Odisha News Live Updates: ରାଜ୍ୟରେ ଏକାକୀ ଲଢିବ ବିଜେପି: ମନମୋହନ, ପଢି଼ ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2168550

Odisha News Live Updates: ରାଜ୍ୟରେ ଏକାକୀ ଲଢିବ ବିଜେପି: ମନମୋହନ, ପଢି଼ ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

 Odisha News Live Updates: ରାଜ୍ୟରେ ଏକାକୀ ଲଢିବ ବିଜେପି: ମନମୋହନ, ପଢି଼ ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

22 March 2024
22:24 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର  

 

21:57 PM

Odisha Election 2024: ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ବିରାମ ପକାଇବା ପରେ, ବିଜେଡି ମଧ୍ୟ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପୋଷ୍ଟ ପରେ, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆ ଏକ୍ସରେ ଏହି ପ୍ରସଙ୍ଗରେ ଏକ ପୋଷ୍ଟ କରି ବିଜେଡି ମଧ୍ୟ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି।

21:40 PM

୨୦୨୪ ନିର୍ବାଚନରେ ଦଳୀୟ ଆଭିମୁଖ୍ୟକୁ ନେଇ କ'ଣ କହିଲେ ବବି ଦାସ?
ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ରାଜ୍ୟସଭା ନିର୍ବାଚନ। ଏହି ନିର୍ବାଚନରେ ଦଳର ଆଭିମୁଖ୍ୟ କ'ଣ ରହିବ ତାହା ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ନିର୍ବାଚନରେ ଦଳ ମେଣ୍ଟ କରିବ ନାଁ ଏକାକୀ ଲଢିବ ତାହା ବିଜେଡ଼ି ନେତା ବବି ଦାସଙ୍କ ଟ୍ୱିଟ୍ ପୁରା ସ୍ପଷ୍ଟ କରିଦେଇଛି। 

ପଢନ୍ତୁ ପୁରା ଖବର

 

20:55 PM

Arvind Kejriwal Custody: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଏଥର ଦିଲ୍ଲୀ ସିଏମଙ୍କ ହୋଲି ଇଡି ହେପାଜତରେ ହେବ। କୋର୍ଟ ତାଙ୍କୁ ୬ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଲିଙ୍କରେ କ୍ଲିକ୍ କରି ପଢ଼ନ୍ତୁ ପୂରା ଖବର...

20:21 PM

ଗୁଗୁଲ୍ ମ୍ୟାପ୍ ୟୁଜର ହୋଇଯାନ୍ତୁ ସାବଧାନ; ନହେଲେ ଏହି ରାସ୍ତାରେ ଆସିଲେ ହଜିଯିବେ ଆପଣ
ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ଅନଲାଇନ୍ ମାନଚିତ୍ର ହେଉଛି ଗୁଗୁଲ୍ ମ୍ୟାପ୍। ଯିଏ ଉପଗ୍ରହ ଚିତ୍ର ବ୍ୟବହାର କରିଥାଏ। ପ୍ରତ୍ୟେକ ଦିନ କୋଟି କୋଟି ଲୋକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ୍ ଉପରେ ନିର୍ଭର କରିଥାନ୍ତି। ହେଲେ ବେଳେବେଳେ ଗୁଗୁଲ ମ୍ୟାପ୍ ମଧ୍ୟ ବିଭ୍ରାନ୍ତ କରିପାରେ। ଗୁଗୁଲ ମ୍ୟାପ୍ ପାଖରେ ଉପଲବ୍ଧ ଥିବା ତଥ୍ୟ ପୁରୁଣା ହୋଇପାରେ କିମ୍ବା ଜିପିଏସ୍ ଅଥବା ଇଣ୍ଟରନେଟ ସହ ଜଡ଼ିତ ଯାନ୍ତ୍ରିକ ସମସ୍ୟା କାରଣରୁ ଏଭଳି ସମସ୍ୟା ଉପୁଜିଥାଏ। ଏପରି ଘଟଣା ଅନେକ ଥର ଘଟିଛି ଯେତେବେଳେ ଗୁଗୁଲ୍ ମ୍ୟାପ୍ ଲୋକଙ୍କୁ ଭୁଲ ରାସ୍ତାରେ ନେଇଯାଇଛି।

ପଢନ୍ତୁ ପୁରା ଖବର

 

