Migraine Home Remedies: ରୋଷେଇ ଘରେ ଲୁଚିଛି ଆପଣଙ୍କ ମାଇଗ୍ରେନକୁ ଭଲ କରିବାର ଔଷଧ
Advertisement
Article Detail0/zeeodisha/odisha1467223

Migraine Home Remedies: ରୋଷେଇ ଘରେ ଲୁଚିଛି ଆପଣଙ୍କ ମାଇଗ୍ରେନକୁ ଭଲ କରିବାର ଔଷଧ

Home Remedies For Migraine : ଆଜିକାଲିର ଦୈନନ୍ଦିନ ଜୀବନଶୈଳୀରେ ଅନେକ ପ୍ରକାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଯାହା ଫଳରେ ଆମେମାନେ ଦୂରାରୋଗରେ ପୀଡିତ ହେଉଛନ୍ତି। ଅଧିକରୁ ଅଧିକ ଥର ଏପରି ଯନ୍ତ୍ରଣା ହୋଇଥାଏ ମାତ୍ର ଏହାର ଅନ୍ୟ କିଛି କାରଣ ବି ଥାଇପାରେ ଯାହା ଆପଣଙ୍କୁ ଅଜଣା ଥାଏ। ତେବେ ଅଧିକାଂଶ ଲୋକ କେବଳ ଟାବଲେଟ ଖାଇ ଏହି ମାଇଗ୍ରେନ ଯନ୍ତ୍ରଣାରୁ ମୁକ୍ତି ପାଇଁ ଚେଷ୍ଟା କରିଥାନ୍ତି ହେଲେ ତାହା ଅସମ୍ଭବ ହୋଇଥାଏ। 

Migraine Home Remedies: ରୋଷେଇ ଘରେ ଲୁଚିଛି ଆପଣଙ୍କ ମାଇଗ୍ରେନକୁ ଭଲ କରିବାର ଔଷଧ

Migraine Home Remedies: ଆପଣ ବହୁଥର ଶୁଣିଥିବେ କି କିଛିଲୋକ କୁହନ୍ତି ତାଙ୍କର ଅଧକପାଳି ବିନ୍ଧୁଛି । ଆଉ ଏହି ଅଧକପାଳି ମୁଣ୍ଡରେ କେଉଁ ଅଂଶରେ ବି ହୋଇଥାଇ ପାରେ । ମୁଣ୍ଡର ବାମ କିମ୍ବା ଡାହାଣ ଭାଗରେ ମଧ୍ୟ ଏମିତି ଅଧକପାଳି ଦେଖାଦେଇଥାଏ। ଏମିତି ଅଧକପାଳି ସମୟରେ କିଛି ବି କାମ କରିବାକୁ ଇଚ୍ଛା ହୁଏନାହିଁ । ହେଲେ ଏହି ଅଧକପାଳି ହେବାର ଅନେକ କାରଣ ମଧ୍ୟ ରହିଛି । ତେବେ ଏହି ଅଧକପାଳିରୁ ବର୍ତ୍ତିବା ପାଇଁ ଘରୋଇ ଉପଚାରରେ ନିଜର ଅଧକପାଳିକୁ ମଧ୍ୟ ଭଲ କରାଯାଇପାରେ । 

