Shukra Gochar: ଜୁଲାଇରେ ଏହି ୫ ରାଶି ଉପରେ ହେବ ଧନ ବର୍ଷା, ସବୁ କ୍ଷେତ୍ରରେ ମିଳିବ ସଫଳତା
Advertisement
Article Detail0/zeeodisha/odisha2320189

Shukra Gochar: ଜୁଲାଇରେ ଏହି ୫ ରାଶି ଉପରେ ହେବ ଧନ ବର୍ଷା, ସବୁ କ୍ଷେତ୍ରରେ ମିଳିବ ସଫଳତା

ଜୁଲାଇ ମାସ ଶେଷ ଆଡ଼କୁ ଶୁକ୍ର ପୁନର୍ବାର ଗ୍ରହ ପରିବର୍ତ୍ତନ କରିବେ। ବୈଦିକ ପଞ୍ଚାଙ୍ଗ ଅନୁସାରେ ତୁଳା ରାଶି ସ୍ୱାମୀ ଗ୍ରହ ଶୁକ୍ର ୩୧ ଜୁଲାଇ ଦ୍ୱିପ୍ରହରର ୨ଟା ବାଜି ୪୦ ମିନିଟରେ ସିଂହ ରାଶିକୁ ଗୋଚର କରିବେ। ଏହି ଗୋଚର ଫଳରେ ଅଧିକାଂଶ ରାଶି ଉପରେ ସକରାତ୍ମକ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ଗୋଚର ଫଳରେ ପାଞ୍ଚଟି ରାଶି ଉପରେ କିଭଳି

Shukra Gochar: ଜୁଲାଇରେ ଏହି ୫ ରାଶି ଉପରେ ହେବ ଧନ ବର୍ଷା, ସବୁ କ୍ଷେତ୍ରରେ ମିଳିବ ସଫଳତା

Shukra Gochar: ଜୁଲାଇ ମାସ ଶେଷ ଆଡ଼କୁ ଶୁକ୍ର ପୁନର୍ବାର ଗ୍ରହ ପରିବର୍ତ୍ତନ କରିବେ। ବୈଦିକ ପଞ୍ଚାଙ୍ଗ ଅନୁସାରେ ତୁଳା ରାଶି ସ୍ୱାମୀ ଗ୍ରହ ଶୁକ୍ର ୩୧ ଜୁଲାଇ ଦ୍ୱିପ୍ରହରର ୨ଟା ବାଜି ୪୦ ମିନିଟରେ ସିଂହ ରାଶିକୁ ଗୋଚର କରିବେ। ଏହି ଗୋଚର ଫଳରେ ଅଧିକାଂଶ ରାଶି ଉପରେ ସକରାତ୍ମକ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ଗୋଚର ଫଳରେ ପାଞ୍ଚଟି ରାଶି ଉପରେ କିଭଳି ପ୍ରଭାବ ପଡ଼ିବ। ମାଲାମାଲ ହେବେ ଏହି ପାଞ୍ଚଟି ରାଶି। 

ମିଥୁନ ରାଶି
ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ବିପୁଳ ସଫଳତା ମିଳିବ। କଳା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ମାନ ବଢିବ। ବ୍ୟବସାୟରେ ପ୍ରବଳ ଧନ ଲାଭ ହେବ। ଜୀବନସାଥୀଙ୍କ ସହିତ ଜୀବନ ଅତ୍ୟନ୍ତ ଖୁସିରେ ବିତିବ। ନବବିବାହିତଙ୍କୁ ସନ୍ତାନ ସୁଖ ମିଳିବ। 

ମୀନ ରାଶି
ଚାକିରିଆଙ୍କର ଦାୟିତ୍ୱ ବଢିବ। ଦରମାରେ ମଧ୍ୟ ବୃଦ୍ଧି ଘଟିବ। ମନ ଲଗାଇ କାର୍ଯ୍ୟ କଲେ ପଦୋନ୍ନତି ହେବାର ସମ୍ଭାବନା ମଧ୍ୟ ରହିଛି। ଦୁରାରୋଗରୁ ମୁକ୍ତି ପାଇବେ ଘରର ଗୁରୁଜନ। 

କର୍କଟ ରାଶି
ବ୍ୟବସାୟୀଙ୍କୁ ବିଦେଶ ଯାତ୍ରା ଯୋଗ ରହିଛି। ବିଗତ ଦିନରେ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂଆ ଗାଡି କିଣିପାରନ୍ତି। ସମ୍ପତ୍ତି ମଧ୍ୟ କିଣିବାର ସୁଯୋଗ ରହିଛି। ଘର ପରିବାରରେ ଖୁସିର ମାତ୍ରା ବଢିବ। 

କୁମ୍ଭ ରାଶି
ଧନ ପ୍ରାପ୍ତି ହେବାର ଯୋଗ ରହିଛି। ଏହା ଫଳରେ ମନ ବି ଖୁସି ରହିବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ଆୟର ନୂଆ ପନ୍ଥା ଖୋଲିପାରେ। ଯେଉଁ କାରଣରୁ ଆର୍ଥିକ ସ୍ଥିତି ମଜବୁତ ରହିବ। ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିବ। ଫଳରେ ଘରେ ଓ ସ୍କୁଲରେ ସମ୍ମାନ ବଢିବ।

ମେଷ ରାଶି
ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସମାଜରେ ଯଶ ସମ୍ମାନ ବୃଦ୍ଧି ପାଇବ। ଆୟର ନୂଆ ପନ୍ଥା ଆପଣାଇବେ। ଚାକିରିଆମାନଙ୍କୁ କାର୍ଯ୍ୟାଳୟରେ ପୁରସ୍କାର ମିଳିପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ଓ ଖୁସି ବୃଦ୍ଧି ପାଇବ। 

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।