19:32 PM

ଶେଷ ହୋଇଛି ରନ୍ ୱେ କାର୍ଯ୍ୟ; କେବେ ଆରମ୍ଭ ହେବ ନୋଏଡା ବିମାନ ବନ୍ଦର?
ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ଜେୱାର ତହସିଲ ଅଞ୍ଚଳରେ ନିର୍ମିତ ହେଉଛି ଏସିଆ ମହାଦେଶର ବୃହତ୍ତମ ବିମାନ ବନ୍ଦର। ଯାହାର ନିର୍ମାଣ କାର୍ଯ୍ୟ ଧିରେ ଧିରେ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି। ଏହି ବିମାନ ବନ୍ଦରର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅପ୍ରେଲ୍ ପରେ ଯେକୌଣସି ବିମାନ ବନ୍ଦରରେ ପରୀକ୍ଷା ଆରମ୍ଭ ହୋଇପାରିବ। ବିମାନ ବନ୍ଦରରେ ଆବଶ୍ୟକୀୟ ଯନ୍ତ୍ରପାତି ସ୍ଥାପନ ପାଇଁ ଅପ୍ରେଲ ୨୫ ତାରିଖକୁ ଏକ ଧାର୍ଯ୍ୟ ସମୟସୀମା ସ୍ଥିର କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିବାରୁ ବିମାନ ବନ୍ଦର ପାଇଁ ଉଦ୍ଦିଷ୍ଟ ପରୀକ୍ଷଣ ଆରମ୍ଭ ହେବା ପୂର୍ବରୁ କୌଣସି ଉଦଘାଟନ ହୋଇପାରିବ ନାହିଁ। ବିମାନ ବନ୍ଦର ନିର୍ମାଣ ପାଇଁ ଦିଆଯାଇଥିବା ଅର୍ଥର ପ୍ରାୟ ୭୩ ପ୍ରତିଶତ ଖର୍ଚ୍ଚ ହୋଇସାରିଛି। ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ଖୋଲାଯିବାର ଶେଷ ତାରିଖ ୨୨୦୪ ଅକ୍ଟୋବର ରଖାଯାଇଛି।

ପଢନ୍ତୁ ପୁରା ଖବର 

 

19:28 PM

ସାମ୍ବାଦିକ ସମ୍ମିଳନୀ କରିବ ବିଜେଡ଼ି
Odisha News Live Update:
ଆଜି ସନ୍ଧ୍ୟା ୭.୪୦ ମିନିଟରେ ସାମ୍ବାଦିକ ସମ୍ମିଳନୀ କରିବ ଶାସକ ବିଜେଡ଼ି। ଦଳ ପକ୍ଷରୁ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରତାପ ଜେନା ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀ ବିଜୁ ଜନତା ଦଳର କାର୍ଯ୍ୟାଳୟ ଶଙ୍ଖ ଭବନରେ ଅନୁଷ୍ଠିତ ହେବ। 

19:12 PM

ଲୋକାୟୁକ୍ତଙ୍କ ନିଯୁକ୍ତି ପାଇଁ ପରାମର୍ଶ ପ୍ରକ୍ରିୟା  ଉପରେ ଗାଇଡଲାଇନ ପ୍ରସ୍ତୁତ କରିବୁ: ସୁପ୍ରିମ୍‌କୋର୍ଟ
Odisha News Live Update:
ଦେଶର ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିରୋଧୀ ଦଳ ନେତାଙ୍କ ପରାମର୍ଶ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶାବଳୀ ନର୍ଦ୍ଧାରଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ଶୁକ୍ରବାର କହିଛନ୍ତି। ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ବିରୋଧୀ ଦଳ ନେତାଙ୍କ ସହ ପରାମର୍ଶ କରାଯାଇ ନଥିବା ଦର୍ଶାଇ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଦେଶବ୍ୟାପୀ ପ୍ରଭାବ ପକାଇଥିବା ଦର୍ଶାଇ କହିଛନ୍ତି ଯେ ଏଥିପାଇଁ କିଛି ପ୍ରକ୍ରିୟାଗତ ରୂପରେଖ ସ୍ଥିର କରିବାକୁ ପଡ଼ିବ। ଦେଶବ୍ୟାପୀ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ଅଦାଲତ ଏଭଳି ମାମଲାରେ ପ୍ରଭାବଶାଳୀ ବିଚାର ବିମର୍ଶ କରିବା ପାଇଁ ମାପଦଣ୍ଡ ନିର୍ଦ୍ଧାରଣ କରିବା ଉଚିତ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

18:55 PM

ବିଦେଶରେ ମଧ୍ୟ ଶୁଭିବ ରାମ ଧୂନ; ଆୟୋଜିତ ହେବ ରାମ ରଥ ଯାତ୍ରା
ଭାରତ ପରେ ଏବେ ବିଦେଶରେ ଶୁଭିବ ରାମ ଧୂନ। ଆସନ୍ତା ସୋମବାର ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରରୁ ଆରମ୍ଭ ହେବ ରାମ ମନ୍ଦିର ରଥ ଯାତ୍ରା। ଆମେରିକାରେ ଆୟୋଜିତ ହେଉଥିବା ରାମ ମନ୍ଦିର ରଥ ଯାତ୍ରା ୧୨୮୭୪.୭୫ କିଲୋମିଟର ଠାରୁ ଅଧିକ ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ଆମେରିକାର ୪୮ ରାଜ୍ୟରେ ଅବସ୍ଥିତ ରହିଥିବା ୮୫୧ ମନ୍ଦିର ପରିଦର୍ଶନ କରିବ। ରଥ ଯାତ୍ରା ଆୟୋଜନ ବିଶ୍ୱ ହିନ୍ଦୁ ପରିଷଦ ଆମେରିକା ଶାଖା ପକ୍ଷରୁ କରାଯାଇଛି। ଏନେଇ ଭିଏଚପିଏ ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି ଯେ ଟୟୋଟା ସିଏନା ଭ୍ୟାନ ଉପରେ ନିର୍ମିତ ହୋଇଥିବା ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମୂର୍ତ୍ତି ସହିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ପୂଜା ହୋଇଥିବା ଅକ୍ଷତ କଳସ ମଧ୍ୟ ରହିବ।