ଏହି ପ୍ରକାରର କଷ୍ଟକୁ କ୍ଲଷ୍ଟର ମୁଣ୍ଡବିନ୍ଧା (Half Headache) ବୋଲି କୁହାଯାଏ । ଏହାର ଅର୍ଥ ପୁରା ମୁଣ୍ଡର ସବୁ ଭାଗ ନୁହେଁ କିଛି ଭାଗରେ ଏମିତି ଅଧକପାଳି ମୁଣ୍ଡବିନ୍ଧା ଦେଖାଦିଏ। କେବଳ ଯେ, ମୁଣ୍ଡବିନ୍ଧା ତାହା ନୁହେଁ ଏଥିରେ ଟେନସନ, ବ୍ୟାକୁଳତା, ଚିନ୍ତା, ନିଦ ପୁରା ନହେବା ଭଳି ଲକ୍ଷଣ ମଧ୍ୟ ମାଇଗ୍ରେନ ବା ମାଂସପେଶୀର ବିନ୍ଧା କାରଣରୁ ଏହି କଷ୍ଟ ଅନୁଭବ ହୋଇଥାଏ। ଅଧିକରୁ ଅଧିକ ଲୋକ ମୁଣ୍ଡବିନ୍ଧାକୁ କେବଳ ମାଇଗ୍ରେନ ଯନ୍ତ୍ରଣା ସହିତ ଯୋଡ଼ିଥାନ୍ତି । ଅଧିକରୁ ଅଧିକ ଥର ଏପରି ଯନ୍ତ୍ରଣା ହୋଇଥାଏ ମାତ୍ର ଏହାର ଅନ୍ୟ କିଛି କାରଣ ବି ଥାଇପାରେ ଯାହା ଆପଣଙ୍କୁ ଅଜଣା ଥାଏ। ତେବେ ଅଧିକାଂଶ ଲୋକ କେବଳ ଟାବଲେଟ ଖାଇ ଏହି ଯନ୍ତ୍ରଣାର ମୁକ୍ତି ପାଇଁ ଚେଷ୍ଟା କରିଥାନ୍ତି ହେଲେ ତାହା ଅସମ୍ଭବ ହୋଇଥାଏ। 

ତେବେ ମାଇଗ୍ରେନକୁ ( Migraine)ଭଲ କରିବାକୁ ଆଜି ଆମେ ଆପଣଙ୍କୁ କିଛିଟା ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହା ଦ୍ୱାରା ପଣଙ୍କ ମାଇଗ୍ରେନର ସମସ୍ୟା ଚୁଟକିରେ ଦୂର ହୋଇପାରିବ। ହେଲେ ଏହାପୂର୍ବରୁ ଜାଣିରଖନ୍ତୁ ମାଇଗ୍ରେନ କେଉଁ କାରଣ ପାଇଁ ହୋଇଥାଏ। 

Also Read: Female Employees: ଜାଣନ୍ତୁ ଆମ ଦେଶର କେଉଁ କମ୍ପାନୀରେ କାମ କରନ୍ତି ଅଧିକ ମହିଳା ?

ମାଇଗ୍ରେନର କାରଣ (Causes of Migraine)

ମୁଣ୍ଡରୁ ସଠିକ୍ ଭାବେ ରକ୍ତସଞ୍ଚାଳନ ନହେବା
ନିଦ ପୁରା ନହେବା
ଅକ୍ସିଜେନ କମ ପହଞ୍ଚିବା
ବ୍ୟାକୁଳତା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ
ହରମୋନାଲ ଚେଞ୍ଜେସ୍, ମୁଣ୍ଡ ରେ ହରମୋନ ଗୁଡିକର ପରିବର୍ତ୍ତନ
ଜେନେଟିକ୍ କାରଣ
ଅତ୍ଯଧିକ ଲାଇଟ ଓ ଟେନସନ ବଢିବା
ଏଲୋପାଥି ମେଡିସିନର ସାଇଡ ଇଫେକ୍ଟ କାରଣରୁ ଏହି ଯନ୍ତ୍ରଣା ହୋଇଥାଏ
ଭିଟାମିନ ର ଅଭାବ, ଶରୀରରେ ପାଣିର ହ୍ରାସ ଯୋଗୁଁ ଏପରି ସମସ୍ୟା ଦେଖାଦେଇଥାଏ

Also Read: Jharana Das Death: ଶୋଇବାକୁ ଯାଇ ଚିର ନିଦ୍ରାରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ

ମାଇଗ୍ରେନ ଭଲ କରିବାର ଘରୋଇ ଉପଚାର (Home Remedies to Cure Migraine)
ଗୁଡ ଏବଂ କ୍ଷୀରର ସେବନ 
ଏହି ପ୍ରକାରର ଯନ୍ତ୍ରଣା ସମୟରେ ଗୁଡ ସହିତ କ୍ଷୀର ଶରୀରକୁ ଅନେକ ଫାଇଦା ଦେଇଥାଏ।  ପ୍ରତିଦିନ ସକାଳ ଉଠିବା ମାତ୍ରେ ଖାଲିପେଟରେ ଏକ ଛୋଟ ଗୁଡର ଟୁକୁଡା ପାଟିରେ ରଖନ୍ତୁ । ଆଉ ଏହି ସମୟରେ ଥଣ୍ଡା କ୍ଷୀର ପାନ କରନ୍ତୁ।  ପ୍ରତିଦିନ ସକାଳ ସମୟରେ ଏହାର ସେବନ କଲେ ମାଇଗ୍ରେନରୁ ଅନେକ ଆରାମ ମିଳିଥାଏ।  

