ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି କାମ, ନହେଲେ...
Advertisement
Article Detail0/zeeodisha/odisha1141146

ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି କାମ, ନହେଲେ...

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ ଭଳି ସମସ୍ୟା ଅଧିକ ରହିଥାଏ। ମହିଳାଙ୍କ ପରିସ୍ରା ମାର୍ଗ ଛୋଟ ଥିବାରୁ ୟୁରିନ୍ ପାଇପରେ ସହଜରେ ବ୍ୟାକ୍ଟେରିଆ ପଶିପାରିଥାନ୍ତି। 

ପ୍ରତିକାତ୍ମକ ଫଟୋ

ଆପଣ ଜାଣିଛନ୍ତି କି? ପରିସ୍ରା କରିବା ସମୟରେ କିଛି କଥାକୁ ଯଦି ଧ୍ୟାନ ନଦେଲେ ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ସମସ୍ୟା ସାମନା କରିବାକୁ ପଡ଼ିଥାଏ। ପରିସ୍ରା କରିବା ସମୟରେ ସାମାନ୍ୟ ଭୁଲ୍ ଯୋଗୁଁ ଇନଫେକ୍ସନ୍ (Infection) ଭଳି ସମସ୍ୟା ବଢ଼ିପାରେ। ଯାହା ଆପଣଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଆଶଙ୍କା ସୃଷ୍ଟି କରିଥାଏ।

କଣ କୁହନ୍ତି ବିଶେଷଜ୍ଞ?

ସ୍ତ୍ରୀ ରୋଗ ଏବଂ ୟୁରୋଲୋଜି (Urology) ଏକ୍ସପର୍ଟ ପ୍ରଫେସର ଷ୍ଟର୍ଗିୟୋସ ଷ୍ଟେଲିୟୋସଙ୍କ ଅନୁସାରେ, ମହିଳାଙ୍କର ଶରୀର ଏଭଳି ଗଠନ ହୋଇଛି ଯେ, ଯେଉଁଥିପାଇଁ ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ମହିଳାଙ୍କ ପରିସ୍ରା ନଳୀ ଛୋଟ ରହିଥାଏ, ଆଉ ୟୁରିନ୍ ପାସ୍ କରିବା ସମୟରେ ଅତି ସହଜରେ ଭିତରକୁ ବ୍ୟାକ୍ଟେରିଆ (Bacteria) ଯାଇପାରିଥାଏ। ବାୟୋମେକେନିକାଲ (Biomechanical) ଦୃଷ୍ଟିକୋଣକୁ ଦେଖାଗଲେ, ଏହା ମହିଳାଙ୍କ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ। ଯେଉଁ ମହିଳାଙ୍କୁ ୟୁରିନ୍ ଇନଫେକ୍ସନ୍ ଭଳି ସମସ୍ୟା ରହିଛି ସେମାନଙ୍କୁ ଅଧିକ ସମସ୍ୟାରେ ପକାଇଥାଏ। ଷ୍ଟର୍ଗିୟୋସ କହିଛନ୍ତି, ମହିଳାଙ୍କ ନିଜ ଜୀବନକାଳରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଋତୁସ୍ରାବ, ଗର୍ଭାବସ୍ଥା, ମେନୋପୋଜ ଏହି ସମସ୍ତ ଜିନିଷ ମୂତ୍ରାଶୟର କାର୍ଯ୍ୟକୁ ପ୍ରଭାବିତ କରିପାରେ। ଏଥିପାଇଁ ମହିଳାମାନେ ପରିସ୍ରା କରିବା ସମୟରେ ନିଜ ଅଭ୍ୟାସକୁ ବଦଳାଇବା ସହ କିଛି କଥାକୁ ଧ୍ୟାନରେ ରଖିବା ଜରୁରୀ। 

Also Read: କାହିଁକି ଏତେ ବୋଲ୍ଡ ଅପସରା ରାଣୀ, ଜୀ ଓଡ଼ିଶାରେ ଖୋଲିଲେ ସିକ୍ରେଟ !

ଯୌନାଙ୍ଗର ଯତ୍ନ-

ଷ୍ଟର୍ଗିୟୋସଙ୍କ ମୁତାବକ, ପ୍ରାଇଭେଟ୍ ପାର୍ଟକୁ ସଫା କରିବା ସମୟରେ କିଛି କଥାକୁ ଧ୍ୟାନ ରଖିବା ଆବଶ୍ୟକ। କେବେ ବି ପଛ ପାଖରୁ ଆଗକୁ ପୋଛନ୍ତୁ ନାହଁ। ଆମର ଆନାଲ (Anal) ରେ ଅଧିକ ମାତ୍ରାରେ ବ୍ୟାକ୍ଟେରିଆ  (Bacteria) ଦେଖିବାକୁ ମିଳିଥାଏ। ପଛରୁ ଆଗକୁ ପୋଛିଲେ ବ୍ୟାକ୍ଟେରିଆ ଆଗକୁ ଚାଲିଆସିଥାଏ। ଆଉ ସହଜରେ ଆପଣଙ୍କ ୟୁରିନ୍ ଟ୍ରାକ୍ଟକୁ ଯାଇପାରେ। ଏଥିଯୋଗୁଁ ୟୁରିନ୍ ଇନଫେକ୍ସନ୍ (Urine Infection) ହେବାର ସମ୍ଭାବନା ଅଧିକ ରହିଥାଏ। ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ (Urinary tract infection) ହେଲେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟ (Private Part)ରେ ଜଳିବା ସହ କଷ୍ଟ ଅନୁଭୂତ ହୋଇଥାଏ। ପ୍ରାଇଭେଟ୍ ପାର୍ଟକୁ ଶୁଖିଲା ରଖିବା ପାଇଁ ପରିସ୍ରା କରିବା ପରେ ପୋଛିବା ଜରୁରୀ। କିନ୍ତୁ ଏହାକୁ ଏକାଧିକ ସମୟ କରିଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବାରମ୍ବାର ପୋଛିଲେ ଆପଣଙ୍କ ପ୍ରାଇଭେଟ୍ ପାର୍ଟ ଶୁଷ୍କ ହେବା ସହ ସ୍କିନ୍ (Skin) ଜଳିବା ଏବଂ କୁଣ୍ଡେଇବା (Itching) ଭଳି ସମସ୍ୟା ହୋଇପାରେ।