ପଢନ୍ତୁ ପୁରା ଖବର

 

18:54 PM

ତଦନ୍ତକାରୀ ଏଜେନ୍ସିର ସମନକୁ ସମ୍ମାନ ଦେବାର ଥିଲା: ରବର୍ଟ ଭଦ୍ରା
Odisha News Live Update:
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ରବର୍ଟ ଭଦ୍ରା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ଯେତେଥର ଡାକନ୍ତି ସେତେବେଳେ ପହଞ୍ଚିବା ଉଚିତ୍। ଯଦି କିଛି ଭୁଲ୍ ନାହିଁ ତେବେ ଆପଣ ଶାନ୍ତିରେ ଘରେ ପହଞ୍ଚିବେ। କିନ୍ତୁ ଏହି ପ୍ରସଙ୍ଗରେ ଏକ ରାଜନୈତିକ ଦିଗ ରହିଛି।

18:45 PM

ଆପଣଙ୍କ ମୁଖ୍ୟମନ୍ତ୍ରୀ ଆପଣଙ୍କ ସହିତ ଅଛନ୍ତି: ସୁନୀତା କେଜ୍ରିୱାଲ
Odisha News Live Update:
ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଦିଲ୍ଲୀର ଲୋକମାନେ ସବୁକିଛି ଜାଣିଛନ୍ତି। ସେ ଲେଖିଛନ୍ତି ଯେ କ୍ଷମତାର ଅହଂକାରରେ ଅରବିନ୍ଦଙ୍କୁ ଗିରଫ କରାଯାଇଛି। ଦିଲ୍ଲୀର ଲୋକଙ୍କୁ ପ୍ରତାରଣା କରାଯାଇଛି।

 

18:38 PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ
Odisha News Live Update
: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଦେଶର ମୁଖ୍ୟ। ଏନେଇ ଭୁଟାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ନେତୃତ୍ୱର ଏକ ଉତ୍କୃଷ୍ଟ ପରିଚୟ। ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ଏବଂ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବ।

18:10 PM

କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା: ବିଜେପି
Odisha News Live Updates: 
କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର ବିକାଶ କରିଛନ୍ତି । ସେଥିରୁ ସମବାୟ ଅନ୍ୟତମ । ସମବାୟ କ୍ଷେତ୍ରରେ ପ୍ରଗତି ଆଣିବା ମୋଦି ସରକାରଙ୍କ ଗ୍ୟାରେଣ୍ଟି ଓ ପ୍ରତିବଦ୍ଧତା । ଭାରତରେ ୮ଲକ୍ଷ ୫୫ହଜାରରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କ୍ଷେତ୍ରର ସମବାୟ ସମିତିମାନ ଅଛି । ଆଜିର ଦିନରେ ପ୍ରାୟ ଭାରତର ୯୧ ପ୍ରତିଶତ ଗ୍ରାମ ସମବାୟ ଅନୁଷ୍ଠାନ ସହିତ ସଂଯୁକ୍ତ ଅଛନ୍ତି । ପ୍ରାୟ ୧୩କୋଟିରୁ ଊର୍ଦ୍ଧ୍ୱ ଲୋକ ସମବାୟ ସମିତିସହ ଯୋଡି ହୋଇ ଦେଶର ପ୍ରଗତିରେ ସହାୟକ ହୋଇଛନ୍ତି ବୋଲି କହିଛନ୍ତି ସୁରମା ।

17:30 PM

ବିଜେଡ଼ିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି
Odisha News Live Updates:
ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ରହିଛନ୍ତି । ଇସ୍ତଫା ନେଇ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି ବୋଲି କହିଛନ୍ତି ଭର୍ତ୍ତୃହରି ।

17:00 PM

Top 10 News Today: ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର...

16:40 PM

ରାମାୟଣ ପରେ ପୁଷ୍ପକ ଉଡ଼ାଇଲା ଇସ୍ରୋ; ସଫଳ ହେଲା ପରୀକ୍ଷଣ
ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚିତ୍ରାଦୁର୍ଗ ସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ ଠାରେ "ପୁଷ୍ପକ" ନାମକ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ LEX 02 ଅବତରଣ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛି। ଶୁକ୍ରବାର ସକାଳ ୦୭:୧୦ ସମୟରେ ଇସ୍ରୋ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। "ପୁଷ୍ପକ" ପରୀକ୍ଷଣ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନର ତୃତୀୟ ଅବତରଣ ମିଶନ ରହିଥିଲା। ଏହି ରକେଟ ନାମ ରାମାୟଣ ଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ପୁଷ୍ପକ ବିମାନରୁ ନିଆଯାଇଛି। ଯାହାକୁ ଧନ ଦେବତାଙ୍କ ବାହନ ବୋଲି ବିବେଚନା କରାଯାଏ। 

ପଢନ୍ତୁ ପୁରା ଖବର 

 

