Gold Bond: ନିବେଶ କରିବାର ସୁବର୍ଣ୍ଣ ସୁଯୋଗ, ୧୦ ଗ୍ରାମ ସୁନାରେ ସରକାର ଦେଉଛନ୍ତି ଏତିକି ରିହାତି !
Advertisement
Article Detail0/zeeodisha/odisha2016595

Gold Bond: ନିବେଶ କରିବାର ସୁବର୍ଣ୍ଣ ସୁଯୋଗ, ୧୦ ଗ୍ରାମ ସୁନାରେ ସରକାର ଦେଉଛନ୍ତି ଏତିକି ରିହାତି !

Gold Bond:  ଏହାର ଅର୍ଥ ହେଉଛି ଏକ ଗ୍ରାମ ସୁନା ପାଇଁ ୬ ହଜାର ୧୪୯ ଟଙ୍କା ଦେବାକୁ ପଡିବ । ଏଭଳି ପରିସ୍ଥିତିରେ ୧୦ ଗ୍ରାମ ସୁନାରେ ଆପଣଙ୍କୁ ୫୦୦ ଟଙ୍କା ରିହାତି ସହିତ ୧୦ ଗ୍ରାମ ସୁନା ପାଇଁ ୬୧ ହଜାର ୪୯୦ ଟଙ୍କା ଦେବାକୁ ପଡି଼ବ । ଏହି ଯୋଜନା ଅଧୀନରେ ଆପଣ ସର୍ବନିମ୍ନ ଏକ ଗ୍ରାମ ସୁନା ଏବଂ ସର୍ବାଧିକ ୪ କିଲୋଗ୍ରାମ ସୁନା କିଣି ପାରିବେ।

 

Gold Bond: ନିବେଶ କରିବାର ସୁବର୍ଣ୍ଣ ସୁଯୋଗ, ୧୦ ଗ୍ରାମ ସୁନାରେ ସରକାର ଦେଉଛନ୍ତି ଏତିକି ରିହାତି !

Gold Bond: ସରକାରୀ ଯୋଜନା ଅଧିନରେ ସୁନାରେ ନିବେଶ କରିବାକୁ ନେଇ ପୁଣିଥରେ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ସୋଭରେନ ଗୋଲ୍ଡ ବଣ୍ଡର ନୂଆ ସିରିଜ୍ ଆଜି ଅର୍ଥାତ୍ ସୋମବାର ରୁ ଖୋଲାଯାଇଛି। ଏହି ନିବେଶ ସମୟ ସୀମା ୧୮ ଡିସେମ୍ବରରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଆପଣ ନିବେଶ କରିପାରିବେ। ଏହି ଯୋଜନା ଅଧିନରେ ଆପଣ ଚଳିତ ଥର ଏକ ଗ୍ରାମ ସୁନା କିଣିବା ପାଇଁ ୬ ହଜାର ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଦାମ୍ ବଜାରର ସୁନା ଦାମ ଠାରୁ କମ୍ ହୋଇଥାଏ। ଯାହା IBJA ଦ୍ୱାରା ପବ୍ଲିସଡ୍ ରେଟ୍ ର ଆଧାର ଉପରେ ହି ସ୍ଥିର କରାଯାଇଥାଏ। ସୋଭରେନ ଗୋଲ୍ଡ ବଣ୍ଡ ରେ ଆପଣ ଅନଲାଇନ ଓ ଅଫଲାଇନ ଉଭୟେ ଉପାୟରେ ଆପ୍ଲାଏ କରିପାରିବେ। 

ସୋଭରେନ ଗୋଲ୍ଡ ବଣ୍ଡ ସ୍କିମ (Sovereign Gold Bond) ଆଧାରରେ ୨୪ କ୍ୟାରେଟ ଅର୍ଥାତ୍ ୯୯.୯ ପ୍ରତିଶତ ଶୁଦ୍ଧ ସୁନାରେ ନିବେଶ କରିବାର ସୁଯୋଗ ଦିଆଯାଏ। ଏଥିରେ ବାର୍ଷିକ ୨.୫୦ପ୍ରତିଶତ ସୁଧ ସରକାର ନିବେଶ ଉପରେ ପ୍ରଦାନ କରନ୍ତି। ଯଦି ଆପଣଙ୍କର ଟଙ୍କା ଦରକାର, ତେବେ ଆପଣ ଏହି ଋଣ ମଧ୍ୟ ନେଇପାରିବେ । ଏହି ଯୋଜନା ଆରବିଆଇ ଦ୍ୱାରା ପରିଚାଳିତ। ୧୦ଗ୍ରାମ ସୁନା ଉପରେ ବମ୍ପର ରିହାତି: ଯଦି ଜଣେ ବ୍ୟକ୍ତି ଅନଲାଇନରେ ନିବେଶ କରନ୍ତି ଏବଂ ସୋଭରେନ ଗୋଲ୍ଡ ବଣ୍ଡ ଯୋଜନାରେ ଡିଜିଟାଲ ପେମେଣ୍ଟ କରନ୍ତି, ତେବେ ତାଙ୍କୁ ୫୦ ଟଙ୍କା ରିହାତି ମିଳେ। ଏହାର ଅର୍ଥ ହେଉଛି ଏକ ଗ୍ରାମ ସୁନା ପାଇଁ ୬ ହଜାର ୧୪୯ ଟଙ୍କା ଦେବାକୁ ପଡିବ । ଏଭଳି ପରିସ୍ଥିତିରେ ୧୦ ଗ୍ରାମ ସୁନାରେ ଆପଣଙ୍କୁ ୫୦୦ ଟଙ୍କା ରିହାତି ସହିତ ୧୦ ଗ୍ରାମ ସୁନା ପାଇଁ ୬୧ ହଜାର ୪୯୦ ଟଙ୍କା ଦେବାକୁ ପଡି଼ବ । 

ଏହି ଯୋଜନା ଅଧୀନରେ ଆପଣ ସର୍ବନିମ୍ନ ଏକ ଗ୍ରାମ ସୁନା ଏବଂ ସର୍ବାଧିକ ୪ କିଲୋଗ୍ରାମ ସୁନା କିଣି ପାରିବେ। ଏହାର ପରିପକ୍ୱତା ବା ମ୍ୟାଚୁରିଟି ଅବଧି ୮ବର୍ଷ । ୮ବର୍ଷ ପୂର୍ବରୁ ବଣ୍ଡ ବିକ୍ରୟ ଉପରେ ଟିକସ ଦେବାକୁ ପଡିବ । ତେବେ ୮ ବର୍ଷ ଯାଏଁ କୌଣସି ଟିକସ ଦେବାକୁ ପଡ଼ିବନି। ଏପରି ପରିସ୍ଥିତିରେ, ମ୍ୟାଚୁରିଟି ଅବଧି(Maturity Duration) ସମାପ୍ତ ହେବା ପରେ ଲାଭ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ, କିନ୍ତୁ ଯଦି ଆପଣ ୫ବର୍ଷ ପରେ ଆପଣଙ୍କ ଟଙ୍କା ଉଠାନ୍ତି, ତେବେ ଲଙ୍ଗ ଟର୍ମ କ୍ୟାପିଟାଲ LTCG ଆକାରରେ ଲାଭ ଉପରେ ୨୦.୮୦ପ୍ରତିଶତ ଟିକସ ଦେବାକୁ ପଡିବ । 

ସୋଭରେନ ଗୋଲ୍ଡ ବଣ୍ଡ ପ୍ରଥମ କ୍ରମର (Sovereign Gold Bond First Series) ରିଟର୍ଣ୍ଣ  ୩୦ ନଭେମ୍ବରରେ ମ୍ୟାଚୁରିଟି ହୋଇଥିଲା । ଏହି ବଣ୍ଡ ନଭେମ୍ବର ୨୬, ୨୦୧୫ ରେ ପ୍ରତି ଗ୍ରାମରେ ୨,୬୮୪ ଟଙ୍କା ମୂଲ୍ୟରେ ଆସିଥିଲା । ଏଥିସହିତ ଲୋକମାନେ ଏହାକୁ ମ୍ୟାଚୁରିଟି ତା ସମୟରେ ଗ୍ରାମ ପିଛା ୬ ହଜାର ୧୩୨ ଟଙ୍କାରେ ବିକ୍ରି କରିଥିଲେ । ସେହି ଅନୁଯାୟୀ, ଗତ ୮ବର୍ଷ ମଧ୍ୟରେ ନିବେଶକମାନେ ମୋଟ ୧୨୮.୫ ପ୍ରତିଶତ ରିଟର୍ଣ୍ଣ ପାଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ନଭେମ୍ବର ୨୦୧୫ ରେ କେହି ସୁନା ବଣ୍ଡରେ ଏକ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ତାଙ୍କୁ ବର୍ତ୍ତମାନ ୨.୨୮ ଲକ୍ଷ ଟଙ୍କା ମିଳିଥାନ୍ତା।