ନିର୍ଦ୍ଧାରଣ ସମୟରେ ପରିସ୍ରା କରିବା-

ପ୍ରଫେସର ଷ୍ଟର୍ଗିୟୋସଙ୍କ ମୁତାବକ, ନିର୍ଦ୍ଧାରିତ ସମୟରେ ପରିସ୍ରା କରିବା ଶରୀର ପ୍ରତି କ୍ଷତିକାର ହୋଇପାରେ। ଏଭଳି କଲେ ବ୍ଲାଡର୍ (Bladder) ସଠିକ୍ ଭାବରେ ୟୁରିନ୍ ଏକାଠି କରିପାରି ନଥାଏ। ସାଧାରଣତଃ ବ୍ଲାଡର୍ (bladder)ରେ ୪୫୦ରୁ ୫୦୦ ଏମଏଲ୍ ପର୍ଯ୍ୟନ୍ତ ପରିସ୍ରା ଏକାଠି ହୋଇଥାଏ। ଯଦି ଆପଣ ପ୍ରତି ଅଧାଘଣ୍ଟା କିମ୍ବା ଏକ ଘଣ୍ଟାରେ ପରିସ୍ରା କଲେ ବ୍ଲାଡର ବହୁତ କମ୍ ମାତ୍ରାରେ ୟୁରିନ୍ ଏକାଠି କରିଥାଏ। ଯେଉଁଥି ଯୋଗୁଁ ତାହା ସଠିକ୍ ଭାବେ କାମ କରିପାରି ନଥାଏ। ଆଉ ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ପରିସ୍ରା ଅନୁଭବ ହୋଇଥାଏ। ଲମ୍ବା ଯାତ୍ରା କରିବା ପୂର୍ବରୁ କିମ୍ବା ଫିଲ୍ମ ଦେଖିବା ପୂର୍ବରୁ ପରିସ୍ରା କରିବା କୌଣସି ବିପଦ ନୁହେଁ। କିନ୍ତୁ ଏହାକୁ ନିୟମିତ ଭାବେ ଅଭ୍ୟାସ କରିବା ଶରୀର ପ୍ରତି ଠିକ୍ ନୁହେଁ। ବ୍ଲାଡର ଭର୍ତ୍ତି ନହେବା ପୂର୍ବରୁ ୟୁରିନ୍ ପାସ୍ କରିବା ଏକ ଖରାପ ଅଭ୍ୟାସ। କିନ୍ତୁ ପରିସ୍ରା ଲାଗିବା ପରେ ମଧ୍ୟ ନଯିବା ଭଳି ଅଭ୍ୟାସ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

Also Read: ଶିକ୍ଷା ବିଭାଗର ୪୭୬ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ

ଆବଶ୍ୟକ ମୁତାବକ ପାଣି ପିଅନ୍ତୁ-

ସାଧାରଣତଃ ଦୈନିକ ୩ରୁ ୪ ଲିଟର ପାଣି ପିଇବା ଶରୀର ପାଇଁ ଭଲ ବୋଲି ଆମେ ଜାଣିଥାଉ। ଯଦି ଆପଣ ବ୍ୟାୟାମ କରୁଛନ୍ତି କିମ୍ବା ଗ୍ରୀଷ୍ମ ଋତୁରେ ଅଧିକ ପାଣି ପିଇପାରିବେ। କିନ୍ତୁ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ଦିନକୁ ୬ରୁ ୭ ଲିଟର ପାଣି ପିଇଥାନ୍ତି। ଯାହା ଶରୀରକୁ ଖରାପ ପ୍ରଭାବ ପକାଇଥାଏ। ଅତ୍ୟଧିକ ମାତ୍ରାରେ ପାଣି ପିଇ ନିଜକୁ ଓଭର୍ ହାଇଡ୍ରେଟ୍ (Over hydrate) କରିବାକୁ ଚେଷ୍ଟା କରିଥାନ୍ତି। ସିକ୍ୱଇଡ୍ (Liquid) ଅଧିକ ସେବନ କଲେ ବ୍ଲାଡର୍ ଅଧିକ ମାତ୍ରାରେ ୟୁରିନ୍ କରିବାକୁ ଲାଗିପଡିଥାଏ। ଯେଉଁଥି ଯୋଗୁଁ ଆପଣଙ୍କୁ ବାରମ୍ବାର ଟଏଲେଟ୍ ଯିବାକୁ ପଡ଼ିଥାଏ।