16:20 PM

ମୁମ୍ବାଇ ଟ୍ରେନରେ ଲାଗିଲା ନିଆଁ
Odisha News Live Updates:  ମୁମ୍ବାଇର LTT କୁର୍ଲା ଠାରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ଟ୍ରେନ୍ ଗୋଦାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ଶେଷ ବଗିରେ ନିଆଁ ଲାଗିଯାଇଥିଲା। ଯଦିଓ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ, ନିଆଁ ଯୋଗୁଁ ଟ୍ରେନ୍ ଅଟକି ରହିଥିଲା। ରାତି ୩ଟାରେ ଏହି ଘଟଣା ଘଟିଥିଲା। ଏହା ଏକ ଯାତ୍ରୀ ନଥିବା ବଗି ଥିଲା, ତେଣୁ ଏଥିରେ କୌଣସି ଆହତ ହୋଇନଥିଲେ। ନିଆଁକୁ ଆୟତ୍ତ କରାଯାଇଛି।

16:00 PM

ରାଜ୍ୟରେ ଏକାକୀ ଲଢିବ ବିଜେପି: ମନମୋହନ ସାମଲ
Odisha News Live Updates:
ମେଣ୍ଟ ଚିତ୍ର ସ୍ପଷ୍ଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟରେ ଏକାକୀ ଲଢିବ ବିଜେପି। ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବିଜେପି। ଏନେଇ ମନମୋହନ ସାମଲ ଆଜି ଏକ୍ସରେ ସୂଚନା ଦେଇଚନ୍ତି।

 

15:45 PM

ଇଣ୍ଡୋନେସିଆରେ ଭୂକମ୍ପ
Odisha News Live Updates:
ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୬ ତୀବ୍ରତା ରେକର୍ଡ କରାଯାଇଛି। ସକାଳ ପ୍ରାୟ ୧୧.୨୨ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପ୍ରଭାବରେ ସମୂଦ୍ରରେ ଉଚ ଜୁଆର ଆସିଥିବା ଦେଖିବାକୁ ମିଳିଛି। ତେବେ ଏହି ଭୂକମ୍ପର କେନ୍ଦ୍ର ତୁବନ ଠାରୁ ପ୍ରାୟ ୧୩୨ କିଲୋମିଟର ଉତ୍ତର ପୂର୍ବ ଦିଗରେ ଓ ୧୦ କିଲୋମିଟର ଗଭୀରତାରେ ରହିଥିବା କୁହାଯାଇଛି। 

15:17 PM

ବିଜେପି ସବୁଠାରୁ ଅଧିକ ହେଟ ସ୍ପିଚ ଦେଉଛି

Odisha News Live Updates: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ ଦେଶରେ ବିଜେପି ସର୍ବାଧିକ ହେଟ ସ୍ପିଚ ଦେଇଥାଏ। ସେ AAP ର ମୋହଲା କ୍ଲିନିକ୍ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠି ବନ୍ଦ କରିଦେଲେ। ସେମାନେ ଚାହୁଁଛନ୍ତି ଯେ କୌଣସି ବିରୋଧୀଦଳ ନେତା ଆଗାମୀ ନିର୍ବାଚନ ପାଇଁ ପ୍ରଚାର କରିବାକୁ ସମର୍ଥ ହୁଅନ୍ତୁ ନାହିଁ। ସେ ଭ୍ଲାଦିମିର ପୁଟିନଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଏହା ଏକଛତ୍ରବାଦୀ ଶାସନ ବୋଲି ସେ କହିଥିଲେ।

 

15:10 PM

କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

Odisha News Live Updates: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ମୋଟ ୫୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। କଂଗ୍ରେସ ଏହାର ତୃତୀୟ ତାଲିକାରେ ଅରୁଣାଚଳ ପ୍ରଦେଶରେ ୨ଟି, ଗୁଜୁରାଟରେ ୧୧ଟି, କର୍ଣ୍ଣାଟକରେ ୧୭ଟି, ମହାରାଷ୍ଟ୍ରରେ ୭ଟି, ରାଜସ୍ଥାନରେ ୬ଟି, ତେଲେଙ୍ଗାନାରେ ୫ଟି, ପଶ୍ଚିମବଙ୍ଗରେ ୮ଟି ଏବଂ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ପୁଡୁଚେରୀ ନାମ ଘୋଷଣା କରାଯାଇଛି।

 

14:50 PM

୧୦ ରିମାଣ୍ଡ ମାଗିଲା ED

Odisha News Live Update: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଇଡ଼ି ପକ୍ଷରୁ ଆବେଦନ କରାଯାଇଛି। ଇଡି ପକ୍ଷରୁ ମାମଲା ଲଢୁଥିବା ଓକିଲ ଏସୱି ରାଜୁ କହିଛନ୍ତି କି ଆମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୧ ତାରିଖ ରାତି ସାଢେ ୯ଟା ସମୟରେ ଗିରଫ କରିଛୁ। ତାଙ୍କୁ ଆମେ ୧୦ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଚାହୁଁଛୁ। 

 

14:45 PM

କେଜରିୱାଲଙ୍କ ଘରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

Odisha News Live Update: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପରିବାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। 

