା ଆବେଦନକୁ ଯାଞ୍ଚ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍କୁଲ୍‍ ଅନୁସାରେ ବଣ୍ଟନ କରାଯାଇଛି। ହେଲେ ନାମ ଲେଖା ପାଇଁ ଗଲାବେଳକୁ କିଛି ସ୍କୁଲଥ୍‍ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଣୁ ଅଭିୌଯୋଗ ପାଇବା ପରେ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। 

07:54 AM

Gold Silver Price 5 April 2024: ଆଜି ଅର୍ଥାତ୍ ଶୁକ୍ରବାର ଦିନ ସୁନା ଓ ରୂପା ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି। ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୪,୭୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦,୬୩୦ ଟଙ୍କା ରହିଛି । କହିବାକୁ ଗଲେ ଗତକାଲି ଏବଂ ଆଜି ସୁନା ଓ ରୂପା ମୂଲ୍ୟରେ ଏକ ରେକର୍ଡ ଭାଙ୍ଗିବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ଆଜି କେଉଁ ସହରରେ ସୁନା ଓ ରୂପା ମୂଲ୍ୟ କେତେ ରହିଛି, ଅଧିକ ପଢ଼ନ୍ତୁ...

07:50 AM

ତାପମାତ୍ରା ବୃଦ୍ଧି ହେତୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଗତକାଲି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ଦୁଇ ସ୍ଥାନକୁ ମିଶାଇ ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଛି। ଆଜି ବି ସମାନ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କ ଜଣାଇଛି ପାଣିପାଗ ବିଭାଗ।

07:35 AM

Weather Report: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି।ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୨ ଡିଗ୍ରି ଛୁଇଁଛି।ଉପକୂଳରୁ ଉପାନ୍ତ, କେଉଁଠି ବି ତାତିରୁ ନିସ୍ତାର ନାହିଁ। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, ବଲାଙ୍ଗୀର ଠାରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ପାରଦ ୪୧ ଡିଗ୍ରୀ ରହିଛି । ସେହିପରି ସୁନ୍ଦରଗଡ଼, ତାଳଚେର, ନୂଆପଡ଼ା, ରାଉରକେଲା ଠାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। 

 

07:30 AM

Gold Silver Price: ୭୦ ହଜାର ପାର କଲା ସୁନା ଦର, ଜାଣନ୍ତୁ ଆଜିର ଦର

Gold Silver Price 5 April 2024: ଆଜି ଅର୍ଥାତ୍ ଶୁକ୍ରବାର ଦିନ ସୁନା ଓ ରୂପା ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି। ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୪,୭୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦,୬୩୦ ଟଙ୍କା ରହିଛି । କହିବାକୁ ଗଲେ ଗତକାଲି ଏବଂ ଆଜି ସୁନା ଓ ରୂପା ମୂଲ୍ୟରେ ଏକ ରେକର୍ଡ ଭାଙ୍ଗିବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ଆଜି କେଉଁ ସହରରେ ସୁନା ଓ ରୂପା ମୂଲ୍ୟ କେତେ ରହିଛି । ଅଧିକ ପଢ଼ନ୍ତୁ...

07:28 AM

Odisha Crime: ନିଶା ହେଲା କାଳ।ମୋବାଇଲ ପାଇଁ ଗଲା ଯୁବକଙ୍କ ଜୀବନ।ଏହି ଘଟଣାରେ ପୋଲିସ ଦୁଇ ଜଣ ଙ୍କୁ ଉଠାଇ ଆଣିଛି।ତେବେ ଗତକାଲି ବିଳମ୍ବିତ ରାତିରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାରେ ଜଣେ ହୋଟେଲ ମ୍ୟାନେଜର୍‌ ହତ୍ୟାର ଶିକାର ହୋଇଥିଲେ। ପେଣ୍ଠକଟାରେ ଥିବା ଏକ ମଦ ଦୋକାନ ପଛପଟ ଅନ୍ଧକାର ଅଞ୍ଚଳରେ ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ୟା କରି ଫେରାର ହୋଇଯାଇଥିଲେ। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଏକାଠି ବସି ମଦ ପିଇବା ପରେ କୌଣସି କଥାକୁ ନେଇ ଯୁକ୍ତିତର୍କରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।

07:21 AM

Odisha Politics: ଗୁରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ନିଜ ଇସ୍ତଫାପତ୍ରକୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ଦଳ କାହିଁକି ଛାଡିଲେ ସେନେଇ କୌଣସି ସ୍ପଷ୍ଟ ମତ ରଖିନଥିଲେ ମଧ୍ୟ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଯାଇଛି ।ସୂଚନାଯୋଗ୍ୟ, ବିଜେଡି ଆଗାମି ନିର୍ବାଚନ ପାଇଁ ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ତେବେ ବୋଧହୁଏ ରମେଶ ଏନେଇ ଅସନ୍ତୋଷ ଥିବାରୁ ଇସ୍ତଫା ଦେଇଛନ୍ତି ବୋଲି ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଆଲୋଚନା ହେଉଛି । ରମେଶ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ ।