Advertisement
Photo Details/zeeodisha/odisha2495722
photoDetails0hindi

ketu Gochar: ନଭେମ୍ବର ୧୦ରେ ନକ୍ଷତ୍ର ବଦଳାଇବେ ଛାୟା ଗ୍ରହ କେତୁ, ମାଲାମାଲ ହେବେ ୩ ରାଶି

ଆସନ୍ତା ନଭେମ୍ବର ୧୦ ତାରିଖରେ ଛାୟା ଗ୍ରହ କେତୁ ତାର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୧୦ ନଭେମ୍ବର ରାତି ୧୧ଟା ୩୧ ମିନିଟରେ କେତୁ ହସ୍ତା ନକ୍ଷତ୍ରରୁ ବାହାରି ଉତ୍ତର ଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିବେ। ଉତ୍ତରା ଫାଲଗୁନି ନକ୍ଷତ୍ର ହେଉଛି ୨୭ ନକ୍ଷତ୍ର ମଧ୍ୟରେ ଦ୍ୱାଦଶ ନକ୍ଷତ୍ର, ଯାହାର ପ୍ରଭୁ ସୂର୍ଯ୍ୟ ଅଟନ୍ତି। 

1/3

ମେଷ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବାକୁ ଯାଉଛି। ଆତ୍ମବିଶ୍ୱାସରେ ଭରପୁର ନଜର ଆସିବେ ମେଷ ରାଶିର ବ୍ୟକ୍ତି। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ସଫଳ ହେବେ। ବ୍ୟବସାୟରେ ସମ୍ପର୍କ ମଜବୁତ ହେବ। ଆୟ ବଢିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରିଆମାନଙ୍କର ପଦୋନ୍ନତି ଯୋଗ ରହିଛି। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧିର ଯୋଗ ରହିଛି। ନୂତନ ଆୟର ପନ୍ଥା ଖୋଲିବ। ନିବେଶରୁ ମୋଟା ଅଙ୍କର ଲାଭର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ। ପାରିବାରିକ ସମ୍ପର୍କ ମଜବୁତ ହେବ। 

2/3

ସିଂହ ରାଶି କେତୁ ଗୋଚର ଫଳରେ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ସକରାତ୍ମକ ରହିବାକୁ ଯାଉଛି। ନେତୃତ୍ୱ ନେବାର ସୁଯୋଗ ମିଳିବ। ରାଜନୈତିକ କ୍ଷେତ୍ରରେ ରହିଥିବା ବ୍ୟକ୍ତିବିଶେଷମାନେ ବେଶ ସଫଳତା ହାସଲ କରିବେ। ବ୍ୟବସାୟରେ ଲାଭର ମାତ୍ରା ବୃଦ୍ଧି ପାଇବ। ଚାକିରିଆମାନଙ୍କର ପଦୋନ୍ନତି ଯୋଗ ରହିଛି। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପାରିବାରିକ ଜୀବନ ସୁଖମୟ ହେବ। 

3/3

ଧନୁ ରାଶି ଧନୁ ରାଶିର ବ୍ୟକ୍ତିବିଶେଷ ଅଧିକ ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ଚିନ୍ତାମୁକ୍ତ ରହିବେ। ଆତ୍ମବିଶ୍ୱାସର ମାତ୍ରା ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବ୍ୟବସାୟରେ ନୂଆ ସୁଯୋଗ ଲାଭ କରିବେ। ଆୟରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରିଆମାନଙ୍କର ଦରମା ବୃଦ୍ଧିର ଯୋଗ ରହିଛି। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ଆୟର ନୂଆ ପନ୍ଥା ସୃଷ୍ଟି ହେବ। ଆୟର ମାତ୍ରା ବୃଦ୍ଧି ପାଇବ। ନୂତନ କର୍ମକ୍ଷେତ୍ରରୁ ସୁଯୋଗ ମିଳିପାରେ। ନିବେଶ ପାଇଁ ଉନ୍ନତ ସମୟ। ନିବେଶରୁ ଲାଭ ହେବାର ସମ୍ଭାବନା ରହିଛି। ଉଦ୍ୟୋଗରୁ ଲାଭର ମାତ୍ରା ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନୋନିବେଶ କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।