Makhana Use: ଏସବୁ ରୋଗରେ ପୀଡିତ ଥିବା ଲୋକ ଖାଆନ୍ତୁନି ମଖାନା, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା
Advertisement

Makhana Use: ଏସବୁ ରୋଗରେ ପୀଡିତ ଥିବା ଲୋକ ଖାଆନ୍ତୁନି ମଖାନା, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା

Makhana Use Tips: ଆଜିକାଲିର ଜୀବନଶୈଳୀ ଆମ ମାନଙ୍କୁ ଦୂରାରୋଗ୍ୟରେ ପୀଡିତ କରାଉଛି। ଯାହାଫଳରେ ଲୋକମାନେ ନିଜର ଖାଦ୍ୟୁପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ତେବେ କିଛି ଲୋକ ଅଛନ୍ତି ସୁସ୍ଥ ଓ ଆରୋଗ୍ୟ ରହିବା ମଖାନା ମଧ୍ୟ ବ୍ୟବହାର କରିଥାନ୍ତି। ମାତ୍ର ଏଠାରେ କହିରଖୁଛୁ, ଏହି ମଖାନା ଖାଇବା ଦ୍ୱାରା ମଧ୍ୟ କିଛି ରୋଗର ବୃଦ୍ଧି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ରୋଗୀ ଏହି ମଖାନା ଖାଇବା କଥା ନୁହେଁ।

Makhana Use: ଏସବୁ ରୋଗରେ ପୀଡିତ ଥିବା ଲୋକ ଖାଆନ୍ତୁନି ମଖାନା, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା

Makhana Use: ଶରୀରକୁ ସୁସ୍ଥ ରଖିବା ପାଇଁ ମଖାନା ବ୍ୟବହାର ଜରୁରୀ । ମଖାନା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ମଧ୍ୟ ଅଟେ । ଅନ୍ୟପକ୍ଷରେ, କିଛି ଲୋକ ଉପବାସ ସମୟରେ ମଖାନା ଖାଇବାକୁ ପସନ୍ଦ କରନ୍ତି। ଏହାର କାରଣ ହେଉଛି ମଖାନାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। କେବଳ ଏତିକି ନୁହେଁ, ମଖାନାରେ ଭଲ ପରିମାଣର କ୍ୟାଲୋରୀ ମିଳିଥାଏ । ଯେଉଁଥିପାଇଁ ଲୋକମାନେ ହଜମ କରିବା ପାଇଁ ଏହାକୁ ଗ୍ରହଣ କରନ୍ତି । କିନ୍ତୁ ଏତେ ଗୁଣ ଥାଇ ମଧ୍ୟ କିଛି ଲୋକ ମଖାନା ଖାଇବା ଉଚିତ୍ ନୁହେଁ । ଆଜ୍ଞା ହଁ କିଛି ଲୋକ ମଖାନା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁମାନେ ମଖାନା ଖାଇବା ଉଚିତ୍ ନୁହେଁ।

ଗ୍ୟାଷ୍ଟ୍ରିକ ସମସ୍ୟା (Gastric problem)
ମଖାନାରେ ଭଲ ପରିମାଣର ଫାଇବର ଏବଂ ପ୍ରୋଟିନ୍ ମିଳିଥାଏ । ଯେଉଁଥିପାଇଁ ହଜମ କରିବାକୁ ଅଧିକ ସମୟ ଲାଗେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୂର୍ବରୁ ପେଟ ସମସ୍ୟା ଅଛି, ତେବେ ଆପଣ ମଖାନା ଖାଇବା ଉଚିତ୍ ନୁହେଁ, କାରଣ ମଖାନା ଖାଇବା ଦ୍ୱାରା ଆପଣଙ୍କ ଗ୍ୟାଷ୍ଟ୍ରିକ ସମସ୍ୟା ବଢିଯାଇପାରେ। ସେଥିପାଇଁ ପେଟ ଜନିତ ସମସ୍ୟା ଥିବା ଲୋକମାନେ ମଖାନା ଖାଇବା ଉଚିତ୍ ନୁହେଁ । 

Also Read: Shani Gochar 2023: ଏହି ତିନିରାଶି ଉପରେ ରହିବ ଶନିଙ୍କ କୋପ, ହୋଇଯାଆନ୍ତୁ ସାବଧାନ

କିଡନୀ ଷ୍ଟୋନ (kidney stone)
ଯଦି ଆପଣଙ୍କର କିଡନୀ ଷ୍ଟୋନ ବା ପଥୁରୀ ସମସ୍ୟା ଦ୍ୱାରା ପୀଡିତ ଅଛନ୍ତି ତେବେ ମଖାନା ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହାର କାରଣ ହେଉଛି ମଖାନାରେ ଭଲ ପରିମାଣର କ୍ୟାଲସିୟମ ଅଛି । ଯେଉଁଥିପାଇଁ ପଥରର ଆକାର ମଧ୍ୟ ବୃଦ୍ଧି ପାଇପାରେ । ସେଥିପାଇଁ କିଡନୀ ପଥୁରୀ ଥିବା ରୋଗୀମାନେ ମଖାନା ଖାଇବା ଉଚିତ୍ ନୁହେଁ ।

Also Read: Apple Device Ban: ଫ୍ଲାଇଟରେ ବ୍ୟାନ Apple ର ଏହି ଡିଭାଇସ, ଜାଣିନିଅନ୍ତୁ ନୂଆ ନିୟମ

ଡାଇରିଆ ସମସ୍ୟା (Diarrhea problem)
ମଖାନାରେ ଉପସ୍ଥିତ ଥିବା ତନ୍ତୁ ଝାଡ଼ା ରୋଗରେ ପୀଡିତ ରୋଗୀଙ୍କ ପାଇଁ କ୍ଷତିକାରକ । ଏହାର କାରଣ ହେଉଛି ମଖାନାରେ ବହୁତ ପରିମାଣର ଫାଇବର ଥାଏ, ଯାହା ଝାଡା ସମସ୍ୟାକୁ ବଢାଇବା ପାଇଁ କାମ କରିଥାଏ । ସେଥିପାଇଁ ଝାଡା ସମସ୍ୟା ବା ପେଟ ଖରାପ ଜନୀତ ସମସ୍ୟାରେ ପୀଡିତ ଥିଲେ ମଖାନା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।