 

14:30 PM

ଆପ କର୍ମଚାରୀଙ୍କୁ ପୋଲିସର ଲାଠିଚାର୍ଜ

Odisha News Live Update: ଅରବିନ୍ଦ କେଜରିୱାଲ ଗିରଫଦାରୀକୁ ବିରୋଧ କରୁଥିବା ଦଳୀୟ କର୍ମଚାରୀଙ୍କୁ ପୋଲିସର ଲାଠିଚାର୍ଜ। ହରିଆଣାର କୁରୁକ୍ଷେତ୍ର ଅଞ୍ଚଳରେ ଆମ ଆଦମୀ ପାର୍ଟି ତରଫରୁ ବିକ୍ଷୋଭ କରାଯାଉଥିଲା। ଯେଉଁମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲେ। 

 

14:20 PM

ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥି ତାଲିକା ପ୍ରକାଶ

Odisha News Live Updates: ବିଜେପି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଚତୁର୍ଥ ତାଲିକାରେ ପୁଡୁଚେରୀ ଏବଂ ତାମିଲନାଡୁର ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ୧୯ ଏପ୍ରିଲରେ ହେବ। ତାମିଲନାଡୁ ଏବଂ ପୁଡୁଚେରୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ କେବଳ ଏପ୍ରିଲ୍ ୧୯ରେ ହେବ।

 

14:15 PM

ହୋଲି ଅବସରରେ ଜୀ ସାର୍ଥକର 'ରଙ୍ଗ ମହୋତ୍ସବ'

Holi 2024: ସବୁଥର ପରି ଜୀ ସାର୍ଥକର ଏଥର ହୋଲି ମଧ୍ୟ ହେବ ସ୍ମରଣୀୟ କାରଣ ଆପଣଙ୍କୁ ବୋଳିବ ସମ୍ପର୍କର ଭିନ୍ନ ଏକ ରଙ୍ଗ । ପୁଣି ଉଡିବ ସମ୍ପର୍କର ସାତ ରଙ୍ଗର ଅବିର । କେବଳ ରଙ୍ଗ ନୁହେଁ ମନୋରଞ୍ଜନକୁ ନେଇ ରଙ୍ଗୀନ ହେବ ଏଥରର ହୋଲି । ଅଧିକ ପଢ଼ନ୍ତୁ...

14:02 PM

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

Odisha News Live Update: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ। ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ୪ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲ ଯାଏଁ ଚାଲିବ।

13:45 PM

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

Odisha News Live Update: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ। ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ୪ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲ ଯାଏଁ ଚାଲିବ।

13:30 PM

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ
Odisha News Live Update: 
ନୂଆପଡ଼ା ସିନାପାଲି ଥାନା ଅଧୀନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ମୁତାବକ, ବିଜୁ ଏକ୍ସପ୍ରେସରେ ଆଗରେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକଟି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ଅନ୍ୟ ଏକ ମାଲବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍ ଦେହରେ ପିଟି ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଟ୍ରକରେ ନିଆଁ ଲାଗିଯାଇଥିଲା।

13:00 PM

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ: ୱାର୍ଡର ନିଲମ୍ବିତ

Odisha News Live Update: ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁଇ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ। ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ଏବଂ ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଭାତ ମହାରଣାକୁ ନିଲମ୍ବିତ କରାଯାଇଥିବା ବେଳେ ମଙ୍ଗୁଳିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

12:45 PM

ସୁପ୍ରିମକୋର୍ଟରେ ଦାଖଲ ଯାଚିକାକୁ ଅପସାରଣ କରିନେଲେ କେଜରିୱାଲ

Odisha News Live Update: ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକାକୁ ଅପସାରଣ କରିନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। 

 

12:24 PM

ଶୋକ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha News Live Update: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦାମୋଦରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। 

 

12:15 PM

ଆପର ନେତା ଆତିଶି ମାର୍ଲିନଙ୍କୁ ଉଠାଇ ନେଲା ପୋଲିସ

Odisha News Live Update: ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଥିବା ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଡିସିପି ସେଣ୍ଟ୍ରାଲ ହଷବର୍ଦ୍ଧନ କହିଛନ୍ତି ଯେ ଡିଡି ମାର୍ଗରେ ଧାରା ୧୪୪ ଲାଗୁ କରାଯାଇଛି। ଯିଏ ଏହାକୁ ଉଲ୍ଲଂଘନ କରେ ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ITO ମେଟ୍ରୋ ଷ୍ଟେସନ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ।

 

12:00 PM

ଦାମୋଦର ରାଉତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Odisha News Live Update: ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ପାର୍ଥିବ ଶରୀର। ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ। ସେହିପରି ଶ୍ରୀ ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ନେତା। ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ପାର୍ଥିବ ଶରୀର। ବିଧାନସଭାରେ ଗାର୍ଡ ଅଫ୍‌ ଅନର ପରେ ଶଙ୍ଖ ଭବନ ଅଣାଗଲା।

 

