Mahavir Jayanti 2023: କାହିଁକି ପାଳନ କରାଯାଏ ଜୈନ ଧର୍ମ ପ୍ରମୁଖ ପର୍ବ ମହାବୀର ଜୟନ୍ତୀ ?
Advertisement
Article Detail0/zeeodisha/odisha1639224

Mahavir Jayanti 2023: କାହିଁକି ପାଳନ କରାଯାଏ ଜୈନ ଧର୍ମ ପ୍ରମୁଖ ପର୍ବ ମହାବୀର ଜୟନ୍ତୀ ?

Mahavir Jayanti 2023 News In Odia : ଏଥିସହ ମହାବୀର କହିଛନ୍ତି ସର୍ବଦା ନିଜ ସହ ଲଢ଼, ବାହାର ଶତ୍ରୁଙ୍କ ସହ ଲଢ଼ିଲେ କଣ ମିଳିବ? ଯିଏ ନିଜ ସହ ଲଢ଼ି ବିଜୟ ଲାଭ କରିଥାଏ ସେହି ବ୍ୟକ୍ତିଙ୍କୁ ଆନନ୍ଦ ପ୍ରାପ୍ତ ହୋଇଥାଏ।
ଭଗବାନ ଏହାମଧ୍ୟ କହିଛନ୍ତି ନିଜ ଆତ୍ମା ଠାରୁ ଶତ୍ରୁ କିଏ ହୋଇନଥାନ୍ତି। ପ୍ରକୃତ ଶତ୍ରୁ ନିଜ ଭିତରେ ହିଁ ରହିଥାଏ। 

Mahavir Jayanti 2023: କାହିଁକି ପାଳନ କରାଯାଏ ଜୈନ ଧର୍ମ ପ୍ରମୁଖ ପର୍ବ ମହାବୀର ଜୟନ୍ତୀ ?

Mahavir Jayanti 2023 News In Odia : ୪ ଏପ୍ରିଲ ୨୦୨୩, ମଙ୍ଗଳବାର ଅର୍ଥାତ୍ ଆଜି ମହାବୀର ଜୟନ୍ତୀ ବହୁ ଧୁମଧାମରେ ଦେଶସାରା ପାଳିତ ହୋଇଛି। ଭଗବାନ ମାହାବୀର ଜୈନ ଧର୍ମର ୨୪ତମ ତୀର୍ଥକର ଥିଲେ। ଜୈନ ଧର୍ମର ପୁରାତନ ମାନ୍ୟତା ଅନୁଯାୟୀ, ଭଗବାନ ମହାବୀର ୧୨ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଦୀକ୍ଷା ନେବା ପରେ ଭଗବାନ ମହାବୀର ଦିଗମ୍ବର ସ୍ୱୀକାର କରିଥିଲେ। ଦିଗମ୍ବର ଲୋକମାନେ ଆକାଶକୁ ନିଜର ବସ୍ତ୍ର ମାନିଥାନ୍ତି। ଏହି କାରଣରୁ ସେମାନେ ବସ୍ତ୍ର ଧାରଣ କରିନଥାନ୍ତି। 

ମାନ୍ୟତା ଅନୁଯାୟୀ ଖ୍ରୀଷ୍ଟପୂର୍ବ ୫୯୯ ବର୍ଷ ପୂର୍ବରୁ ବିହାରର କୁଣ୍ଡଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସମାଜର କଲ୍ୟାଣ ପାଇଁ ମହାବୀର ପ୍ରବଚନ ଦେବା ସହ ଅନେକ ପ୍ରେରଣା ଦେବା ଭଳି କଥା କହିଛନ୍ତି। ଆଜି ଦିନରେ ଜୈନ ଲୋକମାନେ ଶୋଭାଯାତ୍ରା ବାହାର କରିବା ସହ ମନ୍ଦିରରେ ପାଲିଙ୍କି ସଜାଇଥାନ୍ତି।  

ମହାବୀର ସ୍ୱାମୀଙ୍କ ଜନ୍ମ ସହିତ ଜଡ଼ିତ କିଛି କଥା- ଭଗବାନ ମହାବୀରଙ୍କ ଜନ୍ମ ରାନୀ ତ୍ରିଶଳା ଓ ରାଜା ସିଦ୍ଧାର୍ଥଙ୍କ ଔରସରୁ ହୋଇଥିଲା।  ମହାବୀର ସ୍ୱାମୀ ୩୦ ବର୍ଷ ଆୟୁରେ ସବୁକିଛି ପରିତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗ ଆପଣେଇଥିଲେ।

ମହାବୀର ଜୟନ୍ତୀ ୨୦୨୩ର ଶୁଭ ମୂହୁର୍ତ୍ତ-
ତ୍ରୟୋଦଶୀ ତିଥି ପ୍ରାରମ୍ଭ-ଅପ୍ରେଲ ୦୩, ୨୦୨୩, ୬ ଟା ବାଜି ୨୪ ସମୟ
ତ୍ରୟୋଦଶୀ ତିଥି ସମାପ୍ତ- ଅପ୍ରେଲ 0୪, ୨୦୨୩, ୮ ଟା ବାଜି ୦୫ ସମୟ

ଭଗବାନ ମହାବୀରଙ୍କ ସଂସ୍କାର
ଅହିଂସା, ସତ୍ୟ, ସ୍ୱାଭିମାନୀ, ଶୁଦ୍ଧତା, ପାପ କର୍ମରୁ ଦୂରେଇ ରହିବା। 

ମହାବୀର ଜୟନ୍ତୀ କେମିତି ପାଳନ କରାଯାଏ-: 
ମହାବୀର ଜୟନ୍ତୀ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ।  ଏହିଦିନ ଭଗବାନ ମହାବୀରଙ୍କ ମୂର୍ତ୍ତି ସହ ଶୋଭାଯାତ୍ରା ବାହାର କରାଯାଇଥାଏ। ସହର ଗଳ କନ୍ଦି ଭ୍ରମଣ କରିଥାଏ ଏହି ଶୋଭାଯାତ୍ରା । ଆଉ ଏହି ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହେବା ସହ ଧାର୍ମିକ ଗୀତ ଗାନ କରାଯାଏ। 

Also Read: Child Health: ଶିଶୁଙ୍କ ଭୋକ କମିବା ସହ ଦେଖାଦେଉଛି କି ଏହି ଲକ୍ଷଣ, ଜାଣନ୍ତୁ ହୋଇଛି ଏହି ଭୟଙ୍କର ରୋଗ

Also Read: Sattu Side Effects: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ସତ୍ତୁ, ଭୁଲରେ ବି ଖାଆନ୍ତୁ ନାହିଁ

Also Read: Hanuman Janmotsav 2023: ଆଉ ତିନିଦିନ ପରେ ଫିଟିଯିବ ଏହି ୫ ଟି ରାଶିର ଭାଗ୍ୟ, ଧନଲାଭର ରହିଛି ଯୋଗ