CM Birthday: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଜାଣନ୍ତୁ କାହିଁକି ସେ ପାଳିବେନି ନିଜ ଜନ୍ମଦିନ
Advertisement
Article Detail0/zeeodisha/odisha1917018

CM Birthday: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଜାଣନ୍ତୁ କାହିଁକି ସେ ପାଳିବେନି ନିଜ ଜନ୍ମଦିନ

CM Birthday: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ(CM Naveen Pattnaik) ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ। ସବୁ ବର୍ଷ ଭଳି ଚଳିତ ବର୍ଷ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। 

CM Birthday: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଜାଣନ୍ତୁ କାହିଁକି ସେ ପାଳିବେନି ନିଜ ଜନ୍ମଦିନ

CM Birthday: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ(CM Naveen Pattnaik) ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ। ସବୁ ବର୍ଷ ଭଳି ଚଳିତ ବର୍ଷ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। ଗତ ମାସରେ ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ(Geeta Meheta) ପରଲୋକ ହୋଇଛି, ଯେଉଁ କାରଣରୁ ସେ ନିଜ ଜନ୍ମଦିନ ପାଳନ କରିବେ ନାହିଁ। ଜନ୍ମଦିନ ଅବସରରେ ନବୀନ ନିବାସ ଯାଇ ଶୁଭେଚ୍ଛା ନ ଜଣାଇବାକୁ ମଧ୍ୟ ଆଗୁଆ ଅନୁରୋଧ କରାଯାଇଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଗତ କାଲି ଠାରୁ ତାଙ୍କୁ ଶୁଭେଚ୍ଛା ଛୁଟିବା ଆରମ୍ଭ ହୋଇଯାଇଛି।ବିରୋଧିମାନେ ନବୀନଙ୍କ ଜନ୍ମଦିନର ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇବା ସହ ୨୦୨୪ ନିର୍ବାଚନ ପାଇଁ ଏକ ବଡ଼ ଟକ୍କରର ଆହ୍ୱାନ ଦେଇଛନ୍ତି।

୧୯୪୬ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ନବୀନ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ(Biju Pattnaik) ଓ ଜ୍ଞାନ ଦେବୀଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ନବୀନ। ବିଜୁ ବାବୁଙ୍କ ଦେହାନ୍ତ ପରେ ୨୦୦୦ ମସିହାରେ ଓଡିଶା ରାଜନୀତିରେ ପାଦ ଥାପି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ନବୀନ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ୫ଟି ନିର୍ବାଚନ ଜିତି ୫ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶ ଓ ଦେଶ ବାହାରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଓ ରାଜନୈତିକ ଶୈଳୀ ଚର୍ଚ୍ଚାରେ ରହି ଆସିଛି।

Also Read: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ପୁରୁଷ କର୍ମଚାରୀଙ୍କ ଯାଞ୍ଚ ନେଇ ମୁଣ୍ତ ଟେକିଲା ବିବାଦ