11:48 AM

କଂଗ୍ରେସର CEC ବୈଠକ ଆରମ୍ଭ

Odisha News Live Update: କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଚାଲିଛି। ତାମିଲନାଡୁର ଆଶାୟୀ ପ୍ରାର୍ଥୀଙ୍କ ନାମରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ମଧ୍ୟପ୍ରଦେଶ ଏବଂ ଛତିଶଗଡରୁ ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର ତାଲିକା ସନ୍ଧ୍ୟା ସୁଦ୍ଧା ଆସିବାର ସମ୍ଭାବନା ରହିଛି।

 

11:43 AM

କେଜରିୱାଲଙ୍କ ଗିରଫ ପରେ ପୋଲିସ ହେପାଜତରେ ମନ୍ତ୍ରୀ ସୌରଭ ଭରଦ୍ୱାଜ 

Odisha News Live Update: ଆଇଟିଓ ମେଟ୍ରୋ ଷ୍ଟେସନ ନିକଟରେ ବିରୋଧ ପ୍ରଦର୍ଶନ କରିଥିବା ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପୋଲିସ ଗିରଫ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

 

11:25 AM

କେଜ୍ରିଓ୍ୱାଲ୍‍ଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ: କଡ଼ା ସୁରକ୍ଷା

Arvind Kejriwal Arrested Updates: ଦିଲ୍ଲୀର ମଦ ନୀତି ମାମଲାରେ ସର୍ଚ୍ଚ ୱାରେଣ୍ଟ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ୧୨ ଜଣିଆ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚି ଗୁରୁବାର ରାତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଏହାର ପ୍ରଥମ ରାଉଣ୍ଡ ଆରମ୍ଭ କରିଛି। ଗିରଫ ପରେ AAP ପକ୍ଷରୁ କୁହାଯାଇଛି ଯେ, ଜେଲରୁ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ । ଅଧିକ ପଢ଼ନ୍ତୁ...

11:15 AM

ଦଳ ସହ ନାହିଁ ଭଲ ସମ୍ପର୍କ! ପୁରୁଣା ମାମଲାରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ୍

Odisha News Live Update: ପୁଲିସ ସବ୍ ଇନ୍ସପେକ୍ଟର ବା ଏସଆଇଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ସ୍ବତନ୍ତ୍ର ସାଂସଦ/ବିଧାୟକ ଅଦାଲତ ଗୁରୁବାର ଚାର୍ଜସିଟ୍ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୧ ଜାନୁଆରି ୨୩ ତାରିଖରେ ସାଂସଦ କଟକସ୍ଥିତ ନେତାଜୀ ଜନ୍ମଭୂମି ସଂଗ୍ରହାଳୟରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ଅନେକ ନେତା ଟିକେଟ୍ ପାଇବେ କି ନାହିଁ ଦ୍ବନ୍ଦ୍ବରେ ରହିଛନ୍ତି। ଏହାରି ଭିତରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଦାୟର ହୋଇଛି ଚାର୍ଜଫ୍ରେମ୍। ବିଜେଡିରେ ଏବେ ଅନେକ କୋଣଠେସା ନେତା ରହିଛନ୍ତି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ରହିଛନ୍ତି।

10:53 AM

ପାଟପୁରର ଚର୍ଚ୍ଚିତ ହତ୍ୟାକାଣ୍ଡ: ବାପା ଓ ୪ ପୁଅ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ
Odisha News Live Update:
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାରେ ୨୦୧୩ ମସିହରେ ଘଟିଥିବା ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୦ବର୍ଷର ବିଚାରଣା ପରେ ଏଡିଜେ-୧ ଡ.ଇନ୍ଦୁ ଶର୍ମା ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ହତ୍ୟାକାରୀ ବାପା ଓ ୪ ପୁଅ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ପାଟପୁର ଥାନା ପାଇକଜଗନ୍ନାଥପୁର ଗ୍ରାମର ବାପା ଧନୁ ସ୍ବାଇଁ ଓ ତାଙ୍କ ୪ ପୁଅ ସରୋଜ ସ୍ବାଇଁ ଓରଫ୍‌ ବାୟା, ଅମିନ ସ୍ବାଇଁ, କାର୍ତ୍ତିକ ସ୍ବାଇଁ ଓ ଭଗବାନ ସ୍ବାଇଁ। ଘଟଣା ପରଠାରୁ ସରୋଜ, ଅମିନ ଓ କାର୍ତ୍ତିକ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିଲେ। ଏହି ମାମଲାରେ ୩ଜଣ ମହିଳାଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

10:17 AM

Arvind Kejriwal Arrested: କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ଲାଲୁ ଯାଦବ

Arvind Kejriwal Arrested: ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ବିରୋଧୀ ଦଳ ମୋଦୀ ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଲାଲୁ ଯାଦବ ମଧ୍ୟ ମୋଦୀ ସରକାରଙ୍କୁ କାଉଣ୍ଟର କରିଛନ୍ତି। ଅଧିକ ପଢ଼ନ୍ତୁ...