ଅଦା
ଅଦାରେ ଆଣ୍ଟି ଇମ୍ଫଲମେଟେରୀ ଓ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହି କାରଣରୁ ପ୍ରତିଦିନ ଅଦାର ସେବନ କରିବା ଲାଭ କାରୀ ଅଟେ। ଅଦାର ଟୁକୁଡା ମୁହଁରେ ରି ଏହାର ରସକୁ ଧିରେ ଧିରେ ପାନ କରନ୍ତୁ । ଏହାବାଦ୍ ଅଦାକୁ ବ୍ୟବହାର କରି ଚା କିମ୍ବା ଏହାର କାଢା ମଧ୍ୟ ବନେଇ ପିଇ ପାରିବେ। ଏପରି କରିବା ଦ୍ୱାରା ମୁଣ୍ଡବିନ୍ଧାରୁ ଆରାମ ପାଇ ପାରିବେ।

ଡାଳଚିନି ଏବଂ ଲବଙ୍ଗ
ଡାଳଚିନି ଏବଂ ଲବଙ୍ଗରେ ଭରପୂର ଔଷଧୀୟ ଗୁଣତତ୍ତ୍ୱ ରହିଛି। ରୋଷେଇ ଘରେ ଏହି ଦୁଇଟି ଜିନିଷକୁ ସମସ୍ତେ ରଖିଥାନ୍ତି। ଡାଳଚିନି ଓ ଲବଙ୍ଗରେ ଇମ୍ଫଲମେଟେରୀ ଗୁଣ ଭରି ରହିଛି । ଏହି ଦୁଇଟି ଜିନିଷକୁ ଭଲ ଭାବେ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା କମିଥାଏ। ସକାଳ ସମୟରେ କିମ୍ବା ରାତିରେ ଶୋଇବା ବେଳେ ଡାଳଚିନିକୁ ଗୁଣ୍ଡକରି ଏହା ଦ୍ୱାରା ପ୍ରସ୍ତୁତ କାଢା ପିଅନ୍ତୁ ନଚେତ୍ ଏହାକୁ ଗରମ ପାଣି ଦ୍ୱାରା ସେବନ କରନ୍ତୁ ତେବେ ଏଥିରୁ ଆପଣଙ୍କୁ ମୁକ୍ତି ମିଳିପାରିବ।

ଶେକ ଦେବା
ଗରମ ପାଣି କିମ୍ବା ଥଣ୍ଡା ପାଣିରେ ଶେକ ଦେବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଶେକ ଦେବା ଦ୍ୱାରା ମୁଣ୍ଡବିନ୍ଧା ସହ ମାଂସପେଶୀରେ ଥିବା ଶିରା ପ୍ରଶିରାକୁ ଅଳ୍ପବହୁତେ ଆରାମ ମିଳିଥାଏ। ହିଟିଂ ପ୍ୟାଡ ବା ଗରମ ପାଣି ବ୍ୟବହୃତ ହେଉଥିବା ବ୍ୟାଗରେ ଆପଣ ଶେକ ଦେଇପାରିବେ। 

ତେଲର ମାଲିସ
କେଶର ମଧ୍ୟ ଭାଗରେ, କାନ୍ଧ ସହ ପିଠିରେ ତେଲ ମାଲିସ କରିବା ଜରୁରୀ । ଏମିତି କରିବା ଦ୍ୱାରା ମାଂସପେଶୀ ଗୁଡିକୁ ଆରାମ ମିଳିଥାଏ। ଏବଂ ଧିରେ ଧିରେ ଯନ୍ତ୍ରଣା କମିବାରେ ଲାଗିଥାଏ।