Skin Cancer: ଦୀର୍ଘ ଦିନର ସୂର୍ଯ୍ୟ ଏକ୍ସପୋଜର ଦ୍ୱାରା ଫଟୋଏଜିଂ, ଟ୍ୟାନିଂ, ମେଲାସ୍ମା କିମ୍ବା ଫ୍ରେକ୍ଲେସ୍ ପରି ପିଗମେଣ୍ଟେସନ୍ ସମସ୍ୟା, ଏପରିକି ଡିଏନ୍ଏ ମ୍ୟୁଟେସନ୍ ହୋଇପାରେ ଯାହା ଚର୍ମ କର୍କଟ ରୋଗର କାରଣ ହୋଇପାରେ।
ଡକ୍ଟର ନୀତୁ କହିଛନ୍ତି ଯେ ଲୋକମାନେ ଯେତିକି ଭାବୁଛନ୍ତି ତା'ଠୁ ଅଧିକ କ୍ଷତିକାରକ ଅଲ୍ଟ୍ରାଟୋଇଲେଟ୍ (UV) କିରଣ। ଏହା ଦ୍ୱାରା ତ୍ୱଚା ଲାଲ ରଙ୍ଗ, ଛାଲ ପକାଇ ଦେବା ଏବଂ ଏପରିକି ସ୍କିନ୍ ଆଲର୍ଜି କିମ୍ବା ଡର୍ମାଟାଇଟିସ୍ ହୋଇପାରେ। ଏଥି ସହ ଦୀର୍ଘ ଦିନର ସୂର୍ଯ୍ୟ ଏକ୍ସପୋଜର ଦ୍ୱାରା ଫଟୋଏଜିଂ, ଟ୍ୟାନିଂ, ମେଲାସ୍ମା କିମ୍ବା ଫ୍ରେକ୍ଲେସ୍ ପରି ପିଗମେଣ୍ଟେସନ୍ ସମସ୍ୟା, ଏପରିକି ଡିଏନ୍ଏ ମ୍ୟୁଟେସନ୍ ହୋଇପାରେ ଯାହା ଚର୍ମ କର୍କଟ ରୋଗର କାରଣ ହୋଇପାରେ।
ଡକ୍ଟର ନୀତୁ ଏଥିପାଇଁ ଅନେକ ଭୁଲ ଧାରଣା ରହିଛି ବୋଲି ମତ ଦେଇଛନ୍ତି। ସେ କହିଛନ୍ତି ଯେ ଅନେକ ପୁରୁଷ ଭାବନ୍ତି ଯେ ସନ୍ ସ୍କ୍ରିନ୍ କେବଳ ଏକ ସୌନ୍ଦର୍ଯ୍ୟ ବଢ଼ାଇବାର ଏକ କ୍ରିମ୍ ଯାହା ପୁରୁଷମାନେ ପ୍ରୟୋଗ କରିପାରିବେ ନାହିଁ, ଯାହା ଆଦୌ ସତ୍ୟ ନୁହେଁ। ଏହା ବ୍ୟତୀତ ପୁରୁଷମାନଙ୍କୁ ପ୍ରାୟତଃ ସୂର୍ଯ୍ୟକିରଣରେ କାମ କରିବାକୁ ପଡ଼ିଥାଏ, ଯାହା ସେମାନଙ୍କର ତ୍ୱଚାକୁ କ୍ଷତି ପହଞ୍ଚାଏ। ପୁରୁଷମାନେ ବାହାରେ କାମ କରିବା କିମ୍ବା ଖେଳ-କୁଦରେ ଅଂଶଗ୍ରହଣ କରିବାର ସମ୍ଭାବନା ଅଧିକ, ଯାହା ସୂର୍ଯ୍ୟ କିରଣର ପ୍ରଭାବ ତାଙ୍କ ଉପରେ ବଢ଼ିଥାଏ।
ट्रेन्डिंग फोटोज़