09:53 AM

Petrol Diesel Price:  ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର)  ୧୦୧.୦୬ ରହିଛି। ଗତକାଲି ଅପେକ୍ଷା ୨୮ ପଇସା ହ୍ରାସ ଘଟିଛି। ସେହିପରି ଡିଜେଲ (୧ ଲିଟର) ୯୨.୬୪ ରହିଛି। ଗତକାଲି ଅପେକ୍ଷା ୨୭ ପଇସା ହ୍ରାସ ହୋଇଛି।  ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦.୮୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୪୩ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି। ଅଧିକ ପଢନ୍ତୁ...

 

09:38 AM

ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଛି କଂଗ୍ରେସ । ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହି କ୍ରମରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ଶୀର୍ଷ ନେତୃତ୍ୱ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଏଆଇସିସି ପକ୍ଷରୁ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି ।

09:35 AM

ଦାମଙ୍କ ଶୋଭାଯାତ୍ରା ଆରମ୍ଭ... ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ସୂଚନା ମୁତାବକ, ଦାମଙ୍କ ମର ଶରୀରକୁ ପ୍ରଥମେ ସରକାରୀ ବାସଭବନ ଓ ପରେ ଶଙ୍ଖ ଭବନ ନିଆଯିବ । ସେଠାରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳୀ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ବିଧାନସଭା ନିକଟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ନିଜ ନିର୍ବାଚନ ମଣ୍ଡଳୀ କୁଜଙ୍ଗ, ଏରସମା, ପାରାଦୀପ ଓ ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଅ ସମ୍ୱିତ ରାଉତରାୟ । ଅଧିକ ପଢ଼ନ୍ତୁ...

09:15 AM

Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା
ଦାମ ରାଉତଙ୍କ ସହିତ ଓଡ଼ିଶା ରାଜନୀତିର ଗୋଟିଏ ଅଧ୍ୟାୟର ସମାପ୍ତି ଘଟିଛି। କଂଗ୍ରେସ ବିରୋଧୀ ରାଜନୀତିର ମଜବୁତ ସ୍ତମ୍ବ ଦାମ ରାଉତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି କ୍ୟାରିୟରର ଅନ୍ତ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଅମଳରେ ଶେଷ ହୋଇଥିଲା। ଅଧିକ ପଢ଼ନ୍ତୁ...

09:05 AM

 ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଆଜି ଭୋର ପ୍ରାୟ ୫ଟା ୨୩ରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙଅକର ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ। ତେବେ ତାଙ୍କ ମୃତ୍ୟରେ ରାଜ୍ୟ ରାଜନୀତିରେ ଏକ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାମାନେ ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

08:50 AM

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ତାଙ୍କ ନାଁରେ ଥିବା   ଗିରଫ ପାରଓ୍ୱାନାରୁ ଆଶ୍ୱସ୍ତି ଲାଭ କରିଛନ୍ତି। ତାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ପୁଲିସ କର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ କୋର୍ଟ ଗିରଫ ପରଓ୍ୱାନା ଜାରି କରିଥିଲେ। କୋର୍ଟରେ ହାଜର ନହେବା କାରଣରୁ ତାଙ୍କ ବିପକ୍ଷରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। ଏବେ ସେ କୋର୍ଟଙ୍କ ପାଖରେ ନିଜକୁ ହାଜର କରାଇ ଏହି ଗିରଫ ପରଓ୍ୱାନା ଉପରେ ରୋକ ଲଗାଇବାକୁ ଅନୁେରାଧ କରିଥିଲେ। ଏବେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ଶୁଣାଣି ହେବ। 

08:25 AM

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ତାଙ୍କ ନାଁରେ ଥିବା   ଗିରଫ ପାରଓ୍ୱାନାରୁ ଆଶ୍ୱସ୍ତି ଲାଭ କରିଛନ୍ତି। ତାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ପୁଲିସ କର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ କୋର୍ଟ ଗିରଫ ପରଓ୍ୱାନା ଜାରି କରିଥିଲେ। କୋର୍ଟରେ ହାଜର ନହେବା କାରଣରୁ ତାଙ୍କ ବିପକ୍ଷରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। ଏବେ ସେ କୋର୍ଟଙ୍କ ପାଖରେ ନିଜକୁ ହାଜର କରାଇ ଏହି ଗିରଫ ପରଓ୍ୱାନା ଉପରେ ରୋକ ଲଗାଇବାକୁ ଅନୁେରାଧ କରିଥିଲେ। ଏବେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ଶୁଣାଣି ହେବ। 

08:13 AM

IPL 2024: ଆଜିଠୁ ଆରମ୍ଭ ହୋବାକୁ ଯାଉଛି ବହୁ ପ୍ରତିକ୍ଷୀତ ଆଇପିଏଲ୍ ୨୦୨୪। ପ୍ରଥମ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ।  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ତରଫରୁ ଫାଫ ଡ୍ୟୁ ପ୍ଲେସିସ୍ ଅଧିନାୟକତ୍ୱକରୁଥିବା ବେଳେ ସିଏସକେକୁ ମିଳିଛି ନୂଆ କ୍ୟାପଟେନ୍ ଋତୁରାଜ ଗାଏକୱାଡ୍। ଆଜି ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ। ବିଶେଷ କରି ଉଭୟ ଦଳର ସମର୍ଥକମାନେ ଏବେଠୁ ହାର-ଜିତର ଗଣନା କରିବାରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି।

08:00 AM

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଷ୍ଟେଟ୍‍ ବ୍ୟାଙ୍କ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟକୁ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି। ଏହାକୁ କମିଶନ ମଧ୍ୟ ସାର୍ବଜନୀନ କରିଛନ୍ତି। ଏହି ତଥ୍ୟକୁ ଆଧାର କରି କେଉଁ ବ୍ୟକ୍ତି କେଉଁ ଦଳକୁ କେତେ ଟଙ୍କା ଦେଇଛନ୍ତି ତାହା ଜଣାପଡ଼ିବ। ପୂର୍ବରୁ ବ୍ୟାଙ୍କ ପକ୍ଷରୁ କ୍ରତାଙ୍କ ବିବରଣୀ ଓ ବିଭିନ୍ନ ଦଳକୁ ମିଳିଥିବା ରାଶି ପୃଥକ ପୃଥକ ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। 

07:56 AM

Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ କାଲିଠୁ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଅନେକ ସ୍ଥାନରେ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଶୁଖିଲା ପାଗ ଏବେ ଆଶ୍ୱସ୍ତି ଦେଇଛି। ତେବେ ଲଗାଣ ବର୍ଷାର ପ୍ରଭାବ ରାଜ୍ୟରୁ ଦୂରେଇ ଯାଇଥିଲେ ମଧ୍ୟ ଆଜି ଅଳ୍ପ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।ଆଜି ଅର୍ଥାତ ୨୨ ତାରିଖରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ସେହିପରି ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହା ପରେ ପୁଣି ୨୬ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପଢ଼ନ୍ତୁ...

07:45 AM

ଜୟରାମ ପାଙ୍ଗୀଙ୍କୁ ଗିରଫ କରିବାକୁ ଭୟ କରୁଛି କି ପୋଲିସ?

NBW against former MP Jayram Pangi: ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନୋଟିସ୍ ପଠାଇଛନ୍ତି । କୋରାପୁଟ ଆରକ୍ଷୀ ଅଧୀକ୍ଷକ ଓ ପଟାଙ୍ଗୀ ଥାନା ଅଧିକାରୀଙ୍କ ନିକଟକୁ ଏହି ନୋଟିସ୍ ଯାଇଛି । ଜୟରାମଙ୍କ ନାମରେ କିଛି ଠକେଇ ଅଭିଯୋଗ ରହିଥିଲା । ନୟାଗଡ଼ ଜିଲ୍ଲା ରଣପୁର ଅନ୍ତର୍ଗତ ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ଗୋପାଳକୃଷ୍ଣ ଜେନାଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ଓ ଆକ୍ରମଣ କରିବା ଅଭିଯୋଗ କାରଣରୁ ତାଙ୍କ ନାମରେ ଜାମିନବିହୀନ ଗିରଫ ପର୍‌ୱାନା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ...

07:25 AM

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ, ବିଧାୟକ ଦାମ ରାଉତରାୟଙ୍କ ଦେହାନ୍ତ। ୮୩ ବର୍ଷ ବୟସରେ ଦାମ ରାଉତରାୟଙ୍କ ପରୋଲୋକ ହୋଇଛି । ସକାଳ ୫.୨୩ରେ ଦେହାନ୍ତ ହୋଇଥିବା ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ।

07:20 AM

Gold silver price today 22 March 2024:

ଆଜି ଅର୍ଥାତ୍ ଶୁକ୍ରବାର ଦିନ ସୁନା ଏବଂ ରୁପା ମୂଲ୍ୟ ବୃଦ୍ଧି ଘଟିଛି । ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୧,୯୪୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୭,୫୮୦ ଟଙ୍କା ରହିଛି । ଆପଣଙ୍କୁ କହିଖିବାକୁ ଚାହୁଁ ଯେ, ଗତକାଲି ଏବଂ ଆଜି ମଧ୍ୟରେ ସୁନା ଓ ରୂପା ମୂଲ୍ୟରେ ଏକ ରେକର୍ଡ ଭାଙ୍ଗିବା ପରି ବୃଦ୍ଧି ଦେଖାଯାଉଛି । ଆଜି କେଉଁ ସହରରେ ସୁନା ଓ ରୂପା ମୂଲ୍ୟ କେତେ ରହିଛି ଆସନ୍ତୁ ଜାଣିବା ... ଅଧିକ ପଢ଼ନ୍ତୁ

07:10 AM

Panchang Today 22th March 2024:

ଜାଣନ୍ତୁ ଆଜିର ତିଥି ନକ୍ଷତ୍ର ସହ ଶୁଭ ସମୟ ଓ କାଳବେଳା, ଏଠାରେ କ୍ଲିକ୍ କରନ୍ତୁ...

07:04 AM

CM Arrested in India: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଦିନ ତାଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଏକ ଟିମ୍ ଗିରଫ କରିଛି। ଆଜି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ। ପ୍ରଥମ ଥର ପାଇଁ ଦେଶରେ ଜଣେ ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ମାତ୍ର କାର୍ଯ୍ୟରତ ଥିବାବେଳେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲ ପ୍ରଥମ ସିଏମ ହୋଇଛନ୍ତି।